ପାରଦ ସହ ପାଣି ସମସ୍ୟା

ବଇଣ୍ଡା,୨୬।୪ (ପରିକ୍ଷିତ ସାହୁ) କିଛି ଦିନ ହେବ ଅନୁଗୋଳ ଜିଲାରେ ଜାରି ରହିଛି ଅଗ୍ନିବର୍ଷା। ୪୦ ଡିଗ୍ରୀ ତଳକୁ ଖସୁନି ପାରଦ। ଦେହ ଜଳାଇଦେବା ଭଳି ଖରା ସାଙ୍ଗକୁ ମଧ୍ୟାହ୍ନର ତତଲା ପବନରେ ସନ୍ତୁଳି ହେଉଛି ଜନଜୀବନ। ବଢ଼ୁଥିବା ତାତିକୁ ନେଇ ସମସ୍ତେ ଚିନ୍ତାରେ ଥିବାବେଳେ ପାନୀୟ ଜଳ ସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବିଶେଷକରି ଗ୍ରୀଷ୍ମ ପ୍ରବାହର ଠିକଣା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଉପରେ ସେତେଟା ଗୁରୁତ୍ୱ ଦିଆଯାଇ ନ ଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରେ ପିଇବା ପାଣି ସମସ୍ୟା ଉତ୍କଟ ଆକାର ଧାରଣ କରିଥିବା ଅଭିଯୋଗ ହେଉଛି।
ଗତ ୨୩ ତାରିଖରେ ୪୨.୧ ଡିଗ୍ରୀ ତାପମାତ୍ରା ସହ ଅନୁଗୋଳ ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲା ଥିଲା। ୨୪ ତାରିଖରେ ଜିଲାର ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ୨୫ ତାରିଖ ସୋମବାର ଅନୁଗୋଳର ତାପମାତ୍ର ୪୩.୭ ଡିଗ୍ରୀ ରହିଥିଲା। ୩ ଦିନ ହେଲା ଜିଲାରେ ପାରଦ ଉପରମୁହଁା ରହିଥିବାରୁ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ଆହୁରି କଷ୍ଟକର ହୋଇପଡ଼ିବ ବୋଲି ସୂଚନା ମିଳୁଛି। ଏପରି ସମୟରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ଆଠମଲ୍ଲିକ ଉପଖଣ୍ଡବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଂଶୁଘାତର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆ ଯାଇ ନ ଥିବାବେଳେ କେଉଁଠି କାଁ ଭାଁ ଜଳଛତ୍ର ଖୋଲାଯାଇଛି। ଫଳରେ ପଥଚାରୀଙ୍କ ସମେତ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଉପଖଣ୍ଡର ୪୭ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁ ନଳକୂଅ, ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲେ ମଧ୍ୟ ତାହାକୁ ସଚଳ କରିବା ପାଇଁ ପଦକ୍ଷେପ ନିଆଯାଉନାହିଁ। ଭୂତଳ ଜଳସ୍ତର ହ୍ରାସ ପାଇବା ସହ ଅନେକ କୂଅ, ପୋଖରୀ, ନାଳ, ଶୁଖି ଯାଇଥିବାବେଳେ ଲୋକେ ଜଳକଷ୍ଟ ଭୋଗୁଛନ୍ତି। ଜଙ୍ଗଲ ଗୁଡିକରେ ଥିବା ଜଳାଶୟ ଶୁଖିଯାଇଥିବାରୁ ବନ୍ୟଜନ୍ତୁ ପିଇବା ପାଣି ନ ପାଇ ଗାଁ ଭିତରକୁ ପଶି ଆସୁଛନ୍ତି। ସେହିପରି ଧଣ୍ଡାତୋପା, ମଇମୁରା, କରଡା ସିଙ୍ଗ, ଟାପଢୋଲ, ପେଡିପଥର, ରାଇନାଳୀ, ରାଣୀଭୂଇଁ, ଟକବା, ବାଦୀବାହାଳ, ମଧପୁର ଅଞ୍ଚଳରେ ଥିବା ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ଯୋଗୁ ତାପମାତ୍ରା ଅଧିକ ବୃଦ୍ଧି ପାଉଥିବା ହଣ୍ଡପା ଗ୍ରାମବାସୀ କହିଛନ୍ତି। ଜଙ୍ଗଲ ନିଅଁା କିପରି ଆୟତ୍ତ ହେବ ଓ ଗ୍ରୀଷ୍ମ ପ୍ରବାହର ଉଚିତ ମୁକାବିଲା କରାଯିବ, ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri