Posted inଫୁରସତ

ଆଲିଙ୍ଗନ କରି ମହିଳାଙ୍କ ହାଡ଼ ଭାଙ୍ଗିଦେଲେ

ବେଜିଂ: ଚାଇନାର ଏକ କମ୍ପାନୀରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଆଲିଙ୍ଗନ କରିବା ତାଙ୍କ ସହକର୍ମୀଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣକ ମହିଳାଙ୍କୁ ଜୋର୍‌ରେ ଜାବୁଡ଼ି ଧରିବା ଫଳରେ ତାଙ୍କ କଙ୍କାଳର ୩ଟି ହାଡ଼ ଭାଙ୍ଗିଯାଇଥିଲା। ଏହାକୁ ନେଇ ସମ୍ପୃକ୍ତା ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଯୁବକ ଜଣଙ୍କୁ ୧୫ ଶହ ଡଲାର (ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା) ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁସାରେ, ଗତ ବର୍ଷ ମହିଳା ଜଣକ ଅଫିସ୍‌ରେ ଥିବାବେଳେ ତାଙ୍କ ସହକର୍ମୀ ସେଠାରେ ତାଙ୍କୁ ଜୋର୍‌ରେ ଆଲିଙ୍ଗନ କରିଥିଲେ। ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ଘରୋଇ ଚିକିତ୍ସାରେ ଯନ୍ତ୍ରଣା ନ କମିବାରୁ ସେ ଡାକ୍ତରଖାନା ଯାଇଥିଲେ। ଏକ୍ସ-ରେ କରିବା ପରେ ତାଙ୍କ କଙ୍କାଳରେ ୩ଟି ହାଡ଼ ଭାଙ୍ଗିଯାଇଥିବା ଜାଣିବାକୁ ପାଇଥିଲେ। ଏଥିରୁ ସୁସ୍ଥ ହେବା ପାଇଁ ତାଙ୍କୁ ଅନେକ ଦିନ ଲାଗିଥିଲା। ଏଥିନିମନ୍ତେ ମହିଳା ଜଣକ ଅଫିସ୍‌ରୁ ଛୁଟି ନେଇଥିଲେ। ଫଳରେ ତାଙ୍କ ଦରମା ମଧ୍ୟ କଟିଥିଲା। ମେଡିକାଲ ଖର୍ଚ୍ଚ, ଦରମା କଟିବା ଆଦିର କ୍ଷତିପୂରଣ ପାଇଁ ମହିଳା ଜଣକ କିଛିଦିନ ତଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ଚାଇନା କୋର୍ଟ ଯୁବକ ଜଣଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri