Posted inଫୁରସତ

ପ୍ରେମିକାଙ୍କ ବ୍ୟାଗ୍‌ରେ ପରିସ୍ରା କଲେ

ସିଓଲ: ପୂର୍ବତନ ପ୍ରେମିକାଙ୍କ ସହ ଝଗଡ଼ା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁକ୍ତିତର୍କବେଳେ ଯୁବତୀଙ୍କ ଦାମୀ ବ୍ୟାଗ୍‌ରେ ପରିସ୍ରା କରିଦେବାରୁ ଦକ୍ଷିଣ କୋରିଆର ଏକ ଦଓ୍ବୋନୀ ଅଦାଲତ ଯୁବକଙ୍କ ଉପରେ ୧.୫ ନିୟୁତ ଓନ୍‌ ବା ୯୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ପ୍ରେମିକା ଜଣକ ଅତ୍ୟଧିକ ଖର୍ଚ୍ଚ କରୁଥିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଗତ ଅକ୍ଟୋବରରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଯୁବକ ଜଣକ ପ୍ରେମିକାଙ୍କ ସମ୍ମୁଖରେ ତାଙ୍କ ଡିଜାଇନର ଭ୍ୟାନିଟି ବ୍ୟାଗ୍‌ରେ ପରିସ୍ରା କରିଦେଇଥିଲେ। ଏ ନେଇ ପ୍ରେମିକା ଥାନାରେ ଏତଲା ଦେଇଥିଲେ। ହେଲେ ଯୁବକ ଜଣକ ଦୋଷ ନ ମାନିବାରୁ ବ୍ୟାଗ୍‌ରେ ଲାଗିଥିବା ପରିସ୍ରା ନମୁନାକୁ ଫୋରେନ୍ସିକ୍‌ ଟିମ୍‌ ଯାଞ୍ଚ କରିଥିଲା। ଡିଏନ୍‌ଏ ଟେଷ୍ଟ ରିପୋର୍ଟ ଯୁବକଙ୍କ ସହ ମିଶିଥିଲା। ଫଳରେ ଯୁବତୀ ଜଣକ ଏ ବାବଦ କ୍ଷତିପୂରଣ ଦାବି କରିଥିଲେ। ପରେ କୋର୍ଟ ଯୁବକଙ୍କୁ ୯୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri