ଜୀବନରେ ଅପବ୍ୟୟ

ଡ. ସତ୍ୟ ନାରାୟଣ ମିଶ୍ର

ବଞ୍ଚିବା  ନିମନ୍ତେ ଆବଶ୍ୟକ ଉପକରଣ ତଥା ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ବ୍ୟୟ ଯଥାର୍ଥ। ବ୍ୟୟ ଓ ଅପବ୍ୟୟ ମଧ୍ୟରେ ପ୍ରାସଙ୍ଗିକତା ଦୃଷ୍ଟିରୁ ପ୍ରଥମେ ଯେତେବେଳେ ଅପବ୍ୟୟ କଥା ଆଲୋଚନା ହୁଏ, ସେତେବେଳେ ଆଗ ବ୍ୟୟ କଥା ଆସେ। ସେ ଦୃଷ୍ଟିରୁ ସୂକ୍ଷ୍ମ ଚିନ୍ତାଧାରାରେ ତର୍ଜମା କଲେ ସୃଷ୍ଟିର ପ୍ରତ୍ୟେକ ମଣିଷ ବର୍ତ୍ତମାନ ବ୍ୟୟ ସଙ୍କୁଚିତ କରି ଅପବ୍ୟୟରେ ନିଜେ ନିମଜ୍ଜିତ। ବ୍ୟୟ ହେଉଛି ଆବଶ୍ୟକତାକୁ ସମ୍ମୁଖୀନ ହେବା ଓ ଜୀବନଧାରଣରେ ନିଜର ଅଭାବକୁ ମେଣ୍ଟେଇବା। ତେଣୁ ବ୍ୟୟରେ ଥାଏ ହିସାବ ଓ ଏହା ସହିତ ଆୟର ମଧ୍ୟ ସମ୍ପର୍କ ଥାଏ। ଆୟ ସହିତ ବ୍ୟୟର ସମଷ୍ଟିଗତ ତଥା ତୁଳନାତ୍ମକ ସମ୍ପର୍କ ରହିଅଛି। ବ୍ୟୟ ଆୟକୁ ଦେଖି କରାଯାଏ, ମାତ୍ର ଆୟ ବ୍ୟୟକୁ ଦେଖି ମଣିଷ ଯାହା ଚାହେଁ ହୋଇପାରେନା। ତେଣୁ ବ୍ୟୟରେ ଥାଏ ଏକ ପରିସୀମା, ଯାହା ଆୟ ତାହାକୁ ଲଗାମ ଧରେ। ସେଥିପାଇଁ ବିଜ୍ଞ ଲୋକମାନେ ଆୟ ଓ ବ୍ୟୟର ଏକ ଅଟକଳ କରିଥାଆନ୍ତି, ଯାହା ‘cut your court according to your cloth’ କୁ ମାନ୍ୟତା ଦିଏ ।
ମାତ୍ର ପ୍ରାସଙ୍ଗିକତା ଦୃଷ୍ଟିକୋଣରୁ ବିଚାର କଲେ ଯାହା ବ୍ୟୟର ପରିସୀମାକୁ ଲଙ୍ଘି ଆଗକୁ ଚାଲିଯାଏ, ତାହାକୁ ଅପବ୍ୟୟ କୁହାଯାଏ। ଅପବ୍ୟୟର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନଥାଏ। ଅପବ୍ୟୟ ହେଉଛି ଏକ ମାନସିକ ଦୁର୍ବଳତା ଓ ଅସହିଷ୍ଣୁତାର ରୂପରେଖ। ସମାଜରେ ନିଜର ବାହ୍ୟାଡ଼ମ୍ବର ସ୍ଥିତିକୁ ମଜଭୁତ କରିବା ପାଇଁ ଅନେକ ଅପବ୍ୟୟ କରିଥା’ନ୍ତି ତ ପୁଣି କେତେକ ଅଭ୍ୟାସଗତ ଢାଞ୍ଚାରେ ନିଜକୁ ସାମିଲ କରିଥା’ନ୍ତି। ଯଦି ଜଣେ ମଣିଷ ଉଚିତ ମାର୍ଗ ଅବଲମ୍ବନ କରି ଅର୍ଥ ଉପାର୍ଜନ କରେ, ତେବେ ସେ ତାହାର ବ୍ୟୟ ଉପରେ ଯଥେଷ୍ଟ ନଜର ରଖିଥାଏ। ମାତ୍ର ଯଦି ଜଣେ ଅପବ୍ୟୟକୁ ଖାତିରି କରେ ନାହିଁ, ତେବେ ସେ କେବେହେଲେ ଉପଯୁକ୍ତ ମାର୍ଗରେ ଅର୍ଥ ଉପାର୍ଜନ କରି ନଥାଏ। ଅପବ୍ୟୟର ଅର୍ଥ ନୈତିକତାର ବିଲୋପ। ଅନ୍ୟପକ୍ଷରେ ମାତ୍ରାଧିକ ଧନ ବା ଅତ୍ୟଧିକ ବ୍ୟାବହାରିକ ବସ୍ତୁର ମହଜୁଦ ଅପବ୍ୟୟର କାରଣ ହୋଇଥାଏ। ଯେତେବେଳେ ବ୍ୟକ୍ତି ନିକଟରେ ଅର୍ଥ ବା ଆବଶ୍ୟକ ଉପକରଣର ମହଜୁଦରେ ସ୍ବଳ୍ପତା ଥାଏ ବା ସମାଜରେ ଉକ୍ତ ବସ୍ତୁ ବା ପଦାର୍ଥରେ ସଙ୍କଟ ଥାଏ, ମନୁଷ୍ୟ ସେ କ୍ଷେତ୍ରରେ ନିଜର ବଞ୍ଚତ୍ବାର ଅଧିକାରକୁ ଚରିତାର୍ଥ କରିବାକୁ ଯାଇ ଉକ୍ତ ଧନ, ବସ୍ତୁ, ପଦାର୍ଥ ଇତ୍ୟାଦିର ସୁ-ବିନିଯୋଗ କରିଥାଏ ଓ ଅପବ୍ୟୟ ନକରି କେବଳ ଆବଶ୍ୟକ ବ୍ୟୟ କରିଥାଏ। ତେବେ ଏଥିରୁ ପ୍ରତୀୟମାନ ହୁଏ ଯେ, ମଣିଷ ସଙ୍କଟ ସମୟରେ ଆବଶ୍ୟକୀୟ ବ୍ୟୟ କରି ଜାଣିଛି ଓ ସଙ୍କଟରୁ ମୁକ୍ତି ହେଲେ ଅପବ୍ୟୟ ଅନବରତ କରିଚାଲିଥାଏ, ଯାହା ହେଉଛି ବିକୃତ ମାନସିକତାର ପରିପ୍ରକାଶ।
ପୃଥିବୀରେ ବିଶେଷତଃ ଏସିଆ ଓ ଏସିଆର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଅଧିକ ଅପବ୍ୟୟରେ ଅଭ୍ୟସ୍ତ। ଯଦି ଅପବ୍ୟୟକୁ ଆମେ ପର୍ଯ୍ୟାୟକ୍ରମେ ବିଭିନ୍ନ ଭାଗରେ ବିଭକ୍ତ କରିବା, ତେବେ ଅନେକ ଅପବ୍ୟୟ ମଧ୍ୟରୁ ଆମେ ମୁଖ୍ୟତଃ କେତୋଟିକୁ ଦୃଷ୍ଟିଗୋଚରକୁ ଆଣିପାରିବା। ତରଳ ପଦାର୍ଥର ଅପବ୍ୟୟଗୁଡ଼ିକ ଆମେ ଗୃହରେ ଓ କଳ କାରଖାନାରେ କରିଥାଉ ଯାହା ଏକ ବ୍ୟାଧିରେ ପରିଣତ ଓ ଦୈନନ୍ଦିନ ଜୀବନର ଦେହସୁହା ହୋଇଗଲାଣି। ସେଥିପ୍ରତି ମଧ୍ୟ କାହାର ନଜର ନଥାଏ। ଘରେ ଓ କଳକାରଖାନାରେ ପାଣିର ଅପବ୍ୟୟ, ବିଷାକ୍ତ ପାଣିର ପରିବେଶକୁ ପ୍ରୟୋଗ, ବର୍ଷା ପାଣି ଇତ୍ୟାଦିର ଅପବ୍ୟୟ। ପୃଥିବୀରେ ତିନି ପ୍ରକାରର ରତ୍ନ ଥାଏ। ସେଗୁଡ଼ିକ ହେଲା- ଜଳ, ଅନ୍ନ ଓ ମଧୁର ବଚନ। ତେଣୁ ଜଳ ଭଳି ରତ୍ନ ଓ ସମ୍ପଦର ସୁବିନିଯୋଗ ହେଉଛି ଏକାନ୍ତ ଆବଶ୍ୟକ। ନଚେତ୍‌ କେଉଁ ମୁହୂର୍ତ୍ତରେ ସୁନ୍ଦର ସୃଷ୍ଟିର ବିନାଶ ହୋଇଯାଇପାରେ। ଅନ୍ୟପକ୍ଷରେ ପେଟ୍ରୋଲ ଓ ପେଟ୍ରୋଲଜାତ ତରଳ ପଦାର୍ଥର ମାତ୍ରାଧିକ ଅପବ୍ୟୟ ଦିନେ ନା ଦିନେ ସୃଷ୍ଟିର ପ୍ରଗତିର ବାଧକ ହୋଇ ଉଭା ହେବ। କଠିନ ପଦାର୍ଥର ଅପବ୍ୟୟଗୁଡ଼ିକ ହେଲା ପ୍ଲାଷ୍ଟିକ୍‌, କାଗଜ, ଲୁହା ଓ ଟିଣ ତଥା କାଚ ଇତ୍ୟାଦିର ଅପବ୍ୟୟ। ପ୍ରତିଦିନ ଆମେ ବ୍ୟବହାରଯୋଗ୍ୟ ପଦାର୍ଥର ଏତେ ଅଣସଂଯତ ବ୍ୟବହାର କରୁ ଯେ ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ଆବଶ୍ୟକ କରୁ ଉକ୍ତ ବ୍ୟବହୃତ ଜିନିଷଟି ଆମେ ଆଉ ପାଉନାହୁଁ।
ନିଜର ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅନେକ ଜିନିଷରୁ ଜୈବିକ ସାର ପାଇପାରନ୍ତେ; ମାତ୍ର ଆମେ ରାସାୟନିକ ସାର ବ୍ୟବହାର କରୁଅଛୁ। ଘରେ ବାସିଫୁଲ, ଗଛର ପତ୍ର, ଗାଈ ଗୋରୁର ଗୋବରରେ ପ୍ରସ୍ତୁତ ଜୈବିକ ସାରକୁ ଆମେ ବ୍ୟବହାର କରୁନାହୁଁ। ଆମେ ପ୍ରକୃତିର ବାୟୁ, ଜଳ, ପରିବେଶ ଆଦିକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରୁଛୁ। ଏଥିରେ ପ୍ରତ୍ୟକ୍ଷ ଭାବରେ ଯଦି ବ୍ୟକ୍ତିର କିଛି କ୍ଷତି ବା ବ୍ୟୟ ହୋଇ ନଥାଏ, ମାତ୍ର ସାମୂହିକ ଭାବରେ ବିଚାର କଲେ ଏହା ସମାଜର ବୃହତ୍‌ କ୍ଷତି କରିଥାଏ।
ଆଜିର ମଣିଷ ଯାହା ଅପବ୍ୟୟ କରେ ତାହା ହେଉଛି ସମୟ, ଶ୍ରମ, ଖାଦ୍ୟ ପଦାର୍ଥ, ବିଜୁଳି, ଇନ୍ଧନ ଇତ୍ୟାଦି ଇତ୍ୟାଦି। ଗାଁରୁ ସହର ପର୍ଯ୍ୟନ୍ତ ବର୍ତ୍ତମାନ ମଣିଷ ସମୟର ସଦ୍‌-ବିନିଯୋଗ ଉପରେ ଆଦୌ ଗୁରୁତ୍ୱ ଦେଉନାହାନ୍ତି। ସମୟ ସହ ଶ୍ରମର ମିଶ୍ରଣରେ ମଣିଷ ସମାଜରେ ଏକ ବିରାଟ ସମନ୍ବୟ ହୋଇପାରନ୍ତା। ମାତ୍ର ବର୍ତ୍ତମାନ ପ୍ରତ୍ୟେକ ମନୁଷ୍ୟ ଯଥେଷ୍ଟ ସମୟର ଉପଯୋଗ ପରିବର୍ତ୍ତେ ଅପବ୍ୟୟ କରୁଛନ୍ତି ମୋବାଇଲରେ, ଫେସ୍‌ବୁକରେ, ହ୍ବାଟ୍ସ ଆପରେ, ଟିଭି ଦେଖିବାରେ, ସର୍ବାଦୌ ଆମୋଦ ପ୍ରମୋଦରେ। ଏଥିରେ ଯଥେଷ୍ଟ ଶ୍ରମ, ଶକ୍ତି ଓ ସମୟର ଅପଚୟ ଓ ଅପବ୍ୟୟ ହେଉଅଛି। ଯେତେବେଳେ ପୃଥିବୀର ୭୯୫ ମିଲିୟନ ମଣିଷ ଖାଦ୍ୟ ମୁଠିଏ ପାଆନ୍ତି ନାହିଁ, ଅର୍ଥାତ୍‌ ପୃଥିବୀରେ ପ୍ରତି ୯ ଜଣରେ ଜଣେ ଭୋକିଲା ରହେ, ସେହି ପୃଥିବୀରେ ଘରେ କିମ୍ବା ଭୋଜିରେ ଯେତେ ପରିମାଣରେ ଖାଦ୍ୟ ନଷ୍ଟ କରାଯାଏ, ତାହା କଳନାର ବାହାରେ। ବର୍ତ୍ତମାନର ସମାଜରେ ଆଭିଜାତ୍ୟପୂର୍ଣ୍ଣ ଅଭ୍ୟର୍ଥନାରେ ଯେପରି ଖାଦ୍ୟର ଅପବ୍ୟୟ କରାଯାଇଥାଏ, ତାହା ହେଉଛି ସଭ୍ୟ ସମାଜର ପ୍ରକୃତି ତଥା ଭୁଭୁକ୍ଷୁ ମଣିଷ ସମାଜ ପ୍ରତି ତିରଷ୍କାର। ବିଜୁଳି ଓ ପେଟ୍ରୋଲିୟମ୍‌ଜାତ ପଦାର୍ଥର ଅପବ୍ୟୟର ମାତ୍ରା ଏତେ ମାତ୍ରାରେ ବଢ଼ିଯାଇଛି ଯେ ଏହାର ସର୍ବଶେଷ ସ୍ଥିତିକୁ ମଣିଷ ଅପେକ୍ଷା କରିଛି। ତେଣୁ ବର୍ତ୍ତମାନ ମଧ୍ୟ ସମୟ ଅଛି ସଭ୍ୟ ସମାଜ ଅପବ୍ୟୟରୁ କ୍ଷାନ୍ତ ହୋଇ ଆବଶ୍ୟକ ବ୍ୟୟ ଉପରେ ଗୁରୁତ୍ୱ ଦେଲେ ସମାଜର ମଙ୍ଗଳ ହେବ। ଅଭିଲେଖାଧିକାରୀ
ଜାତୀୟ ଅଭିଲେଖାଗାର,ଭୁବନେଶ୍ବର
ମୋ -୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?