ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା ଦେଇ ବ୍ରିଟିଶଙ୍କୁ ଭାରତ ଛାଡିବା ଲାଗି ବାଧ୍ୟ କରିଥିଲେ। ୨୦୨୩ ମସିହାର ଏହି ଦିନରେ ଭାଜପା ସରକାର ମାଇନିଂ ଓ ମିନେରାଲ୍ସ ନିୟନ୍ତ୍ରଣ ଆଇନର ୧୬ତମ ସଂଶୋଧନକୁ କାର୍ଯ୍ୟକାରୀ କରିଥିଲେ। ଦେଶର ଅତି ସମ୍ବେଦନଶୀଳ ଛଅ ପ୍ରକାର ଆଣବିକ ଖଣିଜ ଦ୍ରବ୍ୟ ଯଥା ଟିଟାନିୟମ, ଲିଥିୟମ ଓ ଟାଣ୍ଟାଲମ ଇତ୍ୟାଦିର ଖନନ ଅଧିକାର ପ୍ରାଇଭେଟ ଓ ବିଦେଶୀ କମ୍ପାନୀଙ୍କୁ ଯାହା କେବଳ ସରକାରୀ ଉଦ୍ୟୋଗ ହାତରେ ଥିଲା ତାହାକୁ ଦିଆଗଲା। ସ୍ବୀକାର କରାଗଲା ଯେ ବିଦେଶୀ ଓ ବୃହତ୍‌ ଦେଶୀ କମ୍ପାନୀଙ୍କ ଜାତୀୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହାକୁ ଭାଜପା ଡିସେମ୍ବର ୧୧, ୨୦୨୩ରେ ପ୍ରକାଶିତ ବିକଶିତ ଭାରତର ଭିଜନ ଡକ୍ୟୁମେଣ୍ଟରେ ସ୍ବୀକାର ମଧ୍ୟ କଲା। ବିକଶିତ ଭାରତ ଲାଗି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର ଆବଶ୍ୟକତାକୁ ଯୁକ୍ତି କରାଗଲା। ଏଥିରେ ଆମେରିକୀୟ କମ୍ପାନୀ ଆଇବିଏମ୍‌, ମାଇକ୍ରୋସଫ୍ଟ ଇତ୍ୟାଦି କମ୍ପାନୀର ଭୂମିକାକୁ ଗୁରୁତ୍ୱ ଦିଆଗଲା। ଏହା ସହିତ ଓଡ଼ିଶା ଲାଗି ନୂତନ ବିପଦ ସୃଷ୍ଟି କରିଦିଆଗଲା। ତାହା ଥିଲା ଏଆଇ ଲାଗି ଚିପ୍‌ ନିର୍ମାଣ ପାଇଁ ସେମିକଣ୍ଡକ୍ଟର ଶିଳ୍ପ ଓ ଏଆଇ ଡାଟା ସେଣ୍ଟର ନିର୍ମାଣ।
ଆଜିକୁ ସତୁରି ବର୍ଷ ତଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଆଗାମୀ ଭାରତର ରୂପରେଖ ସମାଜବାଦୀ ଢାଞ୍ଚାରେ ସମାଜ ନିର୍ମାଣର ସ୍ଲୋଗାନ ଦେଇଥିଲେ। ସେଥିରେ ସେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନା(୧୯୫୬-୧୯୬୧)ରେ ଯେଉଁ ଦ୍ରୁତ ଶିଳ୍ପାୟନର ଚିତ୍ର ଆଙ୍କିଥିଲେ ସେଥିରେ ଥିଲା ଆଜିର ଏମ୍‌ଏମ୍‌ଡିଆର, ୧୯୫୬ ଆଇନ, ଓଡ଼ିଶାରେ ନିର୍ମାଣ ହେଲା ସରକାରୀ ଉଦ୍ୟୋଗ ‘ଓଡ଼ିଶା ମାଇନିଂ କର୍ପୋରେଶନ’, ଆମେରିକା, ଇଂଲଣ୍ଡ ଓ ଜର୍ମାନୀର ବୈଷୟିକ ଜ୍ଞାନ ସହଯୋଗରେ ଭାକ୍ରା ଡ୍ୟାମ୍‌,ହୀରାକୁଦ ଡ୍ୟାମ୍‌, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ କେନ୍ଦୁଝର ଜିଲାରେ ଖଣିଖନନ। ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ଓ ରାଜ୍ୟରେ ଅନେକ ଖଣି ମାଲିକ ନିଜ ବ୍ୟବସାୟ ବୃଦ୍ଧି ଲାଗି କେନ୍ଦୁଝରକୁ ପ୍ରକୃଷ୍ଠ କ୍ଷେତ୍ର ବାଛିଛନ୍ତି । ହେଲେ ପ୍ରଶ୍ନ ହେଉଛି ସ୍ଥିତି ଏପରି କ’ଣ ଥିଲା ଯେ ଜୁଆଙ୍ଗ ଭଳି ପ୍ରାଚୀନ ଆଦିବାସୀ ଜନଜାତି ଗୋଷ୍ଠୀର ମହିଳାଙ୍କୁ କେନ୍ଦୁଝର ଭଳି ଶିଳ୍ପ ଓ ଖଣିଭିତ୍ତିକ ଜିଲାରୁ ୧୫୦୦ କିଲୋମିଟର ଦୂର ତାମିଲନାଡୁ ଯିବାକୁ ହେଲା? ସେ ମଧ୍ୟରୁ ୧୫ ଜଣ ଆଦିବାସୀ ମହିଳା ଚିଙ୍ଗୁଡି କମ୍ପାନୀରେ ମୃତ୍ୟୁବରଣ କଲେ। ଏହା ଥିଲା କ’ଣ ନେହେରୁଙ୍କର ଓଡ଼ିଶା ଲାଗି ସମାଜବାଦୀ ଢାଞ୍ଚାରେ ସମାଜ ନିର୍ମାଣ ନା ଇନ୍ଦିରା ଗାନ୍ଧୀଙ୍କ ଗରିବି ହଟାଅ ଯୋଜନା ନା ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂଙ୍କ ଆର୍ଥିକ ସଂସ୍କାରରେ ସମୃଦ୍ଧ ଭାରତ ନିର୍ମାଣର ସ୍ବପ୍ନ?
କେନ୍ଦ୍ର ସରକାର ବିକଶିତ ଭାରତର ସ୍ବପ୍ନ ଦେଖାଇ ଏମ୍‌ଏମ୍‌ଡିଆର୍‌ର ୧୬ ତମ ସଂଶୋଧନ କରିବା ଦ୍ୱାରା ପ୍ରାଇଭେଟ ଓ ବିଦେଶୀ କମ୍ପାନୀଙ୍କ ସେମିକଣ୍ଡକ୍ଟର ପ୍ରକଳ୍ପ ଉପକୃତ ହେବ। ସେମିକଣ୍ଡକ୍ଟର ଶିଳ୍ପ ଏକ ମଧ୍ୟବର୍ତ୍ତୀ ଶିଳ୍ପ, ଯାହାର ଉଦ୍ଦେଶ୍ୟ ହେଲା ମୋବାଇଲ ଠାରୁ ଏଆଇ ଡାଟା ସେଣ୍ଟରରେ ଆବଶ୍ୟକ ଚିପ୍‌କୁ ଉତ୍ପାଦନ କରିବା। ଓଡ଼ିଶାରେ ହେବାକୁ ଥିବା ସେମିକଣ୍ଡକ୍ଟର ପ୍ରକଳ୍ପ ମଧ୍ୟରୁ ଭୁବନେଶ୍ୱର ନିକଟସ୍ଥ ଖୋର୍ଦ୍ଧା ଜିଲା ଅରିସଲ ନିକଟରେ ଅବସ୍ଥିତ ଇନ୍‌ଫୋ ଭ୍ୟାଲିରେ ସିକସେମ ପ୍ରାଇଭେଟ ଲିମିଟେଡ ଓ ଅନ୍ୟ ଏକ ପ୍ରକଳ୍ପ ଭୁବନେଶ୍ୱରଠାରେ ୩ଡି ଗ୍ଲାସ ସଲ୍ୟୁଶନ ଅନ୍ୟତମ।
ଏହା ଜଣାଶୁଣା କଥା ଯେ ସେମିକଣ୍ଡକ୍ଟର ପ୍ରକଳ୍ପ ପାଇଁ ପ୍ରଚୁର ଶୁଦ୍ଧ ମଧୁର ଜଳ ଓ ବହୁଳ ବିଦ୍ୟୁତ୍‌ ଆବଶ୍ୟକ । ତଥ୍ୟ ଅନୁସାରେ କେବଳ ସିକସେମ ପ୍ରାଇଭେଟ ଲିମିଟେଡ ପ୍ରତିଦିନ ୨୭୫୦ କିଲୋଲିଟର ଜଳ ଆବଶ୍ୟକ କରିବ। ଏହା ଏକ ୨୦,୩୭୦ ଜନସଂଖ୍ୟାବିଶିଷ୍ଟ ଛୋଟ ସହରର ଦୈନିକ ଜଳର ଆବଶ୍ୟକତା ସହିତ ସମାନ। ଏହା ସହିତ ୩ଡି ଗ୍ଲାସ ସଲ୍ୟୁଶନ ଦ୍ୱାରା ପ୍ରସ୍ତୁତ ସେମିକଣ୍ଡକ୍ଟର ପ୍ରକଳ୍ପ ଲାଗି ଆବଶ୍ୟକ ଜଳର ପରିମାଣ ସମ୍ପର୍କରେ କୌଣସି ତଥ୍ୟ ମିଳୁନାହିଁ। ଉପକୂଳ ଓଡ଼ିଶା ଲାଗି ଏହି ବିପଦ ସହିତ ଯୋଡି ହୋଇରହିଛି ମହାନଦୀର ନରାଜ ବ୍ୟାରେଜଠାରେ ନିର୍ମାଣ ହେବାକୁ ଥିବା ୧ ଗିଗାୱାଟର ବା ୧୦୦୦ ମେଗାୱାଟର ଏଆଇ ଡାଟା ସେଣ୍ଟର। ଏହି ଡାଟା ସେଣ୍ଟର ଏହାର ମେଶିନକୁ ଦିନର ୨୪ ଘଣ୍ଟା ଥଣ୍ଡା ରଖିବା ଲାଗି ଅତ୍ୟଧିକ ଜଳ ଆବଶ୍ୟକ କରିବ।
ୱାଲର୍‌ଡ ଇକୋନୋମିକ ଫୋରମର ତଥ୍ୟ ଅନୁସାରେ ଏକ ମେଗାୱାଟ ଡାଟା ସେଣ୍ଟର ଲାଗି ବାର୍ଷିକ ୨୫.୫ ନିୟୁତ ଲିଟର ଜଳ ଆବଶ୍ୟକ, ଯାହା ୩ ଲକ୍ଷ ଲୋକଙ୍କ ଦୈନିକ ଆବଶ୍ୟକ ଜଳ ସହିତ ସମାନ। ଏବେ ଆଦାନୀ ଏହାର ଏକ ହଜାର ଗୁଣ ଉନ୍ନତ ବା ଏକ ଗିଗାୱାଟ ଡାଟା ସେଣ୍ଟର ଲାଗି ବାର୍ଷିକ କେତେ ପରିମାଣରେ ଜଳ ଆବଶ୍ୟକ କରିବ ତାହା ଅନୁମାନ କରାଯାଇପାରେ। ଭୁବନେଶ୍ବରରେ ସେମିକଣ୍ଡକ୍ଟର ଶିଳ୍ପ ଓ ଡାଟା ସେଣ୍ଟର ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ ମହାନଦୀର ଜଳ, ହୀରାକୁଦର ପାୱାର ଓ ବର୍ଜ୍ୟ ପରିତ୍ୟାଗ ଲାଗି କାଠଯୋଡି ନଦୀ ଏବଂ ଭୁବନେଶ୍ବରର ଭିତ୍ତିଭୂମି। ଉଭୟ ସେମିକଣ୍ଡକ୍ଟର ଶିଳ୍ପ ପ୍ରକଳ୍ପ ଓ ଆଦାନୀ ଡାଟା ସେଣ୍ଟର ପ୍ରକଳ୍ପକୁ ପାଣି ଯୋଗାଇବା ଦ୍ୱାରା ପୁରୀ, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାର କୃଷି ବାଧାପ୍ରାପ୍ତ ହେବ, ନଦୀ ଶୁଖିଯିବ। ଭୁବନେଶ୍ବର, ଖୋର୍ଦ୍ଧା ଓ କଟକ ମ୍ୟୁନିସିପାଲିଟି ଅଞ୍ଚଳରେ ଜଳକଷ୍ଟ ଅତ୍ୟଧିକ ହେବ। ଏହା ବିଭିନ୍ନ ନଦୀରେ ଫ୍ଲୋରାଇଡ, ବିଭିନ୍ନ ମେଟାଲ, ଏସିଡ୍‌ ଓ ଅନ୍ୟ ବର୍ଜ୍ୟବସ୍ତୁ ଛାଡିବ। ଏହି ତିନି ପ୍ରକଳ୍ପ ବାୟୁମଣ୍ଡଳକୁ ଟେଟ୍ରାଫ୍ଲୋରୋମିଥେନ, ନାଇଟ୍ରୋଜେନ ଟ୍ରାଇଫ୍ରୋରାଇଡ, ସଲଫର ଇତ୍ୟାଦି ମଧ୍ୟ ଛାଡିବ, ଯାହା କେବଳ ବାୟୁମଣ୍ଡଳକୁ ଦୂଷିତ କରିବ ତାହା ନୁହେଁ ଦ୍ରୁତ ଜଳବାୟୁ ପରିବର୍ତ୍ତନ ଘଟାଇବ। ଏତେ ବଡ ସାମାଜିକ, ପରିବେଶଗତ ଓ ଆର୍ଥିକ କ୍ଷତିକୁ ଲୁଚାଇବା ଲାଗି ନିଯୁକ୍ତିର ଯୁକ୍ତି କରାଯାଉଛି। କିନ୍ତୁ କୌଣସି ଏମ୍‌ଓୟୁରେ ନିଯୁକ୍ତି କଥା ଉଲ୍ଲେଖ ରହୁନାହିଁ। ସରକାରୀ ପ୍ରେସ୍‌ ବିଜ୍ଞପ୍ତିରେ କିଛି ଶହ ନିଯୁକ୍ତିର ଯେଉଁ ଆଶ୍ୱାସନା ଦିଆଯାଉଛି (ତାହା ଅତି ଉଚ୍ଚ ଶିକ୍ଷିତ ଇଞ୍ଜିନିୟରଙ୍କ ଲାଗି ଉଦ୍ଦିଷ୍ଟ) ତାହା ଅଳିଆ ଗଦାର କାଗଜ ସହିତ ସମାନ। ତାହା ଲିଗାଲ ଡକ୍ୟୁମେଣ୍ଟ ନୁହେଁ। ତାହାକୁ ସରକାର ଆମ ଆଗରେ ଯୁକ୍ତି ଛଳରେ ରଖୁଛନ୍ତି।
ନେହେରୁଙ୍କ ସମାଜବାଦୀ ସ୍ଲୋଗାନକୁ ପୂରଣ କରିବାକୁ ଯାଇ ଓଡ଼ିଶା ଭଳି ଖଣିଜବହୁଳ ଓ ନଦୀବହୁଳ ରାଜ୍ୟ ବଳି ପଡିଛି। ସତୁରି ବର୍ଷ ଭିତରେ ଓଡ଼ିଶା ଏକ ଅସ୍ବାସ୍ଥ୍ୟକର, ଜଳବିହୁନ, ପ୍ରବାସୀ ଶ୍ରମିକ ପ୍ରବଣ, କୃଷିବିହୀନ, ଜଙ୍ଗଲ ଶୂନ୍ୟ, ଆତ୍ମହତ୍ୟା ପ୍ରବଣ, ଦୁର୍ନୀତିଗ୍ରସ୍ତ ଅମଲାତନ୍ତ୍ର ଓ ମହିଳାଙ୍କ ଲାଗି ଅସୁରକ୍ଷିତ ରାଜ୍ୟରେ ପରିଣତ ହୋଇସାରିଛି। ବିକଶିତ ଭାରତର ସ୍ଲୋଗାନ ଆଗାମୀ ଦିନରେ ଓଡ଼ିଶାର ଉପକୂଳରେ ନୂଆ ମରୁଭୂମି ସୃଷ୍ଟି କରିବ । ସେମିକଣ୍ଡକ୍ଟର ପ୍ରକଳ୍ପର ବର୍ଜ୍ୟବସ୍ତୁ ଆଗାମୀ କେତେ ପିଢି ଲାଗି ଏହି ଅଞ୍ଚଳକୁ ବସତିଶୂନ୍ୟ କରିବ। ଏହାକୁ ହୁଏତ ଏକ ଗୋଷ୍ଠୀ ସ୍ବୀକାର କରି ନ ପାରନ୍ତି। କାରଣ ଏହା ସତ୍ୟ ଯେ ଓଡ଼ିଶାରେ ଏଭଳି ଏକ ମଧ୍ୟବିତ୍ତ ବର୍ଗ ତିଆରି ହୋଇସାରିଛି ଯାହାଙ୍କର ଏଭଳି ବିକାଶ ପ୍ରକଳ୍ପ ସହିତ ଛୋଟ ଛୋଟ ସ୍ବାର୍ଥ ଜଡିତ ହୋଇରହିଛି। କେଉଁ ଓଡ଼ିଆ ଖଣି ସବ୍‌ଲିଜ ଧରିଛି, କିଏ ଛୋଟ ବଡ ଠିକା ପାଇଛି, କିଏ ଗୁଣ୍ଡା ହୋଇଛି, କେଉଁ ଖାକି ଅଫିସର ଆଇନକୁ ହାତକୁ ନେଉଛି ତ କେଉଁ ଜୁଡିସିଆଲ ଅଫିସର ଆକ୍ଟିଭିଷ୍ଟଙ୍କୁ ଜାମିନ ନ ଦେବାର ଶପଥ ନେଇଛି। ଏଠି ବଡ ପ୍ରଶାସକ ସରକାରୀ ଅଫିସକୁ କମ୍ପାନୀ ଅଫିସରେ ପରିଣତ କରିଛି ତ ପ୍ରମୁଖ ଦଳ ଇଲେକ୍ଟୋରାଲ ଟ୍ରଷ୍ଟରେ ମୋଟା ଚାନ୍ଦା ନେଉଛନ୍ତି। ଏହି ଛୋଟ ଛୋଟ ସ୍ବାର୍ଥ ବଡ ସ୍ବାର୍ଥକୁ ବଳିଷ୍ଠ କରିଛି ଓ ଆଗାମୀ ଦିନରେ କରିବ ମଧ୍ୟ। ଓଡ଼ିଆ ଭାବରେ ଆମ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ, କୃଷିଭିତ୍ତିକ କରିବା। ଏହାସହ ଏବଂ ଜଙ୍ଗଲ ଓ ନଦୀର ସୁରକ୍ଷା କରିବା। ଆମକୁ ତାହା କରିବାକୁ ହେବ।

ଦେବ ରଞ୍ଜନ
-ମାନବ ଅଧିକାର କର୍ମୀ ଓ ବୃତ୍ତଚିତ୍ର ନିର୍ମାତା
ମୋ: ୮୪୫୬୯୩୧୪୨୩

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?