Posted inଖେଳ

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)-ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅଲୁରର କେଏସ୍‌ସିଏ ଗ୍ରାଉଣ୍ଡ-୨ରେ ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌ ‘ସି’ ମ୍ୟାଚରେ ଓଡ଼ିଶା ୭ ଉଇକେଟରେ ବିହାରକୁ ପରାସ୍ତ କରିଛି। କେରଳ, ରେଲଓ୍ବେ ଓ କର୍ନାଟକଠାରୁ କ୍ରମାଗତ ୩ ପରାଜୟ ପରେ ଓଡ଼ିଶାର ଏହା ପ୍ରଥମ ବିଜୟ। ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ବିହାର ୫୦ ଓଭରରେ ୭ ଉଇକେଟ ହରାଇ ୨୫୫ ରନ କରିଥିଲା। ଜବାବରେ ଓଡ଼ିଶା ୪୮.୧ ଓଭରରେ ୩ ଉଇକେଟ ହରାଇ ୨୫୮ ରନ ସଂଗ୍ରହ କରି ନେଇଥିଲା। ବିଜୟ ଫଳରେ ଓଡ଼ିଶା ପଏଣ୍ଟ (୪) ଖାତା ଖୋଲିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବିହାର। ମଙ୍ଗଲ ମହରୋର ଓ ଏସ. ଗନିଙ୍କ ଓପନିଂ ଯୋଡ଼ିରେ ଦଳ ୨୧ ଓଭରରୁ ୯୫ ରନ ସଂଗ୍ରହ କରି ଦଳ ପାଇଁ ଭଲ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା। ୬୮ ବଲ୍‌ରୁ ୭ ଚୌକା ସହାୟତାରେ ୪୮ ରନ କରିଥିବା ଗନିଙ୍କୁ ଆଉଟ କରି ଓଡ଼ିଶାକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଅଧିନାୟକ ଶାନ୍ତନୁ ମିଶ୍ର। ପରେ ମଙ୍ଗଲ (୩୮ ରନ, ୬୪ ବଲ, ୩ ଚୌକା, ୧ ଛକା) ଓ ଯଶଭି ରିଷଭ (୨)ଙ୍କୁ ଶାନ୍ତନୁ ଆଉଟ କରିବାରୁ ୨୩ ଓଭର ବେଳକୁ ବିହାର ସ୍କୋର ୯୯/୩ ହୋଇ ଯାଇଥିଲା। ମିଡ୍‌ଲ ଅର୍ଡରରେ ବବୁଲ କୁମାର ୭୮(୭୧ ବଲ, ୩ ଚୌକା, ୪ ଛକା) ରନ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶଶିମ ରାଠୋର ୨୭ ଓ ବିକାଶ ରଞ୍ଜନ ୨୦ ରନରେ ଆଉଟ ହୋଇଥିବାବେଳେ ଅନୁଜ ରାଜ ୧୦ ବଲ୍‌ରୁ ୨୨(୧ ଚୌକା, ୨ ଛକା) ରନରେ ଅପରାଜିତ ରହିଥିଲେ। ଓଡ଼ିଶା ପକ୍ଷରୁ ଶାନ୍ତନୁ ସର୍ବାଧିକ ୩ଟି, ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏ ଉଇକେଟ ନେଇଥିଲେ।
ବିହାର ପରି ଓଡ଼ିଶାର ଦୁଇ ଓପନର ଶାନ୍ତନୁ ଓ ସନ୍ଦୀପ ପଟ୍ଟନାୟକ ଦୃଢ଼ ବ୍ୟାଟିଂ କରି ଦଳ ପାଇଁ ମୂଳଦୁଆ ମଜଭୁତ କରିଥିଲେ। ଓପନିଂ ଯୋଡ଼ିରେ ଦୁହେଁ ୨୬.୫ ଓଭରରୁ ୧୨୪ ରନ ସଂଗ୍ରହ କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିଲେ। ୮୧ ବଲ୍‌ରୁ ୧୦ ଚୌକା ସହ ୬୪ ରନ କରିଥିବାବେଳେ ସନ୍ଦୀପ ଡାହାଣହାତୀ ମିଡିୟମ ପେସର ରାହୁଲ କୁମାରଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ଫର୍ମରେ ଥିବା ଶୁଭ୍ରାଂଶୁ ସେନାପତି ୧୧ ରନରେ ରନ୍‌ଆଉଟ ହୋଇଯାଇଥିବାବେଳେ ଶାନ୍ତନୁ ୧୦୭ ବଲ୍‌ରୁ ୬ ଚୌକା ଓ ୧ ଛକା ସହାୟତାରେ ୭୬ ରନ କରି ରନଆଉଟ ହୋଇଥିଲେ। ୧୭୧ ରନରେ ଦଳର ତୃତୀୟ ଉଇକେଟ ପତନ ଘଟିଥିଲା। ତେବେ କାର୍ତ୍ତିକ ବିଶ୍ୱାଳ ଓ ଅଙ୍କିତ ଯାଦବ ଆଉ କୌଣସି କ୍ଷତି ହେବାକୁ ନ ଦେଇ ଅସମାପ୍ତ ୪ର୍ଥ ଉଇକେଟରେ ୮୭ ରନ ଯୋଗକରି ଦଳକୁ ବିଜୟୀ କରାଇଥିଲେ। କାର୍ତ୍ତିକ ୪୬ ବଲ୍‌ରୁ ୩ ଚୌକା ସହ ୫୩ ଏବଂ ଅଙ୍କିତ ୩୯ ବଲ୍‌ରୁ ୫ ଚୌକା ସହାୟତାରେ ୪୩ ରନ କରିବାରୁ ଓଡ଼ିଶା ଆହୁରି ୧୧ ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରି ଯାଇଥିଲା। ବିହାର ପକ୍ଷରୁ ରାହୁଲ କୁମାର ଗୋଟିଏ ଉଇକେଟ ପାଇଥିଲେ। ଶାନ୍ତନୁ ମିଶ୍ରଙ୍କ ଓଡ଼ିଶା ଦଳ ୨୮ ତାରିଖରେ ଏହାର ଶେଷ ଲିଗ୍‌ ମ୍ୟାଚ ଉତ୍ତର ପ୍ରଦେଶ ବିପକ୍ଷରେ ଖେଳିବ।
ସଂକ୍ଷିପ୍ତ ସ୍କୋର
ବିହାର ୫୦ ଓଭରରେ ୨୫୫/୭(ବବୁଲ କୁମାର-୭୮, ଏସ. ଗନି-୪୮, ଶାନ୍ତନୁ ମିଶ୍ର-୩/୪୬, ରାଜେଶ ମହାନ୍ତି-୨/୪୦, ସୂର୍ଯ୍ୟକାନ୍ତ ପ୍ରଧାନ-୨/୬୬)। ଓଡ଼ିଶା ୪୮.୧ ଓଭରରେ ୨୫୮/୩ (ଶାନ୍ତନୁ-୭୬, ସନ୍ଦୀପ ପଟ୍ଟନାୟକ-୬୪, କାର୍ତ୍ତିକ ବିଶ୍ୱାଳ-୫୩*, ଅଙ୍କିତ ଯାଦବ-୪୩*, ରାହୁଲ କୁମାର-୧/୩୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri