ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି ଦି’ ଭାଇ ମୁହଁ ମୋଡ଼ାମୋଡ଼ି ହୋଇଗଲେ। ଏମିତି ହୋଇଗଲା ଯେ ଦୈବାତ ମୁହଁକୁ ମୁହଁ ମିଶିଗଲେ ବି ଶଙ୍ଖାଳିବାକୁ ଉଚିତ ମଣିଲେନି। ଏହାର ପ୍ରଭାବରେ କେହି କାହା ଘରକୁ ଯିବାକୁ ମନା। କିନ୍ତୁ ପିଲା ମନ। ତାଙ୍କୁ ରୋକିବ କିଏ। କିଛି ଦିନ ଭିତରେ ବିଦ୍ୟାଳୟରେ ପିଲାମାନେ ଅବାଧରେ ମିଶିଲେ। ଏକାଠି ଖାଇଲେ ଓ ଖେଳାଖେଳି କଲେ। ଘରକୁ ଫେରିଲେ କିଏ କାହାକୁ ନ ଚିହ୍ନିବାର ଅଭିନୟ କଲେ। ପିଲାମାନେ ବୁଝି ଯାଇଥିଲେ ଯେ ବଡ଼ଙ୍କ କଳିରେ ପିଲାଙ୍କ କାମ କିଛି ନାହିଁ। ଥରେ ବିଦ୍ୟାଳୟ ହତାରେ ପିଲାଙ୍କ ଏକତ୍ର ମେଳି ଦେଖି ସାନ ଭାଇ ପୂରା ନିଅଁାବାଣ। ପରେ ପିଲାକୁ ନେବାକୁ ଆସିଥିବା ବଡ଼ ଭାଇଙ୍କ ଉପସ୍ଥିତି ଦେଖି ଆରମ୍ଭ ହେଲା ଯୁକ୍ତିତର୍କ। ଦୁହେଁ ବୋଲାବୋଲି ହେଲେ। ବିଦ୍ୟାଳୟ ହତା ଭିତରେ ଥିବା ପାଣିଭର୍ତ୍ତି ଫାଉଣ୍ଟେନ ଆଡକୁ ଆଙ୍ଗୁଠି ଦେଖାଇ ବଡ଼ର ପୁଅ ହଠାତ ପଚାରିଲା-‘ଆଚ୍ଛା ଏତେ ତ ଭାଇ ଭାଗକୁ ନେଇ ଝଗଡ଼ା କରୁଛ, ଥରେ ଏ ପାଣିକୁ ଦି’ ଭାଗ କରି ଦେଖାଅ।‘ସାନର ଝିଅ କହିଲା – ‘ବାପା ତୁମେ ଆମ ପାଖରେ ଥିବା ପବନକୁ ଦି ଭାଗ କଲ ଦେଖିବା।’ ପିଲାଙ୍କ ପ୍ରଶ୍ନରେ ଦୁହେଁ ହତବାକ ହୋଇଗଲେ। ସେଠାରୁ ପିଲାଙ୍କୁ ନେଇ ଘରକୁ ଆସିଲେ। କ୍ରମଶଃ ଦୁଇ ପରିବାରର ପୁରୁଣା ବିବାଦରେ ତାଲା ଝୁଲିଲା। ତେବେ ପିଲାଙ୍କ ମୁଣ୍ଡକୁ ଏମିତି ପ୍ରଶ୍ନ ଜୁଟିବାର କାରଣ ଜାଣି ଦୁଇଟି ପରିବାର ଚକିତ ହୋଇଗଲେ। ଦିନେ ଦୁଇ ପିଲାଙ୍କ ଝଗଡ଼ା ତୁଟେଇବାକୁ ଯାଇ ଜେଜେ ମାଆ ପାଖକୁ ଡାକି ବୁଝାଇ କହିଥିଲେ -କଳି ଝଗଡ଼ା ଭଲ ନୁହଁ। ରକ୍ତର ସମ୍ପର୍କ ଦି’ ଭାଗ ହୁଏନି। ଆହୁରି ବୁଝାଇବାକୁ ଯାଇ କହିଥିଲେ ପାଣି ଓ ପବନକୁ କିଏ ଦି’ ଭାଗ କରିପାରେ? ସେଇ କଥାକୁ ସେମାନେ କେବଳ ସେଠି ପ୍ରୟୋଗ କରିଥିଲେ ମାତ୍ର।
ଜେଜେମାଙ୍କ ସବୁ କଥା ସତ। ହେଲେ ଏବେ ବାଦବିବାଦ ଓ କଳିତକରାଳରେ ସମ୍ପର୍କ ଛିହ୍ନ ହୋଇଯାଏ। ସାମାନ୍ୟ ସମ୍ପତ୍ତି ଲାଗି ଭାଇ-ଭଉଣୀଙ୍କ ଭିତରେ ପାଚେରି ଉଠିଯାଏ। ବର୍ଷ ବର୍ଷର ସମ୍ପର୍କ ତୁଟିଯାଏ। ସେମିତି କୌଣସି ତିକ୍ତତା ନ ଥାଇ ମଧ୍ୟ ଆମ ଭିତରେ ସମ୍ପର୍କ ଏବେ ପର। ଗୋଟିଏ ସହରରେ ଦୁଇ ଭାଇ କାମ କରୁଥିବେ। ମାସ ମାସ ଧରି ଭେଟ ହୋଇପାରୁ ନଥିବେ। କେବଳ ଚାଟିଂ ଓ ଭିଡିଓ କଲିଂ ଭିତରେ ସମ୍ପର୍କ ତାଜା ହୋଇ ରହିଥିବ। ଗାଁରୁ ପାଖ ସହରକୁ ଯାଇଥିବା ମଣିଷର ସେଇ ଅବସ୍ଥା। ସହରମୁହଁା ମଣିଷ ଗାଁକୁ ଫେରେନି। ଅନେକ ଉତ୍ସବରେ ସାମିଲ ହୋଇପାରେନି। ଯେବେ ଯାଏ ଲାଗେ ଯେମିତି କୁଣିଆ ହୋଇ ଗାଁକୁ ଆସିଛି।
ସେଥିପାଇଁ ଏବେ ସମ୍ପର୍କ ଲାଗେ ଆକାଶର ମେଘ। ହେଇଟି ଅଛି ହେଇଟି ନାହିଁ। ସମୟ ବଦଳୁଛି। ଜୀବନର ଗତି ବଦଳୁଛି। ଆଉ ସେହି ପରିବର୍ତ୍ତନ ଭିତରେ ନୀରବରେ ବଦଳିଯାଉଛି ମଣିଷ ମଣିଷ ଭିତରର ସମ୍ପର୍କ। ପ୍ରତିଦିନ ଆମେ ରାସ୍ତାରେ, ବଜାରରେ, କାର୍ଯ୍ୟାଳୟରେ, ଲିଫ୍ଟରେ ଓ ଅନଲାଇନ୍‌ରେ ଅନେକ ଲୋକଙ୍କୁ ଦେଖୁଛୁ। ପରିଚୟ ବଢ଼ିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଆତ୍ମୀୟତା କମିଯାଇଛି। ହଜାର ମାଇଲ୍‌ ଦୂରର ମଣିଷ ସହ ଏକ ସେକେଣ୍ଡରେ ଯୋଡ଼ିହୋଇପାରୁଛୁ , କିନ୍ତୁ ନିଜ ଘରର ମଣିଷ ସହ ଦୁଇ ମିନିଟ୍‌ ମନଖୋଲି କଥା ହୋଇପାରୁନାହୁଁ। ପ୍ରତିଦିନ ଯେଉଁ ମଣିଷଟିକୁ ଦେଖିବାର ଅଭ୍ୟାସ ଥିଲା, ତାକୁ ନ ଦେଖିଲେ ଯେଉଁ ଶୂନ୍ୟତା ଲାଗୁଥିଲା, ଆଜି ସେହି ଶୂନ୍ୟତାକୁ ଆମେ ଅଭ୍ୟାସରେ ପରିଣତ କରିଦେଇଛୁ। ସମ୍ପର୍କ ଭାଙ୍ଗିଯାଉନାହିଁ। ସମ୍ପର୍କ ପ୍ରତି ଆମର ଆବଶ୍ୟକତା ମରିଯାଉଛି। ଆମେ ସତରେ ବ୍ୟସ୍ତ, ନା ସମ୍ପର୍କ ପାଇଁ ଆଉ ସମୟ ରଖିବାକୁ ଚାହୁଁନାହୁଁ? ଏହା ମଣିଷ ଭିତରେ ଧୀରେ ଧୀରେ ତିଆରି ହେଉଥିବା ଗୋଟିଏ ଅଦୃଶ୍ୟ ପ୍ରାଚୀର। ଏହା ତିଆରି ହୋଇଛି ଅହଂକାରରେ, ବ୍ୟସ୍ତତାରେ, ଅଭିମାନରେ, ଆତ୍ମକୈନ୍ଦ୍ରିକତାରେ ଏବଂ ‘ମୋର କ’ଣ ଯାଉଛି’ ଭାବନାରେ।
ଏମିତି ବିପର୍ଯ୍ୟୟରେ ସାମାଜିକ ଅବସ୍ଥା ଥିବାବେଳେ ପ୍ରଭା ଦୋରା ଭାଇନା ଓ ଭାଉଜ ଆମ ଘରେ ପହଞ୍ଚତ୍ କହିଲେ- ସମସ୍ତେ ବ୍ୟସ୍ତ ଥିବା ଜାଣି ରବିବାର ଛୁଟିରେ ହିଁ ପହଞ୍ଚତ୍ଲୁ। ପହଞ୍ଚିବାର କାରଣ କିଛି ନାହିଁ। କେବଳ ସମ୍ପର୍କ ଯୋଡ଼ିବା। କିଛି ସମୟ କଥାବାର୍ତ୍ତା ହେବା। ଏମିତି ଉଦ୍ଦେଶ୍ୟ ନେଇ ଗତ କିଛି ମାସ ଧରି ଦୁହେଁ ପ୍ରତି ରବିବାର ସହରରେ ଥିବା ସମ୍ପର୍କୀୟମାନଙ୍କ ଘରକୁ ଯାଆନ୍ତି ଏବଂ କିଛି ସମୟ ବିତେଇ ପୁଣି ଅନ୍ୟ ଜଣଙ୍କ ଘରକୁ ଯାଆନ୍ତି। ଏଥିସହ ମୋତେ ବି ଏମିତି ଛୁଟିଦିନରେ କିଛି ସମୟ ବାହାର କରି ସମ୍ପର୍କ ଯୋଡ଼ିବାକୁ ଦୁହେଁ ପରାମର୍ଶ ଦେଲେ। ସୁପ୍ତ ହୋଇଯାଉଥିବା ସମ୍ପର୍କଗୁଡ଼ିକୁ ଯୋଡ଼ିବାକୁ ହେଲେ ଏଇ ପ୍ରସ୍ତାବ ଆଦୌ ମନ୍ଦ ନ ଥିଲା। ସମସ୍ତ ବ୍ୟସ୍ତତା ଭିତରେ ନିଜ ଲୋକଙ୍କୁ ଭେଟିବା ଓ କିଛି ସମୟ ବିତେଇବା ଆଜିକା ସମୟର ସୁଖଦ ମୁହୂର୍ତ୍ତ ନିଶ୍ଚିତ। ସବୁ ପୂର୍ଣ୍ଣତା ଓ ପ୍ରାପ୍ତି ଭିତରେ ଆଜି ମଧ୍ୟ ଜଣେ ମଣିଷ ଅନ୍ୟ ଜଣେ ଆପଣାର ମଣିଷର ଆତ୍ମୀୟତା ଖୋଜେ। ତାକୁ ଦେଖିବାକୁ ଚାତକ ଭଳି ଚାହିଁ ବସିଥାଏ। ଆଉ ସାମାନ୍ୟ ଦେଖା ହୋଇଗଲେ ସର୍ବ ସୁଖ ମିଳିବାର ଅନିର୍ବଚନୀୟ ଆନନ୍ଦରେ ହର୍ଷ ଗଦଗଦ ହୋଇଯାଏ। ବର୍ଷ ବର୍ଷ ଧରି ସାଇତା କାହାଣୀ ଖୋଲିଯାଏ। ଏହି ମୁହୂର୍ତ୍ତକୁ କୌଣସି ପରିସ୍ଥିତିରେ କିଣା ଯାଇପାରିବନାହିଁ। କାରଣ ମଣିଷ ଜୀବନରେ ଘର, ଧନ, ପଦ, ପ୍ରତିଷ୍ଠା ସବୁକିଛି ମିଳିପାରେ। କିନ୍ତୁ ଯଦି ଡାକିବା ପାଇଁ, ଅପେକ୍ଷା କରିବା ପାଇଁ ଓ ଦୁଃଖରେ ନୀରବରେ ପାଖରେ ବସିବା ପାଇଁ ଜଣେ ଯଦି ଆପଣାର ମଣିଷ ନ ଥାଏ ତେବେ ଏତେସବୁ ଥାଇ ମଧ୍ୟ ମଣିଷ ଭିତରେ ଖାଲି ରହିଯାଏ। ସେହି ଖାଲି ଘରର ନଁା ସମ୍ପର୍କ। ପ୍ରଭା ଭାଇନାଙ୍କ ଶୈଳୀରେ ସେହି ଖାଲି ଘର ଭରିବା ଆବଶ୍ୟକ। ନିଜ ସହ ଅନ୍ୟମାନଙ୍କ ଖୁସି ପାଇଁ ସବୁ ବ୍ୟସ୍ତତା ଭିତରେ ବି କିଛି ସମୟ ବାହାର କରିବା ଏଣିକି ଆସ।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ: ୯୪୩୭୯୦୯୬୭୧

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Asian Games 2026: ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଲେ, ‘ଆପଣମାନେ ଦେଶକୁ…’

ନୂଆଦିଲ୍ଲୀ,୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏସୀୟ କ୍ରୀଡ଼ା ୨୦୨୬’ (Asian Games 2026) ରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୃଢ଼ ସଂକଳ୍ପ,…

ପେରୁରେ ମିଳିଲା ନୂଆ ପ୍ରଜାତିର ଏଣ୍ଡୁଅ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍‌ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ…

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?