ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଖୋଲାଯିବନି କୌଣସି ନୂଆ ମଦ ଦୋକାନ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଏହା ନିଶା ବିରୋଧରେ ରାଜ୍ୟ ସରକାରଙ୍କ ‘ଜିରୋ ଟଲେରାନ୍ସ’ ନୀତି । ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ । ନିଶାକୁ ନାଁ, ଜୀବନକୁ ହଁ, ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ ବୋଲି କହିଛନ୍ତି । ସେହିପରି ମହିଳା ହିଂସା ପଛରେ ନିଶା ମୁଖ୍ୟ କାରଣ । ଏଭଳି କହି ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ମଦ ନୁହେଁ, ଗଞ୍ଜେଇ, ଅଫିମ ଓ କୋକେନ ବିରୋଧରେ କଠୋର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

