ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଯୁଦ୍ଧ, ୫ ବଡ଼ ବିକ୍ରେତା…

ଓ୍ବାଶିଂଟନ/ମସ୍କୋ,୯।୩: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଅସ୍ତ୍ରଶସ୍ତ୍ର ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରୁଷିଆର ଆଣବିକ ଅସ୍ତ୍ର ପ୍ରୟୋଗ ଭୟରେ ଆମେରିକା ଏବଂ ନାଟୋ ଦେଶକୁ ୟୁକ୍ରେନଠାରୁ ଦୂରରେ ରହିଛନ୍ତି। ତୃତୀୟ ବିଶ୍ୱଯୁଦ୍ଧର ଭୟ ସଭିଙ୍କୁ ଘାରିଛି। ଫଳରେ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଅସୁରକ୍ଷିତ ମନେ କରୁଥିବା ଦେଶଗୁଡ଼ିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତିି। ଜର୍ମାନୀ ଏହାର ପ୍ରତିରକ୍ଷା ବଜେଟକୁ ଦ୍ୱିଗୁଣିତ କରିଛି।

ଇଟାଲୀ, ନେଦରଲାଣ୍ଡ ଏବଂ ସ୍ପେନ ମଧ୍ୟ ପ୍ରତିରକ୍ଷା ବଜେଟ ବୃଦ୍ଧି କରିବା ବିଷୟରେ ଚିନ୍ତା କରୁଛନ୍ତି। ପୃଥିବୀର ୫ ବୃହତ୍ତମ ଅସ୍ତ୍ର ବିକ୍ରେତା, ଆମେରିକା, ରୁଷିଆ, ଫ୍ରାନ୍ସ, ଜର୍ମାନୀ ଏବଂ ଚାଇନା ଯୁଦ୍ଧ ସମୟରେ ନିଜର ଅସ୍ତ୍ରଶସ୍ତ୍ର ବିକ୍ରି କାରବାର ବଢ଼ାଇବାକୁ ଚାହିଁ ବସିଛନ୍ତି। ଏହି ପାଞ୍ଚଟି ଦେଶ ଅସ୍ତ୍ର ବଜାରରେ ୭୫ ପ୍ରତିଶତ କାରବାର କରିଥାନ୍ତି। ଅସ୍ତ୍ରଶସ୍ତ୍ର ବିକ୍ରୟ କ୍ଷେତ୍ରରେ ଆମେରିକା ସର୍ବାଧିକ ଅସ୍ତ୍ରଶସ୍ତ୍ର ବିକ୍ରି କରୁଛି। ଏହା କେବଳ ୩୭ ପ୍ରତିଶତରୁ ଅଧିକ ଅସ୍ତ୍ରଶସ୍ତ୍ର ବିକ୍ରି କରିଥାଏ।

ଏହା ପରେ ଦ୍ୱିତୀୟ ସ୍ଥାନରେ ରୁଷିଆ ରହିଛି। ଅସ୍ତ୍ରଶସ୍ତ୍ର ବଜାରରେ ଏହାର ୨୦ ପ୍ରତିଶତ ଅଂଶଧନ ଅଛି। ଏହି ବଜାରରେ ୮.୩ ପ୍ରତିଶତ ଅଂଶଧନ ସହିତ ଫ୍ରାନ୍ସ ତୃତୀୟ ସ୍ଥାନରେ ଥିବାବେଳେ ୫.୫ ପ୍ରତିଶତ ସହିତ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି। ଏଥି ସହିତ ଚାଇନା ଏହି ତାଲିକାରେ ୫ ସ୍ଥାନରେ ଅଛି। ଏହାର ଅଂଶଧନ ୫.୨ ପ୍ରତିଶତ ରହିଛି।

ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ୨୦୨୧ ବର୍ଷର ରିପୋର୍ଟ ଅନୁଯାୟୀ, ସାଉଦି ଆରବ, ଭାରତ, ଇଜିପ୍ଟ, ଅଷ୍ଟ୍ରେଲିଆ ଏବଂ ଚାଇନା ହେଉଛି ପାଞ୍ଚଟି ବୃହତ୍ତମ ଅସ୍ତ୍ରଶସ୍ତ୍ର କ୍ରୟକାରୀ ଦେଶ। ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ଦ୍ୱିତୀୟ ବୃହତ୍ତମ ଦେଶ।

ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଏକ ନମ୍ବର କ୍ରେତା ହେଉଛି ସାଉଦି ଆରବ। ଏହାର ଅଂଶଧନ ୧୧ ପ୍ରତିଶତ ାହିଛି। ସେହିପରି ଅସ୍ତ୍ରଶସ୍ତ୍ର କିଣିବା ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ଅଂଶଧନ ୯.୫ ପ୍ରତିଶତ ଥିବାବେଳେ ଇଜିପ୍ଟର ୫.୮ ପ୍ରତିଶତ, ଅଷ୍ଟ୍ରେଲିଆର ୫.୧ ପ୍ରତିଶତ ଏବଂ ଚାଇନାର ଅଂଶଧନ ୪.୭ ପ୍ରତିଶତ ରହିଛି।

ଚାଇନାର ଅସ୍ତ୍ରଶସ୍ତ୍ର କ୍ରୟ-ବିକ୍ରୟ ଫର୍ମୂଲା ସମ୍ପୂର୍ଣ୍ଣ ଭିନ୍ନ। ଏକମାତ୍ର ଦେଶ ଭାବେ ଚାଇନା ସର୍ବାଧିକ ଅସ୍ତ୍ରଶସ୍ତ୍ର ବିକ୍ରୟ କରୁଥିବା ଦେଶ ତାଲିକାରେ ଥିବାବେଳେ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିବା ଦେଶ ତାଲିକାରେ ମଧ୍ୟ ରହିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଚାଇନା ରିଭର୍ସ ଇଞ୍ଜିନିୟରିଂ ସୂତ୍ରରେ କାମ କରେ। ଅର୍ଥାତ୍‌ ପ୍ରଥମେ ସେ ଅସ୍ତ୍ରଶସ୍ତ୍ର କିଣେ। ତା’ପରେ ଆବଶ୍ୟକତା ଅନୁଯାୟୀ ସେହି ଅସ୍ତ୍ରରେ କିଛି ପରିବର୍ତ୍ତନ କରେ ଏବଂ ତା’ପରେ ସେଗୁଡ଼ିକୁ ଅନ୍ୟ ଦେଶକୁ ବିକ୍ରୟ କରେ।

ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ସଦ୍ୟତମ ରିପୋର୍ଟ ଅନୁଯାୟୀ ରୁଷିଆରୁ ଭାରତ ସର୍ବାଧିକ ଅସ୍ତ୍ରଶସ୍ତ୍ର କ୍ରୟ କରୁଛି। ରୁଷିଆର ଅସ୍ତ୍ରଶସ୍ତ୍ରର ଶ୍ରେଷ୍ଠ ତିନି କ୍ରେତା ହେଉଛନ୍ତି ଭାରତ, ଚାଇନା ଏବଂ ଆଲଜେରିଆ। ରୁଷିଆର ୨୩ ପ୍ରତିଶତ ଅସ୍ତ୍ରଶସ୍ତ୍ର ଭାରତ, ଚାଇନା ୧୮ ପ୍ରତିଶତ ଏବଂ ଆଲଜେରିଆ ୧୫ ପ୍ରତିଶତ କ୍ରୟ କରିଥାଏ। ଅର୍ଥାତ୍‌ ରୁଷିଆ ଅସ୍ତ୍ରଶସ୍ତ୍ରର ସବୁଠାରୁ ବଡ କ୍ରୟକାରୀ ହେଉଛି ଭାରତ।

ବିଶେଷଜ୍ଞଙ୍କ ଅନୁଯାୟୀ, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମାମଲାରେ ଭାରତ ଏଥିରୁ ଦୂରେଇ ରହିଛି। ରୁଷିଆକୁ ଖୋଲାଖୋଲି ବିରୋଧ ନକରିବାର ଏହା ମଧ୍ୟ ଏକ ବଡ଼ କାରଣ। ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ରିପୋର୍ଟ ଅନୁଯାୟୀ, ଯେଉଁଠାରେ ଆମେରିକାର ଅସ୍ତ୍ରଶସ୍ତ୍ର ବଜାର ୧୫ ପ୍ରତିଶତ ବୃଦ୍ଧି ପାଇଛି। ଅପରକ୍ଷରେ ରୁଷିଆର ୨୨ ପ୍ରତିଶତ ହ୍ରାସ ହୋଇଛି।

ଆମେରିକାଠାରୁ ଅସ୍ତ୍ରଶସ୍ତ୍ର କିଣିବାରେ ସାଉଦି ଆରବ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆ ଆଗରେ ଅଛନ୍ତି। ଏହା ନୁହେଁ ଯେ ଭାରତ ଆମେରିକାରୁ ଅସ୍ତ୍ରଶସ୍ତ୍ର କିଣୁନାହିଁ। ରୁଷିଆ ବ୍ୟତୀତ ଭାରତ ମଧ୍ୟ ଆମେରିକା, ଇସ୍ରାଏଲ ଏବଂ ଫ୍ରାନ୍ସରୁ ଅସ୍ତ୍ରଶସ୍ତ୍ର କିଣୁଛି।

ତେଣୁ ଭାରତ ରୁଷିଆକୁ କ୍ରୋଧିତ କରିପାରିବ ନାହିଁ କିମ୍ବା ଆମେରିକା ବିରୁଦ୍ଧରେ ଠିଆ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସୁଛି ବିପଦ: ପୃଥିବୀକୁ ଧକ୍କାଦେବ ଗ୍ରହାଣୁପିଣ୍ଡ, ହେବ ପ୍ରଚଣ୍ଡ ବିସ୍ଫୋରଣ

ଓ୍ବାଶିଂଟନ,୧।୧୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆସନ୍ତା ୪୮ ବର୍ଷ ପରେ ୨୦୬୮ ଏପ୍ରିଲ୍‌ ୧୨ରେ ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ତୀବ୍ର ବେଗରେ ଧକ୍କାଦେବ।...

ରୁଷିଆ-ୟୁକ୍ରେନ ଯୁଦ୍ଧ: ପ୍ରଥମଥର ପାଇଁ ରୁଷିଆ କହିଲା ହେଲାଣି ବହୁତ କ୍ଷତି

ମସ୍କୋ,୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ରୁଷିଆ ପ୍ରଥମଥର ଲାଗି ଯୁଦ୍ଧରେ ନିଜର ବହୁ ସେନାଙ୍କୁ ହରାଇଥିବା...

ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା

ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା...

ବିନା ମାସ୍କ୍‌ରେ ନାଚିଲେ ଲୋକେ: ସଂକ୍ରମଣ ସମୟରେ ବଡ଼ ମ୍ୟୁଜିକ୍‌ କନସର୍ଟ…

ଓ୍ବିଲିଂଟନ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।...

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀ ଉପରେ ଆସିଛି କରୋନା ସଙ୍କଟ: ଜାତିସଂଘ

ଜେନେଭା,୧।୪: ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବେ ପୃଥିବୀ ଉପରେ କରୋନା ସଙ୍କଟ ଦେଖାଦେଇଛି। ବିଭିନ୍ନ ରାଷ୍ଟ୍ର ପାରସ୍ପରିକ ଭେଦଭାବ ଭୁଲି ଏକ ଜୁଟ ହୋଇ ଏହାର ମୁକାବିଲା...

ଭାରତକୁ ଆମେରିକାର ଖୋଲା ଖୋଲି ଧମକ

ୱାଶିଂଟନ,୭ ।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ନିରବତାକୁ ଆମେରିକା ଆଦୌ ସହ୍ୟ କରିପାରୁନି । ପୂର୍ବରୁ କେତେଥର ଏହି ପ୍ରସଙ୍ଗରେ...

ଫେବୃୟାରୀ ୨୪-୨୫ରେ ଭାରତ ଆସିବେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତ କରିବେ। ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା...

ପାକିସ୍ତାନ ଆମର ଦ୍ୱିତୀୟ ଘର: ତାଲିବାନ

କାବୁଲ,୨୬ ।୮: ଆତଙ୍କବାଦୀଙ୍କ ଘର ହେଉଛି ପାକିସ୍ତାନ । ଏକଥା ବିଶ୍ୱର ଅଧିକାଂଶ ଦେଶ କହୁଥିବା ବେଳେ ପାକିସ୍ତାନ କିନ୍ତୁ ବିଶ୍ୱ ସମ୍ମୁଖରେ ଏହାକୁ ସ୍ୱୀକାର...

Advertisement
Archives

Model This Week