ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଯୁଦ୍ଧ, ୫ ବଡ଼ ବିକ୍ରେତା…

ଓ୍ବାଶିଂଟନ/ମସ୍କୋ,୯।୩: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଅସ୍ତ୍ରଶସ୍ତ୍ର ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରୁଷିଆର ଆଣବିକ ଅସ୍ତ୍ର ପ୍ରୟୋଗ ଭୟରେ ଆମେରିକା ଏବଂ ନାଟୋ ଦେଶକୁ ୟୁକ୍ରେନଠାରୁ ଦୂରରେ ରହିଛନ୍ତି। ତୃତୀୟ ବିଶ୍ୱଯୁଦ୍ଧର ଭୟ ସଭିଙ୍କୁ ଘାରିଛି। ଫଳରେ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଅସୁରକ୍ଷିତ ମନେ କରୁଥିବା ଦେଶଗୁଡ଼ିକ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତିି। ଜର୍ମାନୀ ଏହାର ପ୍ରତିରକ୍ଷା ବଜେଟକୁ ଦ୍ୱିଗୁଣିତ କରିଛି।

ଇଟାଲୀ, ନେଦରଲାଣ୍ଡ ଏବଂ ସ୍ପେନ ମଧ୍ୟ ପ୍ରତିରକ୍ଷା ବଜେଟ ବୃଦ୍ଧି କରିବା ବିଷୟରେ ଚିନ୍ତା କରୁଛନ୍ତି। ପୃଥିବୀର ୫ ବୃହତ୍ତମ ଅସ୍ତ୍ର ବିକ୍ରେତା, ଆମେରିକା, ରୁଷିଆ, ଫ୍ରାନ୍ସ, ଜର୍ମାନୀ ଏବଂ ଚାଇନା ଯୁଦ୍ଧ ସମୟରେ ନିଜର ଅସ୍ତ୍ରଶସ୍ତ୍ର ବିକ୍ରି କାରବାର ବଢ଼ାଇବାକୁ ଚାହିଁ ବସିଛନ୍ତି। ଏହି ପାଞ୍ଚଟି ଦେଶ ଅସ୍ତ୍ର ବଜାରରେ ୭୫ ପ୍ରତିଶତ କାରବାର କରିଥାନ୍ତି। ଅସ୍ତ୍ରଶସ୍ତ୍ର ବିକ୍ରୟ କ୍ଷେତ୍ରରେ ଆମେରିକା ସର୍ବାଧିକ ଅସ୍ତ୍ରଶସ୍ତ୍ର ବିକ୍ରି କରୁଛି। ଏହା କେବଳ ୩୭ ପ୍ରତିଶତରୁ ଅଧିକ ଅସ୍ତ୍ରଶସ୍ତ୍ର ବିକ୍ରି କରିଥାଏ।

ଏହା ପରେ ଦ୍ୱିତୀୟ ସ୍ଥାନରେ ରୁଷିଆ ରହିଛି। ଅସ୍ତ୍ରଶସ୍ତ୍ର ବଜାରରେ ଏହାର ୨୦ ପ୍ରତିଶତ ଅଂଶଧନ ଅଛି। ଏହି ବଜାରରେ ୮.୩ ପ୍ରତିଶତ ଅଂଶଧନ ସହିତ ଫ୍ରାନ୍ସ ତୃତୀୟ ସ୍ଥାନରେ ଥିବାବେଳେ ୫.୫ ପ୍ରତିଶତ ସହିତ ଜର୍ମାନୀ ଚତୁର୍ଥ ସ୍ଥାନରେ ରହିଛି। ଏଥି ସହିତ ଚାଇନା ଏହି ତାଲିକାରେ ୫ ସ୍ଥାନରେ ଅଛି। ଏହାର ଅଂଶଧନ ୫.୨ ପ୍ରତିଶତ ରହିଛି।

ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ୨୦୨୧ ବର୍ଷର ରିପୋର୍ଟ ଅନୁଯାୟୀ, ସାଉଦି ଆରବ, ଭାରତ, ଇଜିପ୍ଟ, ଅଷ୍ଟ୍ରେଲିଆ ଏବଂ ଚାଇନା ହେଉଛି ପାଞ୍ଚଟି ବୃହତ୍ତମ ଅସ୍ତ୍ରଶସ୍ତ୍ର କ୍ରୟକାରୀ ଦେଶ। ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ଦ୍ୱିତୀୟ ବୃହତ୍ତମ ଦେଶ।

ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଏକ ନମ୍ବର କ୍ରେତା ହେଉଛି ସାଉଦି ଆରବ। ଏହାର ଅଂଶଧନ ୧୧ ପ୍ରତିଶତ ାହିଛି। ସେହିପରି ଅସ୍ତ୍ରଶସ୍ତ୍ର କିଣିବା ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଏହାର ଅଂଶଧନ ୯.୫ ପ୍ରତିଶତ ଥିବାବେଳେ ଇଜିପ୍ଟର ୫.୮ ପ୍ରତିଶତ, ଅଷ୍ଟ୍ରେଲିଆର ୫.୧ ପ୍ରତିଶତ ଏବଂ ଚାଇନାର ଅଂଶଧନ ୪.୭ ପ୍ରତିଶତ ରହିଛି।

ଚାଇନାର ଅସ୍ତ୍ରଶସ୍ତ୍ର କ୍ରୟ-ବିକ୍ରୟ ଫର୍ମୂଲା ସମ୍ପୂର୍ଣ୍ଣ ଭିନ୍ନ। ଏକମାତ୍ର ଦେଶ ଭାବେ ଚାଇନା ସର୍ବାଧିକ ଅସ୍ତ୍ରଶସ୍ତ୍ର ବିକ୍ରୟ କରୁଥିବା ଦେଶ ତାଲିକାରେ ଥିବାବେଳେ ଅସ୍ତ୍ରଶସ୍ତ୍ର କ୍ରୟ କରୁଥିବା ଦେଶ ତାଲିକାରେ ମଧ୍ୟ ରହିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଚାଇନା ରିଭର୍ସ ଇଞ୍ଜିନିୟରିଂ ସୂତ୍ରରେ କାମ କରେ। ଅର୍ଥାତ୍‌ ପ୍ରଥମେ ସେ ଅସ୍ତ୍ରଶସ୍ତ୍ର କିଣେ। ତା’ପରେ ଆବଶ୍ୟକତା ଅନୁଯାୟୀ ସେହି ଅସ୍ତ୍ରରେ କିଛି ପରିବର୍ତ୍ତନ କରେ ଏବଂ ତା’ପରେ ସେଗୁଡ଼ିକୁ ଅନ୍ୟ ଦେଶକୁ ବିକ୍ରୟ କରେ।

ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ସଦ୍ୟତମ ରିପୋର୍ଟ ଅନୁଯାୟୀ ରୁଷିଆରୁ ଭାରତ ସର୍ବାଧିକ ଅସ୍ତ୍ରଶସ୍ତ୍ର କ୍ରୟ କରୁଛି। ରୁଷିଆର ଅସ୍ତ୍ରଶସ୍ତ୍ରର ଶ୍ରେଷ୍ଠ ତିନି କ୍ରେତା ହେଉଛନ୍ତି ଭାରତ, ଚାଇନା ଏବଂ ଆଲଜେରିଆ। ରୁଷିଆର ୨୩ ପ୍ରତିଶତ ଅସ୍ତ୍ରଶସ୍ତ୍ର ଭାରତ, ଚାଇନା ୧୮ ପ୍ରତିଶତ ଏବଂ ଆଲଜେରିଆ ୧୫ ପ୍ରତିଶତ କ୍ରୟ କରିଥାଏ। ଅର୍ଥାତ୍‌ ରୁଷିଆ ଅସ୍ତ୍ରଶସ୍ତ୍ରର ସବୁଠାରୁ ବଡ କ୍ରୟକାରୀ ହେଉଛି ଭାରତ।

ବିଶେଷଜ୍ଞଙ୍କ ଅନୁଯାୟୀ, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମାମଲାରେ ଭାରତ ଏଥିରୁ ଦୂରେଇ ରହିଛି। ରୁଷିଆକୁ ଖୋଲାଖୋଲି ବିରୋଧ ନକରିବାର ଏହା ମଧ୍ୟ ଏକ ବଡ଼ କାରଣ। ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ରିପୋର୍ଟ ଅନୁଯାୟୀ, ଯେଉଁଠାରେ ଆମେରିକାର ଅସ୍ତ୍ରଶସ୍ତ୍ର ବଜାର ୧୫ ପ୍ରତିଶତ ବୃଦ୍ଧି ପାଇଛି। ଅପରକ୍ଷରେ ରୁଷିଆର ୨୨ ପ୍ରତିଶତ ହ୍ରାସ ହୋଇଛି।

ଆମେରିକାଠାରୁ ଅସ୍ତ୍ରଶସ୍ତ୍ର କିଣିବାରେ ସାଉଦି ଆରବ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ କୋରିଆ ଆଗରେ ଅଛନ୍ତି। ଏହା ନୁହେଁ ଯେ ଭାରତ ଆମେରିକାରୁ ଅସ୍ତ୍ରଶସ୍ତ୍ର କିଣୁନାହିଁ। ରୁଷିଆ ବ୍ୟତୀତ ଭାରତ ମଧ୍ୟ ଆମେରିକା, ଇସ୍ରାଏଲ ଏବଂ ଫ୍ରାନ୍ସରୁ ଅସ୍ତ୍ରଶସ୍ତ୍ର କିଣୁଛି।

ତେଣୁ ଭାରତ ରୁଷିଆକୁ କ୍ରୋଧିତ କରିପାରିବ ନାହିଁ କିମ୍ବା ଆମେରିକା ବିରୁଦ୍ଧରେ ଠିଆ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri