ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ତଳମୁହାଁ…

ନୂଆଦିଲ୍ଲୀ, ୯।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୪ ହଜାର ୫୭୫ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୪୫ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା କମିବାରେ ଲାଗିଛି। ଏହି ସମୟରେ ସକ୍ରିୟ ମାମଲା ୫୦ ହଜାର ତଳେ ପହଞ୍ଚିଛି। ଏହା ୪୬ ହଜାର ୯୬୨ ରହିଛି।

ସେହିପରି ୨୪ ଘଣ୍ଟାରେ ୭ ହଜାର ୪୧୬ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୧୫ ହଜାର ୩୫୫ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୨୯ ଲକ୍ଷ ୭୫ ହଜାର ୮୮୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୪ ଲକ୍ଷ ୧୩ ହଜାର ୫୬୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୭୯ କୋଟି ୩୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୧୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୭୭ କୋଟି ୪୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଗତ ୨୪ ଘଣ୍ଟାରେ କେରଳର ସର୍ବାଧିକ ୧,୭୯୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ମିଜୋରାମରେ ୪୮୩ ଏବଂ ମହାରାଷ୍ଟ୍ରରେ ୪୬୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଯବାନ ଶହୀଦ୍‌

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାରେ ରବିିବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ...

ଆଜି ରାଜ୍ୟ ବଜେଟ ଉପସ୍ଥାପନ କରିବେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା

ବେଙ୍ଗାଲୁରୁ,୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାାମାୟା ଶୁକ୍ରବାର ରାଜ୍ୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଠିକ ଦିନ ୧୨ଟାରେ ଏହା ଉପସ୍ଥାପନ କରାଯିବ। ମେ ୧୦ ବିଧାନସଭା...

ଲକ୍‌ଡାଉନ୍‌: ଅନ୍‌ଲାଇନରେ ଯୋଗ ଶିଖାଇବେ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା, ହଲିଉଡ୍‌ ଆକ୍ଟ୍ରେସ୍‌ ଜେନିଫର ଲୋପେଜ୍‌, ଏଲେକ୍ସ ରୋଡ୍ରିଗେଜ, ମାର୍କ ମସ୍ତ୍ରୋବ ଓ ଐଶ୍ୱର୍ଯ୍ୟ ଧନୁଷ ୧୪ ଦିନିଆ...

ମଣିପୁର ସରକାରକୁ ବରଖାସ୍ତ କରନ୍ତୁ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨ା୭: ମଣିପୁର ସ୍ଥିତିକୁ ନେଇ ସରକାର ଆଦୌ ଗମ୍ଭୀର ନୁହନ୍ତି। ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ଭାଜପା ସରକାରକୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ...

ବିରାଟ କୋହଲିଙ୍କ ଝିଅକୁ ବଳାତ୍କାର ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କୁ ବଳାତ୍କାର ଧମକ ଦେଇଥିବା ଯୁବକ ବୁଧବାର ଗିରଫ ହୋଇଛନ୍ତି। ସେହି ଅଭିଯୁକ୍ତ ଜଣଙ୍କ...

ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ପ୍ରକାଶ: ୧୯ ଲକ୍ଷ ୬ ହଜାର ୬ଶହ ୫୭ଙ୍କ ନାମ ନାହିଁ

ଗୁଆହାଟୀ,୩୧।୮: ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ଶନିବାର ପ୍ରକାଶ ପାଇଛି। ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କୁ ସାମିଲ୍‌ କରାଯାଇଛି।...

ଅକ୍ଷୟ ପୁଣି ଥରେ ସର୍ବୋଚ୍ଚ ଟିକସଦାତା

ମୁମ୍ବାଇ,୨୫ା୭: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ପୁଣିଥରେ ଦେଶର ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସର୍ବୋଚ୍ଚ ଟିକସଦାତା ହୋଇଛନ୍ତି। ଆଗାମୀ ଚଳଚ୍ଚିତ୍ରର ଶୁଟିଂ ପାଇଁ ଅକ୍ଷୟ ବ୍ରିଟେନରେ ରହିଥିବାବେଳେ...

ଶ୍ରୀଲଙ୍କାକୁ ଭାରତ ଦେଉ ସେନା ସହାୟତା: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ,୧୧ ।୭: ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ଏଠାକାର ଆର୍ଥିକ ପରିସ୍ଥିତି ଖରାପ ହୋଇଯିବା ପରେ ସାଧାରଣ ଜନତା...

Advertisement
Archives

Model This Week