Posted inଖେଳ

ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌: ଭାରତୀୟ ଜିଏମ୍‌ ଇନିୟାନଙ୍କୁ ଟାଇଟଲ

ଚେନ୍ନାଇ, ୪।୯(ପି.ଟି.)-
ଭାରତୀୟ ଗ୍ରାଣ୍ଡମାଷ୍ଟର(ଜିଏମ୍‌) ପି. ଇନିୟାନ ସମ୍ମାନଜନକ ଓ୍ବାଲର୍‌ଡ ଓପନ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ତାମିଲନାଡ଼ୁର ଏହି ଖେଳାଳି ସମ୍ଭାବ୍ୟ ୯ରୁ ୭.୫ ପଏଣ୍ଟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଅନେକ ଉଚ୍ଚ ରେଟିଂପ୍ରାପ୍ତ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିଥିଲେ ହେଁ ଇନିୟାନ ୬ ବିଜୟ ୩ଟିରେ ପଏଣ୍ଟ ଭାଗକରି ଶୀର୍ଷସ୍ଥାନ ଅଧିକାର କରଛନ୍ତି। ଟାଇଟଲ ହାସଲ ପଥରେ ସେ ଜର୍ଜିଆ ଗ୍ରାଣ୍ଡମାଷ୍ଟର ବାଦୁର ଜୋବାଭା, ଆମେରିକାର ସାମ୍‌ ସେଭିଆନ, ସର୍ଗି ଇରେନବର୍ଗ ଏବଂ ୟୁକ୍ରେନର ଏନ୍‌ଝିକ୍‌ ଲିଲିଆଙ୍କ ପରି ନାମୀ ଖେଳାଳିଙ୍କୁ ପରାସ୍ତ କରିଥିଲେ। ଇନିୟାନଙ୍କ ସମକକ୍ଷ ସଜୁଗିରୋ ସାନନ ମଧ୍ୟ ୭.୫ ପଏଣ୍ଟ ପାଇଥିଲେ। ମାତ୍ର ଉନ୍ନତ ଟାଇବ୍ରେକ୍‌ରରେ ଭାରତୀୟ ଜିଏମ୍‌ ବାଜି ମାରି ନେଇଥିଲେ।
ଏହି ଇଭେଣ୍ଟ ଆମେରିକାନ୍‌ ଟାଇମ୍‌ ଜୋନ୍‌ ଅନୁସାରେ ଅନୁଷ୍ଠିତ ହେଉଥିଲା। ଅର୍ଥାତ୍‌ ଇନିୟାନଙ୍କୁ ପ୍ରତିଦିନ ରାତି ୯ଟା ୩୦ରୁ ସକାଳ ୬ଟା ପର୍ଯନ୍ତ ଖେଳିବାକୁ ପଡ଼ୁଥିଲା। ଏହା ପୂର୍ବରୁ ଜାଣିଥିବାରୁ ୧୭ ବର୍ଷୀୟ ଇନିୟାନ ରାତିରେ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଥିଲେ। ଏହା ତାଙ୍କୁ ସହାୟକ ହୋଇଥିଲା ଏବଂ ବାଦୁର ଜୋବାଭାଙ୍କ ବିପକ୍ଷ ତାଙ୍କ ପାଇଁ ଶ୍ରେଷ୍ଠ ମ୍ୟାଚ ଥିଲା ବୋଲି ସେ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ହେଉଥିବା ଏହି ପ୍ରତିଯୋଗିତାର ୪୮ତମ ସଂସ୍କରଣ ଅଗଷ୍ଟ ୭ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ଏଥର ଅନ୍‌ଲାଇନ୍‌ରେ କରାଯାଇଥିଲା। ମାତ୍ର ପ୍ରତିଯୋଗିତାର ଫଳାଫଳ ପ୍ରକାଶ କରାଯାଇ ନ ଥିଲା। ବିଭିନ୍ନ ଦୃଷ୍ଟି କୋଣରୁ ତର୍ଜମା କରାଯିବାପରେ ଏହାକୁ ଘୋଷଣା କରାଯାଇଛି। ଏଥିରେ ୧୬ଟି ଦେଶର ୧୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଗ୍ରାଣ୍ଡମାଷ୍ଟର ଥିଲେ। ପ୍ରକାଶ ଯୋଗ୍ୟ ଯେ, ଇନିୟାନ ନିକଟରେ ଅନ୍‌ଲାଇନ୍‌ ବ୍ଲିଜ୍‌ ଚେସ୍‌ ଇଭେଣ୍ଟରେ ବିଶ୍ୱର ୨ ନମ୍ବର ଖେଳାଳି ଫାବଆନୋ କାରୁଆନାଙ୍କୁ ହରାଇ ନିଜ ଦକ୍ଷତାର ପରିଚୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାର ସସ୍‌ପେଣ୍ଡ

ଭୁବନେଶ୍ୱର,୧୮।୬: ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ରାଜ୍ୟ ପୋଲିସ ବିଭାଗ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବରିଷ୍ଠ ଆଇପିଏସ (IPS) ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ…

NEET ମାମଲାରେ ଟେଲିଗ୍ରାମ ବନାମ ସରକାର: ସରକାର ହ୍ବାଟସଆପ-ଫେସବୁକକୁ ଛାଡି କେବଳ ଟେଲିଗ୍ରାମକୁ କାହିଁକି ବ୍ୟାନ କଲେ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୧୮।୬: NEET ପେପର୍‌ ଲିକ ମାମଲା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭାରତ ସରକାର ବୁଧବାର ଟେଲିଗ୍ରାମ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ୨୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri