ଏକ୍ସପ୍ରେସ ରହଣିକୁ ଅପେକ୍ଷା

ବଇଣ୍ଡା,୨୬।୬(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ମୁଖ୍ୟ ବଇଣ୍ଡା ରେଳଷ୍ଟେଶନରେ ଏକ୍ସପ୍ରେସ୍‌ ରହଣିର ଅପେକ୍ଷା ଶେଷ ହେଉନାହିଁ। ଏହି ପଥ ଦେଇ ଯାଉଥିବା ୨୨ଟି ଟ୍ରେନ୍‌ ମଧ୍ୟରୁ ୧୪ଟି ଏକ୍ସପ୍ରେସ ଟ୍ରେନ୍‌ ଏଠାରେ ଅଟକୁନାହିଁ। ଜିଲା ଅର୍ଥନୀତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଏହି ଷ୍ଟେଶନର ବିକାଶ ଏବଂ ଜନସାଧାରଣଙ୍କ ସ୍ବାର୍ଥ ପ୍ରତି ରେଳ ବିଭାଗର ହେୟଜ୍ଞାନ ମନୋଭାବ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ାଉଛି।
ବଇଣ୍ଡା ଷ୍ଟେଶନ ଦେଇ ଭୁବନେଶ୍ବର-ବଲାଙ୍ଗୀର, ରାଉରକେଲା-ଭୁବନେଶ୍ବର, ବିଶାଖାପାଟଣା-ଅମୃତସର, ପୁରୀ-ହାଟିଆ, ଦୁର୍ଗ-ପୁରୀ, ଭୁବନେଶ୍ବର-ଲୋକମାନ୍ୟ ତିଲକ, ପୁରୀ-ଲୋକମାନ୍ୟ ତିଲକ, ଭୁବନେଶ୍ବର-ଆନନ୍ଦବିହାର, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ, ବିକାନିର-ପୁରୀ, ପୁରୀ-ଯୋଧପୁର, ସମ୍ବଲପୁର -ପୁରୀ ଇଣ୍ଟରସିଟି, ପୁରୀ -ସୁରଟ ଏକ୍ସପ୍ରେସ, ପୁରୀ-ଅହମଦାବାଦ ଏକ୍ସପ୍ରେସ, ପୁରୀ-ଗାନ୍ଧୀଧାମ, ପୁରୀ-ଶିରିଡ଼ି ଏକ୍ସପ୍ରେସ, ରାଉରକେଲା-ଗୁଣୁପୁର ରାଜ୍ୟରାଣୀ, ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟି ଆଦି ୨୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଛି। ତେବେ ସମ୍ବଲପୁର-ପୁରୀ ଇଣ୍ଟରସିଟି, ଭୁବନେଶ୍ବର-ବଲାଙ୍ଗୀର, ରାଉରକେଲା ଇଣ୍ଟରସିଟି, ପୁରୀ ତପସ୍ବିନୀ ଏକ୍ସପ୍ରେସ୍‌ ଏବଂ ୨ ପାସେଞ୍ଜର ଟ୍ରେନ୍‌କୁ ବାଦ୍‌ଦେଲେ ଅନ୍ୟ ଟ୍ରେନ୍‌ ରହଣି କରୁନାହିଁ। କରୋନା ପୂର୍ବରୁ ଏଠାରେ ପୁରୀ-ଅହମଦାବାଦ, ପୁରୀ-ବିକାନିର, ରାଉରକେଲା-ଗୁଣୁପୁର ରାଜ୍ୟରାଣୀ, ପୁରୀ-ଦୁର୍ଗ, ବିଶାଖାପାଟଣା-ଅମୃତସର ସାମୟିକ ହଲ୍ଟ କରୁଥିଲା। ଏବେ କରୋନା ସ୍ଥିତି ସ୍ବାଭାବିକ ହେବା ସତ୍ତ୍ୱେ ଏହି ଟ୍ରେନ୍‌ଗୁଡ଼ିକ ବଇଣ୍ଡା ଷ୍ଟେଶନରେ ରହୁନାହିଁ। ଫଳରେ ଏହା ଉପରେ ନିର୍ଭରଶୀଳ କିଶୋରନଗର, ଆଠମଲ୍ଲିକ, ଛେଣ୍ଡିପଦା ବ୍ଲକର ୫୦ ପଞ୍ଚାୟତର ଲକ୍ଷାଧିକ ଟ୍ରେନ୍‌ ଯାତ୍ରୀ
ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ବିକଳ୍ପ ସ୍ବରୂପ ସେମାନଙ୍କୁ ୫୫ କି.ମି. ଦୂର ରେଢାଖୋଲ କିମ୍ବା ୪୫ କି.ମି. ଦୂର ଅନୁଗୋଳ ଷ୍ଟେଶନ ଉପରେ ନିର୍ଭର କରିବାକୁ ପଡୁଛି। ବଇଣ୍ଡାରେ ସମସ୍ତ ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଅଞ୍ଚଳବାସୀ ୨୦୨୧ ମେ’ ୧୨ ଏବଂ ୨୦୨୨ ଜୁନ୍‌ ୫ରେ ରେଳମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପି, ରେଳ ବିଭାଗର ପୂର୍ବତଟ ଜେନେରାଲ ମ୍ୟାନେଜରଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଲକ୍ଷାଧିକ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?