ଆଜି କିଶୋରନଗର, ତାଳଚେରରେ ଭୋଟ

ବଇଣ୍ଡା/ ତାଳଚେର,୨୨୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ୨୨ ତାରିଖ ମଙ୍ଗଳବାର ଅନୁଗୋଳ ଜିଲାର କିଶୋରନଗର ଓ ତାଳଚେର ବ୍ଲକରେ ଅନୁଷ୍ଠିତ ହେବ। କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ରେ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବଇଣ୍ଡା, ହଣ୍ଡପା ଓ କିଶୋରନଗର ପୋଲିସ ପକ୍ଷରୁ ସମସ୍ତ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସୋମବାର ଏହାର ଯାଞ୍ଚ ମଧ୍ୟ ଶେଷ ହୋଇଛି। ସେହିପରି ତାଳଚେର ବ୍ଲକର ୨୧ ପଞ୍ଚାୟତ ଓ ୪ଟି ଜିଲା ପରିଷଦ ଜୋନ୍‌ରେ ମତଦାନ ପାଇଁ ବୁଥ୍‌ ଏବଂ ପୋଲିଂ ପାର୍ଟି ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି।
କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ୮୩ ହଜାର ୧୫୪ ଭୋଟର ରହିଛନ୍ତି। ଭୋଟଗ୍ରହଣ ପାଇଁ ବ୍ଲକରେ ମୋଟ୍‌ ୨୮୪ଟି ବୁଥ୍‌ କରାଯାଇଛି। ସେଥିରୁ ୩୨ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ୩୭୦ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରୁ ୨୮୪ ଜଣଙ୍କୁ ବୁଥ୍‌କୁ ପଠାଯାଇଥିବାବେଳେ ୮୬ ଜଣଙ୍କୁ ରିଜର୍ଭରେ ରଖାଯାଇଛି। ସମସ୍ତ ପ୍ରିଜାଇଡିଂ ଅଫିସର କିଶୋରନଗର ନିର୍ବାଚନ ଅଧିକାରୀ ଶାନ୍ତିସ୍ବରୂପ ମିଶ୍ରଙ୍କ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ନିର୍ବାଚନ ସାମଗ୍ରୀ ସହ ବୁଥ୍‌ଗୁଡ଼ିକୁ ପଠାଇ ଦିଆଯାଇଛି। ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ନିମନ୍ତେ ଆଠମଲ୍ଲିକ ଉପଖଣ୍ଡ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୧ଟି ମୋବାଇଲ ସ୍କ୍ବାଡ୍‌ ନିୟୋଜିତ କରାଯାଇଛି। ସୁପରଭାଇଜ ପାଇଁ ୩ ମୋବାଇଲ ପାର୍ଟି ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍‌ରେ ଜଣେ ଲେଖାଏ ଅଫିସର ରହିଛନ୍ତି। ମୋଟ୍‌ ୧୩ ଅଫିସର, ୧୪୬ କନଷ୍ଟେବଳ, ୧୨୨ ହୋମଗାର୍ଡ, ୮୦ ଗ୍ରାମରକ୍ଷୀଙ୍କୁ ନିଯୁକ୍ତ କରାଯାଇଛି। ନିର୍ବାଚନ ତଦାରଖ ନିମନ୍ତେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ ସହ ୫ଜଣଙ୍କୁ ମାଜିଷ୍ଟ୍ରେଟ ଭାବେ ନିୟୋଜିତ କରାଯାଇଛି। ଆଉ ମାତ୍ର କେଇ ଘଣ୍ଟା ପରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ୩ ଜୋନ୍‌ର ୧୧ ଜିଲାପରିଷଦ ପ୍ରାର୍ଥୀ, ୧୦୦ ସରପଞ୍ଚ ପ୍ରାର୍ଥୀ, ୮୦ ସମିତିସଭ୍ୟ ପ୍ରାର୍ଥୀ ଓ ୩୩୫ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ରବିବାର ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାରୁ ଏହି ପ୍ରାର୍ଥୀମାନେ ଭୋଟରଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସମର୍ଥନ ଲୋଡ଼ୁଛନ୍ତି। କେତେଜଣ ପ୍ରାର୍ଥୀ ବିଭିନ୍ନ ଦେବଦେବୀ ମନ୍ଦିରରେ ଅଧିଆ ପଡିଥିବା ଦେଖିବାକୁ ମିଳିଛି। ଆଠମଲ୍ଲିକ ଉପଜିଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଲଲିତ ମୋହନ ବେହେରା କହିଛନ୍ତି, କିଶୋରନଗର ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଭୋଟ କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ବୁଥ୍‌ଗୁଡିକରେ ପୋଲିଂ ପାର୍ଟି ପହଞ୍ଚିସାରିଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି, ୩୨ଟି ବୁଥ୍‌ ସମ୍ବେଦନଶୀଳ ଥିବାରୁ ସେଠାରେ ସୁରକ୍ଷା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି।
ସେହିପରି ତାଳଚେର ବ୍ଲକର ୨୧ ପଞ୍ଚାୟତ ସହ ୪ ଜିଲା ପରିଷଦ ଜୋନ୍‌ରେ ଥିବା ୧ ଲକ୍ଷ ୧୧ ହଜାର ୯୬୮ ଭୋଟରଙ୍କ ପାଇଁ ୩୦୫ ବୁଥ୍‌ କରାଯାଇଛି। ୧୨୨୦ ଜଣ ପୋଲିଂ କର୍ମଚାରୀ ବୁଥ୍‌ରେ ପହଞ୍ଚି ସାରିଛନ୍ତି। ବ୍ଲକର ୧୬୮ ବୁଥ୍‌ ସମ୍ବେଦନଶୀଳ ଓ ୮୫ ବୁଥ୍‌ ଅତି ସମ୍ବେଦନଶୀଳ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୪ ଜିଲା ପରିଷଦ ଜୋନ୍‌, ୨୧ ସରପଞ୍ଚ, ୨୦ ସମିତି ସଭ୍ୟ ଓ ୧୫୦ ୱାର୍ଡମେମ୍ବର ପଦବୀ ପାଇଁ ଥିବା ୫ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri