ଆଜି କିଶୋରନଗର, ତାଳଚେରରେ ଭୋଟ

ବଇଣ୍ଡା/ ତାଳଚେର,୨୨୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ୨୨ ତାରିଖ ମଙ୍ଗଳବାର ଅନୁଗୋଳ ଜିଲାର କିଶୋରନଗର ଓ ତାଳଚେର ବ୍ଲକରେ ଅନୁଷ୍ଠିତ ହେବ। କିଶୋରନଗର ବ୍ଲକର ୨୩ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ରେ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବଇଣ୍ଡା, ହଣ୍ଡପା ଓ କିଶୋରନଗର ପୋଲିସ ପକ୍ଷରୁ ସମସ୍ତ ବୁଥ୍‌ରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସୋମବାର ଏହାର ଯାଞ୍ଚ ମଧ୍ୟ ଶେଷ ହୋଇଛି। ସେହିପରି ତାଳଚେର ବ୍ଲକର ୨୧ ପଞ୍ଚାୟତ ଓ ୪ଟି ଜିଲା ପରିଷଦ ଜୋନ୍‌ରେ ମତଦାନ ପାଇଁ ବୁଥ୍‌ ଏବଂ ପୋଲିଂ ପାର୍ଟି ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି।
କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ୮୩ ହଜାର ୧୫୪ ଭୋଟର ରହିଛନ୍ତି। ଭୋଟଗ୍ରହଣ ପାଇଁ ବ୍ଲକରେ ମୋଟ୍‌ ୨୮୪ଟି ବୁଥ୍‌ କରାଯାଇଛି। ସେଥିରୁ ୩୨ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ୩୭୦ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରୁ ୨୮୪ ଜଣଙ୍କୁ ବୁଥ୍‌କୁ ପଠାଯାଇଥିବାବେଳେ ୮୬ ଜଣଙ୍କୁ ରିଜର୍ଭରେ ରଖାଯାଇଛି। ସମସ୍ତ ପ୍ରିଜାଇଡିଂ ଅଫିସର କିଶୋରନଗର ନିର୍ବାଚନ ଅଧିକାରୀ ଶାନ୍ତିସ୍ବରୂପ ମିଶ୍ରଙ୍କ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ନିର୍ବାଚନ ସାମଗ୍ରୀ ସହ ବୁଥ୍‌ଗୁଡ଼ିକୁ ପଠାଇ ଦିଆଯାଇଛି। ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ ନିମନ୍ତେ ଆଠମଲ୍ଲିକ ଉପଖଣ୍ଡ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୧ଟି ମୋବାଇଲ ସ୍କ୍ବାଡ୍‌ ନିୟୋଜିତ କରାଯାଇଛି। ସୁପରଭାଇଜ ପାଇଁ ୩ ମୋବାଇଲ ପାର୍ଟି ଗଠନ କରାଯାଇଛି। ପ୍ରତି ସ୍କ୍ବାଡ୍‌ରେ ଜଣେ ଲେଖାଏ ଅଫିସର ରହିଛନ୍ତି। ମୋଟ୍‌ ୧୩ ଅଫିସର, ୧୪୬ କନଷ୍ଟେବଳ, ୧୨୨ ହୋମଗାର୍ଡ, ୮୦ ଗ୍ରାମରକ୍ଷୀଙ୍କୁ ନିଯୁକ୍ତ କରାଯାଇଛି। ନିର୍ବାଚନ ତଦାରଖ ନିମନ୍ତେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ ସହ ୫ଜଣଙ୍କୁ ମାଜିଷ୍ଟ୍ରେଟ ଭାବେ ନିୟୋଜିତ କରାଯାଇଛି। ଆଉ ମାତ୍ର କେଇ ଘଣ୍ଟା ପରେ ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ୩ ଜୋନ୍‌ର ୧୧ ଜିଲାପରିଷଦ ପ୍ରାର୍ଥୀ, ୧୦୦ ସରପଞ୍ଚ ପ୍ରାର୍ଥୀ, ୮୦ ସମିତିସଭ୍ୟ ପ୍ରାର୍ଥୀ ଓ ୩୩୫ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ରବିବାର ପ୍ରଚାର କାର୍ଯ୍ୟ ଶେଷ ହୋଇଥିବାରୁ ଏହି ପ୍ରାର୍ଥୀମାନେ ଭୋଟରଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସମର୍ଥନ ଲୋଡ଼ୁଛନ୍ତି। କେତେଜଣ ପ୍ରାର୍ଥୀ ବିଭିନ୍ନ ଦେବଦେବୀ ମନ୍ଦିରରେ ଅଧିଆ ପଡିଥିବା ଦେଖିବାକୁ ମିଳିଛି। ଆଠମଲ୍ଲିକ ଉପଜିଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ଲଲିତ ମୋହନ ବେହେରା କହିଛନ୍ତି, କିଶୋରନଗର ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ଭୋଟ କରିବାକୁ ପ୍ରସ୍ତୁତି ଶେଷ ହୋଇଛି। ବୁଥ୍‌ଗୁଡିକରେ ପୋଲିଂ ପାର୍ଟି ପହଞ୍ଚିସାରିଛନ୍ତି। ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି, ୩୨ଟି ବୁଥ୍‌ ସମ୍ବେଦନଶୀଳ ଥିବାରୁ ସେଠାରେ ସୁରକ୍ଷା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି।
ସେହିପରି ତାଳଚେର ବ୍ଲକର ୨୧ ପଞ୍ଚାୟତ ସହ ୪ ଜିଲା ପରିଷଦ ଜୋନ୍‌ରେ ଥିବା ୧ ଲକ୍ଷ ୧୧ ହଜାର ୯୬୮ ଭୋଟରଙ୍କ ପାଇଁ ୩୦୫ ବୁଥ୍‌ କରାଯାଇଛି। ୧୨୨୦ ଜଣ ପୋଲିଂ କର୍ମଚାରୀ ବୁଥ୍‌ରେ ପହଞ୍ଚି ସାରିଛନ୍ତି। ବ୍ଲକର ୧୬୮ ବୁଥ୍‌ ସମ୍ବେଦନଶୀଳ ଓ ୮୫ ବୁଥ୍‌ ଅତି ସମ୍ବେଦନଶୀଳ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୪ ଜିଲା ପରିଷଦ ଜୋନ୍‌, ୨୧ ସରପଞ୍ଚ, ୨୦ ସମିତି ସଭ୍ୟ ଓ ୧୫୦ ୱାର୍ଡମେମ୍ବର ପଦବୀ ପାଇଁ ଥିବା ୫ଶହରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri