ନିଜସ୍ବ ପାଣ୍ଠିରେ ଗ୍ରାମବାସୀ ନିର୍ମାଣ କଲେ କାଠପୋଲ

ପାରଳାଖେମୁଣ୍ଡି,୨୪ା୯(ଡି.ଏନ୍‌.ଏ.): ଗାଁକୁ ନାହିଁ ପକ୍କା ରାସ୍ତା କିମ୍ବା ପୋଲ, ଦୋଳାରେ ବୁହା ହେଉଛନ୍ତି ରୋଗୀା ଏପରି ଦୈନନ୍ଦିନ ଅଭିଶପ୍ତ ଜୀବନ ଓ ଗମନାଗମନର ସମସ୍ୟା ଯୋଗୁ ଗ୍ରାମବାସୀ ନିଜସ୍ବ ପାଣ୍ଠି ସଂଗ୍ରହ କରି ନିର୍ମାଣ କଲେ କାଠପୋଲ। ଏହା ଦେଖିବାକୁ ମିଳିଛି ଗଜପତି ଜିଲା ରାଇପଙ୍କା ପଞ୍ଚାୟତ ଜନକପୁର ଗାଁରେ। ରାଜ୍ୟ ସରକାରଙ୍କ ବିକାଶ, ଦୁର୍ଗମାଞ୍ଚଳ ତଥା ଗମନାଗମନ ସୁବିଧା ଏଠାରେ ସାତସପନ। ଏଠାରେ କେହି ମଧ୍ୟ ପାଇନାହାନ୍ତି ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ଶ୍ରମିକ କାର୍ଡ ଏବଂ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇଛି କିନ୍ତୁ ଗୋଟିଏ ସପ୍ତାହରେ ପାଞ୍ଚ ଦିନ ବିଦ୍ୟୁତ୍‌ କାଟ ହେଉଛି। ଗ୍ରାମକୁ ରାସ୍ତା ନ ଥିବାରୁ ଗ୍ରାମବାସୀ ପ୍ରତ୍ୟେକ ଘର ପିଛା ଏକ ହଜାର ଟଙ୍କା ଆଦାୟ କରି ୫୨ହଜାର ଟଙ୍କାରେ ଗ୍ରାମରେ ମାଟି ରାସ୍ତା ନିର୍ମାଣ କରିଥିଲେ। ଏହାପରେ ବର୍ତ୍ତମାନ କାଠ ପୋଲ ପାଇଁ ପ୍ରାୟ ୭ହଜାର ଟଙ୍କା ସଂଗ୍ରହ କରି ନିର୍ମାଣ କରିଛନ୍ତି। ଜିଲା ରାଇପଙ୍କା ପଞ୍ଚାୟତ ଜନକପୁର ଗାଁ ନିକଟରେ ଥିବା କାଲେମା ନାଳରେ ଗତ ଲଗାଣ ବର୍ଷାରେ କାଠ ପୋଲ ଭାସିଯିବା ପରେ ଯାତାୟାତ ପାଇଁ ପୁଣି ଥରେ ଗ୍ରାମବାସୀ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି। ଗୁଳୁବା ପଞ୍ଚାୟତ ଲଦିଗୁଡାଠାରୁ ରାଇପଙ୍କାକୁ ସଂଲଗ୍ନ କରୁଥିବା ଏହି ରାସ୍ତା ଉପରେ ଜନକପୁର, ଡକରପଙ୍କା ଗାଁ ସମେତ ରାୟଗଡ଼ା ଜିଲାର ୧୫/୨୦ ଖଣ୍ଡ ଗାଁ ନିର୍ଭରଶୀଳ ଥିବା ବେଳେ ବ୍ଲକ କାର୍ଯ୍ୟଳୟଠାରୁ ଆରମ୍ଭ କରି ଦୈନନ୍ଦିନ ବଜାର ହାଟ, ମେଡ଼ିକାଲ ଯିବାକୁ ହେଲେ ଏହି କାଠପୋଲ ହିଁ ଏବେ ସାହା ଭରସା। ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନଙ୍କୁ ଗୁହାରି କରି ଆସୁଥିଲେ ବି ସ୍ଥାୟୀ ପୋଲ ନିର୍ମାଣ ହୋଇପାରୁନାହିଁ। ଗ୍ରାମକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନି ା ରୋଗୀ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ତିନି କିମି ବୋହି ଆଣିଲା ପରେ ଲଦିଗୁଡ଼ା ପହଞ୍ଚିବା ପରେ ଗାଡ଼ି ସୁବିଧା ମିଳିଥାଏ। ଖାଲି ସେତିକି ନୁହେଁ ଗ୍ରାମରେ କୌଣସି ସରକାରୀ ଅଧିକାରୀଙ୍କ ପାଦ କେବେ ପଡିନି ା ଚାଉଳ, ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟଳୟକୁ ଯିବାକୁ ହେଲେ ୧୪ କିମି ପାହାଡିଆ ଜଙ୍ଗଲ ରାସ୍ତାରେ ଯିବାକୁ ପଡୁଛି। ଏପରିକି କୋମଳ ଶିଶୁକୁ କାଖ କରି ମେଡ଼ିକାଲ ନେଉଥିବା ଦେଖାଦେଇଛି । ରାଜ୍ୟ ସରକାର ତୁରନ୍ତ ଆମ ଆଦିବାସୀଙ୍କ ଦୁଃଖ ବୁଝିବା ସହ ରାସ୍ତା ନିର୍ମାଣ କରାଇବା ପାଇଁ
ଗ୍ରାମବାସୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?