ମତଦାନ କରିବାକୁ ମତଦାତା ଉତ୍ସାହୀ

ବଇଣ୍ଡା/ ଖମାର,୨୦।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ୨୦ ତାରିଖ ରବିବାର ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକରେ ଅନୁଷ୍ଠିତ ହେବ। ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ ଏବଂ ପାଲଲହଡ଼ା ବ୍ଲକର ୨୭ ପଞ୍ଚାୟତ ସହ ୩ ଜିଲା ପରିଷଦ ଜୋନ୍‌ରେ ମତଦାନ କରାଯିବ। ଏଥିପାଇଁ ଉଭୟ ବ୍ଲକରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମତଦାନ ପାଇଁ ମତଦାତାମାନେ ଅତ୍ୟନ୍ତ ଉତ୍ସାହୀ ଥିବା ଜଣାପଡ଼ିଛି।
ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତରେ ମୋଟ୍‌ ୮୩ ହଜାର ୫୧୫ ଭୋଟର ଥିବା ବେଳେ ୩୧୯ ବୁଥ୍‌ କରାଯାଇଛି। ସେଥିରୁ ୫୪ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ବୁଥ୍‌ଗୁଡ଼ିକରେ ୩୭୦ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ଆଉ ୫୧ ଜଣଙ୍କୁ ରିଜର୍ଭରେ ରଖାଯାଇଛି। ଶନିବାର ସମସ୍ତ ପ୍ରିଜାଇଡିଂ ଅଫିସର ଆଠମଲ୍ଲିକ ନିର୍ବାଚନ ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ସେମାନଙ୍କୁ ନିର୍ବାଚନ ସାମଗ୍ରୀ ସହ ନିଜ ନିଜ ବୁଥ୍‌କୁ ପଠାଇ ଦିଆଯାଇଛି। ଆଠମଲ୍ଲିକ ବ୍ଲକର ୩ଟି ଜିଲା ପରିଷଦ ଜୋନ୍‌ରେ ୯ ପ୍ରାର୍ଥୀ ରହିଛନ୍ତି। ସେହିପରି ୨୪ ପଞ୍ଚାୟତରେ ୮୧ ସରପଞ୍ଚ ପ୍ରାର୍ଥୀ, ୬୬ ସମିତିସଭ୍ୟ ପ୍ରାର୍ଥୀ, ୫୨୮ ୱାର୍ଡମେମ୍ବର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶୁକ୍ରବାର ପ୍ରଚାର କାର୍ଯ୍ୟ ଶେଷ ହୋଇଥିବା ବେଳେ ରବିବାର ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ବୁଥ୍‌ଗୁଡିକରେ ଶାନ୍ତି ଶୃଙ୍ଖଳାର ସହ ଭୋଟ ପାଇଁ ଉପଖଣ୍ଡ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୩ଟି ମୋବାଇଲ ପାର୍ଟି ନିୟୋଜିତ କରାଯାଇଛି। ସୁପରଭାଇଜ ପାଇଁ ୫ ମୋବାଇଲ ପାର୍ଟି ଗଠନ ହୋଇଛି। ୬ ଜଣ ଅଫିସର, ୧୪୫ କନଷ୍ଟେବଳ, ୧୫୦ ହୋମଗାର୍ଡ, ୮୯ ଗ୍ରାମରକ୍ଷୀ ନିଯୁକ୍ତ କରାଯାଇଛି। ନିର୍ବାଚନ ପରିଚାଳନା ନିମନ୍ତେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ସହ ୬ ଜଣଙ୍କୁ ମାଜିଷ୍ଟ୍ରେଟ ଭାବେ ନିଯୋଜିତ କରାଯାଇଛି। ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀ ଲଲିତ ମୋହନ ବେହେରା କହିଛନ୍ତି, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ କରାଯାଇଛି। ସମସ୍ତ ବୁଥ୍‌ରେ ପ୍ରିଜାଇଡିଂ ଅଫିସର ନିୟୋଜିତ ଅଛନ୍ତି। ଆଠମଲ୍ଲିକ ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ କହିଛନ୍ତି, ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଭୋଟ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ପାଲଲହଡ଼ା ବ୍ଲକର ୨୭ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ରେ ଭୋଟ ନିଆଯିବାକୁ ପ୍ରସ୍ତୁତି ଶେଷ ହୋଇଛି। ମୋଟ୍‌ ୩୭୦ଟି ବୁଥ୍‌ କରାଯାଇଥିବା ବେଳେ ୯୫ ହଜାର ୩୧୪ ଜଣ ଭୋଟର ସେମାନଙ୍କ ନେତା ନିର୍ବାଚନ କରିବେ। ୨୭ଟି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୧୧୮ ପ୍ରାର୍ଥୀ ଥିବାବେଳେ ସମିତି ସଭ୍ୟ ପାଇଁ ୯୪ ଓ ଜିଲା ପରିଷଦ ସଦସ୍ୟ ନିମନ୍ତେ ୧୪ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲୀପ କୁମାର ବର ସୂଚନା ଦେଇଛନ୍ତି। ବିଭିନ୍ନ ବୁଥ୍‌ରେ ପୋଲିଂ କର୍ମଚାରୀ ପହଞ୍ଚି ସାରିଥିବା ବେଳେ ସୁରକ୍ଷା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri