କୋହଲିଙ୍କଠାରୁ ସ୍ବତନ୍ତ୍ର ଉପହାର ପାଇଲେ ରାହୁଲ

ଆବୁଧାବି, ୪।୧୦: ଚଳିତ ଆଇପିଏଲ୍‌ର ୧୫ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୮ ଉଇକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋରର ଏହା ଚଳିତ ସିଜନରେ ୩ୟ ବିଜୟ ଥିଲା। ଏହି ବିଜୟ ସହ ଆର୍‌ସିବି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠିଛି। ମ୍ୟାଚ୍‌ ଶେଷ ହେବା ପରେ କୋହଲି ରାଜସ୍ଥାନ ଅଲ୍‌ରାଉଣ୍ଡର ରାହୁଲ ଟଓ୍ବୋତିଆଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଥିଲେ। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା।


ଜିତି ସାରିଲା ପରେ କୋହଲି ନିଜର ଜର୍ସିରେ ଦସ୍ତଖତ କରି ଏହାକୁ ରାହୁଲଙ୍କୁ ପ୍ରଦାନ କରିଥିଲେ। ରାହୁଲଙ୍କୁ କୋହଲି ଜର୍ସି ପ୍ରଦାନ କରୁଥିବାର ଏକ ଫଟୋକୁ ଆଇପିଏଲ୍‌ ପକ୍ଷରୁ ଏହାର ଟୁଇଟର୍‌ ଆକାଉଣ୍ଟରେ ଶେୟାର କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଲେଗ୍‌-ସ୍ପିନ ଅଲ୍‌ରାଉଣ୍ଡର ରାହୁଲ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ। ଏହି ମ୍ୟାଚ୍‌ରେ ସେ ପଞ୍ଜାବ ଦ୍ରୁତ ବୋଲର ସେଲଡନ୍‌ କଟ୍ରେଲଙ୍କ ଗୋଟିଏ ଓଭରରେ ୫ ଛକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିଭଳି ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଟଓ୍ବୋତିଆ ୧୨ ବଲରୁ ୨୪ ରନର ଦ୍ରୁତ ଇନିଂସ ଖେଳିଥିଲେ। ଟଓ୍ବୋତିଆଙ୍କ ଏଭଳି ଆକମଣାତ୍ମକ ବ୍ୟାଟିଂ ବୋଧ ହୁଏ କୋହଲିଙ୍କୁ ପସନ୍ଦ ଆସିଥିଲା। ଯେଉଁଥି ପାଇଁ ସେ ମ୍ୟାଚ୍‌ ପରେ ନିଜର ଅଟୋଗ୍ରାଫ୍‌ ଥିବା ଜର୍ସି ରାହୁଲଙ୍କୁ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲ୍‌ରେ ଏହାଠାରୁ ଖରାପ କିଛି ଦେଖି ନ ଥିଲି; ବିରାଟ କୋହଲିଙ୍କ ଉପରେ ରାଗିଯାଇ …

ମୁମ୍ବାଇ,୧୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ନକ୍‌ଆଉଟ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ କୋଲକାତା ନାଇଟ୍‌ ରାଇଡର୍ସଠାରୁ ପରାସ୍ତ ହୋଇଛି। ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ...

୩୭୨ ରନ ପଛରେ ମଧ୍ୟପ୍ରଦେଶ

ଗ୍ବାଲିୟର,୩ା୩:ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଦୃଢ ସ୍ଥିତିରେ ରହିଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି...

ଦଣ୍ଡିତ ହେଲା ଶ୍ରୀଲଙ୍କା ଦଳ

କଲମ୍ବୋ,୧୦।୬: ଅଷ୍ଟ୍ରେଲିଆ ବିପକ୍ଷରେ କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଧିମା ବୋଲିଂ ହାର ପାଇଁ ଶ୍ରୀଲଙ୍କା ଦଳକୁ ଦଣ୍ଡିତ ହେବାକୁ ପଡ଼ିଛି। ଘରୋଇ ଦଳ...

ମେଘାଳୟ ସହ ମ୍ୟାଚ ଡ୍ର ରଖିଲା ଓଡ଼ିଶା

ଭୁବନେଶ୍ୱର, ୨।୧ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ରବିବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। କ୍ୟାପିଟାଲ ଫୁଟବଲ ଗ୍ରାଉଣ୍ଡରେ...

ଜାତୀୟ ଶକ୍ତି ଉତ୍ତୋଳନରେ ରାଜ୍ୟର ୫୧ ପ୍ରତିଯୋଗୀ

ଭୁବନେଶ୍ୱର, ୧୮।୩ (କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ବୁଧବାରଠାରୁ ଆରମ୍ଭ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ରାଜ୍ୟର ୫୧...

ଦ୍ୱିତୀୟ ଦିନର ଖେଳ ଶେଷ: ବାଂଲାଦେଶ ୮/୧୩୩

ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି। ଭାରତର ପ୍ରଥମ ଇନିଂସ ୪୦୪...

ରୋହିତଙ୍କ ଶତକ: ଭାରତର ପ୍ରତ୍ୟାବର୍ତ୍ତନ

ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ...

ଟେବୁଲ ଟେନିସ ବିଶ୍ୱ ଚାମ୍ପିୟନଶିପ୍‌: ନୂଆ ତାରିଖ ଘୋଷଣା କଲା ଆଇଟିଟିଏଫ୍‌

ଲାଉସାନେ, ୭।୪(ପି.ଟି.): ଟେବୁଲ ଟେନିସ (ଟିଟି) ବିଶ୍ୱ ଚାମ୍ପିୟନଶିପ୍‌ର ନୂଆ ତାରିଖ ଘୋଷଣା ହୋଇଛି। ବିଶ୍ୱ ଟିଟିର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଟେବୁଲ ଟେନିସ...

Advertisement
Archives

Model This Week