ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମରେ ହଠାତ୍‌ ମାଟି ଦବିଯାଇ ୧୦ ଫୁଟରୁ ଊର୍ଦ୍ଧ୍ୱ ଗଭୀର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଶନିବାର ପ୍ରଶାସନିକ ଅଧିକାରୀମାନେ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ଗ୍ରାମର କିଛି ଶିଶୁ ଦାଣ୍ଡରେ ଖେଳୁଥିଲେ। ହଠାତ୍‌ ସେମାନଙ୍କ ଆଖି ଆଗରେ ଏକ ସ୍ଥାନର ମାଟି ଧିରେ ଧିରେ ତଳକୁ ଦବିବାକୁ ଲାଗିଥିଲା। କିଛି ସମୟ ମଧ୍ୟରେ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା। ଏଭଳି ଅପ୍ରତ୍ୟାଶିତ ଘଟଣା ଦେଖି ଶିଶୁମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଘଟଣାସ୍ଥଳରେ କିଛି ଦିନ ପୂର୍ବରୁ ଏକ ଛୋଟ ଗର୍ତ୍ତ ହୋଇଥିଲା। ତାହା ଧିରେ ଧିରେ ବଡ଼ ହେଉଥିବା ବେଳେ ଶୁକ୍ରବାର ହଠାତ୍‌ ମାଟି ଦବିଯାଇ ଗର୍ତ୍ତର ଆକାର ବଢ଼ିଯାଇଥିଲା।
ଗ୍ରାମବାସୀଙ୍କ ସୂଚନା ଅନୁସାରେ, ପୂର୍ବରୁ ଏହି ସ୍ଥାନରେ ଏକ ନାଳ ଥିଲା। ପରବର୍ତ୍ତୀ ସମୟରେ ନାଳଟି ପୋତି ହୋଇଯାଇଥିଲା। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ମାଟି ତଳେ ପାଣିର ପ୍ରବାହ କିମ୍ବା ମାଟି ଦୁର୍ବଳ ହୋଇଥିବା କାରଣରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରୁଛନ୍ତି।
ତେବେ ଏହା ପ୍ରଥମ ଘଟଣା ନୁହେଁ। କିଛି ବର୍ଷ ପୂର୍ବେ ମଧ୍ୟ ଢେପାଗୁଡ଼ା ଗ୍ରାମରେ ଏଭଳି ମାଟି ଦବିବା ଘଟଣା ଘଟିଥିଲା। ସେତେବେଳେ ବୈଜ୍ଞାନିକମାନେ ଗ୍ରାମକୁ ଆସି ମାଟିର ନମୁନା ପରୀକ୍ଷା କରି ଫେରିଥିଲେ। ମାତ୍ର ସେହି ପରୀକ୍ଷାର ରିପୋର୍ଟ କ’ଣ ଆସିଥିଲା ଏବଂ ଏହାର କାରଣ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ପୁଣିଥରେ ଏଭଳି ଘଟଣା ଘଟିବା ପରେ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି। ବିଶେଷକରି ଗ୍ରାମରେ ଶିଶୁମାନଙ୍କ ଯାତାୟାତ ଓ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଭୂସ୍ଖଳନର ପ୍ରକୃତ କାରଣ ଜାଣିବା ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ମାଟିର ବୈଜ୍ଞାନିକ ପରୀକ୍ଷା କରାଯିବା ସହ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି…

ମମତା ବାନାର୍ଜୀଙ୍କ କାର ଉପରକୁ ପଥରମାଡ଼: ଚୋର-ଚୋର ନାରା ଦେଲେ….

କୋଲକାତା,୯ା୮: ପଶ୍ଚିମବଙ୍ଗର ହାଲିସହରରେ ତୃଣମୂଳ କଂଗ୍ରେସର ଜଣେ ମୃତ କର୍ମୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି…

ବିଶ୍ୱ ଆଦିବାସୀ ଦିବସରେ ପେସା ଆଇନ ଲାଗୁ ନେଇ ଉଠିଲା ଦାବି

ପଟ୍ଟାଙ୍ଗି,୯ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଏକାଠି ହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ। ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବିଶ୍ୱ…

ନିଜର ହକ୍‌ ପାଇଁ ଶୋଭାଯାତ୍ରାରେ ବାହାରିଲେ ଆଦିବାସୀ, କୁସଂସ୍କାର ଦୂର ପାଇଁ ଏକଜୁଟ୍‌ ହୋଇ…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧୀ ଭବନଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ରବିବାର ପାଳିତ…

ରାଞ୍ଚିରେ ଆନ୍ଦୋଳନର ବଡ଼ ପ୍ରଭାବ! ରଦ୍ଦ ହେବ ୧୪ତମ JPSC ପରୀକ୍ଷା! ୯୦ ଦିନରେ CID ତଦନ୍ତ…

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନଙ୍କ ଦାବି ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି । ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଅଟକି ରହିଥିବା ପରୀକ୍ଷା ଏବଂ…

ଜଳାଭିଷେକ ପାଇଁ ଯାଉଥିଲେ କାଉଡ଼ିଆ,ବାଟରେ ଓଲଟିଲା ଗାଡ଼ି, ଆଉ ତା’ ପରେ…

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ମାୟାପାଟଣା ଛକ ଜାତୀୟ ରାଜପଥରେ ରବିବାର ଭାରସାମ୍ୟ ହରାଇ ଏକ ଟାଟାଏସି ଗାଡ଼ି ଓଲଟି ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri