ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣକୁ ମହିଳା ସଂରକ୍ଷଣ କାର୍ଯ୍ୟାନ୍ବୟନ ସହିତ ଯୋଡ଼ିଛନ୍ତି। ଡିଏମକେର ମନୋଭାବ ନରମ ହେବା ନେଇ କଳ୍ପନାଜଳ୍ପନା ମଧ୍ୟରେ ଦଳର ନେତା ଉଦୟନିଧି ଷ୍ଟାଲିନ ସ୍ପଷ୍ଟ କରିଛନ୍ତି ଯେ, ଡିଏମକେ ଆରମ୍ଭରୁ ସୀମା ନିର୍ଦ୍ଧାରଣକୁ ବିରୋଧ କରିଆସିଛି ଏବଂ ଏହା ଜାରି ରଖିବ।
ଷ୍ଟାଲିନ କହିଛନ୍ତି, ଡିଏମକେ ସର୍ବଦା ସୀମା ନିର୍ଦ୍ଧାରଣକୁ ବିରୋଧ କରିଆସିଛି ଏବଂ ଦଳ ଭବିଷ୍ୟତରେ ଏହି ସ୍ଥିତିରେ ରହିବ। ସେ ମନ୍ତବ୍ୟ ଦେଇଛନ୍ତି ଯେ ଏହା ଏକ ନୂତନ ପ୍ରସଙ୍ଗ ନୁହେଁ, ଯଦିଓ କେନ୍ଦ୍ର ଏହାକୁ ପ୍ରଥମ ଥର ପାଇଁ ଉପସ୍ଥାପିତ କରୁଛି।
ଏହାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଥଲାପଥି ମଧ୍ୟ ଆକ୍ସନ ମୋଡରେ ଅଛନ୍ତି। ରାଜ୍ୟର ସମସ୍ତ ଲୋକସଭା ଏବଂ ରାଜ୍ୟ ସଭା ଏମ୍ପିଙ୍କ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ଉପରେ ଧ୍ୟାନ ଦିଆଯିବ। ବିଜୟ ପୂର୍ବରୁ କେନ୍ଦ୍ରର ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ପକ୍ଷପାତପୂର୍ଣ୍ଣ ବୋଲି କହି ଏହାକୁ ବିରୋଧ କରିଛନ୍ତି।
Dharitri – Odisha’s No.1 Odia Daily

