ବିଜୟ ଏକମାତ୍ର ଲକ୍ଷ୍ୟ

ଦୁବାଇ, ୨୨।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଉଭୟ ଦଳ ପଏଣ୍ଟ ଟେବୁଲର ନିମ୍ନଭାଗରେ ଥିବାରୁ ଆଗାମୀ ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛନ୍ତି। ତେଣୁ ଏହି ମ୍ୟାଚରେ ଉଭୟ ଦଳପାଇଁ ବିଜୟ ଏକମାତ୍ର ଲକ୍ଷ୍ୟ ହେବ। ରାଜସ୍ଥାନ ୧୦ ମ୍ୟାଚରୁ ୪ ବିଜୟ ଓ ୬ ପରାଜୟ ସହ ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ୯ ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟରେ ରହିଛି। ଏହି ଦୁଇ ଦଳ ଯଥାକ୍ରମେ ଟେବୁଲର ୬ଷ୍ଠ ଓ ୭ମ ସ୍ଥାନରେ ରହିଛନ୍ତି। ଉଭୟ ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ଥିଲେ ହେଁ ପ୍ରଦର୍ଶନରେ ସ୍ଥିରତା ରହି ପାରିନାହିଁ। ଫଳସ୍ବରୂପ ଉପରକୁ ଉଠିବା ପାଇଁ ସଂଘର୍ଷ ଜାରି ରହିଛି। ସିନିୟର ଖେଳାଳିଙ୍କ ବିଫଳତା ଯୋଗୁ ଅନେକ ସମୟରେ ସନ୍‌ରାଇଜର୍ସର ଯୁବ ଖେଳାଳି ପ୍ରିୟମ ଗର୍ଗ ଓ ଅବଦୁଲ ସମଦ ଏବଂ ରୟାଲ୍ସର ରିୟାନ ପରାଗ ଓ କାର୍ତ୍ତିକ ତ୍ୟାଗୀଙ୍କ ଉପରେ ଚାପ ବଢ଼ୁଛି।
ଚଳିତ ଲିଗ୍‌ରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲାରେ ରୟାଲ୍ସ ୫ ଉଇକେଟରେ ବିଜୟୀ ହୋଇଥିଲା। ଏବେ ରିଟର୍ନ ମ୍ୟାଚରେ ପରାଜୟର ମଧୁର ପ୍ରତିଶୋଧ ପାଇଁ ହାଇଦ୍ରାବାଦ ଦଳ ନିକଟରେ ସୁଯୋଗ ରହିଛି। ସନ୍‌ରାଇଜର୍ସ ଯଦି ଆଗାମୀ ମ୍ୟାଚ ହାରେ ତେବେ ପ୍ଲେ-ଅଫ୍‌ ଆଶା ମଉଳି ଯିବ। ତେଣୁ ଦଳପାଇଁ ଆଗାମୀ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ରାଜସ୍ଥାନ ଏହାର ବିଜୟଧାରା ବଜାୟ ରଖିବାକୁ ଚାହିଁବ। ତେବେ ଏଥିପାଇଁ ଦଳର ବିଦେଶୀ ଖେଳାଳିଙ୍କୁ ଭଲ ପ୍ରଦର୍ଶନ ଅପରିବର୍ତ୍ତିତ ରଖିବାକୁ ପଡ଼ିବ। କ୍ରମାଗତ ୩ ପରାଜୟ ପରେ ସନ୍‌ରାଇଜର୍ସ ଏହି ମ୍ୟାଚ ଖେଳିବାକୁ ଯାଉଛି। ବିଶେଷ କରି ପୂର୍ବ ମ୍ୟାଚରେ ସୁପରଓଭରରେ କୋଲକାତା ନାଇଟ ରାଇଡର୍ସ ନିକଟରୁ ପରାଜୟ ଦଳକୁ କ୍ଷତି ପହଞ୍ଚାଇଛି। ଏହି ହାଇପ୍ରୋଫାଇଲ୍‌ ଲିଗ୍‌ରେ ତିଷ୍ଠି ରହିବାକୁ ହେଲେ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳକୁ ବିଶେଷ କିଛି କରି ଦେଖାଇବାକୁ ପଡ଼ିବ। ଜନି ବେୟାରଷ୍ଟୋ, ଓ୍ବାର୍ନର, ମନୀଷ ପାଣ୍ଡେ ଓ କେନ୍‌ ଓ୍ବିଲିୟମସନଙ୍କୁ ନେଇ ଗଠିତ ଟପ୍‌ ଅର୍ଡରକୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ।
ସେହିପରି ରାଜସ୍ଥାନ ପାଇଁ ମଧ୍ୟ ଆଉ ଏକ ପରାଜୟ ମହଙ୍ଗା ପଡ଼ିପାରେ। ଜୋଫ୍ରା ଆର୍ଚର ବୋଲିଂ ଆକ୍ରମଣର ମେରୁଦଣ୍ଡ ସାଜିଛନ୍ତି। ମିଡିଲ ଓଭରରେ ଦୁଇ ରିଷ୍ଟ ସ୍ପିନର ଶ୍ରେୟାସ ଗୋପାଳ ଓ ରାହୁଲ ଟଓ୍ବୋଟିଆ ମଧ୍ୟ ଭଲ କରୁଛନ୍ତି। ଗତ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଜୋସ୍‌ ବଟଲରଙ୍କ ବିସ୍ପୋରକ ବ୍ୟାଟିଂ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଶ୍ୱସ୍ତ କରିଛି। ତେବେ ଦଳକୁ ବଡ଼ ପାର୍ଟନରଶିପ୍‌ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏପର୍ଯ୍ୟନ୍ତ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିବାବେଳେ ରବିନ୍‌ ଉଥପ୍ପା ଖରାପ ଫର୍ମଦେଇ ଗତି କରୁଛନ୍ତି। ତେଣୁ ଆଗାମୀ ମ୍ୟାଚରେ ପଞ୍ଜାବର ମନନ ଭୋରାଙ୍କୁ ସୁଯୋଗ ମିଳିପାରେ। ସଞ୍ଜୁ ସାମ୍‌ସନଙ୍କ ଫର୍ମ ମଧ୍ୟ ଦଳର ଚିନ୍ତା ବଢ଼ାଇଛି। ଅନ୍ୟ ସିଜନଭଳି ଏଥର ମଧ୍ୟ ସାମସନ୍‌ ଭଲରୁ ଖରାପ ଏବଂ ଏବେ ଅତି ଖରାପ ପ୍ରଦର୍ଶନରେ ପହଞ୍ଚତ୍ଛନ୍ତି।
ରାଜସ୍ଥାନ ରୟାଲ୍ସ: ଷ୍ଟିଭ୍‌ ସ୍ମିଥ(ଅଧିନାୟକ), ମହୀପାଲ ଲାମରୋର, ମନନ ଭୋରା, ରିୟାନ ପରାଗ, ରବିନ ଉଥପ୍ପା, ଡେଭିଡ ମିଲର, ଅଙ୍କିତ ରାଜପୁତ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଶ୍ରେୟାସ ଗୋପାଲ, ବରୁଣ ଆରୋନ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗି, ଆକାଶ ସିଂ, ଓଶାନେ ଥୋମାସ, ଆଣ୍ଡ୍ର୍ୟୁ ଟାଏ, ବେନ୍‌ ଷ୍ଟୋକ୍ସ, ରାହୁଲ ଟଓ୍ବୋଟିଆ, ଶଶାଙ୍କ ସିଂ, ଯଶସ୍ବୀ ଜୟସ୍ବାଲ, ଅନିରୁଦ୍ଧ ଜୋଶୀ, ଟମ୍‌ କୁରାନ, ଜୋସ୍‌ ବଟଲର, ସଞ୍ଜୁ ସାମସନ, ଅନୁଜ ରାଓ୍ବତ।
ସନ୍‌ରାଇର୍ଜ ହାଇଦ୍ରାବାଦ: ଡେଭିଡ ଓ୍ବାର୍ନର(ଅଧିନାୟକ), କେନ୍‌ ଓ୍ବଲିୟମସନ, ମନୀଷ ପାଣ୍ଡେ, ବିରାଟ ସିଂ, ପ୍ରୀୟମ ଗର୍ଗ, ଅବଦୁଲ ସମଦ, ଖଲିଲ ଅହମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ବିଲି ଷ୍ଟାନଲେକ୍‌, ଟି. ନଟରାଜନ, ଅଭିଷେକ ଶର୍ମା, ଶାହାବାଜ ନଦୀମ, ଜାସନ ହୋଲ୍ଡର, ଫାବିଆନ ଆଲେନ, ବିଜୟ ଶଙ୍କର, ମହମ୍ମଦ ନବି, ରଶିଦ ଖାଁ, ସଞ୍ଜୟ ଯାଦବ, ଜନି ବେୟାରଷ୍ଟୋ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବାଭାଙ୍କା ସନ୍ଦୀପ, ପୃଥ୍ବୀରାଜ ୟାରା, ବାସିଲ ଥାମ୍ପି। ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri