ବିଜୟ ଏକମାତ୍ର ଲକ୍ଷ୍ୟ

ଦୁବାଇ, ୨୨।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଉଭୟ ଦଳ ପଏଣ୍ଟ ଟେବୁଲର ନିମ୍ନଭାଗରେ ଥିବାରୁ ଆଗାମୀ ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛନ୍ତି। ତେଣୁ ଏହି ମ୍ୟାଚରେ ଉଭୟ ଦଳପାଇଁ ବିଜୟ ଏକମାତ୍ର ଲକ୍ଷ୍ୟ ହେବ। ରାଜସ୍ଥାନ ୧୦ ମ୍ୟାଚରୁ ୪ ବିଜୟ ଓ ୬ ପରାଜୟ ସହ ୮ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ୯ ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟରେ ରହିଛି। ଏହି ଦୁଇ ଦଳ ଯଥାକ୍ରମେ ଟେବୁଲର ୬ଷ୍ଠ ଓ ୭ମ ସ୍ଥାନରେ ରହିଛନ୍ତି। ଉଭୟ ଦଳ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ଥିଲେ ହେଁ ପ୍ରଦର୍ଶନରେ ସ୍ଥିରତା ରହି ପାରିନାହିଁ। ଫଳସ୍ବରୂପ ଉପରକୁ ଉଠିବା ପାଇଁ ସଂଘର୍ଷ ଜାରି ରହିଛି। ସିନିୟର ଖେଳାଳିଙ୍କ ବିଫଳତା ଯୋଗୁ ଅନେକ ସମୟରେ ସନ୍‌ରାଇଜର୍ସର ଯୁବ ଖେଳାଳି ପ୍ରିୟମ ଗର୍ଗ ଓ ଅବଦୁଲ ସମଦ ଏବଂ ରୟାଲ୍ସର ରିୟାନ ପରାଗ ଓ କାର୍ତ୍ତିକ ତ୍ୟାଗୀଙ୍କ ଉପରେ ଚାପ ବଢ଼ୁଛି।
ଚଳିତ ଲିଗ୍‌ରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲାରେ ରୟାଲ୍ସ ୫ ଉଇକେଟରେ ବିଜୟୀ ହୋଇଥିଲା। ଏବେ ରିଟର୍ନ ମ୍ୟାଚରେ ପରାଜୟର ମଧୁର ପ୍ରତିଶୋଧ ପାଇଁ ହାଇଦ୍ରାବାଦ ଦଳ ନିକଟରେ ସୁଯୋଗ ରହିଛି। ସନ୍‌ରାଇଜର୍ସ ଯଦି ଆଗାମୀ ମ୍ୟାଚ ହାରେ ତେବେ ପ୍ଲେ-ଅଫ୍‌ ଆଶା ମଉଳି ଯିବ। ତେଣୁ ଦଳପାଇଁ ଆଗାମୀ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ ରାଜସ୍ଥାନ ଏହାର ବିଜୟଧାରା ବଜାୟ ରଖିବାକୁ ଚାହିଁବ। ତେବେ ଏଥିପାଇଁ ଦଳର ବିଦେଶୀ ଖେଳାଳିଙ୍କୁ ଭଲ ପ୍ରଦର୍ଶନ ଅପରିବର୍ତ୍ତିତ ରଖିବାକୁ ପଡ଼ିବ। କ୍ରମାଗତ ୩ ପରାଜୟ ପରେ ସନ୍‌ରାଇଜର୍ସ ଏହି ମ୍ୟାଚ ଖେଳିବାକୁ ଯାଉଛି। ବିଶେଷ କରି ପୂର୍ବ ମ୍ୟାଚରେ ସୁପରଓଭରରେ କୋଲକାତା ନାଇଟ ରାଇଡର୍ସ ନିକଟରୁ ପରାଜୟ ଦଳକୁ କ୍ଷତି ପହଞ୍ଚାଇଛି। ଏହି ହାଇପ୍ରୋଫାଇଲ୍‌ ଲିଗ୍‌ରେ ତିଷ୍ଠି ରହିବାକୁ ହେଲେ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ଦଳକୁ ବିଶେଷ କିଛି କରି ଦେଖାଇବାକୁ ପଡ଼ିବ। ଜନି ବେୟାରଷ୍ଟୋ, ଓ୍ବାର୍ନର, ମନୀଷ ପାଣ୍ଡେ ଓ କେନ୍‌ ଓ୍ବିଲିୟମସନଙ୍କୁ ନେଇ ଗଠିତ ଟପ୍‌ ଅର୍ଡରକୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ।
ସେହିପରି ରାଜସ୍ଥାନ ପାଇଁ ମଧ୍ୟ ଆଉ ଏକ ପରାଜୟ ମହଙ୍ଗା ପଡ଼ିପାରେ। ଜୋଫ୍ରା ଆର୍ଚର ବୋଲିଂ ଆକ୍ରମଣର ମେରୁଦଣ୍ଡ ସାଜିଛନ୍ତି। ମିଡିଲ ଓଭରରେ ଦୁଇ ରିଷ୍ଟ ସ୍ପିନର ଶ୍ରେୟାସ ଗୋପାଳ ଓ ରାହୁଲ ଟଓ୍ବୋଟିଆ ମଧ୍ୟ ଭଲ କରୁଛନ୍ତି। ଗତ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଜୋସ୍‌ ବଟଲରଙ୍କ ବିସ୍ପୋରକ ବ୍ୟାଟିଂ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଶ୍ୱସ୍ତ କରିଛି। ତେବେ ଦଳକୁ ବଡ଼ ପାର୍ଟନରଶିପ୍‌ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏପର୍ଯ୍ୟନ୍ତ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରି ନ ଥିବାବେଳେ ରବିନ୍‌ ଉଥପ୍ପା ଖରାପ ଫର୍ମଦେଇ ଗତି କରୁଛନ୍ତି। ତେଣୁ ଆଗାମୀ ମ୍ୟାଚରେ ପଞ୍ଜାବର ମନନ ଭୋରାଙ୍କୁ ସୁଯୋଗ ମିଳିପାରେ। ସଞ୍ଜୁ ସାମ୍‌ସନଙ୍କ ଫର୍ମ ମଧ୍ୟ ଦଳର ଚିନ୍ତା ବଢ଼ାଇଛି। ଅନ୍ୟ ସିଜନଭଳି ଏଥର ମଧ୍ୟ ସାମସନ୍‌ ଭଲରୁ ଖରାପ ଏବଂ ଏବେ ଅତି ଖରାପ ପ୍ରଦର୍ଶନରେ ପହଞ୍ଚତ୍ଛନ୍ତି।
ରାଜସ୍ଥାନ ରୟାଲ୍ସ: ଷ୍ଟିଭ୍‌ ସ୍ମିଥ(ଅଧିନାୟକ), ମହୀପାଲ ଲାମରୋର, ମନନ ଭୋରା, ରିୟାନ ପରାଗ, ରବିନ ଉଥପ୍ପା, ଡେଭିଡ ମିଲର, ଅଙ୍କିତ ରାଜପୁତ, ମୟଙ୍କ ମାର୍କଣ୍ଡେ, ଜୋଫ୍ରା ଆର୍ଚର, ଶ୍ରେୟାସ ଗୋପାଲ, ବରୁଣ ଆରୋନ, ଜୟଦେବ ଉନାଡକଟ, କାର୍ତ୍ତିକ ତ୍ୟାଗି, ଆକାଶ ସିଂ, ଓଶାନେ ଥୋମାସ, ଆଣ୍ଡ୍ର୍ୟୁ ଟାଏ, ବେନ୍‌ ଷ୍ଟୋକ୍ସ, ରାହୁଲ ଟଓ୍ବୋଟିଆ, ଶଶାଙ୍କ ସିଂ, ଯଶସ୍ବୀ ଜୟସ୍ବାଲ, ଅନିରୁଦ୍ଧ ଜୋଶୀ, ଟମ୍‌ କୁରାନ, ଜୋସ୍‌ ବଟଲର, ସଞ୍ଜୁ ସାମସନ, ଅନୁଜ ରାଓ୍ବତ।
ସନ୍‌ରାଇର୍ଜ ହାଇଦ୍ରାବାଦ: ଡେଭିଡ ଓ୍ବାର୍ନର(ଅଧିନାୟକ), କେନ୍‌ ଓ୍ବଲିୟମସନ, ମନୀଷ ପାଣ୍ଡେ, ବିରାଟ ସିଂ, ପ୍ରୀୟମ ଗର୍ଗ, ଅବଦୁଲ ସମଦ, ଖଲିଲ ଅହମଦ, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କୌଲ, ବିଲି ଷ୍ଟାନଲେକ୍‌, ଟି. ନଟରାଜନ, ଅଭିଷେକ ଶର୍ମା, ଶାହାବାଜ ନଦୀମ, ଜାସନ ହୋଲ୍ଡର, ଫାବିଆନ ଆଲେନ, ବିଜୟ ଶଙ୍କର, ମହମ୍ମଦ ନବି, ରଶିଦ ଖାଁ, ସଞ୍ଜୟ ଯାଦବ, ଜନି ବେୟାରଷ୍ଟୋ, ରିଦ୍ଧିମାନ ଶାହା, ଶ୍ରୀବତ୍ସ ଗୋସ୍ବାମୀ, ବାଭାଙ୍କା ସନ୍ଦୀପ, ପୃଥ୍ବୀରାଜ ୟାରା, ବାସିଲ ଥାମ୍ପି। ।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?