ସିରାଜଙ୍କ ଘାତକ ବୋଲିଂ, ଆର୍‌ସିବିର ଦମ୍‌ଦାର ବିଜୟ

ଆବୁଧାବି, ୨୨।୧୦- ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଦମ୍‌ଦାର ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରିଛି। ଆରସିବି ବୋଲରଙ୍କୁ ମୁକାବିଲା କରି ନ ପାରି କୋଲକାତା ୨୦ ଓଭରରେ ୮ ଉଇକେଟ ହରାଇ ମାତ୍ର ୮୪ ରନ କରିଥିଲା। ଜବାବରେ ଆରସିବି ୧୩.୩ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଆରସିବି ୧୦ ମ୍ୟାଚରୁ ୭ମ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଟେବୁଲ ଟପ୍ପର ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୧୪ ପଏଣ୍ଟ ପାଇଥିଲେ ହେଁ ଉନ୍ନତ ରନ୍‌ ହାରରେ ଉପରେ ରହିଛି। ଅନ୍ୟପକ୍ଷରେ କୋଲକାତା ୧୦ ମ୍ୟାଚରୁ ୫ମ ପରାଜୟ ସହ ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି।
ଟସ୍‌ ଜିତି କୋଲକାତା ଅଧିନାୟକ ଇଅନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହା ପରୋକ୍ଷରେ ଆର୍‌ସିବିକୁ ଫାଇଦା ଦେଇଥିଲା। ମ୍ୟାଚରେ ଘାତକ ବୋଲିଂ କରିଥିଲେ ମହମ୍ମଦ ସିରାଜ। ଶାହାବାଜ ଅହମ୍ମଦଙ୍କ ସ୍ଥାନରେ ଦଳରେ ସୁଯୋଗ ପାଇଥିବା ସିରାଜ ନିଜ ପ୍ରଥମ ଦୁଇ ଓଭରରେ କୌଣସି ରନ ନ ଦେଇ ୩ଟି ଉଇକେଟ ନେଇ କୋଲକାତାକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଆଇପିଏଲ୍‌ ଇତିହାସରେ କ୍ରମାଗତ ୨ଟି ମେଡେନ ନେବାରେ ସେ ପ୍ରଥମ ବୋଲର ହୋଇଥିଲେ। ସେ ନିଜ ପ୍ରଥମ ଓଭରର ତୃତୀୟ ବଲ୍‌ରେ ରାହୁଲ ତ୍ରିପାଠୀ(୧) ଓ ୪ର୍ଥ ବଲ୍‌ରେ ନୀତୀଶ ରାଣା(୦)ଙ୍କୁ ଆଉଟ କରି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ଟମ୍‌ ବାଣ୍ଟନ ହ୍ୟାଟ୍ରିକ ହେବାକୁ ଦେଇ ନ ଥିଲେ ହେଁ ଏହା ଏକ ଡବଲ ଉଇକେଟ ମେଡେନ ଓଭର ଥିଲା। ଏହାପରେ ସିରାଜ ନିଜ ଦ୍ୱିତୀୟ ଓଭରର ୩ୟ ବଲ୍‌ରେ ବାଣ୍ଟନ(୧୦)ଙ୍କୁ ପ୍ୟାଭିଲିୟନ ଫେରାଇ ଆର୍‌ସିବି ଶିବିରରେ ଉତ୍ସାହ ଖେଳାଇ ଦେଇଥିଲେ। ଏହା ମଧ୍ୟ ଉଇକେଟ ମେଡେନ ଓଭର ଥିଲା। ନବଦୀପ ସଇନି ନିଜ ପ୍ରଥମ ଓଭରରେ ସାମାନ୍ୟ ମହଙ୍ଗା ହୋଇ ୧୦ ରନ ବ୍ୟୟ କରିଥିଲେ ହେଁ ଇନ୍‌ଫର୍ମ ଓପନର ଶୁମବନ ଗିଲ୍‌(୧)ଙ୍କୁ ଆଉଟ କରି କୋଲକାତାକୁ ବିପଦରେ ପକାଇଥିଲେ। ଫଳରେ ୪ ଓଭର ଶେଷ ବେଳକୁ କୋଲକାତା ସ୍କୋର ୧୪/୪ ହୋଇ ଯାଇଥିଲା। ସିରାଜ ନିଜ ୩ୟ ଓଭରରେ ମାତ୍ର ୨ ରନ ବ୍ୟୟ କରିଥିଲେ। ଫଳରେ ପାଓ୍ବାରପ୍ଲେ ୬ ଓଭର ବେଳକୁ କୋଲକାତା ମାତ୍ର ୧୭ ରନ ସ୍କୋର କରିଥିଲା। ଚଳିତ ଆଇପିଏଲର କୌଣସି ପାଓ୍ବାରପ୍ଲେରେ ଏହା ସର୍ବନିମ୍ନ ସ୍କୋର। ଦଳର ବିପର୍ଯ୍ୟୟ ସମୟରେ ବିଦାୟୀ ଅଧିନାୟକ ଦୀନେଶ କାର୍ତ୍ତିକ ଓ ଅଧିନାୟକ ଇଅନ ମୋର୍ଗାନଙ୍କ ଉପରେ ଚାପ ବଢ଼ିଥିଲା। ଦୁହେଁ ସତର୍କତାର ସହିତ ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର ଆରସିବି ଅଧିନାୟକ ବିରାଟ କୋହଲି ଆକ୍ରମଣାତ୍ମକ ଆଭିମୁଖ୍ୟରେ ନିଜ ମୁଖ୍ୟ ବୋଲରମାନଙ୍କୁ ଲଗାଇଥିଲେ। ତାହା କାମ ଦେଇଥିଲା। ତାରକା ସ୍ପିନର ୟୁଜବେନ୍ଦ୍ର ଚହଲ ନିଜ ପ୍ରଥମ ଓଭରର ୪ର୍ଥ ବଲ୍‌ରେ କାର୍ତ୍ତିକ(୪)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ କରି କୋଲକାତା ଶିବିରରେ ନୈରାଶ୍ୟ ଖେଳାଇ ଦେଇଥିଲେ। ୮.୪ ଓଭରରେ କୋଲକାତା ସ୍କୋର ୩୨/୫ ହୋଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ୟାଟ୍‌ କୁମିନ୍ସ ସ୍ବାଭାବିକ ବ୍ୟାଟିଂ ନ କରି ଧିମା ଖେଳିଥିଲେ। ମାତ୍ର ସେ ୧୭ ବଲ୍‌ରୁ ୪ ରନ କରିଥିବାବେଳେ ଚହଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୧୫ ଓଭରରେ କୋଲକାତା ସ୍କୋର ୫୦ ଛୁଇଁଥିଲା। ଆଇପିଏଲ ଇତିହାସରେ ଏହା ସବୁଠାରୁ ଧିମା ସ୍କୋର। ପୂର୍ବରୁ ୨୦୦୯ରେ ଡର୍ବାନଠାରେ ଚେନ୍ନାଇ ବିପକ୍ଷରେ ପଞ୍ଜାବ ୧୩.୧ ଓଭରରେ ୫୦ ରନ ପୂରଣ କରି ଏହି ଅଲୋଡ଼ା ରେକର୍ଡର ଅଧିକାରୀ ଥିଲା। ପରେ ଆସିଥିଲା ଯୁବ ସ୍ପିନର ଓ୍ବାଶିଂଟନ ସୁନ୍ଦରଙ୍କ ପାଳି। ସେ ମୋର୍ଗାନଙ୍କ ପ୍ରାଇଜ୍‌ ଉଇକେଟ ହାସଲ କରିଥିଲେ। ସୁନ୍ଦରଙ୍କ ଶର୍ଟ ଅଫ୍‌ ଲେନ୍ଥ ବଲ୍‌କୁ ପୁଲ୍‌ କରିବାକୁ ଯାଇ ମୋର୍ଗାନ ଡିପ୍‌ ମିଡ୍‌ ଉଇକେଟରେ ଗୁରକୀରଟ ସିଂଙ୍କୁ କ୍ୟାଚ ଦେଇଥିଲେ। ୩୪ଟି ବଲ୍‌ ଖେଳିଥିବା ମୋର୍ଗାନ ୩ ଚୌକା ଓ ୧ ଛକା ସହାୟତାରେ ୩୦ ରନ କରିଥିଲେ। ମ୍ୟାଚ ଶେଷରେ ସିରାଜଙ୍କ ବୋଲିଂ ସ୍ପେଲ୍‌ ଥିଲା ୪-୨-୮-୩। ଦୁଇ ସ୍ପିନର ଚହଲ ୪-୦-୧୫-୨ ଓ ସୁନ୍ଦର ୪-୧-୧୪-୨ ମଧ୍ୟ ବଢ଼ିଆ ସ୍ପେଲ କରିଥିଲେ। ଫଳରେ କୋଲକାତା ଇନିଂସ ୨୦ ଓଭରରେ ୮୪/୮ରେ ସୀମିତ ରହିଥିଲା। ଅନ୍ୟ ଆରସିବି ବୋଲର ମଧ୍ୟରେ ସଇନୀ ଗୋଟିଏ ଉଇକେଟ ନେଇଥିଲେ। ଲୋକି ଫର୍ଗୁସନ ୧୬ ବଲ୍‌ରୁ ୧୯ ରନରେ ଅପରାଜିତ ରହିଥିଲେ।
୮୫ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଆରସିବି ପକ୍ଷରୁ ଦୁଇ ଓପନର ଦେବଦତ୍ତ ପଡିକାଲ ଓ ଆରୋନ ଫିଞ୍ଚ୍‌ ଭଲ ଆରମ୍ଭ କରିଥିଲେ। ଓପନିଂ ଯୋଡ଼ିରେ ୩୮ ବଲ୍‌ରୁ ୪୬ ରନ ଯୋଗ ହେବାପରେ କୋହଲିଙ୍କ ଦଳକୁ ଡବଲ୍‌ ଝଟ୍‌କା ଲାଗିଥିଲା। ଫିଞ୍ଚ୍‌ ୨୧ ବଲ୍‌ରୁ ୧୬(୨ ଚୌକା) ରନ କରି ଲୋକି ଫର୍ଗୁସନ ବଲ୍‌ରେ ଆଉଟ ହୋଇଥିବାବେଳେ ଠିକ୍‌ ପରବର୍ତ୍ତୀ ବଲ୍‌ରେ ପଡିକାଲ ରନ୍‌ଆଉଟ ହୋଇ ଯାଇଥିଲେ। ସେ ୧୭ ବଲ୍‌ରୁ ୨୫(୩ ଚୌକା) ରନ କରିଥିଲେ। ବ୍ୟାଟିଂ କ୍ରମରେ ୩ ନମ୍ବର ସ୍ଥାନରେ ଆସିଥିବା ଗୁରକୀରଟ ସିଂ ମାନ୍‌ ଓ କୋହଲି ଆଉ କୌଣସି କ୍ଷତି ହେବାକୁ ନ ଦେଇ ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ୩୯ ରନର ଭାଗୀଦାରି ଗଢ଼ି ଦଳକୁ ବିଜୟୀ କରାଇଥିଲେ। ଗୁରକୀରଟ ୨୧(୨୬ ବଲ, ୪ ଚୌକା) ଓ କୋହଲି ୧୮(୧୭ ବଲ, ୨ ଚୌକା) ରନରେ ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୮୪/୮(ମୋର୍ଗାନ-୩୦, ସିରାଜ-୩/୮, ଚହଲ-୨/୧୫, ସଇନି-୧/୨୩, ସୁନ୍ଦର-୧/୧୪)। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୩.୩ ଓଭରରେ ୮୫/୨ (ପଡିକାଲ-୨୫, ଗୁରକୀରଟ-୨୧*, କୋହଲି-୧୮*, ଫର୍ଗୁସନ-୧/୧୭)।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?