ବଢ଼ୁଛି ବିଜୟ ବିଶ୍ୱାସ

ବଇଣ୍ଡା,୧୩।୧:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଉଷ୍ମ ହେଲାଣି ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ପୂର୍ବରୁ ଆସନ ସଂରକ୍ଷଣ ସରିଥିବା ବେଳେ ଇତିମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ ଓ ଭୋଟଗ୍ରହଣ ତାରିଖ ମଧ୍ୟ ଘୋଷଣା ସରିଛି। ତେଣୁ ଏହି ନିର୍ବାଚନମଣ୍ଡଳୀ ଅଧୀନ ୨ ବ୍ଲକ ଅଧ୍ୟକ୍ଷ ପଦବୀ, ୫୬ ପଞ୍ଚାୟତ ସହ ୭ଟି ଜିଲା ପରିଷଦ ଜୋନ୍‌ ଉପରେ ଏବେ ବିଜେଡି, ଭାଜପା ଓ କଂଗ୍ରେସର ଆଖି ଲାଖିଛି। ବିଜେଡି ବିକାଶକୁ ମୁଖ୍ୟ ଆୟୁଧ ଧରି ବିଜୟୀ ହେବାକୁ ବିଶ୍ୱାସ ରଖିଥିବାବେଳେ ଭାଜପା ଗତଥର ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିବାକୁ ଆଶା ବାନ୍ଧିଛି। ସେହିପରି କଂଗ୍ରେସ ମଧ୍ୟ ଯୋଗ୍ୟ ପ୍ରାର୍ଥୀ ମାଧ୍ୟମରେ ଏହି ନିର୍ବାଚନମଣ୍ଡଳୀ କରାୟତ୍ତ କରିପାରିବ ବୋଲି ଭରସା କରିଛି।
ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ ରହିଛି। ସେହିପରି କିଶୋରନଗର ବ୍ଲକର ୨୩ ପଞ୍ଚାୟତ ସହ ୩ ଜିଲା ପରିଷଦ ଜୋନ୍‌ ଏବଂ ଅନୁଗୋଳ ବ୍ଲକର ୯ଟି ପଞ୍ଚାୟତ ଓ ଗୋଟିଏ ଜିଲା ପରିଷଦ ଜୋନ୍‌ ଆସୁଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଆଠମଲ୍ଲିକର ୩ ଓ ଅନୁଗୋଳର ଗୋଟିଏ ଜୋନ୍‌ ଅକ୍ତିଆର କରିଥିଲା। ଭାଜପା କିଶୋରନଗର ବ୍ଲକର ୩ଟି ଜୋନ୍‌ରେ ବିଜୟୀ ହୋଇଥିଲା। କଂଗ୍ରେସକୁ ସମ୍ପୂର୍ଣ୍ଣ ନିରାଶ ହେବାକୁ ପଡ଼ିଥିଲା। ତେବେ ଗତଥରର ଫଳଫଳକୁ ଭୁଲି ଚଳିତ ନିର୍ବାଚନରେ କିପରି ବିଜୟୀ ହେବେ, ତାହା ଉପରେ ଏବେ ଏହି ୩ ପ୍ରମୁଖ ଦଳ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଆଶାୟୀମାନେ ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲିବା ଦେଖାଯାଉଛି। ସେହିପରି ବିଜେଡି, ଭାଜପା ଓ କଂଗ୍ରେସର ସ୍ଥାନୀୟ ନେତାମାନେ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଡେରା ପକାଇଛନ୍ତି। ବିଶେଷକରି ବ୍ଲକ ଅଧ୍ୟକ୍ଷ ଓ ଜିଲା ପରିଷଦ ଜୋନ୍‌ ହାତେଇବା ପାଇଁ ସେମାନେ ଯୋଜନା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଆଠମଲ୍ଲିକ ବ୍ଲକରେ ଫେବୃୟାରୀ ୨୦ରେ ଭୋଟଗ୍ରହଣ ହେବାକୁ ଥିବାବେଳେ କିଶୋରନଗର ବ୍ଲକରେ ଫେବୃୟାରୀ ୨୨ରେ ମତଦାନ ହେବ। ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୬ ହଜାର ୭୮୫ ଭୋଟର ସେମାନଙ୍କ ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ।

ସମସ୍ତ ଜୋନ୍‌ ହାତେଇବ ବିଜେଡି
ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ସରକାର ଅମଳରେ ଯେତିକି ବିକାଶ ହୋଇଛି, ଅନ୍ୟ ସରକାର ଅମଳରେ ସେତିକି ହୋଇ ନ ଥିଲା। ତେଣୁ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରିବେ ଓ ଦଳ ୨ ବ୍ଲକ ସହ ସମସ୍ତ ଜୋନ୍‌ ହାତେଇବ।
-ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ବିଧାୟକ

ଭଲ ପ୍ରଦର୍ଶନ କରିବ ଭାଜପା
ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ଜିଲା ପରିଷଦ ଜୋନ୍‌ରେ ଭାଜପା ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରି ବିଜୟୀ ହେବେ। ଭାଜପା ସମସ୍ତ ଜୋନ୍‌ ଓ ୨ ବ୍ଲକ ଅକ୍ତିଆର କରିବାରେ ସଫଳ ହେବ।
-ସଞ୍ଜୀବ କୁମାର ସାହୁ, ଭାଜପା ନେତା

କଂଗ୍ରେସକୁ ଭୋଟର ଭରସା କରିବେ
କଂଗ୍ରେସ ଏଥର ପଞ୍ଚାୟତ ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିବ। ବିଶେଷକରି ଭଲ ଲୋକଙ୍କୁ ଦଳ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ। ତେଣୁ ଅନ୍ୟ ଦୁଇ ଦଳ ଅପେକ୍ଷା କଂଗ୍ରେସ ଉପରେ ଭୋଟରମାନେ ଭରସା ରଖିବେ।
-ବିଜୟା ନନ୍ଦ ଚାଉଳିଆ, କଂଗ୍ରେସ ନେତା


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri