ବଢ଼ୁଛି ବିଜୟ ବିଶ୍ୱାସ

ବଇଣ୍ଡା,୧୩।୧:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଉଷ୍ମ ହେଲାଣି ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ। ପୂର୍ବରୁ ଆସନ ସଂରକ୍ଷଣ ସରିଥିବା ବେଳେ ଇତିମଧ୍ୟରେ ପ୍ରାର୍ଥତ୍ପତ୍ର ଦାଖଲ ଓ ଭୋଟଗ୍ରହଣ ତାରିଖ ମଧ୍ୟ ଘୋଷଣା ସରିଛି। ତେଣୁ ଏହି ନିର୍ବାଚନମଣ୍ଡଳୀ ଅଧୀନ ୨ ବ୍ଲକ ଅଧ୍ୟକ୍ଷ ପଦବୀ, ୫୬ ପଞ୍ଚାୟତ ସହ ୭ଟି ଜିଲା ପରିଷଦ ଜୋନ୍‌ ଉପରେ ଏବେ ବିଜେଡି, ଭାଜପା ଓ କଂଗ୍ରେସର ଆଖି ଲାଖିଛି। ବିଜେଡି ବିକାଶକୁ ମୁଖ୍ୟ ଆୟୁଧ ଧରି ବିଜୟୀ ହେବାକୁ ବିଶ୍ୱାସ ରଖିଥିବାବେଳେ ଭାଜପା ଗତଥର ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିବାକୁ ଆଶା ବାନ୍ଧିଛି। ସେହିପରି କଂଗ୍ରେସ ମଧ୍ୟ ଯୋଗ୍ୟ ପ୍ରାର୍ଥୀ ମାଧ୍ୟମରେ ଏହି ନିର୍ବାଚନମଣ୍ଡଳୀ କରାୟତ୍ତ କରିପାରିବ ବୋଲି ଭରସା କରିଛି।
ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ୍‌ ରହିଛି। ସେହିପରି କିଶୋରନଗର ବ୍ଲକର ୨୩ ପଞ୍ଚାୟତ ସହ ୩ ଜିଲା ପରିଷଦ ଜୋନ୍‌ ଏବଂ ଅନୁଗୋଳ ବ୍ଲକର ୯ଟି ପଞ୍ଚାୟତ ଓ ଗୋଟିଏ ଜିଲା ପରିଷଦ ଜୋନ୍‌ ଆସୁଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଆଠମଲ୍ଲିକର ୩ ଓ ଅନୁଗୋଳର ଗୋଟିଏ ଜୋନ୍‌ ଅକ୍ତିଆର କରିଥିଲା। ଭାଜପା କିଶୋରନଗର ବ୍ଲକର ୩ଟି ଜୋନ୍‌ରେ ବିଜୟୀ ହୋଇଥିଲା। କଂଗ୍ରେସକୁ ସମ୍ପୂର୍ଣ୍ଣ ନିରାଶ ହେବାକୁ ପଡ଼ିଥିଲା। ତେବେ ଗତଥରର ଫଳଫଳକୁ ଭୁଲି ଚଳିତ ନିର୍ବାଚନରେ କିପରି ବିଜୟୀ ହେବେ, ତାହା ଉପରେ ଏବେ ଏହି ୩ ପ୍ରମୁଖ ଦଳ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ଆଶାୟୀମାନେ ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲିବା ଦେଖାଯାଉଛି। ସେହିପରି ବିଜେଡି, ଭାଜପା ଓ କଂଗ୍ରେସର ସ୍ଥାନୀୟ ନେତାମାନେ ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ଡେରା ପକାଇଛନ୍ତି। ବିଶେଷକରି ବ୍ଲକ ଅଧ୍ୟକ୍ଷ ଓ ଜିଲା ପରିଷଦ ଜୋନ୍‌ ହାତେଇବା ପାଇଁ ସେମାନେ ଯୋଜନା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଆଠମଲ୍ଲିକ ବ୍ଲକରେ ଫେବୃୟାରୀ ୨୦ରେ ଭୋଟଗ୍ରହଣ ହେବାକୁ ଥିବାବେଳେ କିଶୋରନଗର ବ୍ଲକରେ ଫେବୃୟାରୀ ୨୨ରେ ମତଦାନ ହେବ। ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୬ ହଜାର ୭୮୫ ଭୋଟର ସେମାନଙ୍କ ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ।

ସମସ୍ତ ଜୋନ୍‌ ହାତେଇବ ବିଜେଡି
ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ସରକାର ଅମଳରେ ଯେତିକି ବିକାଶ ହୋଇଛି, ଅନ୍ୟ ସରକାର ଅମଳରେ ସେତିକି ହୋଇ ନ ଥିଲା। ତେଣୁ ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରିବେ ଓ ଦଳ ୨ ବ୍ଲକ ସହ ସମସ୍ତ ଜୋନ୍‌ ହାତେଇବ।
-ରମେଶ ଚନ୍ଦ୍ର ସାଏ, ଆଠମଲ୍ଲିକ ବିଧାୟକ

ଭଲ ପ୍ରଦର୍ଶନ କରିବ ଭାଜପା
ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସମସ୍ତ ଜିଲା ପରିଷଦ ଜୋନ୍‌ରେ ଭାଜପା ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରି ବିଜୟୀ ହେବେ। ଭାଜପା ସମସ୍ତ ଜୋନ୍‌ ଓ ୨ ବ୍ଲକ ଅକ୍ତିଆର କରିବାରେ ସଫଳ ହେବ।
-ସଞ୍ଜୀବ କୁମାର ସାହୁ, ଭାଜପା ନେତା

କଂଗ୍ରେସକୁ ଭୋଟର ଭରସା କରିବେ
କଂଗ୍ରେସ ଏଥର ପଞ୍ଚାୟତ ନିର୍ବାଚନରେ ଉନ୍ନତ ପ୍ରଦର୍ଶନ କରିବ। ବିଶେଷକରି ଭଲ ଲୋକଙ୍କୁ ଦଳ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ। ତେଣୁ ଅନ୍ୟ ଦୁଇ ଦଳ ଅପେକ୍ଷା କଂଗ୍ରେସ ଉପରେ ଭୋଟରମାନେ ଭରସା ରଖିବେ।
-ବିଜୟା ନନ୍ଦ ଚାଉଳିଆ, କଂଗ୍ରେସ ନେତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri