ୟୁକ୍ରେନକୁ ଏକ ଅରବ ଡଲାର ସେନା ସହାୟତା ସହ, ଅତିରିକ୍ତ ୪.୫ ବିଲିୟନ ଦେବ ଆମେରିକା

ୱାଶିଂଟନ,୯ ।୮: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ପ୍ରାୟ ୭ ମାସ ହେବ ଲଗାତାର ଯୁଦ୍ଧ ଲାଗି ରହିଛି । ଏହି ସମୟରେ ବିଶ୍ୱର ଅନେକ ଦେଶ ୟୁକ୍ରେନକୁ ବଡ ଧରଣର ସେନା ସହାୟତା ଯୋଗାଇ ଦେଇଛନ୍ତି । ସୋମବାର ଆମେରିକା ୟୁକ୍ରେନ ପାଇଁ ନୂଆ ସେନା ସହାୟତା ଘୋଷଣା କରିଛି । ଏଥିପାଇଁ ଆମେରିକା ୟୁକ୍ରେନକୁ ଏକ ଅରବ ଡଲାର ଦେବାକୁ ଘୋଷଣା କରିଛି । ନୂଆ ଘୋଷଣା ଅନୁଯାୟୀ, ଆମେରିକା ୟୁକ୍ରେନ ସେନାଙ୍କୁ ପ୍ରତିରକ୍ଷା ବିଭାଗରୁ ସିଧା ରକେଟ, ଗୋଳା-ବାରୁଦ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ, ଯାହା ଏପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିବା ସହାୟତା ଅପେକ୍ଷା ସବୁଠାରୁ ଅଧିକ ବୋଲି କୁହାଯାଉଛି ।
ଆମେରିକା ପକ୍ଷରୁ ଦିଆଯାଉଥିବା ସେନା ସହାୟତାରେ ହାଇ ମୋବିଲିଟି ଆର୍ଟିଲରି ରକେଟ ସିଷ୍ଟମ(ହିମାରସ) ସହ ହଜାର ଆର୍ଟିଲରି ରାଉଣ୍ଡ, ମୋର୍ଟାର ସିଷ୍ଟମ ଓ ଅନ୍ୟ ଗୋଳା-ବାରୁଦ ରହିଛି । ସେନା କମାଣ୍ଡରଙ୍କ ସୂଚନା ମୁତାବକ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହିମାରସ ଓ ଆର୍ଟିଲରି ସିଷ୍ଟମ ମହତ୍ୱପୂର୍ଣ୍ଣ ଭୂମିକା ନେଇଛି । ଅନ୍ୟପଟେ ୟୁକ୍ରେନର ଆନ୍ତରିକ ବ୍ୟବସ୍ଥାକୁ ସୂଚାରୁ ରଖିବାକୁ ଆମେରିକା ଏହାକୁ ୪.୫ ଅରବ ଡଲାର ଅତିରିକ୍ତ ଆର୍ଥିକ ସହାୟତା ଦେବ । ଏହି ଅର୍ଥ ଆମେରିକାର ଅର୍ଥ ମନ୍ତ୍ରଣାଳୟ ବିଶ୍ୱ ବ୍ୟାଙ୍କ ସହ ମିଶି ଦେବ ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?