ଚିନି ଭାବି ଖାଇଦେଲେ ୟୁରିଆ ସାର: ଆଈଙ୍କ ସହ ୩ ନାତିନାତୁଣୀ ଗୁରୁତର

ଦେବଗଡ଼,୨୨ା୭(ଡି.ଏନ୍‌.ଏ.): ଚିନି ଭାବି ୟୁରିଆ ସାର ଖାଇଦେବାରୁ ଜଣେ ବୃଦ୍ଧାଙ୍କ ସହ ୩ ଶିଶୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ବମ୍ପରଡା ଗ୍ରାମରେ।

ସୂଚନା ଅନୁଯାୟୀ, ବମ୍ପରଡା ଗ୍ରାମର ସନ୍ତୋଷ ବେହେରାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଘରକୁ ଗାଁରେ ରହୁଥିବା ଝିଅ କୁନ୍ତଳା, ତୋପଇ ଏବଂ ଅନୁଗୋଳ ଜିଲାର ପୁଡାଗଡ଼ ଗ୍ରାମରେ ରହୁଥିବା ଝିଅ କୈକେୟୀ ମଧ୍ୟ ଆସିଥିଲେ। ଶୁକ୍ରବାର ଧାନ ରୁଆ କାର୍ଯ୍ୟକ୍ରମ ରହିଥିବାରୁ ୩ ଝିଅ କୁନ୍ତଳା, ତୋପଇ ଓ କୈକେୟୀ ମା’ ଯମୁନା(୬୦)ଙ୍କ ପାଖରେ ପିଲାଛୁଆଙ୍କୁ ଛାଡି ବାପାଙ୍କ ସହ ଚାଷ ଜମିକୁ ଯାଇଥିଲେ ା ଏହି ସମୟରେ କୁନ୍ତଳାଙ୍କ ପୁଅ ପିଙ୍କୁ ବେହେରା(୫ବର୍ଷ),କୈକେୟୀଙ୍କ ଝିଅ ସୁଷମା ଗୋଚ୍ଛାୟତ(୧୫ ମାସ) ଓ ତୋପଇଙ୍କ ଝିଅ ଅରୁଣି ବେହେରା(୧୩ ମାସ) ଚିନି ଭାବି ଘରେ ଥିବା ବସ୍ତାରୁ ୟୁରିଆ ସାର ଚୁଡାରେ ପକାଇ ଖାଇ ଦେଇଥିଲେ। ତେବେ ଚୁଡା ପିତା ଲାଗିବାରୁ ଆଇ ଯମୁନାଙ୍କୁ ଘଟଣା ସମ୍ପର୍କରେ ଜଣାଇ ବାନ୍ତି କରିଥିଲେ। ଆଇ ଯମୁନା ପିଲାମାନେ ଖାଉଥିବା ଚୁଡାରୁ ପରୀକ୍ଷା ମୂଳକ ଭାବେ ଖାଇ ସେ ମଧ୍ୟ ବାନ୍ତି କରିଥିଲେ ା

ସେତିକିବେଳେ କୁନ୍ତଳା, ତୋପଇ ଓ କୈକେୟୀ ଖାଇବା ପାଇଁ ଘରକୁ ଆସିବାରୁ ଛୁଆମାନେ ଚିନି ଭାବି ୟୁରିଆ ସାର ଖାଇଦେଇଥିବା ଜାଣିବାକୁ ପାଇଥିଲେ। ଫଳରେ ଆଇ ଯମୁନା ଏବଂ ୩ ନାତିନାତୁଣୀଙ୍କୁ ଚିକିତ୍ସା ନିମନ୍ତେ ବମ୍ପରଡା ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ଼ ଜିଲାମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳଙ୍କ ରିମାଣ୍ଡ ଅବଧି ବଢ଼ିଲା

ଝାରସୁଗୁଡ଼ା ଅଫିସ,୪ା୨: ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାରୀ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସଙ୍କ ରିମାଣ୍ଡ ଅବଧି ବଢ଼ିଛି। ପୂର୍ବରୁ ୪ ଦିନିଆ ରିମାଣ୍ଡରେ...

କପ୍ତିପଦା ତହସିଲ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୭ା୧(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ କିଷାନ୍‌ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍‌ଏସ୍‌) ପକ୍ଷରୁ କପ୍ତିପଦା ତହସିଲଦାରଙ୍କ ଅଫିସ୍‌ ସମ୍ମୁଖରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହଜାର ହଜାର...

୩୧ ଯାଏ ଗ୍ରୀଷ୍ମପ୍ରବାହ:୧୧ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉପକୂଳଠାରୁ ଆରମ୍ଭକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି।...

ବାଟ ନ ଛାଡ଼ିବାରୁ ସୀମାନ୍ତ ପୋଲିସ ଉପରେ ଆକ୍ରମଣ: ଜଣେ ମହିଳା କନଷ୍ଟେବଳ, ୩ ହୋମଗାର୍ଡ ଆହତ

ଠାକୁରମୁଣ୍ଡା,୧୬ା୪(ଡି.ଏନ୍‌.ଏ.) : ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳ ବେନିସାଗର ଛକ ରାସ୍ତାରେ ଅସ୍ଥାୟୀ ବ୍ୟାରିକେଟ୍‌ ଲଗାଇ ଜଗି ରହିଥିବା ଓଡ଼ିଶା ପୋଲିସ ଉପରେ ଝାଡ଼ଖଣ୍ଡ ଅଞ୍ଚଳର ପ୍ରାୟ...

ଧରାପଡ଼ିଲେ ନକଲି ମଦ ମାଫିଆ

ଅନୁଗୋଳ ଅଫିସ,୨୫।୨ ୨୦ ଦିନର ଛକାପଞ୍ଝା ପରେ ଅନୁଗୋଳ ଜିଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। କୋର୍ଟରେ ଆତ୍ମସମର୍ପଣ ପୂର୍ବରୁ ଅବକାରୀ କର୍ମଚାରୀଙ୍କ ହାତରେ...

ଏମଏସଏମଇ ପ୍ରତିଷ୍ଠା ଉପରେ ଗୁରୁତ୍ୱ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ) ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ରାଜ କନୱର ପାର୍କ ପରିସରରେ ଏମଏସମଏଇ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀଙ୍କୁ ନେଇ ଏକ କର୍ମଶାଳା...

ମଣ୍ଡିରେ ଗଜା ହେଉଛି ଧାନ

ମୋହନଗିରି,୨୮।୪(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଧୀନ ମୋହନଗିରି ଅଞ୍ଚଳର ୧୧ ଜଣ ଚାଷୀ ୪୫୦ କୁଇଣ୍ଟାଲ ଧାନ ବିକିବାକୁ ଜାନୁୟାରୀରୁ ମୋହନଗିରି ସେବା ସମବାୟ...

କରୋନାରୁ ରକ୍ଷା ପାଇଁ ମା’ ଅମ୍ବିକା ମନ୍ଦିରରେ ଦୀପଦାନ

ବାରିପଦା ଅଫିସ, ୧୫ା୩ -ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ ଦାଉରୁ ରକ୍ଷା ପାଇବା ଲାଗି ସ୍ଥାନୀୟ ‘ହେଲ୍ପିଂ ବୟ’ ଅନୁଷ୍ଠାନ ପକ୍ଷରୁ...

Advertisement
Archives

Model This Week