୧୨ ବର୍ଷର ଅପେକ୍ଷା, ହେଲେ ୧୫ ମିନିଟ୍‌ରେ ସରିଥିଲା ବିବାହ

ବମ୍ବେ: ୧୨ ବର୍ଷର ଅପେକ୍ଷା। ହେଲେ ୧୫ ମିନିଟରେ ସରିଥିଲା ବିବାହ। ଆମେ କଥା ହେଉଛୁ ଟେଲିପରଦାର ସବୁଠାରୁ ଲୋକପ୍ରିୟ ଧାରାବାହିକ ‘ଅନୁପମା’ର ଅଭିନେତ୍ରୀ ରୁପାଲି ଗାଙ୍ଗୁଲୀଙ୍କ କଥା। ନିକଟରେ ସେ ‘ସ୍ବୟଂମ୍ବର: ମିକା ଦି ବୋଟି’ରେ ଅତିଥି ଭାବେ ପହଞ୍ଚିଥିଲେ। ସେଠାରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖାସ କାହାଣୀ ଉପରୁ ପରଦା ହଟାଇଛନ୍ତି। ଯେଉଁଥିରୁ ଗୋଟିଏ ଥିଲା ତାଙ୍କ ବିବାହ।

ରୁପାଲି ସ୍ବାମୀଙ୍କୁ ୧୨ ବର୍ଷ ଯାଏ ଅପେକ୍ଷା କରିଥିଲେ। କାରଣ ସେ ଆମେରିକାରେ ଥିଲେ। ରୁପାଲି ଭାରତରେ ରହିବାକୁ ଚାହୁଁଥିଲେ। ଫେବୃୟାରୀ ୪ରେ ସେ ଭାରତ ଆସି ତାଙ୍କୁ ହଠାତ ଗୋଟିଏ ଦିନ ପରେ ବିବାହ କରିବାକୁ କହିଥିଲେ। ସେତେବେଳେ ରୁପାଲି ଧାରାବାହିକରେ ଅଭିନୟ କରୁଥିଲେ। ସେ ଦୁଇଦିନ ଛୁଟି ମାଗିଥିଲେ। ପରେ ପରିବାରଲୋକଙ୍କୁ ରେଜିଷ୍ଟାର ବିବାହ କରୁଥିବା ଜଣାଇଥିଲେ। ଗୋଟିଏ ଦିନ ତାଙ୍କର ୪ଟା ବାଜିବା ଯାଏ ମେହେନ୍ଦୀ ହୋଇଥିଲା। ଏହାପରେ ହଳଦୀ ଉତ୍ସବ ହୋଇଥିଲା। ବିବାହ ଦିନ ସେ ଶାଢ଼ି କିଣିବାକୁ ଯାଇଥିଲେ। ତାଙ୍କ ସ୍ବାମୀଙ୍କ ପାଖରେ କିନ୍ତୁ ସମୟ ନ ଥିବାରୁ ଶାର୍ଟ ଏବଂ ଜିନ୍ସ ପିନ୍ଧିଥିଲେ। ଏହି ସମୟରେ ରୁପାଲିଙ୍କ ବାପା ସେ କନ୍ୟାଦାନ କରିବାକୁ ଚାହୁଁଥିବା କହିଥିଲେ। ସେଠାରେ କୌଣସି ପଣ୍ଡିତ ନ ଥିଲେ। ଯେମିତି ସେମିତି ଜଣେ ବ୍ରାହ୍ମଣଙ୍କୁ ଠିକ୍‌ କରାଯାଇଥିଲା। ମାତ୍ର ସେ ବ୍ୟସ୍ତ ଥିବାରୁ ମାତ୍ର ୧୫ ମିନିଟରେ ବିବାହ ମନ୍ତ୍ର ପଢ଼ିଥିଲେ। ଏମିତିରେ ତାଙ୍କ ବିବାହ ୧୫ ମିନିଟରେ ଶେଷ ହୋଇଥିଲା ବୋଲି ରୁପାଲି କହିଛନ୍ତି। ହେଲେ ସ୍ବାମୀ ରୂପରେ ତାଙ୍କୁ ହିରା ମିଳିଥିବା ସେ କହିଛନ୍ତି।

ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେଲେ ସେ ୨୦୧୩ ଫେବୃୟାରୀ ୬ରେ ବ୍ୟବସାୟୀ ଅଶ୍ୱିନ କେ. ବର୍ମାଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏକ ପୁଅ ରୁଦ୍ରାଂଶ ଅଛି। ଏବେ ସେ ଅନୁପମାରେ ପ୍ରମୁଖ ଚରିତ୍ରରେ ନଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କର ରହିଛି ୩ଟି କମ୍ପାନୀ: ଗୋଟିଏ କଥିତ ପ୍ରେମିକା ରିଆଙ୍କ ନାମରେ

ନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡ ବିଜେତା ସୁଶାନ୍ତ ସିଂ ରାଜପୁତଙ୍କର ବିଶ୍ୱ, ମହାକାଶ, ଗ୍ରହ ବିଷୟରେ ଜାଣିବାର ବିଶେଷ ଆଗ୍ରହ ରହିଥିଲା। ତାରା ଦେଖିବା ପାଇଁ ସେ...

ରାମାୟଣର ସୁଷେଣ ବୈଦ୍ୟ ବିକୁଥିଲେ ପାନ: ତାଙ୍କ ହୋଟେଲର ନାମ ସଞ୍ଜିବନୀ

ଉଜ୍ଜୟନୀ,୧୬।୪: ଏବେ ଦିଲ୍ଲୀ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ରାମାୟଣର ପ୍ରସାରଣ ପୁଣି ଥରେ କରାଯାଉଛି। ରାମାୟଣରେ ସୁଷେଣ ବୈଦ୍ୟ ଭୂମିକାରେ ରମେଶ...

‘ଗିତାର୍‌ ଗଡ୍‌’ ଜେଫ ବେକ୍‌ଙ୍କ ପରଲୋକ

ସଙ୍ଗୀତ ଜଗତରେ ‘ଗିତାର୍‌ ଗଡ୍‌’ ଭାବରେ ଜଣାଶୁଣା ଗୀତାରିଷ୍ଟ ଜେଫ ବେକ୍‌ଙ୍କ ପରଲୋକ ଘଟିଛି। ୭୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଜେଫଙ୍କ...

କରନ-ସଲମାନ-ୟଶରାଜ ଫିଲ୍ମକୁ ବହିଷ୍କାର ପାଇଁ ଅନ୍‌ଲାଇନ୍‌ ପିଟିଶନ୍‌: ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର କଲେ ସାଇନ୍‌

ମୁମ୍ବାଇ, ୧୭।୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ବଂଶବାଦ ସୃଷ୍ଟି କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାଙ୍କୁ ବହିଷ୍କାର କରିବା ଲାଗି ଏକ...

ଦୀର୍ଘଦିନ ପରେ ଫଟୋ ଶେୟାର କଲେ ଐଶ୍ୱର୍ଯ୍ୟା, ଲେଖିଲେ…

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି।...

ଲଭ୍ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଆସିବେ ଶ୍ରଦ୍ଧା-ରଣବୀର

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ଓ ନାୟକ ରଣବୀର କପୁର ପ୍ରଥମଥର ପାଇଁ ବଡ ପରଦାରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି ।...

ରିଲିଜ୍‌ ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ରେକର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ...

ହଲିଉଡ୍‌ର ଏହି ଅଭିନେତାଙ୍କ ୩ ଫିଲ୍ମ ପ୍ରତ୍ୟାଖାନ କରିଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ହଲିଉଡ୍‌ ଆକ୍ଟର ଓ୍ବିଲ୍‌ ସ୍ମିଥ୍‌ ଏକାଠି କାମ କରିବାକୁ ଚାହଁଥିଲେ। ମାତ୍ର ଏହା କେବେ...

Advertisement
Archives

Model This Week