ଅବହେଳା ଯୋଗୁ ଅସୁରକ୍ଷିତ

ବଇଣ୍ଡା,୮ା୧୧ (ପରିକ୍ଷିତ ସାହୁ): ବଢ଼ିଚାଲିଛି ବନ୍ୟସମ୍ପଦ ଲୁଟ୍‌ପାଟ। ନିୟମିତ ଗଛ କାଟୁଛନ୍ତି କାଠ ମାଫିଆ। ଚୋରି ହେଉଛି ଲଘୁ ଖଣିଜ ଦ୍ରବ୍ୟ। ଶିକାର ହେଉଛନ୍ତି ବନ୍ୟଜନ୍ତୁ। ଜଙ୍ଗଲ ମଧ୍ୟରେ ଏପରି ଅବାଧ ପ୍ରବେଶ, ଚୋରି ଓ ଶିକାର ଘଟଣାକୁ ରୋକିପାରୁନି ଦାୟିତ୍ୱରେ ଥିବା ବନ ବିଭାଗ। ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁ ଅଧିକ ପ୍ରଭାବିତ ତଥା ଅସୁରକ୍ଷିତ ହେଉଛନ୍ତି ହାତୀ। ଜଙ୍ଗଲ ମଧ୍ୟରେ ଖାଦ୍ୟାଭାବର ଶିକାର ହେଉଥିବାରୁ ଏହି ବିଶାଳକାୟ ପ୍ରାଣୀ ଗାଁ ମୁହାଁ ହେଉଛି। ହେଲେ ବାର୍‌ହା ଶିକାରୀଙ୍କ ବିଦ୍ୟୁତ୍‌ ଫାଶ ଏମାନଙ୍କ ପାଇଁ କାଳ ସାଜୁଛି। ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ମୃତ୍ୟୁ ଏହି କାରଣରୁ ହେଉଥିବା ଅଭିଯୋଗ ହେଉଥିଲେ ହେଁ ତଦନ୍ତ ଜାରି ରହିଥିବା କହି ଏହାକୁ ଲୁଚାଇବାର ଉଦ୍ୟମ କରାଯାଉଛି।
ଆଠମଲ୍ଲିକ ବନଖଣ୍ଡରେ ବିଦ୍ୟୁତ୍‌ ଫାଶରେ ପଡ଼ି ହାତୀଙ୍କ ଜୀବନ ଯିବା ବାରମ୍ବାର ଦେଖାଯାଉଛି। ବନଖଣ୍ଡର ଆଠମଲ୍ଲିକ, ମାଧପୁର, ଧଣ୍ଡାଟୋପା, ହଣ୍ଡପା ଓ ବାମୁର ରେଞ୍ଜରେ ହାତୀଙ୍କ ଚଳପ୍ରଚଳ ଥିବାବେଳେ ହଣ୍ଡପା, ମାଧପୁର ଓ ବାମୁର ରେଞ୍ଜରେ ଶିକାରୀ ଅଧିକ ସକ୍ରିୟ ରହିଥିବା କୁହାଯାଉଛି। କାରଣ ଏକାଧିକ ହାତୀଙ୍କ ଜୀବନ ଶିକାରୀମାନଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଯାଇଛି। ୧୪ ନଭେମ୍ବର ୨୦୧୮ରେ ହଣ୍ଡପା ରେଞ୍ଜ ସାପଘରା ପଞ୍ଚାୟତର ହେମାମୁରା ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଇଥିଲା। ସେହିପରି ୨୫ ନଭେମ୍ବର ୨୦୧୯ରେ ଟେଣ୍ଟୁଲି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ଜଙ୍ଗଲରେ ବିଛାଯାଇଥିବା ବିଦ୍ୟୁତ୍‌ ତାର ହାତୀ ମୃତ୍ୟୁର କାରଣ ବୋଲି କୁହାଯାଉଥିଲେ ହେଁ ବନ ବିଭାଗ ପ୍ରମାଣ ପାଇପାରି ନ ଥିଲା। ଏହି ରେଞ୍ଜର ନାକିଚି ଜଙ୍ଗଲଠାରେ ୫ ଜୁନ ୨୦୨୧ରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ମୃତ ଶରୀରରୁ ଗୁଳି ମିଳିଥିବାରୁ ଏଥିରେ ଶିକାରୀଙ୍କ ହାତ ଥିବା ଜଣାପଡ଼ିଥିଲା। ମାଧପୁର ରେଞ୍ଜର ମୁଣ୍ଡାପଡା ଖେସ୍ରା ଜଙ୍ଗଲରେ ୧୫ ଅକ୍ଟୋବର ୨୦୨୨ରେ ଏକ ଅଣ୍ଡିରା ହାତୀର ମୃତ୍ୟୁ ହୋଇଥିଲା। ସେହିପରି ବାମୁର ରେଞ୍ଜ ଶାନ୍ତିପୁର ଜଙ୍ଗଲରେ ୨୮ ଅକ୍ଟୋବର ୨୦୨୨ରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ବାର୍‌ହା ଶିକାର ଉଦ୍ଦେଶ୍ୟରେ ବସାଯାଇଥିବା ବିଦ୍ୟୁତ୍‌ ଫାଶ ହାତୀର ଜୀବନ ନେଇଥିବା ଚର୍ଚ୍ଚା ଲାଗି ରହିଥିଲେ ବି ବନ ବିଭାଗର ତଦନ୍ତ ଶେଷ ହୋଇପାରି ନାହିଁ। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ବିଶେଷକରି ଐତିହ୍ୟ ପ୍ରାଣୀ ହାତୀ ମୃତ୍ୟୁକୁ ନେଇ ନାନା ତନାଘନା ହେଉଛି। ନୂଆ ନୂଆ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ସଚେତନତା କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି। ହେଲେ ବନ ବିଭାଗ ଯତ୍ନବାନ ହେଉ ନ ଥିବାରୁ ହାତୀ ମୃତ୍ୟୁ ଘଟଣା ବଢ଼ିଚାଲିଥିବା ଅଭିଯୋଗ ହେଉଛି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଏସ୍‌.ଆନନ୍ଦ କହିଛନ୍ତି, ହାତୀକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

ବିଭାଗ ଯତ୍ନବାନ ହେଉନି
ଜଙ୍ଗଲରେ ଖାଦ୍ୟ ବୃଦ୍ଧି ପ୍ରତି ଦୃଷ୍ଟି ଦିଆଯାଉ ନ ଥିବାରୁ ହାତୀପଲ ଧାନ, ଆଖୁ ଆଦି ଖାଇବାକୁ ଗଁା ମୁହଁା ହେଉଛନ୍ତି। ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଥିବାବେଳେ ଉପଯୁକ୍ତ କ୍ଷତିପୂରଣ ମିଳୁନି। ଅନେକ ସମୟରେ ଗଁା ମୁହଁା ହାତୀ ବାର୍‌ହା ପାଇଁ ବସାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଉଛନ୍ତି। ବନ ବିଭାଗ ଯତ୍ନବାନ ହେଉ ନ ଥିବାରୁ ଏପରି ଘଟଣା ବଢ଼ିଚାଲିଛି।
-ଶିବରାମ ନାୟକ, ସାନହୁଲା

ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦିଅନ୍ତୁ
ଆଠମଲ୍ଲିକ ବନଖଣ୍ଡରେ ଗୋଟିଏ ପରେ ଗୋଟିଏ ହାତୀ ବିଦ୍ୟୁତ୍‌ ଫାଶରେ ପଡ଼ୁଛନ୍ତି। ହେଲେ ଏହାକୁ ରୋକିବା ଦିଗରେ ବନ ବିଭାଗ ଉପଯୁକ୍ତ ପଦକ୍ଷେପ ନେଉନାହିଁ। ଏପରି କି ଠିକ୍‌ ଭାବେ ତଦନ୍ତ କରି ଶିକାରୀଙ୍କୁ ଗିରଫ କରାଯାଉ ନାହିଁ। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ।
-ଭଗବାନ ଘିୱାଲା, ବଇଣ୍ଡା

ଆଗେ ଅଧିକାରୀ ସଚେତନ ହୁଅନ୍ତୁ
ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଥିବା କୁହାଯାଉଛି। ହେଲେ ଆଠମଲ୍ଲିକ ବନଖଣ୍ଡରେ ଯେପରି ବିଦ୍ୟୁତ୍‌ ଫାଶରେ ପଡ଼ି ହାତୀ ମୃତ୍ୟୁ ଘଟଣା ବଢ଼ିଚାଲିଛି ସେଥିରୁ ବିଭାଗର ଅବହେଳା ବାରି ହୋଇପଡ଼ୁଛି। ତେଣୁ ପ୍ରଥମେ ନିଜ କର୍ତ୍ତବ୍ୟ ପ୍ରତି ବିଭାଗୀୟ ଅଧିକାରୀ ସଚେତନ ହୁଅନ୍ତୁ।

-ଧ୍ରୁବଚରଣ ସାହୁ, ବଡ଼ଗୋବିନ୍ଦପୁର
ଜଙ୍ଗଲରେ ଖାଦ୍ୟ ଯାଞ୍ଚ ହେଉନି
ବନ ବିଭାଗ ଅଧିକାରୀମାନେ ଠିକ୍‌ ଭାବେ ଜଙ୍ଗଲ ପରିଦର୍ଶନ କରୁନାହାନ୍ତି। ହାତୀଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ରହିଛି କି ନାହିଁ ତାହାର ଯାଞ୍ଚ କରୁନାହାନ୍ତି। ବନ ବିଭାଗର ଏହି ଅବହେଳା ଯୋଗୁ ହାତୀ ଜଙ୍ଗଲରୁ ବାହାରକୁ ଆସି ଖାଦ୍ୟ ଖୋଜିବା ବେଳେ ବାର୍‌ହା ପାଇଁ ବସାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାଣ ହରାଉଛି।
-ଅଞ୍ଜନ କୁମାର ପ୍ରଧାନ, ଆଇନଜୀବୀ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri