ଅନ୍‌ଲକ୍‌ ୪.୦

ଆକାର ପଟେଲ

ସେପ୍ଟେମ୍ବର ପହିଲାରୁ ଆମେ ଅନଲକ୍‌ ୪.୦ ଦେଖିବା। ଏହା କ’ଣ ପାଇଁ ହେଉଛି ମୁଁ ଜାଣିପାରୁନି ଏବଂ ଭାବୁଛି କେହି ବି ବାସ୍ତବରେ ଏହାକୁ ବୁଝିପାରୁ ନ ଥିବେ। ଦେଖିବାକୁ ଗଲେ ଲକ୍‌ଡାଉନ ଓ ଶଟ୍‌ଡାଉନରେ ସବୁକିଛି ବନ୍ଦ କରି କୋଭିଡ୍‌ ସଂକ୍ରମଣ ସମ୍ଭାଳିବା ପାଇଁ ଭାରତ ସରକାର ଚେଷ୍ଟା କରିଆସିଛନ୍ତି। ଲୋକମାନଙ୍କୁ କାର୍ଯ୍ୟକ୍ଷେତ୍ରକୁ ଯିବାକୁ ମନା କରିବା ସହ ଯଦି ସେମାନଙ୍କୁ ପରସ୍ପରଠାରୁ ଦୂରେଇ ରହିିବାକୁ ସରକାର ବାଧ୍ୟ କରନ୍ତି ତେବେ ସଂକ୍ରମଣକୁ ବନ୍ଦ କିମ୍ବା ଧିମା କରାଯାଇପାରିବ। କିନ୍ତୁ କ’ଣ ସବୁ ନିୟମ ଅଣାଯାଉଛି ତାହା ପ୍ରକୃତରେ ମୁଁ ବୁଝିପାରୁନାହିଁ । ଉଦାହରଣ ସ୍ବରୂପ,ଏୟାରଲାଇନ୍‌ ମେ’ଠାରୁ ତା’ କାମ ଆରମ୍ଭ କରିଛି। ୩ ମାସରୁ ଊଦ୍ଧ୍ୱର୍ର୍ ହେବ ଏହା ସେବା ଯୋଗାଇ ଆସିଲାଣି। ଅଧାଯାତ୍ରୀଙ୍କୁ ନେଇ ସବୁ ଫ୍ଲାଇଟ୍‌ ଚାଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ଇଣ୍ଡିଆନ୍‌ ରେଲ୍‌ଓ୍ବେ ବନ୍ଦ ରହିଛି। ପ୍ରତିଦିନ ୧୭,୦୦୦ ଟ୍ରେନ୍‌ ଭାରତରେ ଚାଲେ, କିନ୍ତୁ ଏବେ ମାତ୍ର ୨୩୦ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲୁଛି। ସବୁ ଫ୍ଲାଇଟ୍‌ ଚାଲିବାକୁ ସରକାର ଅନୁମତି ଦେଇଥିବା ବେଳେ ସବୁ ଟ୍ରେନ୍‌ ଗଡିବାକୁ ଅନୁମତି ନ ଦେବା କେତେ ଯୁକ୍ତିଯୁକ୍ତ। ବିମାନ ଯାତ୍ରୀମାନେ ବସିବାରେ ୬ ଫୁଟ ଦୂରତା ରଖିପାରିବେ ନାହଁ ବୋଲି ସରକାର ସେମାନଙ୍କୁ ଟ୍ରେନ୍‌ରେ ନ ଯାଇ ବିମାନରେ ଯିବାକୁ ଦେବା ଅପ୍ରାସଙ୍ଗିକ ମନେହେଉଛି। କୋଭିଡ୍‌ ସଂକ୍ରମଣ ରୋକିବାରୁ ଲାଭ ମିଳିବା ଅନିଶ୍ଚିତ, କିନ୍ତୁ ଏହାଦ୍ୱାରା ଅର୍ଥବ୍ୟବସ୍ଥାରେ କ୍ଷତି ହେବା ଦେଖାଯାଉଛି। ଗତ ମାସରେ ସୁରଟ୍‌ରୁ ପ୍ରକାଶିତ ଏକ ରିପୋର୍ଟରେ ଟେକ୍ସଟାଇଲ ପ୍ରଡକ୍ସନ ସାମାନ୍ୟ ସ୍ତରରୁ ୨୫ ପ୍ରତିଶତ କମ୍‌ ରହିଥିବା ଓ ଏହାର ମୁଖ୍ୟ କାରଣ ଶ୍ରମିକଙ୍କ ଅଭାବ ବୋଲି କୁହାଯାଇଥିଲା। ଜୁଲାଇ ୩୧ରେ ହିନ୍ଦୁ ଫ୍ରଣ୍ଟଲାଇନ ମାଗାଜିନରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଏପ୍ରିଲ ଓ ମେ’ରେ ସୁରଟ୍‌ ଏବଂ ଏହାର ଆଖପାଖ ଶିଳ୍ପାଞ୍ଚଳରୁ ୩୦ ଲକ୍ଷରୁ ଅଧିକ ଲୋକ ଛାଡି ଚାଲି ଯାଇଛନ୍ତି। ଏପରି କି ଏମାନେ ଏବେ କାମକୁ ଫେରିବାକୁ ଚାହଁୁଥିଲେ ମଧ୍ୟ ସେମାନଙ୍କ ପାଇଁ ପ୍ରାୟତଃ କୌଣସି ବାଟ ନାହିଁ। ଆଉ ଏକ ଖବରରୁ ଜଣାପଡିଛି,ସୁରଟ ଛାଡି ଚାଲିଯାଇଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ମିଲ୍‌ ଚାଲିବା ଓ ବ୍ୟବସାୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏବେ କାହିଁକି ସରକାର ଟ୍ରେନ୍‌ ଚାଲୁ କରୁନାହାନ୍ତି ତାହା ବୁଝାପଡୁନି। ମୁମ୍ବାଇର ଲୋକାଲ ଟ୍ରେନ୍‌‌ଗୁଡିକୁ ବନ୍ଦ ରଖାଯାଇଥିବାବେଳେ ଏହି ସପ୍ତାହରେ ଦିଲ୍ଲୀ ମେଟ୍ରୋ ଅଧା ଯାତ୍ରୀଙ୍କୁ ନେଇ ଚାଲିବ ବୋଲି ଜଣାପଡିଛି। ସାମ୍ବାଦିକମାନେ ସେମାନଙ୍କ ଦୁଃଖ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଏକ ଲେଖା ମୁଁ ଦେଖିବାକୁ ପାଇଲି । ବିଭିନ୍ନ ସ୍ଥାନକୁ ଟ୍ୟାକ୍ସିରେ ଯିବା ବ୍ୟୟ ସାପେକ୍ଷ ହେଉଥିବାରୁ ସ୍ବୀକୃତି ପାଇ ନ ଥିବା ସାମ୍ବାଦିକମାନଙ୍କୁ ଟ୍ରେନ୍‌ରେ ଯିବାକୁ ଅନୁମତି ଦେବା ପାଇଁ ସେଥିରେ ସେମାନେ ଉଲ୍ଲେଖ କରିଛନ୍ତି।
ସ୍କୁଲ ଓ କଲେଜମାନ ବନ୍ଦ ରହିବ, କିନ୍ତୁ ପରୀକ୍ଷା ଚାଲିବ। ମୋ ଜାଣିବାରେ ଏହାର ବି କିଛି ମାନେନାହିଁ। ସବୁ ସ୍କୁଲ ଓ କଲେଜକୁ ଅନ୍‌ଲାଇନ କ୍ଲାସ କରିବାକୁ କହୁଛେ । ଅପରପକ୍ଷରେ ପରୀକ୍ଷା ଦେବାକୁ କାହିଁକି ଛାତ୍ରୀଛାତ୍ରମାନଙ୍କୁ ଅଧିକ ସଂଖ୍ୟାରେ ଏକାଠି ହେବାକୁ କୁହାଯାଉଛି। ଉଭୟ ସିନେମା ହଲ ଓ ଫ୍ଲାଇଟ ସିଟ୍‌ ମଧ୍ୟରେ ଦୂରତା ପ୍ରାୟ ସମାନ ଥିବାବେଳେ ସାମାଜିକ ଦୂରତା ନିୟମ ଅନୁସାରେ କେବଳ ୨୫ ପ୍ରତିଶତ ଦର୍ଶକଙ୍କୁ ନେଇ ଶୋ’ ଚାଲିବା ସମ୍ଭବ ହେବ ନାହିଁ ବୋଲି ସିନେମା ହଲ ବନ୍ଦ ରହିବାକୁ କୁହାଗଲା। ଅଧିକ ନିଯୁକ୍ତି ଯୋଗାଇ ଆସିଥିବା ମନୋରଞ୍ଜନ ଶିଳ୍ପର ସବୁଠୁ ବଡ କ୍ଷେତ୍ର ସିନେମା ହଲ୍‌ ଖୋଲିବାକୁ ଅନୁମତି ନ ଦେବା ପଛର କାରଣ କ’ଣ? ରେସ୍ତୋରାଁ ଖୋଲିବାକୁ ଅନୁମତି ଦିଆଗଲା, କିନ୍ତୁ ବାର୍‌କୁ ନୁହେଁ। କାହିଁକି ଏପରି କରାଗଲା? ରେସ୍ତୋରାଁରେ ବସିବାର କୌଣସି ଷ୍ଟାଣ୍ଡାର୍ଡ ଫର୍ମାଟ ନ ଥିବା ଆମେ ଜାଣୁ। ବାର୍‌ରେ ମଧ୍ୟ ଏକା ଅବସ୍ଥା। କିନ୍ତୁ ଅନ୍‌ଲକ ୪.୦ରେ ମଦ୍ୟପଙ୍କୁ କାଉଣ୍ଟରରେ ମଦ ସର୍ଭେ କରିବା ପାଇଁ ବାର୍‌କୁ ଅନୁମତି ଦିଆଯିବ, କିନ୍ତୁ ତା ଭିତରେ ନୁହେଁ। ଅର୍ଥାତ୍‌ ବାର୍‌ ମଦ ଷ୍ଟୋର ପାଲଟିଯିବ । ଜିମ୍‌ ଖୋଲିବା ଉପରେ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ପୁଣି କିଛି ଦ୍ୱନ୍ଦ୍ୱ ବି ଆସିଯାଇଛି। କେନ୍ଦ୍ର ଜିମ୍‌ ଖୋଲିବାକୁ ଅନୁମତି ଦେଇଥିତ୍ବାବେଳେ ରାଜ୍ୟଗୁଡିକ ତାହା କରିବାକୁ ଦେଉନାହାନ୍ତି।
ଅନ୍ୟ ଦେଶଗୁଡିକରେ ଲକ୍‌ଡାଉନ ପ୍ରାୟତଃ ଇଚ୍ଛାଧୀନ ରହିଆସିଛି। କିନ୍ତୁ ଭାରତରେ ଏହା ଏକ ପ୍ରକାର କଫୁର୍‌ୟ। ଏପରି କି ଆଜି ବି ବାହାରକୁ ଯିବାର ଉପଯୁକ୍ତ କାରଣ ନ ଦର୍ଶାଇଲେ ମୁମ୍ବାଇ ପୋଲିସ ଆପଣଙ୍କ ଗାଡ଼ିକୁ ଜବତ କରିପାରିବ। ‘ଉପଯୁକ୍ତ କାରଣ’ର ଅର୍ଥ କ’ଣ ତାହା ନିଶ୍ଚିତ ଭାବେ ପୋଲିସକୁ ଜଣା। ଆମ ଦେଶରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଟ୍ୟାକ୍ସ’ ରହିଛି, କିନ୍ତୁ ଆମ ଲୋକମାନଙ୍କର ଯିବାରେ ସ୍ବାଧୀନତା ନାହିଁ। ଯେଉଁମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବେ ସେମାନେ ଅନୁମତି ଲାଗି ଦରଖାସ୍ତ ଦେଉଥିବା ପ୍ରକ୍ରିୟାକୁ ନିଶ୍ଚିତ ଭାବେ ଅନୁଭବ କରିଥିବେ। ଅନୁମତି ପୁଣି କାହାକୁ ମିଳେ ତ କାହାକୁ ମିଳେନି। କାର୍ଯ୍ୟ କରିବାକୁ ମନା କରି ଭାରତ କୋଭିଡ ସଂକ୍ରମଣ ରୋକିବାକୁ କିମ୍ବା ବନ୍ଦ କରିବାକୁ ଚେଷ୍ଟା କରିଛି ବୋଲି ମୁଁ ଆରମ୍ଭରୁ ଦର୍ଶାଇଛି। କିନ୍ତୁ ମୋ ଜାଣିବାରେ ଏହା କରିପାରିନି। ଆର୍ଜେଣ୍ଟିନା ସହ ଭାରତ ଭଳି ବୃହତ୍‌ ରାଷ୍ଟ୍ରରେ ମାର୍ଚ୍ଚରୁ ଲଗାତର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସାମୂହିକ ସ୍ତରରେ ଜଣଙ୍କ ଉତ୍ତମ ଆଚରଣ ଅର୍ଥାତ ଠିକ୍‌ଭାବେ ନିୟମ ପାଳନ କରିବା ହିଁ ସଂକ୍ରମଣ ରୋକିବାର ଏକ ମାତ୍ର ଉପାୟ । କିନ୍ତୁ ଆମ କେନ୍ଦ୍ରମନ୍ତ୍ରୀମାନେ ମୁହଁ ଓ ନାକକୁ ମାସ୍କରେ ଘୋଡ଼ାଇ ରଖିବା ପରିବର୍ତ୍ତେ ଗଳାରେ ପିନ୍ଧିଥିବା ଲକ୍ଷ୍ୟ କରାଯାଉଛି। ଏମାନେ କିଭଳି ଲୋକମାନଙ୍କୁ ଉତ୍ତମ ଆଚରଣର ବାର୍ତ୍ତା ଦେବେ ? ସେମାନେ କେବେ ବି ଏହା କରିପାରିବେ ନାହିଁ। ଏଣୁ ଏଥିପାଇଁ ଆମେ ଅସଂଖ୍ୟ ନିୟମ ଲାଗୁ କରିଥିଲେ ବି ଅସଫଳ ହୋଇଛେ, ଯାହା ସଂକ୍ରମଣ ସଂଖ୍ୟାରୁ ହିଁ ପ୍ରମାଣିତ । ଅନ୍‌ଲକ ୧.୦, ୨.୦ ଏବଂ ୩.୦ରେ ଅମଲାତନ୍ତ୍ରକୁ ଅନେକ ଅଜବ ଓ ଅପ୍ରାସଙ୍ଗିକ ନିୟମ ଗଢିବାରେ ବ୍ୟସ୍ତ ରଖାଯାଇଥିଲେ ମଧ୍ୟ ସଂକ୍ରମଣ ରୋକିପାରିନାହୁଁ । ଏବେ ଅନ୍‌ଲକ୍‌ ୪.୦ରେ ତାହା ହିଁ ଘଟିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri