କପା ଓ ଓଡ଼ିଶାରେ ନିଯୁକ୍ତି ସମ୍ଭାବନା

ନଟବର ଖୁଣ୍ଟିଆ

ପାକୁ କୁହାଯାଏ ‘ଧଳା ସୁନା’। ସୁନା ହେଉଛି ବିଶ୍ୱର ସବୁଠାରୁ ମୂଲ୍ୟବାନ ଧାତୁ। କପା ସେହିପରି ମୂଲ୍ୟବାନ ନ ହେଲେ ବି କପାରୁ ବସ୍ତ୍ର ପ୍ରସ୍ତୁତ କରି ବ୍ୟବହାର ଉପଯୋଗୀ କରିବା ପର୍ଯ୍ୟନ୍ତ ଯେଉଁ ସବୁ ପ୍ରକ୍ରିୟା ଦେଇ ଗତି କରେ ଆଉ ସେହି ପ୍ରକ୍ରିୟାରେ ଯେତେ ସବୁ ଲୋକ କର୍ମ ସଂସ୍ଥାନ ପାଆନ୍ତି ତାକୁ ବିଚାରକୁ ନେଲେ କପା ଏକ ଅତି ମୂଲ୍ୟବାନ ବସ୍ତୁ କହିଲେ ଅତ୍ୟୁକ୍ତି ହେବ ନାହିଁ।
ମଣିଷ ଏକ ସାମାଜିକ ପ୍ରାଣୀ। ମଣିଷର ଦୁଇଟି ଅତି ଅତ୍ୟାବଶ୍ୟକ ଆବଶ୍ୟକତା ହେଲା ଖାଦ୍ୟ ଓ ବସ୍ତ୍ର। କପାର ଉପତ୍ାଦନଠାରୁ ଆରମ୍ଭ କରି ବସ୍ତ୍ର ପ୍ରସ୍ତୁତ ହୋଇ ବିକ୍ରୟ ଯୋଗ୍ୟ କରିବା ପରେ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ଯେଉଁ ସବୁ ପ୍ରକ୍ରିୟା ମଧ୍ୟରେ ଗତି କରେ ସେଗୁଡ଼ିକ ହେଲା – କପାଚାଷ, କପାର ଅମଳ, କପାରୁ ମଞ୍ଜି ବାହାର କରିବା, ତୁଳାକୁ ଚାପ ଦେଇ ଛୋଟଛୋଟ ବ୍ଲକ ପ୍ରସ୍ତୁତ କରି ବିକ୍ରୟ ଯୋଗ୍ୟ କରିବା, ମଞ୍ଜିରୁ ଖାଇବା ତେଲ ବାହାର କରିବା, ମଞ୍ଜି ପେଡ଼ା ହୋଇ ତେଲ ବାହାରିବା ପରେ ଯେଉଁ ପିଡ଼ିଆ ବାହାରେ ତାକୁ ଗୋଖାଦ୍ୟ ପ୍ରସ୍ତୁତିରେ ଉପଯୋଗ କରିବା, ତୁଳା ବ୍ଲକକୁ ଗୋଦାମ ଘରେ ସାଇତି ରଖି ଆବଶ୍ୟକ ବେଳେ ସୂତାକଳକୁ ବିକ୍ରି କରିବା, ସୂତାକଳରେ ସୂତା ପ୍ରସ୍ତୁତ ହେବାପରେ ସେହି ସୂତାକୁ ବୁଣାକାରମାନେ ଓ ମିଲ୍‌ଗୁଡ଼ିକ ନେଇ ଲୁଗା ବୁଣିବା, ବସ୍ତ୍ର ଉପତ୍ାଦନ ହେବା ପରେ ସେହି ବସ୍ତ୍ର ସବୁକୁ ଖାଉଟିମାନଙ୍କ ପାଖରେ ପହଞ୍ଚାଇବା, ସେଥିରୁ ବିଭିନ୍ନ ପ୍ରକାର ପୋଷାକ ପ୍ରସ୍ତୁତ କରି ଘରୋି ବଜାରକୁ ଛାଡ଼ିବା ସହିତ ବିଦେଶକୁ ରପ୍ତାନି କରିବା କାମରେ ଯେତେ ଲୋକ ନିଯୁକ୍ତି ପାଆନ୍ତି ତାହା କୃଷି ପରେ ବସ୍ତ୍ର ଶିଳ୍ପ ଦ୍ୱିତୀୟ ବୃହତ୍ତମ କର୍ମ ଯୋଗାଣକାରୀ ସଂସ୍ଥା। ଏଥିରୁ ସହଜରେ ଅନୁମେୟ କପାର କିଭଳି ଅସୀମ ଶକ୍ତି ଅଛି ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ।
ପ୍ରକୃତି ଓଡ଼ିଶାକୁ ପ୍ରାକୃତିକ ସଂପଦରେ ସମୃଦ୍ଧ କରିଥିଲେ ବି ଆମେ ତାହାର ଉପଯୁକ୍ତ ଉପଯୋଗ କରି ନ ଥିବାରୁ ଆମ ରାଜ୍ୟରେ ବେକାରି ଆଜି ଶୀର୍ଷରେ। କୋଭିଡ୍‌-୧୯ର ସଂକ୍ରମଣ ପରେ କିପରି ଲକ୍ଷ ଲକ୍ଷ ସଂଖ୍ୟାରେ ଦାଦନ ଶ୍ରମିକ ବିଭିନ୍ନ ରାଜ୍ୟରୁ ଫେରିଲେ ତାହା ପ୍ରମାଣ କରେ ଆମ ରାଜ୍ୟରେ ବେରୋଜଗାରୀ କେତେ ଉତ୍କଟ। କେବଳ ଗୁଜରାଟର ବୟନ ଶିଳ୍ପରେ ୭ଲକ୍ଷରୁ ଅଧିକ ଓଡ଼ିଆ ଦାଦନ ଶ୍ରମିକ କାମ କରୁଛନ୍ତି ବୋଲି ବିଭିନ୍ନ ସର୍ଭେରୁ ଜଣାଯାଇଛି।
ଆମ ଓଡ଼ିଶାର ଦକ୍ଷିଣ- ପଶ୍ଚିମ ଜିଲା-ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀରରେ କପାଚାଷ ବୃଦ୍ଧିପାଇବାରେ ଲାଗିଛି। ଏହି ଜିଲାଗୁଡ଼ିକରେ ପ୍ରାୟ ୩.୫ ଲକ୍ଷ ବେଲ୍‌ସ ତୁଳା ଉତ୍ପାଦନ ହେଉଛି। ଏହି ତୁଳାର ତନ୍ତୁ ଉତ୍କୃଷ୍ଟ, ଯାହାର ଚାହିଦା ଦେଶସାରା ଅଛି। କପା ଚାଷର ସଂପ୍ରସାରଣରେ ରାଜ୍ୟ କୃଷି ବିଭାଗର ଭୂମିକା ଯେତିକି ଅଛି ତା’ଠାରୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବଡ଼ବଡ଼ କପାଚାଷୀଙ୍କ ଭୂମିକା କିଛି କମ୍‌ ନାହିଁ। ସେମାନେ ଛୋଟ ଛୋଟ ଚାଷୀଙ୍କଠାରୁ ଜମି ଠିକାରେ ନେଇ ଉନ୍ନତ ପ୍ରଣାଳୀରେ କପା ଚାଷ କରି ଅମଳ ପରେ କପା ସବୁ ତାଙ୍କ ରାଜ୍ୟକୁ ନେଇ ଯାଆନ୍ତି। ଜମି ମାଲିକମାନଙ୍କୁ ଏକର ପିଛା କିଛି ନିର୍ଦ୍ଦିଷ୍ଟ ପରିମାଣରେ ଟଙ୍କା ଦିଅନ୍ତି।
ଓଡ଼ିଶାରେ ମୋଟ ୩.୫ ଲକ୍ଷ ବେଲ୍‌ସ ତୁଳା ଉତ୍ପାଦନ ହେଉଥିବାବେଳେ ୨ ଲକ୍ଷ ବେଲ୍‌ସର ମଞ୍ଜି ଓଡ଼ିଶାରେ ଛଡା ହେଉଛି। ୧.୫ ଲକ୍ଷ ବେଲ୍‌ସର କପା ଅନ୍ୟ ରାଜ୍ୟକୁ ଚାଲିଯାଉଛି। ସେ ରାଜ୍ୟରେ ମଞ୍ଜି ଛଡା ହେଉଛି। କପା ମଞ୍ଜିରୁ ତେଲ ବାହାରେ। ସେହି ତେଲରୁ ଖାଇବା ତେଲ ବନସ୍ପତି ପ୍ରସ୍ତୁତ ହୁଏ ଏବଂ ଯେଉଁ ପିଡ଼ିଆ ବାହାରେ ସେଥିରୁ ଗୋଖାଦ୍ୟ ପ୍ରସ୍ତୁତ ହୁଏ। ଆମର ଏଠି କପା ମଞ୍ଜିରୁ ତେଲ ବାହାର କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ ନା ପିଡିଆରୁ ଗୋଖାଦ୍ୟ ପ୍ରସ୍ତୁତ କରିବାରେ ବ୍ୟବସ୍ଥା ନାହିଁ। ତେଣୁ ଅନ୍ୟ ରାଜ୍ୟରେ କପା ତେଲ ବାହାରେ ଓ ଗୋଖାଦ୍ୟ ପ୍ରସ୍ତୁତ ହୁଏ। ଆମେ ସେସବୁ କ୍ରୟ କରିଥାଉ।
ଯେଉଁ ୨ ଲକ୍ଷ ବେଲ୍‌ସ ତୁଳା ମଞ୍ଜି ଛଡାଇବା ପରେ ବାହାରେ ତାକୁ ବ୍ଲକ ତିଆରି କରି ସାଇତି ରଖି ଧୀରେ ଧୀରେ ବଜାର ଚାହିଦାନୁସାରେ ବିକ୍ରି କରିବା ପାଇଁ ଉପଯୁକ୍ତ ଗୋଦାମ ଓ ବଜାରର ବ୍ୟବସ୍ଥା ନ ଥିବାରୁ ଛୋଟଛୋଟ ଚାଷୀମାନେ ଦର ଅଦରରେ ତୁଳା ବିକ୍ରି କରି ଦେବାକୁ ବାଧ୍ୟ ହୁଅନ୍ତି।
ବିଡ଼ମ୍ବନାର କଥା ଯେତେବେଳେ ଆମ ରାଜ୍ୟରେ ନାମକୁମାତ୍ର କପା ଉତ୍ପାଦନ ହେଉଥିଲା, ସେତେବେଳେ ଚୌଦ୍ୱାରଠାରେ ଓଡ଼ିଶା ଟେକ୍ସଟାଇଲ ମିଲ- ଓ.ଟି.ଏମ୍‌. ସ୍ଥାପନ ହୋଇ ସମଗ୍ର ପୂର୍ବ ଭାରତରେ ଏକ ଅଗ୍ରଣୀ ଲୁଗାକଳ ରୂପେ ଖ୍ୟାତି ଅର୍ଜନ କରିଥିବାବେଳେ ଆଜି ତାହା ବନ୍ଦ ହୋଇଯାଇଛି। ଆମ ରାଜ୍ୟରେ ଲୁଗାକଳ ଆଜି ନାହିଁ ନା ସୂତାକଳ ବି ନାହିଁ। ଆମେ ୩.୫ ଲକ୍ଷ ବେଲ୍‌ସ ତୁଳା ଉତ୍ପାଦନ କରୁଥିଲେ ବି ଗୋଟିଏ ମିଟର ସୂତା ଆମର ଏଠି ଉତ୍ପାଦନ ହେଉ ନାହିଁ।
ଆମ ରାଜ୍ୟର ବୁଣାକାରମାନେ ହସ୍ତତନ୍ତରେ ଲୁଗା ବୁଣିବା ପାଇଁ ଆବଶ୍ୟକ କରୁଥିବା ସୂତା ଲାଗି ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ସେଥିପାଇଁ ସମସ୍ୟାର ସମ୍ମୁଖୀନ ହେବା ସହିତ ଅଧିକ ମୂଲ୍ୟ ଦେଇ କିଣୁଛନ୍ତି, ଯାହାଫଳରେ ଓଡିଶାରେ ହସ୍ତତନ୍ତ ବସ୍ତ୍ରର ଉତ୍ପାଦନ ବର୍ଷ ପରେ ବର୍ଷ ହ୍ରାସ ପାଇବାରେ ଲାଗିଛି। ଆମର ବୁଣାକାରମାନେ ବେକାର ହେଉଛନ୍ତି ଓ ସେମାନଙ୍କର ଆୟ ବୃଦ୍ଧି ହେଉ ନାହିଁ।
ଆମର ଲୁଗା ଉତ୍ପାଦନ ହେଉ ନ ଥିବାରୁ ଆମେ ବାହାର ରାଜ୍ୟରୁ ଲୁଗା ଆମଦାନୀ କରୁଛୁ। ଏହାଦ୍ୱାରା ଆମ ରାଜ୍ୟର ଅର୍ଥ ଅନ୍ୟ ରାଜ୍ୟକୁ ଚାଲିଯାଉଛି ଏବଂ ଆମ ରାଜ୍ୟରେ ଆମର ଆବଶ୍ୟକ ଲୁଗା ଉତ୍ପାଦନ ହେଉଥିଲେ ଆମର ବହୁ ଲୋକ ନିଯୁକ୍ତି ପାଇଥାନ୍ତେ। ଆମେ ପ୍ରତିବର୍ଷ କେତେ ଟଙ୍କାର ବସ୍ତ୍ର ଆମଦାନୀ କରୁଛୁ ତାହାର କୌଣସି ସମର୍ଥିତ ପରିସଂଖ୍ୟାନ ନ ଥିଲେ ବି ଆନୁମାନିକ ଆମେ ଏବେ ବାର୍ଷିକ ପ୍ରାୟ ୯ହଜାର କୋଟି ଟଙ୍କାର ବସ୍ତ୍ର ଆମଦାନୀ କରୁଛୁ। ଓଡ଼ିଶାରେ ଯଦି କପାରୁ ମଞ୍ଜି ଛଡାଇବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥାଆନ୍ତା ତେବେ ଜିନିଂ ମିଲ୍‌ରେ ବହୁ ଲୋକ ନିଯୁକ୍ତି ପାଆନ୍ତେ ଏବଂ ମଞ୍ଜିଛଡା କପାରୁ ବ୍ଲକ ତିଆରି କରିବାରେ ଏବଂ ସେସବୁକୁ ଉପଯୁକ୍ତ ଗୋଦାମରେ ସାଇତି ରଖି ଆବଶ୍ୟକ ବେଳେ ବିକ୍ରି କରିବାରେ ଅନେକ ଲୋକ ନିଯୁକ୍ତି ପାଆନ୍ତେ। ସେହି ବ୍ଲକରୁ ସୂତା ତିଆରି କରିବା ପାଇଁ ଯଦି ଉପଯୁକ୍ତ ସଂଖ୍ୟାରେ ସୂତାକଳ ଥାଆନ୍ତା ତେବେ ସୂତା ପ୍ରସ୍ତୁତିରେ ଅନେକ ଲୋକ ନିଯୁକ୍ତି ପାଆନ୍ତେ। ସେହି ସୂତାକୁ ନେଇ ପାଓ୍ବାରଲୁମ୍‌ ସ୍ଥାପନ ହୁଅନ୍ତା, ସେଠି ମଧ୍ୟ ଲୋକ ନିଯୁକ୍ତି ପାଆନ୍ତେ। ଯଦି ପଶ୍ଚିମ ଓଡ଼ିଶାରେ ଯେଉଁ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ କପା ଉତ୍ପାଦନ ହେଉଛି ସେଠି ଏକ ବଡ଼ଧରଣର ଲୁଗାକଳ ସ୍ଥାପନ ହୁଅନ୍ତା । କପାର ଉପଯୋଗ ହୁଅନ୍ତା- ଲୁଗାର ଆବଶ୍ୟକତା ଆମେ ମେଣ୍ଟାଇ ପାରନ୍ତେ ଏବଂ ବହୁଲୋକ ନିଯୁକ୍ତି ପାଆନ୍ତେ। ସୂତା ପର୍ଯ୍ୟାପ୍ତ ପରିମାଣରେ ଆମ ରାଜ୍ୟରେ ମିଳିଲେ ଆମ ବୁଣାକାରମାନେ ସୁବିଧାରେ ସୂତା ପାଇ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ ଅଧିକ କରି ଲାଭବାନ ହୁଅନ୍ତେ। ଆମ ରାଜ୍ୟରେ କପଡ଼ା ଉତ୍ପାଦନ ହେଲେ ପୋଷାକ ଶିଳ୍ପର ବିକାଶ କରି ଆମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତାଲିକା ଦେଇ ପୋଷାକ ଉତ୍ପାଦନ ବଢ଼ାଇଲେ ଆମ ରାଜ୍ୟର ଚାହିଦା ମେଣ୍ଟାଇବା ସହ ରାଜ୍ୟ ବାହାରକୁ ଓ ବିଦେଶକୁ ରପ୍ତାନି କରିପାରନ୍ତେ। କିନ୍ତୁ ଆମ ରାଜ୍ୟରେ କପାର ଉପଯୋଗ ହେଉନାହିଁ ଅଥଚ ଆମର ସାତ ଲକ୍ଷ ବୁଣାକାର ଗୁଜରାଟରେ ଯାଇ ଦାଦନ ଶ୍ରମିକ ରୂପେ ଖଟି ତାଙ୍କ ରାଜ୍ୟ ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି। ଏହାଛଡା କପା ମଞ୍ଜିରୁ ତେଲ ବାହାର କରି ଖାଇବା ତେଲ ଉତ୍ପାଦନ ହୁଅନ୍ତା ଏବଂ କପା ପିଡିଆରୁ ଗୋଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇପାରନ୍ତା।
ସରକାର ଏକ ଦୀର୍ଘମିଆଦୀ ଯୋଜନା କରି ଯଦି କପାର ଯଥାଯଥ ଉପଯୋଗ କରି କପା ସମ୍ବନ୍ଧୀୟ ବିଭିନ୍ନ ଶିଳ୍ପର ବିକାଶ କରନ୍ତେ ତେବେ ଆମ ରାଜ୍ୟର ଅର୍ଥନୀତି ସମୃଦ୍ଧ କେବଳ ହୁଅନ୍ତା ନାହିଁ ରାଜ୍ୟରୁ ନିଯୁକ୍ତି ସମସ୍ୟାର ସମାଧାନ ହୋଇ ବର୍ତ୍ତମାନ ଥିବା ବେକାରମାନଙ୍କ ମଧ୍ୟରୁ ଅଧାରୁ ଅଧିକ କପା ସମ୍ବନ୍ଧୀୟ ଶିଳ୍ପରେ ନିଯୁୁକ୍ତି ପାଇପାରନ୍ତେ। ଆମର କଥାରେ ଅଛି ‘ଜଣେ ଦଶ ଲୋକଙ୍କୁ ପୋଷେ’। ଏହି ନ୍ୟାୟର ପ୍ରୟୋଗ କରି ଲୋକଙ୍କୁ କାମ ଯୋଗାଇବା ସମ୍ଭବ ହୁଅନ୍ତା।

ଏ୫୦୨, ମୋତିବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ
ସତ୍ୟନଗର, ଭୁବନେଶ୍ୱର,
ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?