ବରଗଡ଼ର ଐତିହ୍ୟ ସନ୍ଧାନ, ସଂରକ୍ଷଣ ପାଇଁ ନିଆରା ଉଦ୍ୟମ, ଇତିହାସ ଗବେଷଣାକୁ ନୂଆ ଦିଗ ଦେବ ଐତିହ୍ୟ ପଦଯାତ୍ରା

ବରଗଡ଼,୨୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ପ୍ରାଚୀନ ଐତିହ୍ୟର ଚିହ୍ନଟ, ସଂରକ୍ଷଣ ଏବଂ ଏହାର ଆଧାରରେ ନୂତନ ଇତିହାସ ରଚନାର ଲକ୍ଷ୍ୟ ନେଇ ବରଗଡ଼ର ବୁଦ୍ଧିଜୀବୀମାନଙ୍କ ମିଳିତ ପ୍ରୟାସରେ ଗତ ୪ସପ୍ତାହ ଧରି ଆୟୋଜିତ ହେଉଥିବା ‘ବରଗଡ଼ ଐତିହ ପଦଯାତ୍ରା–୨୦୨୬’ର ଚତୁର୍ଥ ପର୍ଯ୍ୟାୟ ରବିବାର ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି । ବରଗଡ଼ ସାମ୍ବାଦିକ ସଂଘର ସଭାପତି ସୁରେନ୍ଦ୍ର ହୋତାଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରା ରାନୀବନ୍ଧସ୍ଥିତ ଗୌରୀଶଙ୍କର ମନ୍ଦିରରେ ପୂଜାର୍ଚ୍ଚନାରୁ ଆରମ୍ଭ ହୋଇ ଗଣେଶ ମନ୍ଦିର, ପୁରୁଣା ସେଲଟେକ୍ସ କଲୋନୀସ୍ଥ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରି ଶେଷରେ ଗାନ୍ଧୀ ସ୍ମୃତି ପାଠାଗାରରେ ଉଦଯାପିତ ହୋଇଥିଲା । ଗୌରୀଶଙ୍କର ମନ୍ଦିର ପରିସରରେ ବରିଷ୍ଠ ଆଇନଜୀବୀ ଅଚ୍ୟୁତାନନ୍ଦ ମହାପାତ୍ର ବରଗଡ଼ର ପ୍ରାଚୀନ ଇତିହାସ, ସେଣ୍ଟ୍ରାଲ ପ୍ରୋଭିନ୍ସ ସହିତ ଏହାର ସମ୍ପର୍କ ଓ ଗଡ଼ଜାତ ଅଞ୍ଚଳର ମିଶ୍ରଣର ଆଇନଗତ ପୃଷ୍ଠଭୂମି ଉପରେ ଆଲୋଚନା କରିଥିଲେ ।

ବରିଷ୍ଠ ଆଇନଜୀବୀ ତଥା ସୋସିଆଲ କ୍ଲବର ସଭାପତି ଏଡଭୋକେଟ ନିଧୁବନ ବିହାରୀ ପ୍ରସାଦ ପଣ୍ଡା ଗୌରୀଶଙ୍କର ମନ୍ଦିର, ବରଗଡ଼ ଶୀତଳଷଷ୍ଠୀ ଯାତ୍ରାର ଇତିହାସ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ବୋଲବମ୍ ସେବା ସମିତିର ଭୂମିକା ସମ୍ପର୍କରେ ବିସ୍ତୃତ ମତ ରଖିଥିଲେ । ମୁକ୍ତେଶ୍ୱର ମନ୍ଦିରରେ ପହଞ୍ଚିବା ପରେ ମୁକ୍ତେଶ୍ୱର ସେବା ସମିତି ପକ୍ଷରୁ ପଦଯାତ୍ରୀମାନଙ୍କୁ ରିବୋଲ ଓ ହୁଳହୁଳି ମାଧ୍ୟମରେ ପାରମ୍ପରିକ ସ୍ୱାଗତ ଜଣାଯାଇଥିଲା। ସମିତିର ମୁଖ୍ୟ ନେପାଲେଶ୍ୱର ନନ୍ଦ ମୁକ୍ତେଶ୍ୱର ଓ ରାଜ ରାଜେଶ୍ୱରୀ ମନ୍ଦିରର ଇତିହାସ ସହିତ ଶିବ ପଞ୍ଚାକ୍ଷରୀ ମନ୍ତ୍ରର ପ୍ରଚାର ଏବଂ ଭୋଲାନାଥଙ୍କୁ ମାଦକ ଦ୍ରବ୍ୟ ଭୋଗ ଅର୍ପଣ ପ୍ରଥା ବିରୋଧରେ ସେମାନଙ୍କ ସାମାଜିକ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣ କାମନାରେ ବିଶେଷ ପୂଜା ଏବଂ ସାମୂହିକ ଆଳତି ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ସ୍ମୃତି ପାଠାଗାରରେ ଆୟୋଜିତ ଉଦଯାପନୀ ସମାରୋହରେ ପାଠାଗାରର ସଭାପତି ଅରୁଣ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ରବିନାରାୟଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ସାହୁ ଗାନ୍ଧୀ ସ୍ମୃତି ପାଠାଗାରର ଇତିହାସ, ବରଗଡ଼ ପୁସ୍ତକ ମେଳାର ବିକାଶ ଓ ପାଠାଗାର ପ୍ରକାଶନ ସମ୍ପର୍କରେ ଆଲୋକପାତ କରିଥିଲେ । ଡ଼ଃ ତ୍ରିଲୋଚନ ପ୍ରଧାନ ବରଗଡ଼ ଐତିହ୍ୟ ପଦଯାତ୍ରାର ଉଦ୍ଦେଶ୍ୟ ଓ ସମସାମୟିକ ପ୍ରାସଙ୍ଗିକତା ବ୍ୟାଖ୍ୟା କରିଥିବାବେଳେ ବିଶିଷ୍ଟ ଗବେଷକ ଡ଼ଃ ଜଗଦୀଶ ମିଶ୍ର ପୂର୍ବ ପଦଯାତ୍ରାର ଅନୁଭୂତି ବର୍ଣ୍ଣନା କରି କହିଥିଲେ।

ଏହି ପଦଯାତ୍ରାରେ ସଂଗୃହୀତ ତଥ୍ୟ ବରଗଡ଼ର ଇତିହାସ ଗବେଷଣାକୁ ନୂଆଁ ଦିଗ ଦେବ । ଏହି ଅବସରରେ ତାଙ୍କ ରଚିତ ବରଗଡ଼ ଇତିହାସ ପୁସ୍ତକକୁ ଗାନ୍ଧୀ ସ୍ମୃତି ପାଠାଗାରକୁ ଅର୍ପଣ କରାଯାଇଥିଲା । ଜୟପ୍ରକାଶ ଶତପଥୀ, ସୁକୁମାର ବାବୁ, ଡଃ ରବିନାରାୟଣ ସାହୁ, ଡଃ ସତ୍ୟକେତନ ମହାନ୍ତି, ଲିଟୁ ମହାନ୍ତି, ଲଲିତ ମୋହନ ମେହେର, ମନୋଜ ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଆବାହକ ସୁରେନ୍ଦ୍ର ହୋତା ଧନ୍ୟବାଦ ଜ୍ଞାପନ କରି ଆଗାମୀ ଐତିହ୍ୟ ପଦଯାତ୍ରାରେ ଅଧିକରୁ ଅଧିକ ଜ୍ଞାନପିପାସୁଙ୍କୁ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?