Posted inଖେଳ

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ହେଡ କୋଚ୍‌ ଗୌତମ ଗମ୍ଭୀର। ମ୍ୟାଚ୍‌ ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ବୋଲରଙ୍କ ପାଇଁ ଆଦୌ ସହାୟକ ହେଉନଥିବା ଏଭଳି ପିଚ କ୍ରିକେଟ ପାଇଁ ଆଦୌ “ସଠିକ ନୁହେଁ”। ବ୍ୟାଟ ଏବଂ ବଲ ମଧ୍ୟରେ ପ୍ରକୃତ ପ୍ରତିଯୋଗିତା ହେବା ଦରକାର, ନଚେତ ଏହାକୁ କ୍ରିକେଟ କୁହା ନ ଯାଇ କେବଳ ବ୍ୟାଟିଂ କୁହାଯିବ।
ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ନିଜ ଏକଦିବସୀୟ ଇତିହାସର ସବୁଠାରୁ ବଡ଼ ରନ ଚେଜ ସଫଳତାର ସହ ପୂରା କରିଥିଲା। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ଜନ କ୍ୟାମ୍ପବେଲ, ସାଇ ହୋପ୍‌ ଏବଂ ଆମୀର ଜାଙ୍ଗୁଙ୍କ ଶତକ ବଳରେ ୭ ଉଇକେଟ ହରାଇ ୪୦୫ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ଶୁଭମନ ଗିଲ୍‌ଙ୍କ ଅପରାଜିତ ୨୨୩ ରନ୍‌ (୧୩୩ ବଲ) ଏବଂ ରୋହିତ ଶର୍ମାଙ୍କ ୧୦୧ ରନ (୭୫ ବଲ) ବଳରେ ମାତ୍ର ୪୩.୩ ଓଭରରେ ୨ ଉଇକେଟ ହରାଇ ୪୦୮ ରନ କରି ନେଇଥିଲା। ଏହି ୮ ଉଇକେଟର ବିଜୟ ସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜ୍‌କୁ ନିଜ ନାମରେ କରିଛି।
ମ୍ୟାଚ୍‌ ପରେ ଷ୍ଟାର୍‌ ସ୍ପୋଟର୍‌ସ ସହ ଆଲୋଚନା ବେଳେ ଗମ୍ଭୀର କହିଛନ୍ତି, “ଯଦି ମୁଁ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହ କହିବି, ତେବେ ବ୍ୟାଟ୍‌ ଓ ବଲ୍‌ ମଧ୍ୟରେ କିଛି ପ୍ରତିଯୋଗିତା ରହିବା ଆବଶ୍ୟକ। ଆମେ କ୍ରିକେଟ ବିଷୟରେ କଥା ହେଉଛୁ, କିନ୍ତୁ ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ। ରେକର୍ଡ, ଦର୍ଶକ ଏବଂ ବ୍ରୋଡକାଷ୍ଟରଙ୍କ ପାଇଁ ୪୦୦ ରନ୍‌ର ପିଛା କରିବା ନିଶ୍ଚିତ ଭାବେ ଚମତ୍କାର, କିନ୍ତୁ ଜଣେ ସଚ୍ଚୋଟ କ୍ରିକେଟ ପ୍ରେମୀ ଓ କୋଚ୍‌ ଭାବେ ମୋତେ ବୋଲରଙ୍କ ପ୍ରତି ସହାନୁଭୂତି ରଖିବାକୁ ପଡ଼ିବ। ଏଭଳି ପିଚ୍‌ରେ ବୋଲରଙ୍କ ପାଇଁ କିଛି ନ ଥାଏ, ତେଣୁ ସେମାନଙ୍କୁ କିଛି ସୁଯୋଗ ମିଳିବା ଦରକାର।”
ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ସ୍ଥିତିରେ ବୋଲରଙ୍କ ବୋଲିଂ ପରିସଂଖ୍ୟାନ ଦେଖି ସେମାନଙ୍କ ଦକ୍ଷତା ବିଚାର କରିବା ଉଚିତ ନୁହେଁ। ନୂଆ ବୋଲର ଆକିବ ନବୀଙ୍କ ଡେବ୍ୟୁ ପ୍ରସଙ୍ଗରେ ସେ କହିଛନ୍ତି ଯେ ବୋଲରମାନେ ନିଜ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ କରିପାରୁଛନ୍ତି କି ନାହିଁ ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ। କେବଳ ଖରାପ ପରିସଂଖ୍ୟାନ ଦେଖି କଠୋର ହେଲେ ଭବିଷ୍ୟତ ପାଇଁ ଭଲ ବୋଲର ପ୍ରସ୍ତୁତ ହୋଇପାରିବେ ନାହିଁ।
ସିରିଜ ନିର୍ଣ୍ଣାୟକ ମ୍ୟାଚ୍‌ରେ ଯୁବ ବୋଲର ଆକିବ ନବୀଙ୍କୁ ସୁଯୋଗ ଦେବା ନେଇ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ, ଏହା ୨୦୨୭ ODI ବିଶ୍ୱକପ ପ୍ରସ୍ତୁତିର ଏକ ଭାଗ। “ଆମେ ଚାହିଁଥିଲେ ଆକିବଙ୍କୁ ଶେଷ ମ୍ୟାଚ୍‌ରେ ସୁଯୋଗ ଦେଇପାରିଥାନ୍ତୁ। କିନ୍ତୁ ସିରିଜ ଜିତିବାର ଯେଉଁ ଚାପ ଥାଏ, ତାହା ଡେଡ ରବର ମ୍ୟାଚ୍‌ରେ ନଥାଏ। ବିଶ୍ୱକପ ସମ୍ପୂର୍ଣ୍ଣ ଚାପର ଖେଳ। ସେହିପରି ଗୁରନୁରଙ୍କୁ ମଧ୍ୟ କଠିନ ସ୍ଥିତିରେ ବୋଲିଂ କରାଇ ପରଖିବାକୁ ଚେଷ୍ଟା କରାଯାଉଛି। ଯୁବ ବୋଲରମାନେ ଯେତେ ଅଧିକ ଚାପପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିବେ, ଭାରତୀୟ କ୍ରିକେଟ ପାଇଁ ତାହା ସେତେ ଅଧିକ ଲାଭଦାୟକ ହେବ।”
ଉଲ୍ଲେଖଯୋଗ୍ୟ ଯେ, ଏକଦିବସୀୟ କ୍ରିକେଟ ଇତିହାସରେ ୪୦୦ରୁ ଅଧିକ ରନ୍‌ର ଲକ୍ଷ୍ୟ ସଫଳତାର ସହ ଚେଜ ହେବାରେ ଏହା ମାତ୍ର ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ୨୦୦୬ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ବିପକ୍ଷରେ ୪୩୮ ରନ୍‌ର ଲକ୍ଷ୍ୟ ହାସଲ କରିଥିଲା।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?