ଓଡ଼ିଶାର ସୁନାମି ପ୍ରସ୍ତୁତିକୁ ୟୁନେସ୍କୋ ସ୍ବୀକୃତି

ଭୁବନେଶ୍ୱର,୭ା୮(ବ୍ୟୁରୋ):ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଅନ୍ତର୍ଜାତୀୟ ସ୍ବୀକୃତି। ୟୁନେସ୍କୋର ଇଣ୍ଟରଗର୍ଭନମେଣ୍ଟାଲ ଓସେନୋଗ୍ରାଫିକ କମିଶନ(ଆଇଓସି) ଓଡ଼ିଶାର ଜଗତ୍‌ସିଂହପୁର ଜିଲା ନୋଳିଆ ସାହି ଏବଂ ଗଞ୍ଜାମ ଜିଲା ଭେଙ୍କଟରାୟପୁର ଗ୍ରାମକୁ ଦେଶରେ ପ୍ରଥମ କରି ସୁନାମି ପ୍ରସ୍ତୁତ (ସୁନାମି ରେଡି) ଗ୍ରାମ ଭାବେ ଘୋଷଣା କରିଛି। ସାମୁଦ୍ରିକ ବିପର୍ଯ୍ୟୟ ସୁନାମି କବଳରୁ ଉପକୂଳ ଲୋକମାନଙ୍କୁ କିପରି ବଞ୍ଚାଇ ହେବ ସେ ନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ)ଙ୍କ ଦ୍ୱାରା ଜଗତ୍‌ସିଂହପୁର ଜିଲାର ନୋଳିଆସାହି ଏବଂ ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଗ୍ରାମକୁ ସୁନାମି ପ୍ରସ୍ତୁତ(ସୁନାମି ରେଡୀ) ଗ୍ରାମ ଭାବରେ ପ୍ରସ୍ତୁତ କରାଯାଇଛି। ଏହି ଦୁଇ ଗ୍ରାମକୁ କେନ୍ଦ୍ର ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟର ଜାତୀୟ ବୋର୍ଡ ବୈଠକରେ ଅନୁମୋଦନ କରାଯାଇ ୟୁନେସ୍କୋ ସ୍ବୀକୃତି ପାଇଁ ପଠାଯାଇଥିଲା। ୨୦୨୦ ଫେବୃୟାରୀରେ ଏହି ଦୁଇ ଗ୍ରାମକୁ ୟୁନେସ୍କୋର ୭ ଜଣିଆ ଟିମ୍‌ ଗସ୍ତ କରି ସୁନମି ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ବୋର୍ଡ ପକ୍ଷରୁ ପଠାଯାଇଥିବା ଏହି ପ୍ରସ୍ତାବକୁ ଗୁରୁବାର ୟୁନେସ୍କୋ-ଆଇଓସି ସ୍ବୀକୃତି ପ୍ରଦାନ କରିଛି। ଏହି ଗୌରବ ଲାଭ କରିବାରେ ଓଡ଼ିଶା ମଧ୍ୟ ପ୍ରଥମ ରାଜ୍ୟ ହୋଇପାରିଛି। ଭାରତ ମହାସାଗର ଅଞ୍ଚଳରେ ଥିବା ୫୦ଟି ଦେଶ ମଧ୍ୟରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏହି ମାନ୍ୟତା ଲାଭ କରିଥିବା ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି। ଶୁକ୍ରବାର ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ୟୁନେସ୍କୋ ପକ୍ଷରୁ ଓଏସ୍‌ଡିଏମ୍‌ଏକୁ ଏହି ସ୍ବୀକୃତି ଓ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନ୍ତ୍ରଣାଳୟର ସଚିବ ଏମ୍‌. ରାଜୀବନ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ମେମ୍ବର ସେକ୍ରେଟାରୀ ଜି.ଭି.ଭି. ଶର୍ମା, ଓଏସ୍‌ଡିଏମ୍‌ଏ ଏମ୍‌ଡି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିବେ।
ଏହି ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଭୂବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏକ ଜାତୀୟ ବୋର୍ଡ ଗଠନ କରାଯାଇଛି। ଏହି ବୋର୍ଡରେ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସନ ଇନ୍‌ଫରମେଶନ ସେଣ୍ଟର (ଆଇଏନ୍‌ସିଓଆଇଏସି) ନିର୍ଦ୍ଦେଶକ ଅଧ୍ୟକ୍ଷ ଥିବା ବେଳେ ଗୃହ ମନ୍ତ୍ରଣାଳୟ, ଏନ୍‌ଡିଏମ୍‌ଏ, ଓଏସ୍‌ଡିଏମ୍‌ଏ, ଆଣ୍ଡାମାନ ନିକୋବର ଆଇଲାଣ୍ଡ ଡାଇରେକ୍ଟୋରେଟ ଅଫ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟରୁ ସଦସ୍ୟ ରହିଛନ୍ତି।
ରାଜ୍ୟକୁ ସବୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ରହିଛି। ବାତ୍ୟା, ବନ୍ୟା ଭଳି ସୁନାମି ଆଉ ଏକ ବିପତ୍ତି ଭାବେ ଉଭା ହୋଇଛି। ଏହା ଉପକୂଳବର୍ତ୍ତୀ ଜିଲାଗୁଡିକର ଲୋକମାନଙ୍କ ପାଇଁ ବିପଦ ସୃଷ୍ଟିି କରିବା ଆଶଙ୍କା କରି ଓଏସ୍‌ଡିଏମ୍‌ଏ ଉପକୂଳବର୍ତ୍ତୀ ୬ଟି ଜିଲା ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡାରେ ସୁନାମି ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଉକ୍ତ ଜିଲାଗୁଡିକର ୩୨୨ଟି ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ବିଡିଓ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଭିଏଲ୍‌ଡବ୍ଲ୍ୟୁ, ଓ୍ବାର୍ଡ ମେମ୍ବର, ଗ୍ରାମବାସୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖଙ୍କୁ ଏହି ସୁନାମି ପ୍ରସ୍ତୁତି ସମ୍ପର୍କରେ ତାଲିମ ଦିଆଯିବ। ବିଶେଷକରି ମୋବାଇଲ ଏସ୍‌ଏମ୍‌ଏସ୍‌, ଡିଜିଟାଲ ରେଡିଓ ଏବଂ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସୁନାମି ପୂର୍ବରୁ ସତର୍କ କରାଯିବ। ଏହି ସତର୍କ ସାଇରନ ପ୍ରାୟ ଦେଢ କିଲୋମିଟର ଯାଏ ଶୁଣାଯିବ। ଏହି ଶବ୍ଦ ଶୁଣିବାମାତ୍ରେ ତାଲିମପ୍ରାପ୍ତ ଲୋକମାନେ ଅନ୍ୟମାନଙ୍କୁ ସତର୍କ କରାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେବେ। ଏହା ଏକ ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାରୁ ଏଥିପାଇଁ ଅଧିକ ସତର୍କ ରହିବାକୁ ପଡିବ। ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଏଭଳି ବିପର୍ଯ୍ୟୟରୁ ଲୋକଙ୍କୁ ରକ୍ଷା କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଭୁବନେଶ୍ୱରରେ ଏତିକି ହୋଇଗଲା ତେଲ ଦର

ଭୁବନେଶ୍ୱର,୨୮।୩: ନିର୍ବାଚନ ଲାଗି ନିକଟରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ ଭଳି ପରିବର୍ତ୍ତନ ରାଜ୍ୟଗୁଡିକ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri