ଲକ୍ଷ୍ମୀ: ନାଁକୁ କାମ, ମିଳୁନି ସୁବିଧା

କଟକ ଅଫିସ,୭ା୮:କରୋନା କଟକଣା ଯୋଗୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ହରାଇ ପ୍ରବାସୀମାନେ ନିଜ ଘରକୁ ଫେରିଲେ। ଲୋକଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ସେମାନଙ୍କୁ ସ୍ଥାନୀୟ ଅଞ୍ଚଳରେ କାମ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଲେ। ଫଳରେ ପ୍ରବାସୀଙ୍କ ମନରେ ନୂଆ କର୍ମସଂସ୍ଥାନର ଆଶା ସଞ୍ଚାର ହୋଇଥିଲା। ଏଥିପାଇଁ କଟକ ଜିଲାର ବିଭିନ୍ନ ସ୍ଥାନରେ ଶିବିରମାନ ଆୟୋଜନ କରାଯାଇ ଦକ୍ଷତା ଅନୁସାରେ କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଗଲା। ଇତିମଧ୍ୟରେ ଦେଢ଼ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କାହାରିକୁ ଠିକ୍‌ଭାବେ କାମ ମିଳିଲା ନାହିଁ। ଆଉ ଯେଉଁ କେତେଜଣ ହାତଗଣତିଙ୍କୁ କାମ ମିଳିଲା ସେମାନେ ଉପଯୁକ୍ତ ପରିବେଶ ନ ପାଇବାରୁ ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ କୌଣସି କାମଧନ୍ଦା ନ ପାଇ ଅନେକ ପ୍ରବାସୀ ଏବେ ନିଜ ପୂର୍ବ କର୍ମସ୍ଥଳକୁ ଫେରିଯିବାକୁ ପ୍ରସ୍ତୁତ ହେଲେଣି। ଅପରପକ୍ଷରେ ଜିଲା ପ୍ରଶାସନ ଏବେ କରୋନା ସଂକ୍ରମଣ ବୃଦ୍ଧିକୁ ଆଳକରି କାମ ଯୋଗାଇବା ପରିବର୍ତ୍ତେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛି।
ଗତ ମାର୍ଚ୍ଚଠାରୁ ଇତିମଧ୍ୟରେ କଟକ ଜିଲାର ପ୍ରାୟ ୨୫ହଜାର ପ୍ରବାସୀ ପର୍ଯ୍ୟାୟକ୍ରମେ ନିଜ ଘରକୁ ଫେରିଲେଣି। ଏବେ ବି ଅନେକେ ଫେରିବାରେ ଲାଗିଛନ୍ତି। ସେମାନଙ୍କ ଜୀବନଜୀବିକାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କଟକ ଜିଲା ପ୍ରଶାସନ ତରଫରୁ ଲାଇଭ୍‌ଲିହୁଡ୍‌ ଆଡଭାନ୍ସମେଣ୍ଟ ଥ୍ରୁ ନଲେଜ୍‌, ସେଲ୍‌ଫ୍‌ ହେଲ୍‌ପ ଆଣ୍ଡ ମଡର୍ନ ଇନିସିଏଟିଭ୍‌(ଲକ୍ଷ୍ମୀ) ନାମରେ ଏକ ସ୍ବତନ୍ତ୍ର ଯୋଜନା ଗତ ଜୁନ୍‌ ୨୨ତାରିଖରେ ଆରମ୍ଭ କରାଯାଇଥିଲା। ଦକ୍ଷତା ଭିତ୍ତିରେ ପ୍ରବାସୀଙ୍କୁ କାମ ଯୋଗାଇ ଦେବା ପାଇଁ ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରିବାରେ କଟକ ଜିଲା ରାଜ୍ୟରେ ପ୍ରଥମ ବୋଲି ସେତେବେଳେ କୁହାଯାଇଥିଲା। ଏହିକ୍ରମରେ ଯେଉଁ ପ୍ରବାସୀମାନେ ଜିଲାକୁ ଫେରିଛନ୍ତି, ଜିଲା କର୍ମନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କ ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଇଥିଲା। ଏଥିରେ ସେମାନେ ପୂର୍ବରୁ କେଉଁଠାରେ କାମ କରୁଥିଲେ, କିଏ କେଉଁଥିରେ କୁଶଳୀ, ସେହି ଅନୁସାରେ ସେମାନଙ୍କ ଦକ୍ଷତା ଅନୁଯାୟୀ ବର୍ଗୀକରଣ କରାଯାଇଥିଲା। ସ୍ବତନ୍ତ୍ର କ୍ୟାମ୍ପ ଜରିଆରେ ବିଭିନ୍ନ କମ୍ପାନୀଗୁଡ଼ିକ ଜିଲାର ପ୍ରବାସୀଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦେବେ ବୋଲି କୁହାଯାଇଥିଲା। ଜିଲାର ପ୍ରାୟ ୨୫ ହଜାର ପ୍ରବାସୀଙ୍କୁ ଦକ୍ଷତା ଅନୁଯାୟୀ ନିଯୁକ୍ତି ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲାପାଳ ଭବାନୀ ଶଙ୍କର ଚଇନୀ ସେତେବେଳେ କହିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଜୁନ୍‌ ୨୨ରେ ବାଙ୍କୀ ଏବଂ ଡମପଡ଼ାଠାରେ ଲକ୍ଷ୍ମୀ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ପ୍ରାୟ ୩୦୦ ପ୍ରବାସୀ ଭାଗନେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୪ଜଣଙ୍କୁ ବିଭିନ୍ନ ଟ୍ରେଡ୍‌ରେ ପଞ୍ଜୀକୃତ କରାଯାଇ କାମ ପାଇଁ ମନୋନୀତ କରାଯାଇଥିଲା। ସେହି ମାସ ୨୬ତାରିଖରେ ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଉ ଏକ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୩୧୫ଜଣ ପ୍ରବାସୀ ଯୋଗଦେଇଥିବାବେଳେ ୧୩୬ଜଣଙ୍କୁ ମନୋନୀତ ଯାଇଥିଲା। ଦକ୍ଷତା ଅନୁଯାୟୀ ବିଭିନ୍ନ ଟ୍ରେଡ୍‌ ଯଥା ଫିଟର୍‌, ଇଲେକ୍ଟିସିଆନ୍‌, ପ୍ଲମ୍ବର(ପାଇପ୍‌ ମିସ୍ତ୍ରି), ପେଣ୍ଟର୍‌, ରାଜମିସ୍ତ୍ରି ଏବଂ ଫ୍ୟାବ୍ରିକେଶନ୍‌ ଆଦିରେ ନିଯୁକ୍ତି ଦିଆଯିବ ବୋଲି ପତ୍ରରେ ଉଲ୍ଲେଖ ରହିଥିଲା। ପରବର୍ତ୍ତୀ ସମୟରେ ବଡ଼ମ୍ବା, ନରସିଂହପୁର ଏବଂ ନିଶ୍ଚିନ୍ତକୋଇଲିରେ ମଧ୍ୟ ଅନୁରୂପ ଶିବିର ଆୟୋଜିତ ହୋଇଥିଲା। ଏବେ କିନ୍ତୁ ସବୁକିଛି ଠପ୍‌ ହୋଇଯାଇଛି। ଆଉ ଶିବିର ଆୟୋଜନ ହେଉନାହିଁ। ପ୍ରବାସୀମାନେ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ୁଥିବାବେଳେ କର୍ତ୍ତୃପକ୍ଷ ମଧ୍ୟ କୌଣସି ପ୍ରକାର ଉତ୍ତର ଦେଇପାରୁ ନାହାନ୍ତି। ପୂର୍ବ ସଞ୍ଚତ୍ତ ଅର୍ଥ ଶେଷ ହେବାରେ ଲାଗିଛି। ଘର ଚଳାଇବା କଷ୍ଟ ହେଲାଣି। ବର୍ତ୍ତମାନ ପରିବହନ କଟକଣା ଉଠିବା ପରେ ପ୍ରବାସୀମାନେ ଫେରିବାକୁ ଚିନ୍ତା କଲେଣି। ଜିଲାରେ ନିଯୁକ୍ତି ସୁଯୋଗ ଗୌଣ। ବିଶେଷ ଶିଳ୍ପ କାରଖାନା ମଧ୍ୟ ନାହିଁ। ତେଣୁ ଲୋକମାନେ ନିଯୁକ୍ତିରୁ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷେ ଯେଉଁମାନେ କାମ ପାଇଁ ମନୋନୀତ ହୋଇଥିଲେ, ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ନିଯୁକ୍ତି ଦିଆଯାଇ ପାରିନାହିଁ। ଏପରି କି କିଛି କାମ କରିବାକୁ ଯାଇ ମଧ୍ୟ ଆବଶ୍ୟକ ସୁବିଧା ସୁଯୋଗ ନ ପାଇ ଫେରିବାକୁ ବାଧ୍ୟ ହୋଇଛନ୍ତି। ବାଙ୍କୀ ତାଳବସ୍ତ ଗ୍ରାମର ଜଗନ୍ନାଥ ଭିରାଙ୍କ କହିବା ଅନୁଯାୟୀ,ତାମିଲ୍‌ନାଡ଼ୁର ଏକ କମ୍ପାନୀରେ ଫିଟର୍‌ ଭାବେ ସେ କାମ କରୁଥିଲେ। କରୋନା ଯୋଗୁ କମ୍ପାନୀ ବନ୍ଦ ରହିବାରୁ ଘରକୁ ଫେରିଥିଲେ। ଜୁନ୍‌ ୨୨ ତାରିଖରେ ବାଙ୍କୀ କଚେରି ପଡ଼ିଆରେ ପ୍ରଶାସନ ତରଫରୁ ‘ଲକ୍ଷ୍ମୀ’ ଶିବିର ଆୟୋଜିତ ହୋଇଥିଲା। କାମ ମିଳିବା ଆଶାରେ ଜଗନ୍ନାଥ ଶିବିରକୁ ଧାଇଁଥିଲେ। କିଏ କ’ଣ କାମ ଜାଣିଛ, ବୋଲି ସେଠାରେ ପଚରାଯାଇଥିଲା। ତଦନୁଯାୟୀ, ଭୁବନେଶ୍ୱରର ଏକ ବିଲଡର୍‌ କମ୍ପାନୀରେ କାମ କରିବାକୁ ତାଙ୍କ ସହ ଅନ୍ୟମାନଙ୍କୁ ଚୟନ କରାଯାଇଥିଲା। ପରେ ସେ ଓ ଅନ୍ୟ ୩ଜଣ ସେହି କମ୍ପାନୀକୁ ଯାଇଥିଲେ। ଚୟନବେଳେ ରହିବାକୁ ଭଲ ଜାଗା ଏବଂ ଖାଇବାକୁ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ସେଠାରେ ନାନା ଅବ୍ୟବସ୍ଥା ଦେଖାଦେବା ପରେ ସମସ୍ତେ ଫେରିଆସିଥିଲୁ ବୋଲି ଜଗନ୍ନାଥ କହିଛନ୍ତି। ସେହିପରି ମାହାଙ୍ଗାର ସୁଶାନ୍ତ ଦାସଙ୍କ କହିବା ହେଲା କାମ ଧନ୍ଦା ନ ଥିବାରୁ ଆର୍ଥତ୍କ ଅଭାବ ଚିନ୍ତା ବଢ଼ାଇଲାଣି। ପରିବାର କଥା ବୁଝିବାକୁ ପଡ଼ିବ। ଓଡ଼ିଶାରେ ରହିଲେ ଭୋକ ଉପାସରେ ମରିବାକୁ ହେବ। ଜିଲା ପ୍ରଶାସନର ଯୋଜନା କେବଳ କାଗଜକଲମରେ ସୀମିତ ରହିଛି। ଚାକିରି ମିଳିବ ବୋଲି ବିଶ୍ୱାସ ନାହିଁ। ମହାରାଷ୍ଟ୍ରରୁ ଫେରିବା ପରେ ଅର୍ଥ ଅଭାବ ଚିନ୍ତା ମାନସିକ ଭାବେ ଦୁର୍ବଳ କରି ସାରିଲାଣି। ଆସନ୍ତା ସପ୍ତାହରେ ମହାରାଷ୍ଟ୍ର ଫେରିଯିବି ବୋଲି ସୁଶାନ୍ତ କହିଛନ୍ତି।
ଏନେଇ ଜିଲାପାଳ ଚଇନୀଙ୍କୁ ପଚରାଯିବାରେ କରୋନା ସଂକ୍ରମଣ ଅଧିକ ଯୋଗୁ ବର୍ତ୍ତମାନ ‘ଲକ୍ଷ୍ମୀ’ ଶିବିର ବନ୍ଦ ରହିଛି। ସ୍ଥିତି ସ୍ବାଭାବିକ ହେଲେ ପୁଣି ଆରମ୍ଭ କରାଯିବ ବୋଲି କହିଛନ୍ତି। ଯେଉଁମାନଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା, ସେମାନେ କାର୍ଯ୍ୟରେ ଯୋଗଦେଲେଣି କି ବୋଲି ପଚାରିବାରେ ଏହାର ଉତ୍ତର ଠିକ୍‌ ଭାବେ ନ ଦେଇ କରୋନା ଯୋଗୁ ଘରୁ ନ ବାହାରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିବା ଜିଲାପାଳ ଚୟନୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?