Posted inଜାତୀୟ

ଗିରୀଶ ମୁର୍ମୁ ସିଏଜି ନିଯୁକ୍ତ

ନୂଆଦିଲ୍ଲୀ,୭ା୮:ଜମ୍ମୁ-କଶ୍ମୀର ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତର ନୂଆ ସମୀକ୍ଷକ ଓ ମହାଲେଖା ପରୀକ୍ଷକ (ସିଏଜି) ଭାବେ ନିଯୁକ୍ତ କରାଯାଇଛି। ସେ ବୁଧବାର ରାତିରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଗୁରୁବାର ତାଙ୍କୁ ଏହି ନିଯୁକ୍ତି ମିଳିଛି। ସିଏଜି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ମୁର୍ମୁ ହେଉଛନ୍ତି ପ୍ରଥମ ଓଡ଼ିଆ। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶର ଭାଜପା ନେତା ମନୋଜ ସିହ୍ନାଙ୍କୁ କଶ୍ମୀରର ନୂଆ ଉପରାଜ୍ୟପାଳ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନକୁ ବର୍ଷେ ପୂରିଥିବାବେଳେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।
ଗିରୀଶ ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲା ବେତନଟୀରେ। ୧୯୫୯ ନଭେମ୍ବର ୨୧ରେ ଏକ ସାନ୍ତାଳ ପରିବାରରେ ଜନ୍ମିତ ମୁର୍ମୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ବୀରଭୂମ ୟୁନିଭର୍ସିଟିରେ ଏମ୍‌ବିଏ ପାଠ ପଢ଼ିଥିଲେ। ୨ ଭଉଣୀ ଓ ୬ ଭାଇଙ୍କ ମଧ୍ୟରେ ମୁର୍ମୁ ସବୁଠୁ ବଡ଼। ତାଙ୍କର ଜଣେ ସାନଭାଇ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ରେ ବରିଷ୍ଠ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ୧୯୮୫ ବ୍ୟାଚ୍‌ ଗୁଜରାଟ କ୍ୟାଡର୍‌
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ମୁର୍ମୁ ୨୦୦୧ରେ ରାଜ୍ୟର ରିଲିଫ୍‌ କମିଶନର ଓ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ମୁର୍ମୁ। ଗତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ସ୍ଥାନରେ ୨୦୧୯ ଅକ୍ଟୋବର ୨୯ରେ ମୁର୍ମୁଙ୍କୁ ଏହାର ପ୍ରଥମ ଏଲ୍‌ଜି ଭାବେ ଅବସ୍ଥାପିତ କରାଯାଇଥିଲା। ୬୦ ବର୍ଷୀୟ ମୁର୍ମୁ ବୁଧବାର ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଦେଇଥିଲେ। ବର୍ତ୍ତମାନ ସିଏଜି ଥିବା ରାଜସ୍ଥାନ କ୍ୟାଡର୍‌ ୧୯୭୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ରାଜୀବ ମେହେର୍ଷିଙ୍କ ସ୍ଥାନରେ ମୁର୍ମୁଙ୍କୁ ଚତୁର୍ଦ୍ଦଶ ସମୀକ୍ଷକ ଓ ମହାଲେଖା ପରୀକ୍ଷକ ଭାବେ ନିଯୁକ୍ତି ମିଳିଛି।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ଗିରୀଶ ମୁର୍ମୁଙ୍କ ସ୍ଥାନରେ ଉତ୍ତରପ୍ରଦେଶର ବରିଷ୍ଠ ଭାଜପା ନେତା ମନୋଜ ସିହ୍ନାଙ୍କୁ ଜମ୍ମୁ-କଶ୍ମୀରର ଦ୍ୱିତୀୟ ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ୬୧ ବର୍ଷୀୟ ସିହ୍ନା ହେଉଛନ୍ତି ଏହି ପଦରେ ଅବସ୍ଥାପିତ ହେବାରେ ପ୍ରଥମ ରାଜନେତା। ସେ ନୂଆ ସିଏଜି ମୁର୍ମୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ ଅଜୟ କୁମାର ସୂଚନା ଦେଇଛନ୍ତି। ୧୯୫୩ ଅଗଷ୍ଟ ୧୪ରେ ଗାଜିପୁରର ମୋହନପୁରାରେ ମନୋଜ ସିହ୍ନା ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୨ରେ ବନାରସ ହିନ୍ଦୁ ୟୁନିଭର୍ସିଟି(ବିଏଚ୍‌ୟୁ)ର ଛାତ୍ର ସଂସଦ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଗାଜିପୁରର ବିକାଶ ପୁରୁଷ ଭାବେ ପରିଚିତ ସିହ୍ନା ଏହି ଆସନରୁ ଲୋକ ସଭାରେ ୩ ଥର ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୧୬ରେ ମୋଦି ସରକାରଙ୍କ କ୍ୟାବିନେଟରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଥିଲେ। ସିଭିଲ୍‌ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିବା ମନୋଜ ସିହ୍ନାଙ୍କୁ କଲ୍‌ ଡ୍ରପ୍‌ ସମସ୍ୟାର ସମାଧାନ ପାଇଁ ଶ୍ରେୟ ଦିଆଯାଇଥାଏ। ୧୯୯୬ରେ ସେ ପ୍ରଥମଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୯ ଓ ୨୦୧୪ରେ ଗାଜିପୁରରୁ ପୁନଃ ନିର୍ବାଚିତ ହୋଇଥିଲେ। ୨୦୧୭ରେ ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୨୬୫ ଆସନ ଜିତିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଥିଲେ। କିନ୍ତୁ ସେତେବେଳେ ଗୋରଖପୁର ଏମ୍‌ପି ଥିବା ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?