Posted inଜାତୀୟ

ଗିରୀଶ ମୁର୍ମୁ ସିଏଜି ନିଯୁକ୍ତ

ନୂଆଦିଲ୍ଲୀ,୭ା୮:ଜମ୍ମୁ-କଶ୍ମୀର ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତର ନୂଆ ସମୀକ୍ଷକ ଓ ମହାଲେଖା ପରୀକ୍ଷକ (ସିଏଜି) ଭାବେ ନିଯୁକ୍ତ କରାଯାଇଛି। ସେ ବୁଧବାର ରାତିରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଗୁରୁବାର ତାଙ୍କୁ ଏହି ନିଯୁକ୍ତି ମିଳିଛି। ସିଏଜି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବାରେ ମୁର୍ମୁ ହେଉଛନ୍ତି ପ୍ରଥମ ଓଡ଼ିଆ। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶର ଭାଜପା ନେତା ମନୋଜ ସିହ୍ନାଙ୍କୁ କଶ୍ମୀରର ନୂଆ ଉପରାଜ୍ୟପାଳ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନକୁ ବର୍ଷେ ପୂରିଥିବାବେଳେ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି।
ଗିରୀଶ ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲା ବେତନଟୀରେ। ୧୯୫୯ ନଭେମ୍ବର ୨୧ରେ ଏକ ସାନ୍ତାଳ ପରିବାରରେ ଜନ୍ମିତ ମୁର୍ମୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ବୀରଭୂମ ୟୁନିଭର୍ସିଟିରେ ଏମ୍‌ବିଏ ପାଠ ପଢ଼ିଥିଲେ। ୨ ଭଉଣୀ ଓ ୬ ଭାଇଙ୍କ ମଧ୍ୟରେ ମୁର୍ମୁ ସବୁଠୁ ବଡ଼। ତାଙ୍କର ଜଣେ ସାନଭାଇ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ରେ ବରିଷ୍ଠ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ୧୯୮୫ ବ୍ୟାଚ୍‌ ଗୁଜରାଟ କ୍ୟାଡର୍‌
ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ମୁର୍ମୁ ୨୦୦୧ରେ ରାଜ୍ୟର ରିଲିଫ୍‌ କମିଶନର ଓ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ମୁର୍ମୁ। ଗତ ବର୍ଷ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ସ୍ଥାନରେ ୨୦୧୯ ଅକ୍ଟୋବର ୨୯ରେ ମୁର୍ମୁଙ୍କୁ ଏହାର ପ୍ରଥମ ଏଲ୍‌ଜି ଭାବେ ଅବସ୍ଥାପିତ କରାଯାଇଥିଲା। ୬୦ ବର୍ଷୀୟ ମୁର୍ମୁ ବୁଧବାର ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଦେଇଥିଲେ। ବର୍ତ୍ତମାନ ସିଏଜି ଥିବା ରାଜସ୍ଥାନ କ୍ୟାଡର୍‌ ୧୯୭୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ରାଜୀବ ମେହେର୍ଷିଙ୍କ ସ୍ଥାନରେ ମୁର୍ମୁଙ୍କୁ ଚତୁର୍ଦ୍ଦଶ ସମୀକ୍ଷକ ଓ ମହାଲେଖା ପରୀକ୍ଷକ ଭାବେ ନିଯୁକ୍ତି ମିଳିଛି।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ଗିରୀଶ ମୁର୍ମୁଙ୍କ ସ୍ଥାନରେ ଉତ୍ତରପ୍ରଦେଶର ବରିଷ୍ଠ ଭାଜପା ନେତା ମନୋଜ ସିହ୍ନାଙ୍କୁ ଜମ୍ମୁ-କଶ୍ମୀରର ଦ୍ୱିତୀୟ ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ୬୧ ବର୍ଷୀୟ ସିହ୍ନା ହେଉଛନ୍ତି ଏହି ପଦରେ ଅବସ୍ଥାପିତ ହେବାରେ ପ୍ରଥମ ରାଜନେତା। ସେ ନୂଆ ସିଏଜି ମୁର୍ମୁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଏନେଇ ରାଷ୍ଟ୍ରପତିଙ୍କ ପ୍ରେସ୍‌ ସଚିବ ଅଜୟ କୁମାର ସୂଚନା ଦେଇଛନ୍ତି। ୧୯୫୩ ଅଗଷ୍ଟ ୧୪ରେ ଗାଜିପୁରର ମୋହନପୁରାରେ ମନୋଜ ସିହ୍ନା ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୨ରେ ବନାରସ ହିନ୍ଦୁ ୟୁନିଭର୍ସିଟି(ବିଏଚ୍‌ୟୁ)ର ଛାତ୍ର ସଂସଦ ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଗାଜିପୁରର ବିକାଶ ପୁରୁଷ ଭାବେ ପରିଚିତ ସିହ୍ନା ଏହି ଆସନରୁ ଲୋକ ସଭାରେ ୩ ଥର ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୧୬ରେ ମୋଦି ସରକାରଙ୍କ କ୍ୟାବିନେଟରେ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଥିଲେ। ସିଭିଲ୍‌ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିବା ମନୋଜ ସିହ୍ନାଙ୍କୁ କଲ୍‌ ଡ୍ରପ୍‌ ସମସ୍ୟାର ସମାଧାନ ପାଇଁ ଶ୍ରେୟ ଦିଆଯାଇଥାଏ। ୧୯୯୬ରେ ସେ ପ୍ରଥମଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ପରେ ୧୯୯୯ ଓ ୨୦୧୪ରେ ଗାଜିପୁରରୁ ପୁନଃ ନିର୍ବାଚିତ ହୋଇଥିଲେ। ୨୦୧୭ରେ ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୨୬୫ ଆସନ ଜିତିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଥିଲେ। କିନ୍ତୁ ସେତେବେଳେ ଗୋରଖପୁର ଏମ୍‌ପି ଥିବା ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri