ଏକୋଇଶା ପାଇଁ ମାମୁଁ ଘରକୁ ଆସି ଦୁର୍ଘଟଣାରେ ଗଲା ଭଣଜାଙ୍କ ଜୀବନ

ଅତାବିରା, ୮।୫,(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଲାଦେରପାଲି ଛକରେ ଗୁରୁବାର ସକାଳ ପ୍ରାୟ ସାଢେ ୬ ଟାରେ ଏକ ସଡ଼କ ଦୁର୍ଘଟଣାରେ ଜୈନିକ ୧୬ ବର୍ଷୀୟ ନାବାଳକଙ୍କ ଅକାଳ ମୃତ୍ୟୁ ହୋଇଛି l ମୃତ ବାଳକ ଜଣକ ଅତାବିରା ଥାନା ସିଲାଟ ଗ୍ରାମର ମାଆ ନଳିନୀ ମିରିଗ ଓ ବାପା ନବୀନ ମିରିଗଙ୍କ ପୁଅ ରଞ୍ଜିତ ମିରିଗ (୧୬) ବୋଲି ଜଣାପଡିଛି l ରଞ୍ଜିତ ଏକୋଇଶା ପାଇଁ ମାମୁଁ ଘର ସିଂହପାଲିକୁ ଆସିଥିଲେ l
ଘଟଣାରୁ ପ୍ରକାଶ ଯେ, ଅତାବିରା ଥାନା ସିଂହପାଲି ଗ୍ରାମର ଭଗବାନ ମିରିଗଙ୍କ ଝିଅର ଏକୋଇଶାରେ ଯୋଗ ଦେବାପାଇଁ ବୁଧବାର ସିଲାଟ ଗ୍ରାମର ଭଣଜା ରଞ୍ଜିତ ମିରିଗ, ବଲାଙ୍ଗିରର ଶଳା ରାଜା ସତନାମୀ (୧୮) ଆସିଥିଲେ l ଗୁରୁବାର ସକାଳ ୫ ଟାରେ ଭଗବାନଙ୍କ ଶଳା ରାଜା ଜଳଖିଆ କରିବାକୁ ସିଂହପାଲି ଛକକୁ ଯିବାକୁ କହି ୨୦ ଟଙ୍କା ଓ ମୋଟରସାଇକେଲ ମାଗି ବାହାରିଥିଲେ l ଓଡ଼ି ୧୭ଏ ସି/ ୯୭୮୧ ମୋଟରସାଇକେଲ ଯୋଗେ ବାହାରିବା ସମୟରେ ରାଜା ସିଂହପାଲି ଗ୍ରାମର ରଞ୍ଜନ ମେହେର (୧୩) ଓ ସିଲାଟ ଗ୍ରାମର ରଞ୍ଜିତଙ୍କୁ ଗାଡ଼ିରେ ବସାଇ ସିଂହପାଲି ଛକ ବଦଳରେ ସେଠାରୁ ୧୦/୧୨ କିଲୋମିଟର ଦୂର ଲାଦେରପାଲି ଯାଏଁ ପଳାଇ ଆସିଥିଲେ l ଲାଦେରପାଲି ଏଫସିଆଇ ଗୋଦାମ ଆଡୁ ୫୩ ନମ୍ବର ଜାତୀୟ ରାଜପଥର ସମ୍ବଲପୁର – ବରଗଡ଼ ପଟରୁ ଆସି ବରଗଡ଼ – ସମ୍ବଲପୁର ରାସ୍ତାକୁ ପ୍ରବେଶ କରିବା ମାତ୍ରେ ଆସୁଥିବା ଏକ ଟ୍ରକ ମଝିରେ ବାଡେଇ ହୋଇ ଯାଇଥିଲେ l ଫଳରେ ଘଟଣାସ୍ଥଳରେ ଭଗବାନଙ୍କ ଭଣଜା ରଞ୍ଜିତଙ୍କ ମୃତ୍ୟୁ ହୋଇଯାଇଥିଲା l ମୋଟରସାଇକେଲ ଚାଳକ ରାଜା ଓ ରଞ୍ଜନ ସାମାନ୍ୟ ଆହତ ହୋଇଥିଲେ l ଖବର ପାଇ ମୃତକ ରଞ୍ଜିତଙ୍କ ମାଆ ବାପା ଅତାବିରା ଥାନା ଆସି ତାଙ୍କ ପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜାଣି ମାଁ ନଳିନୀ ମିରିଗ ମୂର୍ଚ୍ଛା ହୋଇଯାଇଥିଲେ l ଏନେଇ ଅତାବିରା ଥାନା କେଶ ନମ୍ବର 178/2025 ରେ ଏକ ମାମଲା ରୁଜୁ କରି ମୃତଦେହକୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଛି ଓ ଏହାର ଅଧିକ ତଦନ୍ତ ଚାଲିଥିବା ଆଇଆଇସି ପ୍ରକାଶ କର୍ଣ୍ଣ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?