ବାତ୍ୟା ‘ଅକ୍ୱାନ’ ମୁକାବିଲା: ଗୁଡାରି ବ୍ଲକରେ ୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୫୯ ଜଣ ସ୍ଥାନାନ୍ତରିତ; ମା’ ଗୃହରେ ୩ ପ୍ରସୂତିଙ୍କ ସଫଳ ପ୍ରସବ

ଗୁଡାରି, ୧୯।୧୧ (ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଗୁଡାରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ବ୍ଲକର ୩ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ମୋଟ ୫୯ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଗୁରୁବାର ସନ୍ଧ୍ୟାରେ ଗୁଡାରି ଅଞ୍ଚଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।

ପ୍ରଶାସନିକ ସୂଚନା ଅନୁଯାୟୀ, କରଲାଘାଟି ଗ୍ରାମପଞ୍ଚାୟତର ସମ୍ବରଲେଣ୍ଡି ବିଦ୍ୟାଳୟସ୍ଥିତ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଆଡିପଦର ଗ୍ରାମର ୩୦ ଜଣଙ୍କୁ ରଖାଯାଇଛି। ସେହିପରି ପେଣ୍ଡିଲି ଗ୍ରାମପଞ୍ଚାୟତର ତେମ୍ବାଗୁଡା ବିଦ୍ୟାଳୟରେ ହେଣ୍ଡାଢାପା ଗ୍ରାମର ୨୦ ଜଣ ଏବଂ ଖାରିଗୁଡା ଗ୍ରାମପଞ୍ଚାୟତର ସାନଗୋରଠା ବିଦ୍ୟାଳୟରେ ପଞ୍ଚାୟତର ବିଭିନ୍ନ ଗ୍ରାମର ୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

ସମସ୍ତ ଆଶ୍ରୟସ୍ଥଳୀରେ ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପରିଚାଳନା ଦାୟିତ୍ୱରେ ସମ୍ବରଲେଣ୍ଡିରେ ଗୋପାଳ ଗନ୍ତାୟତ, ତେମ୍ବାଗୁଡାରେ ମଞ୍ଜିତ ଓଝା ଏବଂ ସାନଗୋରଠାରେ କିଶୋର ସାହୁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ପଡ଼ିଲେ ବ୍ଲକର ଅସଡା, ଖାରିଗୁଡା, ମଧୁବନ, ଏମ୍‌.କେ. ରାଇ, ପେଣ୍ଡିଲି ଏବଂ ଶିରିଗୁଡା ଗ୍ରାମପଞ୍ଚାୟତ ପାଇଁ ଆଉ ୧୫ଟି ଅତିରିକ୍ତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ବିଡିଓ ସୌଭାଗ୍ୟ ରଞ୍ଜନ କର ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଗୁଡାରିସ୍ଥିତ ମା’ ଗୃହକୁ ୬ ଜଣ ଗର୍ଭବତୀ ମହିଳାଙ୍କୁ ଅଣାଯାଇଛି। ଏହାପୂର୍ବରୁ ଗତକାଲି (ବୁଧବାର) ସ୍ଥାନାନ୍ତର କରାଯାଇଥିବା ୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୩ ଜଣଙ୍କର ସୁରକ୍ଷିତ ଭାବେ ପ୍ରସବ ହୋଇଥିବା ବେଳେ ୨ ଜଣ ଗର୍ଭବତୀ ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ଗୁଣୁପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାକୁ ରେଫର କରାଯାଇଥିବା ସିଡିପିଓ ଅନିତା ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅକ୍ୱାନ’ ପାଇଁ ସଜାଗ ଗଞ୍ଜାମ ଏନ୍‌ଏସି: ଥଇଥାନ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଲେ ଇଓ, ୧୦୨ ଜଣଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆସନ୍ତାକାଲି ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି…

କେନ୍ଦୁଝରରେ ଛୁଟି ଘୋଷଣା କଲେ ଜିଲାପାଳ

କେନ୍ଦୁଝର/ବଞ୍ଚୋ,୧୯।୧୧(ନରେଶ ପଟ୍ଟନାୟକ/ପ୍ରଦୋଷ ବିଶ୍ୱାଳ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବ ଏବଂ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଏକ…

କେନ୍ଦ୍ରାପଡ଼ାକୁ ରେଡ୍‌ ଓ୍ବାର୍ନିଂ: ରାଜକନିକାରେ ଆଶ୍ରୟସ୍ଥଳୀକୁ ଗଲେ ୩,୬୦୦ ଲୋକ, ଗ୍ରାଉଣ୍ଡ ଜିରୋରେ…

ରାଜକନିକା, ୧୯।୧୧ (ସଞ୍ଜୟ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ହୋଇ ଭୀଷଣ ରୂପ ନେଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଓଡ଼ିଶା ଉପକୂଳ ମୁହାଁ ହୋଇଛି। ଏହା ଆସନ୍ତାକାଲି…

କଟକରେ ବନ୍ଦ ହେଲା ନଦୀଘାଟ: ନଦୀରେ ବୁଡ଼ ପକାଇବା, ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ନିଷେଧ

କଟକ,୧୯ା୧୧: ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କଟକ ଜିଲାପାଳଙ୍କ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କଟକ ଜିଲାର ସବୁ ସ୍କୁଲ, କଲେ, ଅଙ୍ଗନବାଡ଼ି କେନ୍ଦ୍ରକୁ…

ବାତ୍ୟା ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବର୍ଷା ଜାରି: ୯ ଘଣ୍ଟାରେ ୧୬୯.୭ ମିମି ବର୍ଷା ରେକର୍ଡ, ଜଟଣୀରେ ସର୍ବାଧିକ

ଖୋର୍ଦ୍ଧା, ୧୯।୧୧ (ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୫ଟା…

ଜିଲାପାଳଙ୍କ ବଡ଼ ନିଷ୍ପତ୍ତି, ଶୁକ୍ରବାର କଟକରେ ସ୍କୁଲ, କଲେଜ ଛୁଟି

କଟକ,୧୯ା୧୧: ବାତ୍ୟା ‘ଅକ୍ୱାନ’କୁ ଦୃଷ୍ଟିରେ ରଖି କଟକ ଜିଲାପାଳଙ୍କ ଗୁରୁବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର କଟକ ଜିଲାର ସବୁ ସ୍କୁଲ, କଲେଜ, ଅଙ୍ଗନବାଡ଼ି କେନ୍ଦ୍ରକୁ…

ବାତ୍ୟା ‘ଆକ୍ବାନ’ ପ୍ରଭାବ: ସାକ୍ଷୀଗୋପାଳ ମନ୍ଦିରରେ ଭୁଶୁଡ଼ିଲା ବ୍ୟାରିକେଡ୍; ସତ୍ୟବାଦୀରେ ୧୨୦୦ ଲୋକ ସ୍ଥାନାନ୍ତର

ସାକ୍ଷୀଗୋପାଳ, ୧୯।୧୧ (କିଶୋର ମହାପାତ୍ର / ପ୍ରଶାନ୍ତ କୁମାର ବାରିକ): ସମ୍ଭାବ୍ୟ ବାତ୍ୟା ‘ଆକ୍ବାନ’ର ପ୍ରଭାବରେ ସତ୍ୟବାଦୀ ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଓ ପବନ…

ବାତ୍ୟା ‘ଅକ୍ୱାନ’ ପାଇଁ ଅଣ୍ଟା ଭିଡ଼ିଲା ଖୋର୍ଦ୍ଧା ପ୍ରଶାସନ: ଆଶ୍ରୟସ୍ଥଳୀରେ ପହଞ୍ଚିଲେ ୧୮ ହଜାରରୁ ଅଧିକ ଲୋକ, ୩୯୧ ଆଶ୍ରୟସ୍ଥଳୀ…

ଖୋର୍ଦ୍ଧା, ୧୯।୧୧ (ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍‌ଭାନ୍‌’ର ସଫଳ ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?