ବଦଳୁନି ଆପରାଧିକ ମନୋଭାବ

ଅନୁଗୋଳ ଅଫିସ, ୧୧ା୪:  ଅପରାଧରେ ଜଡ଼ିତ ଅଭିଯୋଗରେ ଜେଲ ପଠାଯାଉଛି। ମାସ ମାସ ଧରି କାରାଗାରାରେ ରଖାଯାଇ ଦଣ୍ଡିତ କରାଯାଉଛି। ଆପରାଧିକ କାର୍ଯ୍ୟ ଛାଡ଼ି ସାଧାରଣ ଜୀବନକୁ ଫେରିବା ପାଇଁ ଜେଲ୍‌ ସଂସ୍କାର ପ୍ରକ୍ରିୟାରେ ବହୁ ନୀତିଶିକ୍ଷା ଦିଆଯାଉଛି। ହେଲେ କେତେଜଣ ଅଭ୍ୟାସଗତ ଅପରାଧୀଙ୍କ ମନୋଭବରେ ପରିବର୍ତ୍ତନ ଆସୁନାହିଁ। ବିଭିନ୍ନ ଉପାୟରେ ଜେଲ୍‌ରୁ ବାହାରିବା ପରେ ପୁଣି ସେମାନେ ଆପରାଧିକ କାର୍ଯ୍ୟରେ ଜଡ଼ିତ ରହୁଛନ୍ତି। ଏହାକୁ ନେଇ ଅନୁଗୋଳ ପୋଲିସର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ଏପରି ପୁରୁଣା ଦାଗୀଙ୍କ ଉପରେ କଡ଼ା ନଜର ରଖିବାକୁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନୁଗୋଳ ଜିଲାରେ ଲୁଟ୍‌, ଡକାୟତି, ଗଣ୍ଡଗୋଳ ଠାରୁ ଆରମ୍ଭ କରି ଚୋରା କୋଇଲା ଓ ମଦ କାରବାରରେ ବହୁ ପୁରୁଣା ଅପରାଧୀଙ୍କ ହାତ ରହୁଛି। ଏହା ଜଣାପଡ଼ିବା ପରେ ସେମାନଙ୍କୁ ଧରିବାକୁ ବିଭିନ୍ନ ସମୟରେ ଅନୁଗୋଳ ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଥାନାକୁ କୁହାଯାଉଛି। କିନ୍ତୁ କେତେଜଣ ଧରାପଡ଼ୁଧିବାବେଳେ ଆଉ କେତେଜଣ ଫେରାର ହୋଇଯାଉଛନ୍ତି। କିଛିଦିନ ଲୁଚି ରହିବା ପରେ ପରିସ୍ଥିତି ଶାନ୍ତ ଦେଖି ପୁଣି ଆପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଦେଉଛନ୍ତି। ଛେଣ୍ଡିପଦା ଓ ତାଳଚେର ଅଞ୍ଚଳରେ ହେଉଥିବା ଚୋରା କୋଇଲା କାରବାରରେ ଏପରି ବହୁ ପୁରୁଣା କୋଇଲା ମାଫିଆଙ୍କ ବାରମ୍ବାର ସମ୍ପୃକ୍ତି ପୋଲିସ ଜାଣିବାକୁ ପାଉଛି। ସେହିପରି ଅନୁଗୋଳ ସହର ଉପକଣ୍ଠରେ ଗତମାସ ପ୍ରଥମ ସପ୍ତାହରେ କେତେଜଣ ଦୁର୍ବୃତ୍ତ ଜଣେ ପୂର୍ବତନ ସରପଞ୍ଚଙ୍କ ଘର ଆଗରେ ଗଣ୍ଡଗୋଳ କରିଥିଲେ। ଖଣ୍ଡା ଓ ଭୁଜାଲି ବୁଲାଇ ଲୋକଙ୍କୁ ଭୟଭୀତ କରାଇଥିଲେ। ଘରର କାଚ, ଆସବାବପତ୍ର ଭାଙ୍ଗି ଦେଇଥିଲେ। ପୋଲିସ ତଦନ୍ତ ବେଳେ ଘଟଣାରେ ପୁରୁଣା ଦାଗୀମାନେ ସାମିଲ ଥିବା ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଜଣେ ନିକଟରେ ବେଲ୍‌ରେ ଜେଲ୍‌ରୁ ବାହାରିଥିଲେ। କେବଳ ଏହି ଗୋଟିଏ ଘଟଣାରେ ନୁହେଁ, ବେଲ୍‌ରେ ଆସିଥିବା ସମ୍ପୃକ୍ତ ଦାଗୀଜଣକ ଗତ ଦୋଳପୂର୍ଣ୍ଣିମାରେ ସହରର ଡିଆସି ଛକରେ ନିଜ ଗୋଷ୍ଠୀଙ୍କୁ ଧରି ଗଣ୍ଡଗୋଳ କରିଥିଲେ। ସେଠାରେ ଖଣ୍ଡା ଓ ଭୁଜାଲି ବୁଲାଇ ସାଧାରଣରେ ଆତଙ୍କ ସୃଷ୍ଟି କରିଥିଲେ। ସେହିପରି ଆଉ କେତେଜଣ ଅପରାଧୀ ନିୟମିତ ଭାବେ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରହୁଛନ୍ତି। ଏକାଧିକ ଥର ଜେଲ୍‌ ଯାଇଥିଲେ ବି ବାହାରକୁ ବାହାରିବା ମାତ୍ରେ ପୁଣି ସେହି ପୁରୁଣା କାରବାର ଚଳାଇ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରୁଛନ୍ତି। ତେଣୁ ଜିଲାରେ ଅପରାଧ ସଂଖ୍ୟା ବଢ଼ାଉଥିବା ଏପରି ଅଭ୍ୟାସଗତ ଅପରାଧୀମାନଙ୍କୁ ଧରିବା ଓ ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ପ୍ରକୃତ ଅପରାଧୀଙ୍କୁ ଧରାଯାଉ
ବିଭିନ୍ନ ସମୟରେ ପୋଲିସ ନିରୀହ ଯୁବକମାନଙ୍କୁ ମିଛ ମାମଲାରେ ଫସାଉଛି। ଜେଲରୁ ବାହାରିବା ପରେ ସେମାନଙ୍କ ମଧ୍ୟରୁ କେତେଜଣ ସୁଧୁରି ଯାଉଛନ୍ତି। ଆଉ କେତେଜଣ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛନ୍ତି। ତେଣୁ ପ୍ରକୃତ ଅପରାଧୀଙ୍କୁ ଧରାଗଲେ ଜିଲାରେ ଅପରାଧ ସଂଖ୍ୟା ହ୍ରାସ ପାଇବ।
-ପ୍ରଦୀପ ଦେବତା, ଆଇନଜୀବୀ, ଅନୁଗୋଳ

କାଉନସେଲିଂ କରାଯିବା ଆବଶ୍ୟକ
କେବଳ ଜେଲ୍‌ ଭିତରେ ନୁହେଁ, ବାହାରକୁ ଆସିବା ପରେ ମଧ୍ୟ ଏପରି ପୁରୁଣା ଦାଗୀମାନଙ୍କ କାଉନସେଲିଂର ଆବଶ୍ୟକତା ରହିଛି। ଏହାଛଡ଼ା ବିଭିନ୍ନ ସମୟରେ ଥାନାକୁ ଡାକି ହାଜିରା ନେବା ସହ କାର୍ଯ୍ୟକଳାପ ଉପରେ ପୋଲିସ ସତର୍କ ନଜର ରଖିବା ଜରୁରୀ। ରୋଜଗାର ପାଇଁ ବିଭିନ୍ନ ତାଲିମ ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।
-ରଞ୍ଜନ ଧୀରସାମନ୍ତ, ବୁଦ୍ଧିଜୀବୀ

ଚାର୍ଜଶିଟ୍‌ରେ କଡ଼ା ଦଫା ଲଗାଯାଉ
ଅନେକ ସମୟରେ ପୋଲିସ ଠିକ୍‌ ଭାବେ ତଦନ୍ତ କରୁନାହିଁ। କୋହଳ ଦଫା ଲଗାଇ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରୁଛି। ସେଥିପାଇଁ ଅପରାଧୀମାନେ ଶୀଘ୍ର ଜେଲରୁ ମୁକୁଳି ଯାଉଛନ୍ତି। ଏହା ହିଁ ସେମାନଙ୍କୁ ଅଧିକ ଅପରାଧ ଦିଗରେ ପ୍ରୋତ୍ସାହିତ କରୁଛି। କଡ଼ା ଦଫା ସହ ଉପଯୁକ୍ତ ଦଣ୍ଡ ମିଳିଲେ ସେମାନେ ସୁଧୁରିବେ।
-ରଶ୍ମିରଞ୍ଜନ ପ୍ରଧାନ, ବୁଦ୍ଧିଜୀବୀ

ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି
ଜେଲରୁ ଫେରୁଥିବା ଅଭ୍ୟାସଗତ ଅପରାଧୀମାନେ ପୁଣି ଆପରାଧିକ କାର୍ଯ୍ୟରେ ସାମିଲ ରହୁଛନ୍ତି। ଏମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ପୋଲିସର ଗୋଇନ୍ଦା ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି। ଜନସାଧାରଣଙ୍କୁ ସୂଚନା ଦେବାକୁ କୁହାଯାଇଛି।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?