ଅସନ୍ତୁଳିତ

ସୁସ୍ଥ ଶିଶୁଙ୍କ ଉପରେ ଦେଶର ଭବିଷ୍ୟତ ନିର୍ଭରଶୀଳ। ଏହି ବିଚାରରେ ଶୈଶବ ସ୍ବାସ୍ଥ୍ୟପ୍ରଦ ହେବା ଜରୁରୀ। କିନ୍ତୁ ଭାରତରେ ଜନ୍ମରୁ ୫ ବର୍ଷ ବୟସ ବର୍ଗ ମଧ୍ୟରେ ଥିବା ୭ କୋଟି ୨୪ ଲକ୍ଷ ୫୬ ହଜାର ୪୫୮ ଜଣ ଶିଶୁଙ୍କ ମଧ୍ୟରୁ ୪୩ ଲକ୍ଷରୁ ଅଧିକ ପିଲା ମେଦବହୁଳତା କିମ୍ବା ଅଧିକ ଓଜନର ଶିକାର ହୋଇଥିବା ପୋଷଣ ଟ୍ରାକର୍‌ ଆପ୍‌ ଦ୍ୱାରା ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି। ସାରା ଦେଶରେ ଥିବା ଅଙ୍ଗନଓ୍ବାଡିର ମୋଟ ପିଲାଙ୍କ ସଂଖ୍ୟାର ଏହା ପାଖାପାଖି ୬% । ଗୁରୁତ୍ୱପୂର୍ଣ୍ଣ ହେଉଛି ପାଖାପାଖି ସମାନ ସଂଖ୍ୟକ ପିଲା ମଧ୍ୟ କୁପୋଷଣରେ ଆକ୍ରାନ୍ତ ହୋଇଥିବା ଦର୍ଶାଯାଇଛି। ସରକାରଙ୍କ ଦ୍ୱାରା ପରିଚାଳିତ ଶିଶୁ ସୁରକ୍ଷା କେନ୍ଦ୍ରଗୁଡ଼ିକର ତଥ୍ୟ ଏହି ସର୍ଭେର ଯଥାର୍ଥକୁ ଦର୍ଶାଇଛି। ୨୦୨୧ରେ ପୋଷଣ ଟ୍ରାକର୍‌ ଆପ୍‌ ଆରମ୍ଭ ହେବା ପୂର୍ବରୁ ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ଦ୍ୱାରା ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇ ଆସୁଥିଲା। ଉଭୟର ତଥ୍ୟକୁ ତୁଳନା କଲେ ପିଲାଙ୍କ ମେଦବହୁଳତା କ୍ରମାଗତ ଭାବେ ବଢ଼ିବା ଲକ୍ଷ୍ୟ କରାଯାଉଛି। ଏନ୍‌ଏଫ୍‌ଏଚ୍‌ଏସ୍‌ ୨୦୧୫-୧୬ରେ ୫ ବର୍ଷରୁ କମ୍‌ ବୟସ ବର୍ଗର ପିଲାଙ୍କ କ୍ଷେତ୍ରରେ ମେଦବହୁଳତା ହାର ୨.୧% ଥିଲାବେଳେ ୨୦୧୯-୨୧ରେ ଏହା ବୃଦ୍ଧି ପାଇ ୩.୪% ହୋଇଥିଲା। ତେବେ ବର୍ତ୍ତମାନର ଅତ୍ୟଧିକ ବୃଦ୍ଧି ସମ୍ପର୍କିତ ତଥ୍ୟ ପ୍ରକାଶ ପାଇବା ପରେ ତାହା ସନ୍ଦେହ ଘେରକୁ ଆସିବା ସହ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ କାର୍ଯ୍ୟକାରୀ ପୋଷଣ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠିଛି।
ଯେଉର୍ଁମାନେ ଅଙ୍ଗନଓ୍ବାଡି ବିଷୟରେ ଜାଣିଛନ୍ତି ଓ ତାହାକୁ ନିକଟରୁ ଦେଖିଛନ୍ତି ସେମାନେ କହିପାରିବେ ଯେ, ଏହି ତଥ୍ୟ ସନ୍ଦେହଜନକ। କେବଳ ଓଡ଼ିଶାରେ କାହିଁକି ସାରା ଭାରତରେ ଅଙ୍ଗନଓ୍ବାଡିକୁ ଖାଦ୍ୟ ବାବଦରେ ଯେଉଁ ଟଙ୍କା ଦିଆଯାଏ ସେହି ମୂଲ୍ୟର ଖାଦ୍ୟ ସେଠାରେ ପିଲାଙ୍କୁ ମିଳେନାହିଁ। ମୂଲ୍ୟ ତ ଦୂରର କଥା ଖାଦ୍ୟର ମାନ ମଧ୍ୟ ଠିକ୍‌ ରହେନାହିଁ। ଏହାର ପ୍ରମାଣ ବହୁ ସମୟରେ ଗଣମାଧ୍ୟମରୁ ଜାଣିବାକୁ ମିଳେ। ଅନେକ ସମୟରେ ସାରା ଦେଶରେ ଅଙ୍ଗନଓ୍ବାଡିର ଖାଦ୍ୟକୁ ନେଇ ପ୍ରଶ୍ନ ଉଠିଆସିଛି। ପୋକରା ଡାଲି କିମ୍ବା ଚାଉଳ ବା କାଞ୍ଜିଆ ଅଣ୍ଡା ଖବର ଶୁଣିବାକୁ ମିଳିଛି। ଅଙ୍ଗନଓ୍ବାଡିରେ ପ୍ରତିଦିନ ପନିପରିବାଯୁକ୍ତ ପୁଷ୍ଟିକର ରନ୍ଧାଖାଦ୍ୟ ମିଳେନାହିଁ ବୋଲି ଅନେକ ଥର ପୂର୍ବରୁ ପ୍ରକାଶ ପାଇଛି। କେତେବେଳେ କେମିତି ସପ୍ତାହରେ ଥରେ ଅଧେ ଅଣ୍ଡା ଦିଆଯାଏ। ଏଭଳି ଖାଦ୍ୟ ଖାଇ ସେଠାରେ ପିଲାମାନେ ମେଦବହୁଳତାର ଶିକାର ହେବାର କୌଣସି ସୁଯୋଗ ଉପୁଜୁନାହିଁ। ସେହିଭଳି ପୁଷ୍ଟିକର ଆହାରର ଅଭାବ ଯୋଗୁ ଆହୁରି ଅନେକ ପିଲା ଯେଉଁଭଳି ଭାବେ ଅପପୁଷ୍ଟିର ଶିକାର ହୋଇଛନ୍ତି ତାହା ଦର୍ଶାଉଛି ଯେ, ଅଙ୍ଗନଓ୍ବାଡି ଖାଦ୍ୟ ସନ୍ତୁଳିତ ନୁହେଁ। ତଥ୍ୟ ପରେ ତଥ୍ୟ ପ୍ରକାଶ ପାଇପାରେ, କିନ୍ତୁ ପିଲାଙ୍କର ଏହି ମୌଳିକ ଚାହିଦା ପ୍ରତି ଦୃଷ୍ଟି ପକାଇବାକୁ ଆମ ଦେଶରେ କାହାରି ସମୟ କିମ୍ବା ଇଚ୍ଛା ନାହଁି। ଆମେ ସମସ୍ତେ ଏଥିପାଇଁ ଦାୟୀ। ଏହାର ମୁଖ୍ୟ କାରଣ ହେଉଛି ନୀତି ପ୍ରଣୟନ କରୁଥିବା ସବୁ ବ୍ୟକ୍ତି ଧନୀ ହୋଇଥିବାରୁ ଗରିବ ପିଲାଙ୍କର ସର୍ବନିମ୍ନ ଅଧିକାରକୁ ସମ୍ମାନ ଦେବାରେ ତିଳେମାତ୍ର ଇଚ୍ଛା ନାହିଁ। ଏଠାରେ ମନେପଡ଼େ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସର ପଦ୍ଧତି। ନିୟମିତ ଭାବେ ଏହି ସଂସ୍ଥା ତରଫରୁ ସାମାଜିକ ଗଣମାଧ୍ୟମରେ ଫଟୋ ଅପ୍‌ଲୋଡ କରାଯାଏ, ଯେଉଁଥିରେ ସକାଳ, ଦ୍ୱିପ୍ରହର ଏବଂ ରାତ୍ରି ସମୟର ଖାଇବାର ଦୃଶ୍ୟ ସାଧାରଣରେ ଦେଖିବାକୁ ମିଳେ। ସରକାର ମଧ୍ୟ ଏହିଭଳି ରିପୋର୍ଟ ବ୍ୟବସ୍ଥା ପ୍ରତ୍ୟେକ ଅଙ୍ଗନଓ୍ବାଡି ପାଇଁ ଲାଗୁ କରିପାରନ୍ତେ।

ତଥ୍ୟ ପରେ ତଥ୍ୟ ପ୍ରକାଶ ପାଇପାରେ, କିନ୍ତୁ ପିଲାଙ୍କର ଏହି ମୌଳିକ ଚାହିଦା ପ୍ରତି ଦୃଷ୍ଟି ପକାଇବାକୁ ଆମ ଦେଶରେ କାହାରି ସମୟ କିମ୍ବା ଇଚ୍ଛା ନାହଁି। ଆମେ ସମସ୍ତେ ଏଥିପାଇଁ ଦାୟୀ। ଏହାର ମୁଖ୍ୟ କାରଣ ହେଉଛି ନୀତି ପ୍ରଣୟନ କରୁଥିବା ସବୁ ବ୍ୟକ୍ତି ଧନୀ ହୋଇଥିବାରୁ ଗରିବ ପିଲାଙ୍କର ସର୍ବନିମ୍ନ ଅଧିକାରକୁ ସମ୍ମାନ ଦେବାରେ ତିଳେମାତ୍ର ଇଚ୍ଛା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?