ବେହିସାବୀ ବୟସ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

୨୦୧୯ ମସିହାରେ ରସାୟନ ବିଜ୍ଞାନରେ ଯେଉଁ ତିନିଜଣ ନୋବେଲ ବିଜୟୀ ହୋଇଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ଜନ୍‌ ଗୁଡ୍‌ଏନଫ୍‌, ଷ୍ଟାନ୍‌ଲେ ହ୍ବିଟ୍ଟିଙ୍ଗହମ୍‌ ଓ ଆକିରା ୟାସିନୋ। ମିଥିଅମ୍‌ -ଆୟନ ବ୍ୟାଟେରି କ୍ଷେତ୍ରରେ ଅଭିନବ ଅବଦାନ ପାଇଁ ସେମାନେ ଏହି ଗୌରବ ପ୍ରାପ୍ତ ହୋଇଥିଲେ। ଉକ୍ତ ବ୍ୟାଟେରିର ବ୍ୟବହାର ଦ୍ୱାରା ଖଣିଜ ତୈଳର ଚାହିଦା ଯଥେଷ୍ଟ ହ୍ରାସ ହେବ ଓ ଆମ ସମାଜ ଉତ୍କଟ ପ୍ରଦୂଷଣରୁ କେତେକାଂଶରେ ନିସ୍ତାର ପାଇବ। ତେବେ ଏମିତି ସୌଭାଗ୍ୟ ପ୍ରାପ୍ତ ତିନି ବିଜେତାଙ୍କ ମଧ୍ୟରେ ଯେଉଁ ଜଣକ ସମଗ୍ର ବିଶ୍ୱବାସୀଙ୍କ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି, ସେ ହେଉଛନ୍ତି ବୟୋଜ୍ୟେଷ୍ଠ ରସାୟନବିତ୍‌ ଗୁଡ୍‌ଏନଫ୍‌। ଜୁଲାଇ ୧୯୨୨ରେ ଜର୍ମାନୀର ଜେନାରେ ଜନ୍ମିତ ଗବେଷକ ସତାନବେ ବର୍ଷ ବୟସରେ ପୁରସ୍କୃତ ହୋଇଛନ୍ତି। ଅଦ୍ୟାବଧି ସମସ୍ତ ନୋବେଲ ବିଜେତାଙ୍କ ମଧ୍ୟରେ ସେ ହେଉଛନ୍ତି ସବୁଠାରୁ ବୟସ୍କ ବ୍ୟକ୍ତି।
ଏହି ଅବସରରେ ତାଙ୍କୁ ଯେତେବେଳେ ବର୍ତ୍ତମାନ ସେ କେମିତି ସମୟ ବିତାଉଥିବା ବିଷୟରେ ପ୍ରଶ୍ନ କରାଗଲା, ସେ ଉତ୍ତର ଦେଇଥିଲେ, ”ଏ ବୟସରେ ଆଉ କ’ଣ ଅବସର ନେଇଯିବି। ଆଉ ମୃତ୍ୟୁକୁ ଅପେକ୍ଷା କରିବି? ମୁଁ ଏମିତି ଭାବେ ନାହିଁ। ଏବେ ବି ମୁଁ ଗବେଷଣାରେ ନିଜକୁ ନିମଗ୍ନ କରେ। ଯେଉଁ ପାଞ୍ଚଦିନ ପ୍ରତି ସପ୍ତାହରେ ଗବେଷଣାଗାର ଖୋଲା ରହେ, ମୁଁ ପୂରାପୂରି ଗବେଷଣା ଓ ଛାତ୍ରୀଛାତ୍ରମାନଙ୍କ ସହ ବିଚାର ଆଲୋଚନାରେ ବ୍ୟସ୍ତ ରହେ। ଏପରି କି ଶନିବାର ପରି ଛୁଟିଦିନରେ ଘରୁ କାମ କରେ।“
ଗୁଡ୍‌ଏନଫ୍‌ଙ୍କ ଏହି ଅକ୍ଳାନ୍ତ ଏକନିଷ୍ଠ ପରିଶ୍ରମର ଏକମାତ୍ର ଲକ୍ଷ୍ୟ ହେଉଛି ସମ୍ପ୍ରତି ସମାଜରେ ବହୁଳ ବ୍ୟବହୃତ ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ପ୍ରଦୂଷଣମୁକ୍ତ ଶକ୍ତିର ବିକାଶ ପାଇଁ ବ୍ରତୀ ହେବା ା ତାଙ୍କୁ ବିଶ୍ୱର ଯେଉଁ ସର୍ବୋଚ୍ଚ ସ୍ବୀକୃତି ମିଳିଛି, ସେ ଏହାର କାରଣ ଭାବେ ଦର୍ଶାଇଥିଲେ ଯେ, ସଫଳତା ଦୁଃସାଧ୍ୟ ହେଲେ ମଧ୍ୟ ଜଣେ ଯଦି ଆଶା ନ ହରାଇ ଚେଷ୍ଟା କରେ, ସେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ।
କିନ୍ତୁ ପ୍ରଶ୍ନ ଉଠେ କେବଳ ଅବିରତ ଉଦ୍ୟମ ଦ୍ୱାରା ଜଣେ ସାଫଲ୍ୟ ମଣ୍ଡିତ ହୋଇପାରିବ? ଏହା ଅନସ୍ବୀକାର୍ଯ୍ୟ ଯେ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ହୋଇ ଶୀର୍ଷସ୍ଥାନରେ ଉପନୀତ ହେବାକୁ ଜଣେ ଧୀଶକ୍ତିସମ୍ପନ୍ନ ହେବା ନିହାତି ଆବଶ୍ୟକ। ପୁଣି ପ୍ରତ୍ୟେକଟି ଗବେଷଣା କ୍ଷେତ୍ରରେ ଯେମିତି ଏଇ ଯୁଗରେ କ୍ଷିପ୍ର ଅଗ୍ରଗତି ଘଟୁଛି, ସେଥିସହିତ ତାଳ ଦେବାକୁ ପଡ଼ିବ। ଜଣେ ପରିଣତ ବୟସରେ ଏମିତି ସର୍ତ୍ତମାନ ପୂରଣ କରିବା ଏକ ବିରଳ ଓ ବିସ୍ମୟକର ଘଟଣା। ଗୁଡ୍‌ଏନଫ୍‌ଙ୍କ ଜୀବନରେ ଘଟିଥିବା ଏମିତି ଅସାଧାରଣ କାର୍ଯ୍ୟକଳାପ ଓ ତଦନୁସାରେ କୃତିତ୍ୱ ଆମ ସମସ୍ତଙ୍କୁ ଆଚମ୍ବିତ କରିଥାଏ। ଏହି ମର୍ମରେ ଆମ ମନ ବିଭିନ୍ନ ବାର୍ଦ୍ଧକ୍ୟଜନିତ ଦୁର୍ବଳତା ସମ୍ବନ୍ଧରେ ଆନ୍ଦୋଳିତ ହୋଇପାରେ। ଆମେ ଦେଖୁଛେ, ବୟସ ବଢ଼ିଲେ, ଜଣକର ସ୍ମୃତି ଶକ୍ତି ହ୍ରାସ ପାଏ। ଶାରୀରିକ ଦୌର୍ବଲ୍ୟ ଜଣକୁ ନିଷ୍କ୍ରିୟ କରିଥାଏ। ବୃଦ୍ଧମାନଙ୍କ ପଞ୍ଚେନ୍ଦ୍ରିୟ ଶିଥିଳ ହୋଇଯାଏ। କାମ କରିବାକୁ ସ୍ପୃହା ଜାତ ହୋଇ ନ ଥାଏ। ଇଚ୍ଛା ଥିଲେ ମଧ୍ୟ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଏଥିରେ ସହଯୋଗ କରି ନ ଥାନ୍ତି। ତେବେ ମୋଟାମୋଟି ଭାବେ ବାର୍ଦ୍ଧକ୍ୟର କିଛି ବିଶେଷତ୍ୱ ସମ୍ବନ୍ଧରେ ମଧ୍ୟ ଅନୁଶୀଳନ କରାଗଲେ, ଏକ ସ୍ପଷ୍ଟ ଓ ସାମଗ୍ରିକ ଚିତ୍ରର ସନ୍ଧାନ ଆମେ ପାଇପାରିବା।
ଶରୀର ବିଜ୍ଞାନୀଙ୍କ ଅନୁସାରେ ବୟସ ବୃଦ୍ଧି ଘଟି ବୃଦ୍ଧାବସ୍ଥାରେ ପହଞ୍ଚିଲେ, ଆମ ମସ୍ତିଷ୍କର ଆୟତନ କମିଯାଏ। ଏହାର ପ୍ରଭାବ ମସ୍ତିଷ୍କର ଭିନ୍ନ ଭିନ୍ନ ଅଂଶ ଉପରେ ପଡ଼ିଥାଏ। ମସ୍ତିଷ୍କର କେତୋଟି ଭାଗ ହେଉଛି: ହିପୋକ୍ୟାମ୍ପସ, ଯାହା କି ଆମ ସ୍ମୃତିକୁ ସାଇତି ରଖିଥାଏ। ଅନ୍ୟ ଏକ ଅଂଶ ହେଉଛି ସେରେବେଲମ, ଯାହାଦ୍ୱାରା ଆମ ଶରୀର ଗତି ଓ ଚଳପ୍ରଚଳ ପରି କାର୍ଯ୍ୟମାନ ସମ୍ପାଦନ କରେ। ତୃତୀୟ ଭାଗଟି ହେଉଛି ଫ୍ରଣ୍ଟାଲ ଲୋବ ବା ଅଗ୍ର ମସ୍ତିଷ୍କ। ଏହାଦ୍ୱାରା ଆମେ ସମସ୍ୟା ସମାଧାନ କରୁ; ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଉପଯୁକ୍ତ ନିଷ୍ପତ୍ତି ନେଇ ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ପ୍ରତ୍ୟେକଟି ବିଭାଗ ଖୁବ୍‌ ଉପାଦେୟ।
ଯେତେବେଳେ ଜଣେ ଷାଠିଏ-ସତୁରି ବର୍ଷରେ ପହଞ୍ଚେ ତା’ର ମସ୍ତିଷ୍କର ଫ୍ରଣ୍ଟାଲ ଲୋବ ଓ ଦ୍ୱିପୋକ୍ୟାମ୍ପସ ସଙ୍କୁଚିତ ହୁଏ। ଫଳରେ ବୟସ୍କମାନଙ୍କ ସ୍ମୃତିଶକ୍ତି କମିଯାଏ। ତତ୍‌ସହ ବୋଧଶକ୍ତି ବା ବୁଝିପାରିବା ସଂକ୍ରାନ୍ତ କାର୍ଯ୍ୟ ବିଘ୍ନିତ ହୁଏ।
ମସ୍ତିଷ୍କରେ ଏତାଦୃଶ ଅବନତି ଘଟିବା ସତ୍ତ୍ୱେ ପରିଣତ ବୟସରେ ଏକ ଶୁଭସୂଚକ ଲକ୍ଷଣ ଦେଖିବାକୁ ମିଳେ। ଏହି ବୟସରେ ମସ୍ତିଷ୍କରେ ବିଦ୍ୟମାନ ଡିଫଲଟ ନେଟଓ୍ବର୍କ(ନିଷ୍କ୍ରିୟ ନେଟଓ୍ବର୍କ) ସକ୍ରିୟ ହୁଏ। ଯେତେବେଳେ ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ନ କରି ବସି ରହେ, ସେତେବେଳେ ଏହି ନେଟଓ୍ବର୍କ କାର୍ଯ୍ୟକ୍ଷମ ହୁଏ। ତେଣୁ ଶାରୀରିକ ପରିଶ୍ରମ କମ୍‌ କରୁଥିବା ବ୍ୟକ୍ତି କର୍ମଚଞ୍ଚଳ ବ୍ୟକ୍ତିଙ୍କଠାରୁ ଅପେକ୍ଷାକୃତ ଭାବେ ଅଧିକ ସୁବିଧାଜନକ ସ୍ଥିତିରେ ରହିଥାଏ ନିଷ୍କ୍ରିୟ ନେଟଓ୍ବର୍କ କ୍ଷେତ୍ରରେ। ସାଧାରଣତଃ ଯୁବକମାନେ ବିଭିନ୍ନ କାର୍ଯ୍ୟ କରିବାରେ ଅତ୍ୟଧିକ ସମୟ ବିତାଇଥାନ୍ତି। ସେମାନେ ବୟସ୍କଙ୍କ ପରି ସଂକୀର୍ଣ୍ଣ ସ୍ଥାନରେ ନିଜକୁ ଆବଦ୍ଧ କରି ରଖି ନ ଥାନ୍ତି। ତେଣୁ ତରୁଣମାନଙ୍କ ଅପେକ୍ଷା ବୃଦ୍ଧମାନଙ୍କ ନିଷ୍କ୍ରିୟ ନେଟଓ୍ବର୍କର ପରିସର ଅଧିକ ବିସ୍ତୃତ ରହେ। ଫଳସ୍ବରୂପ ବରିଷ୍ଠମାନେ ଦୀର୍ଘ ସମୟ ଧରି ବସି ରହୁଥିବାରୁ ସେମାନେ ଲାଭବାନ ହୁଅନ୍ତି। ଏହାଦ୍ୱାରା ସେମାନଙ୍କ ଅତୀତର ବିଭିନ୍ନ କାର୍ଯ୍ୟକଳାପ ସେମାନେ ରୋମଞ୍ଚନ କରନ୍ତି। ପ୍ରକାରାନ୍ତରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ, ସେମାନଙ୍କ ବିସ୍ତୃତ ଅନୁଭୂତି ଉଚିତ ମାର୍ଗ ପ୍ରଦର୍ଶନ କରିଥାଏ ଏବଂ ସେମାନଙ୍କ ଉପଦେଶ ବା ପରାମର୍ଶ କାର୍ଯ୍ୟକାରୀ କରାଗଲେ ସୁଫଳ ପ୍ରାପ୍ତ ହୁଏ। ତେଣୁ ସେମାନଙ୍କ ତଥାକଥିତ ଆଳସ୍ୟ ଅନାଦରଣୀୟ ନୁହେଁ। ଅବଶ୍ୟ ମସ୍ତିଷ୍କର ଏହି ବିଶେଷତ୍ତ୍ୱ ସତ୍ତ୍ୱେ ଜଣେ ଯଦି ବୟସ ବଢ଼ିଲେ ସୁଦ୍ଧା ସ୍ଥାଣୁଭାବେ ଘରେ ବସି ସମୟ ଅତିବାହିତ ନ କରି ଯଦି ସେ ପ୍ରାତଃ ଭ୍ରମଣ ଓ ବ୍ୟାୟାମ ତଥା ସାଙ୍ଗସାଥୀ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ଗଢ଼େ ତେବେ ମସ୍ତିଷ୍କର ବୟସଜନିତ ଜୈବିକ କ୍ଷୟଷ୍ଣୁ ଭାଗମାନ କିଛି ମାତ୍ରାରେ ସୁରକ୍ଷିତ ହୋଇଥାଏ। ଏହାଦ୍ୱାରା ଜଣେ କର୍ମପ୍ରବଣ ବୟସ୍କ ବ୍ୟକ୍ତିର ହିତୋକ୍ୟାମ୍ପସ ସେରେବେଲମ ଇତ୍ୟାଦି ଅଂଶ ମଧ୍ୟ କେତେକାଂଶରେ ସତେଜ ରହିବା ସହ ଅତିରିକ୍ତ ଭାବେ ସେ ନିଷ୍କ୍ରିୟ ନେଟଓ୍ବର୍କ ଦ୍ୱାରା ଉପକୃତ ହୁଏ।
ରସାୟନ ଶାସ୍ତ୍ରରେ ନୋବେଲ ବିଜୟୀ ବୟୋଜ୍ୟେଷ୍ଠ ଗୁଡ୍‌ଏନଫ୍‌ଙ୍କ ଜୀବନରେ ଆମେ ମସ୍ତିଷ୍କର ଏମିତି ସମ୍ମିଶ୍ରିତ ଓ ସୁଷମ ସଂଯୋଗର ଉପସ୍ଥିତି ଲକ୍ଷ୍ୟ କରୁ ସଂପ୍ରତି ସେ ଅଷ୍ଟିନ ସ୍ଥିତ ଟେକ୍ସାସ ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଓ ମାଟେରିଆଲ ସାଇନ୍ସ ବିଭାଗରେ କାର୍ଯ୍ୟରତ। ଏତଦ୍‌ବ୍ୟତୀତ ବୁଢ଼ା ହୋଇଗଲେ ଜଣେ ମୃତ୍ୟୁ ବିଷୟରେ ଅବଶ୍ୟ ଅତିଶୟ ଚିନ୍ତିତ ହୋଇଥାଏ। ବାଳ ପାଚିଗଲେ ଜଣେ ଅନୁଭବ କରେ, ସତେ ଯେମିତି ମଶାଣିରେ ତା’ର ଗୋଟିଏ ଗୋଡ଼ ପହଞ୍ଚି ଗଲାଣି ଓ ମୃତ୍ୟୁ ଆସନ୍ନ। ଏହି ଦୁଶ୍ଚିନ୍ତାରୁ ମୁକ୍ତ ହେବା ସକାଶେ ସକାରାମତ୍କ ମନୋଭାବ ଦରକାର। ନିମ୍ନ କାହାଣୀର ଯଥାର୍ଥ ଜଣେ ହୃଦୟଙ୍ଗମ କଲେ ଭଲ ହେବ। ଏଥିରେ ନିହିତ ଆଧ୍ୟାମତ୍ିକ ଭାବନା। ଏକଦା ବାପା ସହ ତାଙ୍କ ଛୋଟ ପୁଅ ଗୋଟିଏ ମେଳାକୁ ବୁଲି ଯାଇଥିଲେ। ମେଳାର ଭୀଷଣ ଭିଡ଼ ମଧ୍ୟରେ ପୁଅଟି ବାପାର ହାତ ଦୈବାତ ଛାଡ଼ି ନିଃସଙ୍ଗ ହୋଇଗଲା। ସେ ବାପାକୁ ଏଣେ ତେଣେ ଖୋଜି କାନ୍ଦି କାନ୍ଦି ବୁଲୁଥିବା ବେଳେ ପୋଲିସ ତାକୁ ଧରି ଥାନାକୁ ନେଲା। ପୋଲିସ ତାକୁ ନେବା ବେଳେ ପିଲାଟି ଅଧିକ ବିକଳ ହେଉଥାଏ। କାରଣ ତା’ ମନରେ ଧାରଣା ଥିଲା ଯେ, ପୋଲିସ ମାନେ ମାଡ଼ ଦିଅନ୍ତି। କିନ୍ତୁ ଥାନାରେ ପହଞ୍ଚି ପିଲାଟି ଦେଖିଲା ଯେ, ଥାନାରେ ବାପା ରିପୋର୍ଟ କରି ସେଠାରେ ବସିଛନ୍ତି। ସେ ଆନନ୍ଦରେ ନାଚି ଉଠିଲା। ଠିକ୍‌ ସେମିତି ଈଶ୍ୱର ଆମକୁ ଦୁନିଆର ଏହି ମେଳାକୁ ପଠାଇଛନ୍ତି। ଜୀବନର ନାନା ବାଧା ବିଘ୍ନ ଆମ ପାଇଁ ଉକ୍ତ ଗପର ଭୟସୂଚକ ଘଟଣାବଳୀ। ତେବେ ମୃତ୍ୟୁ ପରେ ଆମେ ସେଇ ଈଶ୍ୱରଙ୍କ ପାଖକୁ ଯାଉ, ଯିଏ ଆମକୁ ଏଠାକୁ ପଠାଇଛନ୍ତି- ପିଲାଟି ଥାନାରେ ତା’ ବାପାଙ୍କୁ ଭେଟିବା ପରି।
ମୋ:୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?