ପହଞ୍ଚତ୍ପାରୁନି ପାଇପ୍‌ ପାଣି

ବଅଁରପାଳ,୧୧ା୩(ଡି.ଏନ.ଏ.) ଗ୍ରାମାଞ୍ଚଳର ପ୍ରତି ଘରକୁ ପାଇପ୍‌ ପାଣି ସଂଯୋଗ ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଚାଲିଛି। ସେଥିପାଇଁ ପଞ୍ଚାୟତଗୁଡ଼ିକରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବଡ଼ ବଡ଼ ପ୍ରକଳ୍ପମାନ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ କନ୍ୟାବେଡ଼ା ହରିଜନ ସାହିବାସୀ ସରକାରୀ ଯୋଜନାରେ ଏଯାଏ ଉପକୃତ ହୋଇନାହାନ୍ତି। ଗତ ୧୦ ବର୍ଷ ହେଲା ସାହିକୁ ପାଇପ୍‌ ପାଣି ଯୋଗାଣ ପାଇଁ ପାଇପ୍‌ ବିଛାଯାଇଥିଲେ ମଧ୍ୟ ଏଯାଏ ପାଣି ପହଞ୍ଚିପାରିନି। ଫଳରେ ନଳକୂଅ ଉପରେ ସାହିର ୩ଶହ ଲୋକ ନିର୍ଭର କରିଆସୁଛନ୍ତି। ତେବେ ୨ଟି ନଳକୂଅ ମଧ୍ୟରୁ ଗୋଟିଏ ଅଚଳ ହୋଇପଡ଼ିଥିବାରୁ ସମସ୍ୟା ବଢ଼ିଯାଇଛି।

କାଣ୍ଡସର ପଞ୍ଚାୟତରେ ପାଇପ୍‌ ଜଳ ପ୍ରକଳ୍ପ ରହିଛି। କିନ୍ତୁ କନ୍ୟାବେଡ଼ା ହରିଜନସାହି ଦୀର୍ଘବର୍ଷ ହେଲା ଉପେକ୍ଷିତ ହୋଇଆସିଛି। ସାହିକୁ କିପରି ପାଇପ୍‌ ପାଣି ଯୋଗାଇ ଦିଆଯିବ ସେ ନେଇ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଉ ନ ଥିବା ସାହିବାସୀ ଅଭିଯୋଗ କରୁଛନ୍ତି। ଗ୍ରୀଷ୍ମ ଆସିବାର ଯଥେଷ୍ଟ ପୂର୍ବରୁ ଖରାଟାଣ ଧରିସାରିଥିବାରୁ ପାନୀୟ ଜଳର ଆବଶ୍ୟକତା ଅଧିକ ବଢ଼ିଯାଇଛି। କିନ୍ତୁ ସାହିରେ ଥିବା ଅଚଳ ନଳକୂଅ ମରାମତି କରା ନ ଯିବା ଦ୍ୱାରା ମହିଳାମାନେ ଗୋଟିଏ ନଳକୂଅରୁ ପାଣି ନେବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଫଳରେ ନଳକୂଅ ନିକଟରେ ଗରା, ମାଠିଆର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟା ସମାଧାନ କରାଯାଉ ନ ଥିବାରୁ ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଥିବା କହିଛନ୍ତି। ଏ ସମ୍ପର୍କରେ ବଅଁରପାଳ ବିଡିଓ ଏଲିଜା ମିଶ୍ରଙ୍କ ସହ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରି ନାହିଁ। କାଣ୍ଡସର ସରପଞ୍ଚ ଦୁର୍ଯ୍ୟୋଧନ ମୁଦୁଲି କହିଛନ୍ତି, ହରିଜନ ସାହିରେ ପାଇପ୍‌ ବିଛାଯାଇଥିଲେ ମଧ୍ୟ ୧୦ ବର୍ଷ ହେବ ପାଣି ଆସୁନି। ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ଅବଗତ ଅଛନ୍ତି। ନାଲ୍‌କୋ ପକ୍ଷରୁ ତୁରନ୍ତ କିପରି ପାଣି ଅସୁବିଧା କରାଯିବ ସେ ଦିଗରେ ପଦକ୍ଷେପ ନିଆଯାଉଥିବା ସରପଞ୍ଚ ପ୍ରକାଶ କରିଛନ୍ତି।

ପାଇପ୍‌ ପାଣିକୁ ଚାହିଁ ରହିଛୁ
ଦୀର୍ଘ ୧୦ ବର୍ଷ ତଳେ ସାହିକୁ ପାଇପ୍‌ ଯୋଗେ ପାଣି ଯୋଗାଣ ପାଇଁ ପାଇପ୍‌ ବିଛାଯାଇଥିଲା। କିନ୍ତୁ କେଉଁ କାରଣରୁ ହରିଜନସାହି ସେଥିରୁ ବଞ୍ଚିତ ହେଲା ତାହା ଜଣାନାହିଁ। ବିଳମ୍ବ ହୋଇଥିଲେ ମଧ୍ୟ ଏ ଦିଗରେ ଏବେ ଦୃଷ୍ଟି ଦିଆଗଲେ ଲୋକେ ଉପକୃତ ହୁଅନ୍ତେ।
-ମମତା ନାୟକ, ଅଞ୍ଚଳବାସୀ

ଅଭିଯୋଗ କେହି ଶୁଣୁନାହାନ୍ତି
କନ୍ୟାବେଡ଼ା ହରିଜନ ସାହିରେ ପ୍ରତିବର୍ଷ ପାନୀୟ ଜଳ ସଙ୍କଟ ଦେଖାଦେଉଛି। ଜଳ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯାଉ ନ ଥିବାରୁ ସାହିର ମହିଳାମାନଙ୍କୁ ଦୀର୍ଘ ସମୟ ନଳକୂଅ ନିକଟରେ ଅପେକ୍ଷା କରିବାକୁ ପଡ଼ୁଛି। ଅଚଳ ନଳକୂଅ ସଚଳ ପାଇଁ ପଞ୍ଚାୟତଠାରୁ ବ୍ଲକ ଯାଏ ସବୁଠି ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ।
-ପବିତ୍ର ନାୟକ, ଅଞ୍ଚଳବାସୀ

ଅନ୍ୟ ସାହିରୁ ଆଣିବାକୁ ପଡ଼ୁଛି
ସାହିରେ ଦୀର୍ଘଦିନ ହେବ ପିଇବା ପାଣି ସମସ୍ୟା ଲାଗି ରହିଛି। ପ୍ରତିବର୍ଷ ଖରାଦିନେ ନଳକୂଅ ଅଚଳ ହେଉଥିବା ବେଳେ ପାଇପ୍‌ ପାଣି ଅଭାବକୁ ଦୂର କରିପାରନ୍ତା। କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ଏ ନେଇ କାର୍ଯ୍ୟ କରୁ ନ ଥିବାରୁ ୧୦ ବର୍ଷ ହେଲା ଅପେକ୍ଷା କରିବାକୁ ପଡ଼ିଲାଣି। ତେଣୁ ଅନ୍ୟ ସାହିକୁ ଯାଇ ପାଣି ଆଣିବାକୁ ହେଉଛି।
-ପ୍ରମିଳା ନାୟକ, ଅଞ୍ଚଳବାସୀକ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?