ସକ୍ରିୟ ମାମଲା ଲକ୍ଷେ ୪୪ ହଜାର ଟପିଲା …

ନୂଆଦିଲ୍ଲୀ, ୧୮।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୯୩୫ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୧ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୪ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୪୪ ହଜାର ୨୬୪ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଦେଢ଼ ଲକ୍ଷ ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୬ ହଜାର ୬୯ଜଣ ସୁସ୍ଥ ହୋଇଛନ୍ତି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୦ କୋଟି ରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୭୬୦ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୭ ଲକ୍ଷ ୬୭ ହଜାର ୫୩୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୦ ଲକ୍ଷ ୯୭ ହଜାର ୫୧୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୧୮୬ ଜଣ, କେରଳରେ ୨,୬୦୪ ଜଣ, ଦିଲ୍ଲୀରେ ୪୯୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୩୧୬ଜଣ, ହରିୟାଣାରେ ୩୩୭ ଜଣ, କର୍ନାଟକରେ ୯୪୪ ଜଣ, ପଶ୍ଚିମବଙ୍ଗରେ ୨,୬୫୯, ଉତ୍ତରପ୍ରଦେଶରେ ୩୫୯ ଜଣ, ତେଲେଙ୍ଗାନାରେ ୪୪୧, ଗୁଜରାଟରେ ୬୪୪, ରାଜସ୍ଥାନରେ ୨୨୨ ଜଣ, ବିହାରରେ ୪୧୭ ଜଣ, ପଞ୍ଜାବରେ ୨୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ୪୯୩ ଜଣ, ଓଡ଼ିଶାରେ ୮୧୬ ଜଣ, ମଧ୍ୟପ୍ରଦେଶରେ ୨୧୮ ଜଣ, ଗୋଆରେ ୧୪୩ ଜଣ, ଛତିଶଗଡ଼ରେ ୨୦୩ ଜଣ, ପଞ୍ଜାବରେ ୨୩୬ ଜଣ, ଆସାମରେ ୧୪୯ ଜଣ, ହିମାଚଳପ୍ରଦେଶରେ ୧୨୫ ଜଣ, ଉତ୍ତରାଖଣ୍ଡରେ ୧୧୮ ଜଣ, ମିଜୋରାମରେ ୧୭୫ ଜଣ, ତ୍ରିପୁରାରେ ୧୦୩ ଜଣ, ଜମ୍ମୁ-କଶ୍ମୀରରେ ୨୦୩ ଜଣ, ସିକିମ୍‌ରେ ୧୦୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା: ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍‌, ଉଠାଦୋକାନ ବନ୍ଦ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପୌର ପ୍ରଶାସନ କରୋନା ନିମନ୍ତେ କଡ଼ା ପଦକ୍ଷେପ ନେଇଛି। ଜିଲାରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଜନସମାଗମ ଏଡ଼ାଇବା ସମ୍ଭବ...

ଜାମିନ୍‌ ମିଳିବାର ଦିନକ ପରେ ମୋଦି ସରକାରଙ୍କୁ ଘେରିଲେ ଚିଦାମ୍ବରମ୍‌: ଦେଶର ଜିଡ଼ିପି ୪.୫ ନୁହେଁ ୧.୫ ପ୍ରତିଶତ

ନୂଆଦିଲ୍ଲୀ,୫।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବାର ଗୋଟିଏ ଦିନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି।...

ଉହାନ୍‌ ଲ୍ୟାବ୍‌ରେ ଏପର୍ଯ୍ୟନ୍ତ କେହି କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି, ଆମେରିକା କହୁଛି ମିଛ: ଚାଇନା…

ବେଜିଂ,୨୫।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ...

ଚାରି ଧାମ ଯାତ୍ରା ସମୟରେ ଭିଡରୁ ମିଳିବ ମୁକ୍ତି

ଡେରାଡୁନ,୧ ।୫: ପବିତ୍ର ଚାରି ଧାମ ଯାତ୍ରା ମେ’ ୩ରୁ ଆରମ୍ଭ ହେବାକୁ ଯାଉଛି । ଏବେ ଏହି ଯାତ୍ରାକୁ ନେଇ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ...

ଲକ୍‌ଡାଉନ୍‌ ପୂର୍ବରୁ ବଜାରରେ ଭିଡ଼

ପୁଣେ,୧୩।୩: ମହାରାଷ୍ଟ୍ର ଏବଂ କେରଳରେ କରୋନା ସଂକ୍ରମଣ ପୁଣି ନିୟନ୍ତ୍ରଣ ହରାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ...

ମହାରାଷ୍ଟ୍ରରେ ଭୂକମ୍ପ ଝଟକା

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ରର ନାସିକ ଅଞ୍ଚଳରେ ବୁଧବାର ସକାଳ ୪.୪ ସମୟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଭୂକମ୍ପର...

ଜୟମାଲା ସମୟରେ ବନ୍ଧୁକ ଚଳାଇଲେ ଦବଙ୍ଗ କନ୍ୟା: ଭିଡିଓ ଭାଇରାଲ

ପ୍ରତାପଗଡ଼, ୧।୬: ଅନେକ ଥର ବିବାହ ସମୟରେ ବର ହର୍ଷ ଫାଇରିଂ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ହେଲେ କେବେ କନ୍ୟା ହର୍ଷ ଫାଇରିଂ କରୁଥିବାର...

ଆଇପିଏଲ୍‌ ମିଡିଆ ରାଇଟ୍ସ , ୨୦୨୩ ରୁ ୨୦୨୭ ପ୍ରର୍ଯ୍ୟନ୍ତ ପ୍ରସାରଣ ଅଧିକାର, ଦୌଡ଼ରେ ବଡ଼ କମ୍ପାନୀ…

କୋଲକାତା, ୫।୪ : ବର୍ତ୍ତମାନ ଭାରତରେ କ୍ରିକେଟର ଆଇପିଏଲ ଉତ୍ସବ ଚାଲିଛି। ଏହି ସମୟରେ, କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ଆଇପିଏଲ ମିଡିଆ...

Advertisement
Archives

Model This Week