ଜିଲା ମୁଖ୍ୟ ଚିକିତ୍ସାଳୟରେ ମିଳିବ ଅତ୍ୟାଧୁନିକ ସେବା

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ରବିବାର ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ପରିବାର କଲ୍ୟାଣ) ବିଜୟ ମହାପାତ୍ର ଏବଂ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (ଜନସ୍ବାସ୍ଥ୍ୟ) ଡା. ନିରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ଟିମ୍‌ ଖୋର୍ଦ୍ଧା ଗସ୍ତରେ ଆସି ଜିଲା ମୁଖ୍ୟ ଚିକିତ୍ସାଳୟର ବିିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ (ସିସିଏଚ୍‌ବି) ଇଣ୍ଟିଗ୍ରେଟେଡ ପବ୍ଲିକ ହେଲ୍‌ଥ ଲାବୋରେଟୋରି (ଆଇପିଏଚ୍‌ଏଲ୍‌), ପବ୍ଲିକ ହେଲ୍‌ଥ ୟୁନିଟ (ବିପିଏଚ୍‌ୟୁ) ସ୍ଥାପନ କରାଯିବ। ଏନେଇ ସିଡିଏମଓଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ଆଲୋଚନା ବେଳେ ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକ, ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡା. ବିଶ୍ୱମୋହନ ମିଶ୍ର, ଏଡିଏମ୍‌ଓ (ପରିବାର କଲ୍ୟାଣ) ଡା. ରଘୁନାଥ ନାୟକ, ହସ୍ପିଟାଲ ମ୍ୟାନେଜର ବିନାୟକ ପାଣିଗ୍ରାହୀଙ୍କ ସମେତ ସମସ୍ତ ଜିଲାସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ନିର୍ମାଣାଧୀନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ସହ ଚାଲିଥିବା ପ୍ରକଳ୍ପ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉପରୋକ୍ତ ୟୁନିଟ୍‌ ସ୍ଥାପନ ହେଲେ ରୋଗୀଙ୍କୁ ଉନ୍ନତମାନର ସେବା ଉପଲବ୍ଧ ହୋଇପାରିବ ବୋଲି ସିଡିଏମ୍‌ଓ ନାୟକ କହିଛନ୍ତି।
ଏଡ଼ିଏମ୍‌ଓ (ପିଏଚ୍‌) ଡା. ନନ୍ଦିତା ଗୁପ୍ତା, ଡା. ପ୍ରଶାନ୍ତ ଦାସ, ଅଦୈତ୍ୟ ପ୍ରଧାନ, ମାନସ ରଞ୍ଜନ ମହାପାତ୍ର, ତ୍ରିଶୂଳ ରାଉଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳଦାରେ ହାତୀପଲ ଉପଦ୍ରବ: ଘର ଭାଙ୍ଗିଲେ, ଚାଉଳ ଖାଇଲେ

ଯୋଡା,୨୪ା୫,(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବଳଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ହାତୀପଲ ଉପଦ୍ରବ କରିଛନ୍ତି। ବିଳମ୍ବିତ ରାତିରେ ହାତୀପଲ ଗୋବର୍ଦ୍ଧନ...

ରାଜ୍ୟରେ ଖୋଲିବ ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରାଜ୍ୟରେ ସ୍ବତନ୍ତ୍ର ଭାବେ ଏକ ପ୍ରାଣୀ ଚିକିତ୍ସା ବିଶ୍ବବିଦ୍ୟାଳୟ ଖୋଲିବ। ଦୀର୍ଘ ବର୍ଷର ଏହି ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା...

ଭୁବନେଶ୍ୱରରେ ହେଲା ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ରସୁଲପୁର(ଡି.ଏନ୍‌.ଏ.),୪ା୨:ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୮ଦିନ ବିତିଛି। ଯାଜପୁର ପୋଲିସ ଏବଂ କମିଶନରେଟ ପୋଲିସ ଉଭୟ...

ଆନ୍ଧ୍ର ସ୍କୁଲରେ ତାଲା ପକାଇବ ଓଡ଼ିଶା

ପାରଳାଖେମୁଣ୍ଡି,୧୯ା୨: ଗଜପତି ଜିଲା କାଶୀନଗର ତହସିଲ ହାଡୁଭାଙ୍ଗୀ ମୌଜା ଖାତା ନଂ.୮୨ (ପ୍ଲଟ୍‌ ନଂ.୮୧୩)ରେ ରହିଛି ଆନ୍ଧ୍ରର ଏକ ସରକାରୀ ବିଦ୍ୟାଳୟ। ମଣ୍ଡଳ ପରିଷଦ ଉନ୍ନୀତ...

ନିଶାସକ୍ତ ଚାଳକଙ୍କ ମଧ୍ୟରେ କୋକୁଆ ଭୟ

ବ୍ରହ୍ମପୁର ଅଫିସ,୨୬ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଚାରିଆଡେ ଚେକିଂ କରାଯାଉଛି। ଅନ୍ୟପଟେ ରାଜପଥରେ ନିଶାସକ୍ତ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ପୋଲିସ...

ବଳାତ୍କାରୀଙ୍କୁ ୨୦ବର୍ଷ ଜେଲ

ବାରିପଦା ଅଫିସ,୭ା୪: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ବୁଧବାର ଏକ ନାବାଳିକା ବଳାକତ୍ାର ମାମଲାର ରାୟ ପ୍ରକାଶ ପାଇଛି ା...

ରାଜଧାନୀରେ ପୁଣି ୪୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ଶୁକ୍ରବାର ପୁଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ୪୫ ଜଣ କରୋନା ଆକ୍ରାନ୍ତ...

କୋର୍ଟ ନ ଆସିଲେ ରଦ୍ଦ ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୫ା୧୧: ଓଡ଼ିଶାର ବିଭିନ୍ନ ଜିଲା ବାର୍‌ ଆସୋସିଏଶନ ଆନ୍ଦୋଳନରେ ସାମିଲ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନ କଲେ...

Advertisement
Archives

Model This Week