Posted inଜାତୀୟ

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ ରାଜ୍ୟର କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେଉଛନ୍ତି। ଏହି କ୍ରମରେ ସିକ୍କିମ ସରକାର ରାଜ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ବୃଦ୍ଧି କରିଛନ୍ତି।

ରାଜ୍ୟ ସରକାର କର୍ମଚାରୀଙ୍କ DA ଓ ପେନସନଭୋଗୀଙ୍କ DR ବଢ଼ାଇବା ନିଷ୍ପତ୍ତି ନେଇଛନ୍ତି। ଦୀପାବଳିର ପ୍ରାୟ ଏକ ମାସ ପୂର୍ବରୁ ସରକାର ଏହି ଘୋଷଣା କରିଥିବାରୁ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।

ସରକାର ଗୁରୁବାର ଏନେଇ ଏକ ସର୍କୁଲାର ଜାରି କରିଛନ୍ତି। ସେଥିରେ କୁହାଯାଇଛି, ପୁରୁଣା ବେସିକ ସାଲାରି ଷ୍ଟ୍ରକ୍ଚର ଅନୁଯାୟୀ ବେତନ ପାଉଥିବା କର୍ମଚାରୀ ଓ ପେନସନଭୋଗୀଙ୍କ DA ଓ DR ୨୫୭%ରୁ ବଢ଼ାଇ ୨୬୨% କରାଯାଇଛି। ସେହିପରି ସଂଶୋଧିତ ବେସିକ ସାଲାରି ଷ୍ଟ୍ରକ୍ଚର ଅନୁଯାୟୀ ବେତନ ପାଉଥିବା କର୍ମଚାରୀ ଓ ପେନସନଭୋଗୀଙ୍କ DA ଓ DR ୫୮%ରୁ ବଢ଼ାଇ ୬୦% କରାଯାଇଛି।

ସିକ୍କିମ ସରକାରଙ୍କ ଅଧୀନରେ ପ୍ରାୟ ୫୦,୦୦୦ କର୍ମଚାରୀ ଓ ପେନସନଭୋଗୀ ଅଛନ୍ତି। ରାଜ୍ୟର ଅର୍ଥ ବିଭାଗ ଅନୁଯାୟୀ, ସଂଶୋଧିତ DA ହାର ନିୟମିତ ବେତନମାନରେ ସଂଶୋଧିତ ବେତନ ପାଉଥିବା ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ କୌଣସି ପ୍ରକଳ୍ପ ଅଧୀନରେ ବେତନ ପାଉଥିବା କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।

ଷଷ୍ଠ କେନ୍ଦ୍ରୀୟ ବେତନ କମିଶନ ଅନୁଯାୟୀ ପୁରୁଣା ବେତନମାନ ଓ ଗ୍ରେଡ ପେ ଷ୍ଟ୍ରକ୍ଚରରେ ବେତନ ପାଉଥିବା ଅଖିଳ ଭାରତୀୟ ସେବା (AIS) ଅଧିକାରୀଙ୍କ DA ମଧ୍ୟ ୨୫୭%ରୁ ୨୬୨%କୁ ବୃଦ୍ଧି କରାଯାଇଛି।
ସେହିପରି ସପ୍ତମ କେନ୍ଦ୍ରୀୟ ବେତନ କମିଶନର ସୁପାରିସ ଆଧାରରେ ସଂଶୋଧିତ ବେସିକ ସାଲାରି ଷ୍ଟ୍ରକ୍ଚରରେ ବେତନ ପାଉଥିବା AIS ଅଧିକାରୀଙ୍କ DA ୫୮%ରୁ ବଢ଼ାଇ ୬୦% କରାଯାଇଛି।
ସରକାରଙ୍କ ସର୍କୁଲାର ଅନୁଯାୟୀ, DA ଓ DR ହିସାବ କରିବା ସମୟରେ ୫୦ ପଇସା କିମ୍ବା ତା’ଠାରୁ ଅଧିକ ଅଂଶକୁ ପରବର୍ତ୍ତୀ ପୂର୍ଣ୍ଣ ଟଙ୍କାକୁ ରାଉଣ୍ଡ ଅଫ କରାଯିବ। ଅନ୍ୟପକ୍ଷରେ ୫୦ ପଇସାରୁ କମ ଅଂଶକୁ ହିସାବରେ ଧରାଯିବ ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?