ନିରପେକ୍ଷ ରହିପାରେ ୟୁକ୍ରେନ୍‌

କିଭ୍‌, ୨୯ା୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୩୩ ଦିନରେ ପହଞ୍ଚିଥିବାବେଳେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏହି ପୂର୍ବ ୟୁରୋପୀୟ ଦେଶ ଏବେ ଅବିଳମ୍ବେ ଶାନ୍ତି ଚାହୁଁଛି। ଦୁଇ ଦେଶ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ ସମଗ୍ର ବିଶ୍ୱର ନଜର ଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନିଜ ଦେଶକୁ ନାଟୋରେ ସାମିଲ ନ କରି ନିରପେକ୍ଷ ଘୋଷଣା କରିପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏଥିପାଇଁ ସେ ୟୁକ୍ରେନ୍‌ର ସୁରକ୍ଷା ଗ୍ୟାରେଣ୍ଟି ମାଗିପାରନ୍ତି। ମଙ୍ଗଳବାର ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ସ୍ଥିର ହୋଇଥିବା କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି।
ଏକ ଘରୋଇ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍‌ର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷା ଗ୍ୟାରେଣ୍ଟି, ନିରପେକ୍ଷତା, ଅଣ-ଆଣବିକ ଷ୍ଟାଟସ୍‌ ପାଇଁ ୟୁକ୍ରେନ୍‌ ପ୍ରସ୍ତୁତ ବୋଲି ସେ କହିଛନ୍ତି। ତୁର୍କୀରେ ହେବାକୁ ଥିବା ପରବର୍ତ୍ତୀ ଆଲୋଚନା ପୂର୍ବରୁ ଜେଲେନ୍‌ସ୍କିଙ୍କ ଏହି ମନ୍ତବ୍ୟ ଏବେ ବେଶ୍‌ ଗୁରୁତ୍ୱ ରଖୁଛି। ତେଣୁ ଆଗାମୀ ବୈଠକରେ କୌଣସି ନିଷ୍କର୍ଷ ବାହାରିବାର ସମ୍ଭାବନା ବଢ଼ିଛି। ତେବେ ରୁଷିଆ ନେତାଙ୍କ ସହ ସାମ୍‌ନାସାମ୍‌ନି କଥାବାର୍ତ୍ତା ଦ୍ୱାରା ଯୁଦ୍ଧ ରୋକା ଯାଇପାରିବ ବୋଲି ଦୋହରାଇଥିଲେ। ରୁଷିଆ ସହ ଚୁକ୍ତି ନିମନ୍ତେ ଆମକୁ ଆଗେଇବାକୁ ପଡ଼ିବ। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କୁ ସାକ୍ଷାତ କରିବା ଆବଶ୍ୟକ ବୋଲି ଜେଲେନ୍‌ସ୍କି ପ୍ରକାଶ କରିଛନ୍ତି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଉପରେ ସ୍ପଷ୍ଟତା ଆସିବା ନିମନ୍ତେ ଆଲୋଚନା ଜରୁରୀ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍‌ କହିଛନ୍ତି। କିନ୍ତୁ ୟୁକ୍ରେନ୍‌ ଏଥିରେ ବାଧା ଉପୁଜାଉଥିବା ସେ ଅଭିଯୋଗ ଆଣିଛନ୍ତି।
ୟୁକ୍ରେନ୍‌କୁ ଦୁଇ ଭାଗ କରିବାକୁ ଯୋଜନା କରୁଥିବା କିଭ୍‌ ଗୋଇନ୍ଦା ଅଧିକାରୀଙ୍କ ସୂତ୍ରରୁ ରିପୋର୍ଟ ପ୍ରକାଶ ପାଇଛି। ପୂର୍ବ ୟୁକ୍ରେନ୍‌ର ଲୁହାନ୍‌ସ୍କ ଓ ଡୋନେସ୍କ ଅଞ୍ଚଳକୁ ରୁଷିଆ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛି। ଏପରିକି ଲୁହାନସ୍କ ରୁଷିଆରେ ମିଶିବା ପାଇଁ ଗଣଭୋଟ ଆୟୋଜନ କରିପାରେ ବୋଲି ସେଠାକାର ବିଚ୍ଛିନ୍ନତାବାଦୀ ନେତା ସୋମବାର କହିଥିଲେ। ଏହାପରେ ୟୁକ୍ରେନ୍‌କୁ ନିଜ ଅଖଣ୍ଡତା ବଜାୟ ରଖିବା ଚିନ୍ତା ଘାରିଛି। ଯୁଦ୍ଧରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟ ନାଟୋ ରୁଷିଆ ସହ ପ୍ରତ୍ୟକ୍ଷ ଲଢ଼େଇ ପାଇଁ ରାଜି ନ ହେବା ସହ ୟୁକ୍ରେନ୍‌ ଆକାଶକୁ ନୋ ଫ୍ଲାଏ ଜୋନ୍‌ ଘୋଷଣା ନେଇ ଜେଲେନ୍‌ସ୍କିଙ୍କ ନିବେଦନ ନ ରଖାଯିବା ପରେ ଜେଲେନ୍‌ସ୍କି ପୂର୍ବରୁ ମଧ୍ୟ ନିରାଶା ବ୍ୟକ୍ତ କରିଥିଲେ। ଅପରପକ୍ଷେ ୟୁକ୍ରେନ୍‌ ଯୁଦ୍ଧରେ ଯଥାଶୀଘ୍ର ବିଜୟ ହାସଲ ଲକ୍ଷ୍ୟରେ ଅଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌। ତେଣୁ ସମ୍ପୂର୍ଣ୍ଣ ୟୁକ୍ରେନ୍‌କୁ ଛାଡ଼ି ଏହି ଦେଶର କେବଳ ପୂର୍ବ ଭାଗକୁ ମସ୍କୋ ଟାର୍ଗେଟ କରିଛି। କୌଣସି ଗୋଟିଏ ଭାଗକୁ ପୁର କବ୍‌ଜା କରି କିଭ୍‌କୁ ଆତ୍ମସମର୍ପଣ ନିମନ୍ତେ ବାଧ୍ୟ କରାଇବାକୁ ମସ୍କୋ ଚାପ ପକାଇବାକୁ ଚାହୁଁଛି। ଡୋନ୍‌ବାସ୍‌ ଅଞ୍ଚଳକୁ ଅକ୍ତିଆର କରିବାରେ ରୁଷିଆ ସଫଳ ହୋଇଗଲେ ୟୁକ୍ରେନ୍‌ ଦୁଇଭାଗରେ ବିଭକ୍ତ ହେବାରେ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?