୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସବୁ ଘରକୁ ପାନୀୟ ଜଳ

ଭୁବନେଶ୍ୱର,୨୯ା୩(ବ୍ୟୁରୋ):ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିପାଇଁ ୫୦,୨୬୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ପୁରୀ ହେଉଛି ପ୍ରଥମ ସହର ଯେଉଁଠି ସମସ୍ତ ପରିବାରକୁ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନରେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଖୋଲା କେନାଲ ବଦଳରେ ଗଭୀର ନଳକୂପ ଓ ପାର୍ବତୀଗିରି ମେଗା ଉଠା ଜଳସେଚନ ଜରିଆରେ ଚାଷଜମିକୁ ପାଇପ ଜରିଆରେ ଜଳସେଚନ କରିବାକୁ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ଜମି ଅଧିଗ୍ରହଣ ଆବଶ୍ୟକତା ନ ଥିବା ବେଳେ ଅଯଥା ଜଳ ଅପଚୟକୁ ମଧ୍ୟ ରୋକାଯାଇ ପାରିବ। ଚାଷୀମାନଙ୍କର ଆୟ ବଢ଼ାଇବା ସହ ମଧ୍ୟସ୍ଥ ବ୍ୟବସ୍ଥା ଉଚ୍ଛେଦ କରିବାକୁ ପ୍ରଥମେ ଓଡ଼ିଶା ଏଗ୍ରି କନ୍‌କ୍ଲେଭ କରାଯାଇଛି। ଚାଷୀଙ୍କ ଆୟ ବଢ଼ାଇବା ପାଇଁ ଦୀର୍ଘମିଆଦି କୃଷି ଉପରେ ଫୋକସ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ସୋମବାର ବିଧାନସଭାରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ସୁରକ୍ଷା ମିଶନରେ ଓଡ଼ିଶା ବୃହତ୍‌ ରାଜ୍ୟଗୁଡ଼ିକ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛି। କୋଭିଡ୍‌ ମହାମାରୀ ପ୍ରଥମ ପର୍ଯ୍ୟାୟରେ ୧ ହଜାର ଓ ଦ୍ୱିତୀୟ ପର୍ଯ୍ୟାୟରେ ୧ ହଜାର ଟଙ୍କା ଲେଖାଏ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ସ୍କିମ୍‌ ଅଧୀନରେ ଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏ ବାବଦରେ ୯୬୦ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜୁ ପକ୍କାଘର ଯୋଜନାରେ ୨୦୧୪ରୁ ଦିଆଯାଇଥିବା ପକ୍କାଘର ମରାମତି ପାଇଁ ୩ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏ ବାବଦରେ ୩ ଲକ୍ଷ ପରିବାରକୁ ୧,୪୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଯେଉଁମାନେ ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ୫ ହଜାର ଟଙ୍କା ଦେବାକୁ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମିଶନ ଶକ୍ତି ଜରିଆରେ ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ସେମାନଙ୍କର ସାମାଜିକ, ଆର୍ଥିକ ଏବଂ ରାଜନୈତିକ ଉତ୍‌ଥାନ କରାଯାଇ ଆସୁଛି। ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ଲାଗି ୧୫% ସିଟ୍‌ ସଂରକ୍ଷଣ କରିବା ସହ ପ୍ରଥମ ପର୍ଯ୍ୟାୟରେ ୧୦୭୬ ହାଇସ୍କୁଲକୁ ରୂପାନ୍ତରୀକରଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩,୩୬୫ ଅଧିକ ହାଇସ୍କୁଲକୁ ରୂପାନ୍ତରଣ କରାଯିବ। ଏହା ଦ୍ୱାରା ଆମ ପିଲାମାନେ ସରକାରୀ ହାଇସ୍କୁଲରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକୁ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ସାମିଲ କରାଯାଇ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଉଛି। ରାଜ୍ୟ ସରକାର ୨୦୩୩ ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍‌ର ପ୍ରାୟୋଜକ ରହିିବାକୁ ନିଷ୍ପତ୍ତି ନେଇଛନ୍ତି। ଜନସାଧାରଣଙ୍କୁ ଉତ୍ତମ ପ୍ରଶାସନିକ ସୁବିଧା ଯୋଗାଇ ଦେବାକୁ ୫-ଟି ଅଭିନବ ବ୍ୟବସ୍ଥାରେ ସମସ୍ତ ବିଭାଗକୁ ସାମିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ରାଜ୍ୟବାସୀଙ୍କ ସହଯୋଗ ଏବଂ ସରକାରଙ୍କ ପୂର୍ବ ପ୍ରସ୍ତୁତି ଯୋଗୁ କରୋନା ମହାମାରୀକୁ ମୁକାବିଲା କରିବାରେ ସକ୍ଷମ ହୋଇପାରିଛୁ। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ୍‌। ସ୍ବାସ୍ଥ୍ୟ ସେବା ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୬.୫ ଲକ୍ଷ ପରିବାରକୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଛି। ସରକାରୀ ଓ ସହବନ୍ଧିତ ବେସରକାରୀ ଡାକ୍ତରଖାନାଗୁଡ଼ିକରେ ଦୈନିକ ୧.୫ ଲକ୍ଷ ଲୋକ କ୍ୟାଶ୍‌ଲେସ୍‌ ସେବା ପାଇ ପାରୁଛନ୍ତି। ମହାମାରୀ ପ୍ରଭାବରୁ ଅର୍ଥନୀତିକୁ ବଞ୍ଚାଇ ରଖିବା ଏକ ବଡ଼ ଆହ୍ବାନ ଥିଲା। ଏହି ଆହ୍ବାନକୁ ସମ୍ଭାଳି ଅର୍ଥନୀତିକୁ ପୁନର୍ଜୀବିତ କରାଇବାରେ ସଫଳ ହୋଇପାରିଛୁ। ଗତ ୧୦ ବର୍ଷ ମଧ୍ୟରେ ଜାତୀୟ ଆର୍ଥତ୍କ ଅଭିବୃଦ୍ଧି ହାର ୫.୩ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାର ଅଭିବୃଦ୍ଧି ୬.୫ ପ୍ରତିଶତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri