ବ୍ରିଟେନରେ ହେବ ଭୟଙ୍କର ପରୀକ୍ଷଣ: ମାନବ ଶରୀରରେ ଛାଡି ଦିଆଯିବ କରୋନା ଭାଇରସ!

ଲଣ୍ଡନ,୨୬ ।୯: ବ୍ରିଟେନରେ ହେବାକୁ ଯାଉଛି ଏକ ଭୟଙ୍କର ପରୀକ୍ଷଣ । ଜାଣିଶୁଣି ମାନବ ଶରୀରରେ କରୋନା ଭାଇରସକୁ ଛାଡି ଦିଆଯାଇ ଏହି ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଯଦି ଏପରି ହେଲା ତେବେ ଏ ଦିଗରେ ବ୍ରିଟେନ ପ୍ରଥମ ଦେଶ ଭାବେ ପରିଗଣିତ ହେବ । ସ୍ୱେଚ୍ଛାସେବୀଙ୍କ ଉପରେ କରାଯିବାକୁ ଥିବା ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ସମ୍ଭାବିତ କରୋନା ଭାଇରସ ଭ୍ୟାକ୍ସିନର ପ୍ରଭାବକୁ ପରୀକ୍ଷା କରିବା । ଏହା ଲଣ୍ଡନରେ କରାଯିବ ବୋଲି କୁହାଯାଉଛି । ବ୍ରିଟେନ ସରକାର କହିଛନ୍ତି ସେ ହ୍ୟୁମାନ ଚ୍ୟାଲେଞ୍ଜ ଷ୍ଟଡି ଜରିଆରେ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ନେଇ ବିଚାର ବିମର୍ଷ କରୁଛନ୍ତି । ବିବିସିର ଏକ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଏଭଳି କୌଣସି ଚୁକ୍ତି ସ୍ୱାକ୍ଷରିତ ହୋଇନାହିଁ । ସରକାରଙ୍କ ଜଣେ ପ୍ରବକ୍ତା କହିଛନ୍ତି ଆମେ ଆମ ସହଯୋଗୀଙ୍କ ସହ କାମ କରୁଛୁ ହେଲେ ସେମାନେ ଏହା ଜାଣିବା ପରେ ହ୍ୟୁମାନ ଚ୍ୟାଲେଞ୍ଜ ଷ୍ଟଡି ଜରିଆରେ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ନେଇ ସହଯୋଗ କରିବେ । ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେତେଶୀଘ୍ର ସମ୍ଭବ କରୋନା ମହାମାରୀକୁ ମୁଳୋତ୍ପାଟନ କରିବା । ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଭ୍ୟାକ୍ସିନ ପ୍ରସ୍ତୁତ ଚାଲିଛି । ପାଖାପାଖି ୩୬ଟି କରୋନା ଭାଇରସ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଚାଲିଛି । ତେବେ ଅକ୍ସଫୋର୍ଡ ୟୁନିଭର୍ସିଟି, ଆମେରିକା ଓ ଚାଇନା ଭ୍ୟ।।କ୍ସିନ ଅନ୍ତିମ ପର୍ଯ୍ୟାୟରେ ଅଛି ବୋଲି କୁହାଯାଉଛି । ଅନ୍ୟପଟେ ରୁଷିଆ ପ୍ରଥମ କରୋନା ଭାଇରସ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଏବେବି ଏହାକୁ ନେଇ ଉଠୁଛି ନାନା ପ୍ରଶ୍ନ । ସବୁଠାରୁ ବଡ଼ କଥା ହେଲା ବ୍ରିଟେନ ଯେଉଁ ଭୟଙ୍କର ପରୀକ୍ଷଣ କରିବାକୁ ଯାଉଛି ଏ ଦିଗରେ ଯୁବବର୍ଗ ଓ ସେଚ୍ଛାସେବୀ ଆପଣାଛାଏଁ ଭାଗ ନେବାକୁ ଆଗେଇ ଆସୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?