ବ୍ରିଟେନରେ ହେବ ଭୟଙ୍କର ପରୀକ୍ଷଣ: ମାନବ ଶରୀରରେ ଛାଡି ଦିଆଯିବ କରୋନା ଭାଇରସ!

ଲଣ୍ଡନ,୨୬ ।୯: ବ୍ରିଟେନରେ ହେବାକୁ ଯାଉଛି ଏକ ଭୟଙ୍କର ପରୀକ୍ଷଣ । ଜାଣିଶୁଣି ମାନବ ଶରୀରରେ କରୋନା ଭାଇରସକୁ ଛାଡି ଦିଆଯାଇ ଏହି ପରୀକ୍ଷା କରାଯିବ ବୋଲି ଜଣାପଡିଛି । ଯଦି ଏପରି ହେଲା ତେବେ ଏ ଦିଗରେ ବ୍ରିଟେନ ପ୍ରଥମ ଦେଶ ଭାବେ ପରିଗଣିତ ହେବ । ସ୍ୱେଚ୍ଛାସେବୀଙ୍କ ଉପରେ କରାଯିବାକୁ ଥିବା ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ସମ୍ଭାବିତ କରୋନା ଭାଇରସ ଭ୍ୟାକ୍ସିନର ପ୍ରଭାବକୁ ପରୀକ୍ଷା କରିବା । ଏହା ଲଣ୍ଡନରେ କରାଯିବ ବୋଲି କୁହାଯାଉଛି । ବ୍ରିଟେନ ସରକାର କହିଛନ୍ତି ସେ ହ୍ୟୁମାନ ଚ୍ୟାଲେଞ୍ଜ ଷ୍ଟଡି ଜରିଆରେ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ନେଇ ବିଚାର ବିମର୍ଷ କରୁଛନ୍ତି । ବିବିସିର ଏକ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଏଭଳି କୌଣସି ଚୁକ୍ତି ସ୍ୱାକ୍ଷରିତ ହୋଇନାହିଁ । ସରକାରଙ୍କ ଜଣେ ପ୍ରବକ୍ତା କହିଛନ୍ତି ଆମେ ଆମ ସହଯୋଗୀଙ୍କ ସହ କାମ କରୁଛୁ ହେଲେ ସେମାନେ ଏହା ଜାଣିବା ପରେ ହ୍ୟୁମାନ ଚ୍ୟାଲେଞ୍ଜ ଷ୍ଟଡି ଜରିଆରେ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ନେଇ ସହଯୋଗ କରିବେ । ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେତେଶୀଘ୍ର ସମ୍ଭବ କରୋନା ମହାମାରୀକୁ ମୁଳୋତ୍ପାଟନ କରିବା । ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଭ୍ୟାକ୍ସିନ ପ୍ରସ୍ତୁତ ଚାଲିଛି । ପାଖାପାଖି ୩୬ଟି କରୋନା ଭାଇରସ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଚାଲିଛି । ତେବେ ଅକ୍ସଫୋର୍ଡ ୟୁନିଭର୍ସିଟି, ଆମେରିକା ଓ ଚାଇନା ଭ୍ୟ।।କ୍ସିନ ଅନ୍ତିମ ପର୍ଯ୍ୟାୟରେ ଅଛି ବୋଲି କୁହାଯାଉଛି । ଅନ୍ୟପଟେ ରୁଷିଆ ପ୍ରଥମ କରୋନା ଭାଇରସ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରୁଥିବା ବେଳେ ଏବେବି ଏହାକୁ ନେଇ ଉଠୁଛି ନାନା ପ୍ରଶ୍ନ । ସବୁଠାରୁ ବଡ଼ କଥା ହେଲା ବ୍ରିଟେନ ଯେଉଁ ଭୟଙ୍କର ପରୀକ୍ଷଣ କରିବାକୁ ଯାଉଛି ଏ ଦିଗରେ ଯୁବବର୍ଗ ଓ ସେଚ୍ଛାସେବୀ ଆପଣାଛାଏଁ ଭାଗ ନେବାକୁ ଆଗେଇ ଆସୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୬୬ ପଜିଟିଭ୍‌ ଚିହ୍ନଟ, ବରଗଡ଼ ଆଗରେ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୬୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୨୫୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ହଟିବ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ

ଓ୍ବାଶିଂଟନ,୨୫ା୧୨:ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରୁ ପରଦା ହଟାଇବା ପାଇଁ ବୈଜ୍ଞାନିକମାନେ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଏବଂ ବୃହତ୍ତମ ସ୍ପେସ୍‌...

‘ଭାରତ ସହ ସୁସମ୍ପର୍କ ଚାହେଁ ପାକିସ୍ତାନ’

ଆବୁଧାବି/ଇସ୍‌ଲାମାବାଦ,୧୮ା୧: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଭାରତ ବିରୋଧୀ ସ୍ବର ଏବେ ନରମିବା ଆରମ୍ଭ ହୋଇଛି। ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ...

ଧ୍ୱଂସ ସ୍ତୁପ, ଜେଲେନସ୍କିଙ୍କୁ ଭେଟିବେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌,୧୫।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଇତିମଧ୍ୟରେ ୨୦ ଦିନ ବିତିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ଚାଲିଛି,...

କଟକରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ, ୧୬।୮-କଟକ ସହରରୁ ରବିବାର ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ...

୮ ମାସ ପରେ ଜେଲ୍‌ରୁ ବାହାରିଲା କୁକୁଡା, ଜାଣନ୍ତୁ କାହିଁକି ଥିଲା ବନ୍ଦ

ପାକିସ୍ତାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁଡାକୁ ୮ ମାସ ଧରି ଜେଲରେ ରଖାଯାଇଥିଲା। ଏବେ ତାକୁ ମୁକ୍ତ କରିଦିଆଯାଇଛି। ପାକିସ୍ତାନର...

କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀ ମୃତ: ଚିନ୍ତାରେ ସରକାର

ଗାବ୍ରୋନେ, ୨।୭: ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନାରେ ଗତ ୨ ମାସ ମଧ୍ୟରେ କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଛି। ଦେଶର ଅଧିକାଂଶ ଜଳାଶୟ...

ଲାଭ ଦେବନି ଆର୍‌ବିଆଇ ଘୋଷଣା

ଭୁବନେଶ୍ୱର, ୧୫।୪(ବ୍ୟୁରୋ): କରୋନା ପ୍ରଭାବରେ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଫଳରେ ଏବେ ସରକାରୀ, ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭକରି ଛୋଟ, ବଡ଼ ଦୋକାନ ବଜାର...

Advertisement
Archives

Model This Week