Posted inଜାତୀୟ

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଂଶ ହଟାଇବା ପାଇଁ ପଦକ୍ଷେପ ଆରମ୍ଭ ବେଳେ କିଛି ବ୍ୟକ୍ତି  ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୋଲିସ ଉପରେ ପଥରମାଡ଼ ହୋଇଥିବା ରିପୋର୍ଟ ମିଳିଛି । ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବାବେଳେ ଅଞ୍ଚଳରେ ଯାତାୟାତ ଉପରେ ମଧ୍ୟ କଟକଣା ଲଗାଯାଇଛି।

ସିଂହସ୍ଥ-୨୦୨୮କୁ ଦୃଷ୍ଟିରେ ରଖି ଉଜ୍ଜୟିନୀରେ ସଡ଼କ ପ୍ରଶସ୍ତୀକରଣ କାମ ଚାଲିଛି । ଗୋପାଳ ମନ୍ଦିର ଅଞ୍ଚଳର ରାସ୍ତାକୁ ପ୍ରାୟ ୧୫ ମିଟର ଚଉଡ଼ା କରିବା ପାଇଁ ଅନେକ ନିର୍ମାଣ ହଟାଯାଉଛି । ଏହି ପ୍ରକଳ୍ପରେ ଶାହୀ ମସଜିଦର କିଛି ଅଂଶ ମଧ୍ୟ ପ୍ରଭାବିତ ହେଉଛି । ପ୍ରଶାସନର କହିବା ଅନୁସାରେ, ସଡ଼କ ପ୍ରଶସ୍ତୀକରଣ କାମରେ ଅନ୍ୟ କିଛି ଧାର୍ମିକ ସ୍ଥଳର ପ୍ରଭାବିତ ଅଂଶ ମଧ୍ୟ ହଟାଯାଇଛି । ଅନ୍ୟପକ୍ଷରେ ମସଜିଦ ପରିଚାଳନା ସହ ଜଡ଼ିତ ପକ୍ଷ ଏହାକୁ ବିରୋଧ କରିଛନ୍ତି ଏବଂ ଧାର୍ମିକ ସ୍ଥଳକୁ ପ୍ରଶସ୍ତୀକରଣରୁ ବାଦ୍‌ ଦେବାକୁ ଦାବି କରିଛନ୍ତି । ଶାହୀ ମସଜିଦର ପ୍ରଭାବିତ ଅଂଶ ହଟାଇବା ଖବର ପରେ ଗତ ଦୁଇ ଦିନ ଧରି ମସଜିଦ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ରବିବାର ରାତିରେ ମଧ୍ୟ ଅନେକ ଲୋକ ସେଠାରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ପୋଲିସ ଓ ପ୍ରଶାସନ ପକ୍ଷରୁ ଆଲୋଚନା ମାଧ୍ୟମରେ ସ୍ଥିତି ଶାନ୍ତ କରିବାର ଚେଷ୍ଟା କରାଯାଇଥିଲା। ସୋମବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରେ ପୁଣି ଉତ୍ତେଜନା ବଢ଼ିଥିଲା। ଘଟଣାସ୍ଥଳରେ ପୋଲିସ ଓ ସୁରକ୍ଷା ବଳର ମୁତୟନ ବଢ଼ାଯାଇଛି।

ଶାହୀ ମସଜିଦର ପ୍ରଭାବିତ ଅଂଶ ହଟାଇବାକୁ ନେଇ ଆଇନଗତ ବିବାଦ ମଧ୍ୟ ଚାଲିଛି। ମଧ୍ୟପ୍ରଦେଶ ହାଇକୋର୍ଟ ପୂର୍ବରୁ ଏହି ସଡ଼କ ପ୍ରଶସ୍ତୀକରଣ ସମ୍ପର୍କିତ ଚ୍ୟାଲେଞ୍ଜ ଉପରେ ରାୟ ଦେଇଥିଲେ। ରାସ୍ତା ପ୍ରଶସ୍ତୀକରଣରେ ମସଜିଦକୁ ଟାର୍ଗେଟ୍‌ କରାଯାଉଥିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିନଥିଲେ ଏବଂ ପ୍ରଶାସନ ଆଇନ ଅନୁସାରେ ପ୍ରକ୍ରିୟା ଅନୁସରଣ କରିଥିବା ଉଲ୍ଲେଖ କରିଥିଲେ। ତେବେ ମସଜିଦ ପକ୍ଷରୁ ମାମଲାକୁ ଉଚ୍ଚତର ବେଞ୍ଚ୍‌ରେ ନିଆଯାଇଛି ଏବଂ ସୋମବାର ଶୁଣାଣି ହେବାକୁ ଥିବାରୁ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

କେଦାରନାଥରେ ଅଘଟଣ: ପାହାଡ଼ରୁ ପଥର ଖସି ଚାଲିଗଲା ୫ ବର୍ଷ ଶିଶୁର ଜୀବନ, ୧୧୦୦ ଲୋକଙ୍କୁ ଉଦ୍ଧାର କରାଯାଇ…

ଡେରାଡୁନ୍‌,୨୮ା୯: ରବିବାର ସନ୍ଧ୍ୟାରେ କେଦାରନାଥର ଚିରବାସା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ରୁ ହଠାତ୍ ପଥର ଓ ମାଟି ଅସଡ଼ା ଧସିବା ଫଳରେ ଜଣେ ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?