ଉଦୟପୁର-ତାଳସାରୀ ବେଳାଭୂମିରେ ଜମୁଛି ଆସର

ଭୋଗରାଇ,୨୬।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଉଦୟପୁର-ତାଳସାରୀ ବେଳାଭୂମି ଏବେ ନିଶାସେବନକାରୀ ଓ ଦେହଜୀବୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପ୍ରତିଦିନ ଏହି ବେଳାଭୂମିକୁ ଆକୃଷ୍ଟ ହୋଇ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଖୁଲମ୍‌ଖୋଲା ନିଶା କାରବାର ଓ ରୂପଜୀବୀଙ୍କ ଅନୈତିକ କାର୍ଯ୍ୟ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ବେଳାଭୂମିରେ ସ୍ଥାନୀୟ କେତେଜଣ ବ୍ୟବସାୟୀ ମଦର ଆସର ଜମାଇଛନ୍ତି। ମଦ ବୋତଲ ଓ ପଲିଥିନ୍‌ରେ ପରିବେଶ ପ୍ରଦୂଷିତ ହେଉଛି। ଭୋଗରାଇ ସୀମାନ୍ତକୁ ଲାଗିଥିବା ପଶ୍ଚିମବଙ୍ଗ ଦୀଘା ବେଳାଭୂମିରେ ମଦ, ମାଦକ ଦ୍ରବ୍ୟ ବିକ୍ରି ଓ ଖାଇବା ଉପରେ ପ୍ରଶାସନ କଡ଼ାକଡି କରିଥିବା ବେଳେ ମଦ ବେପାରୀ ଓ ଆନ୍ତଃରାଜ୍ୟ ରୂପଜୀବୀଙ୍କ ଦଲାଲ ଓଡ଼ିଶାର ଏହି ବେଳାଭୂମିକୁ ସୁରକ୍ଷିତ ମଣି ଅବାଧରେ ତାଙ୍କ ବେପାର ବଢ଼ାଇ ଚାଲିଛନ୍ତି। ତାଳସାରୀ ମେରାଇନ୍‌ ଥାନା ଉଦୟପୁର ବେଳାଭୂମିରେ ଥିବାବେଳେ ପୋଲିସ ଦୃଷ୍ଟି ଆଢୁଆଳରେ ଚୋରାମଦ କାରବାର ବ୍ୟାପକ ଭାବେ ଚାଲିଥିବା ବାରମ୍ବାର ଅଭିଯୋଗ ହେଉଛି। ଅପରପକ୍ଷରେ ଉଦୟପୁରଠାରୁ ତାଳସାରୀ ୨.୭ କିମି ଦୂର ବେଳାଭୂମିକୁ ବିରଳ ନାଲି କଙ୍କଡ଼ା ସୁରକ୍ଷା ନିମନ୍ତେ ବନବିଭାଗ ସାଇଲେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ହେଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଖୁସି କରିବା ପାଇଁ ବାଇକ୍‌ ଆରୋହୀମାନେ ଅବାଧରେ ଗାଡ଼ି ଚାଳନା କରିବାରୁ ନାଲି କଙ୍କଡ଼ା ମୃତ୍ୟୁମୁଖରେ ପଡୁଛନ୍ତି। ଦିନକୁ ଦିନ ଏହି ନାଲି କଙ୍କଡ଼ା ଲୋପ ପାଇବାକୁ ବସିଥିବା ବେଳେ ଏଥିପ୍ରତି ବନବିଭାଗ କିମ୍ବା ପୋଲିସର ନଜର ନାହଁି। ସମୁଦ୍ର ଜଳଜୀବ କ୍ରମେ ଲୋପ ପାଉଥିବାରୁ ପ୍ରକୃତି ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡୁଥିବା ଜଳଜୀବ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ତାଳସାରୀ ବେଳାଭୂମି ନିକଟସ୍ଥ ଏକ ହୋଟେଲରେ ସ୍ଥାନୀୟ ଲୋକେ ଛେଳି ଚୋରି ଘଟଣାରେ ହୋଟେଲ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌କୁ ତାଲା ପକାଇ ଦେଇ ପୋଲିସକୁ ଖବର ଦେବା ପରେ ଉକ୍ତ ହୋଟେଲ୍‌ରୁ ୫ଜଣ ଦେହଜୀବୀ ଓ ୩ଜଣ ବଙ୍ଗୀୟ ଯୁବକଙ୍କୁ ପୋଲିସ ସେଠାରୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରିଛି। ଏହି ହୋଟେଲର ୩ଟି ରୁମ୍‌ରେ ସ୍ତ୍ରୀ-ସ୍ବାମୀ ବୁକିଂ କରି ରହିଥିବା ବେଳେ ଅନ୍ୟ ଦୁଇ ଯୁବତୀ ସାଙ୍ଗ ବୋଲି ତାଳସାରୀ ମେରାଇନ୍‌ ଥାନା ପକ୍ଷରୁ ସୂଚନା ମିଳିଛି। ବଙ୍ଗୀୟ ଯୁବତୀଯୁବକଙ୍କୁ ପୋଲିସ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଯୁବତୀଯୁବକଙ୍କ ଘର ଠିକଣା ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି। ଏହି ହୋଟେଲରୁ ହୋଟେଲ ପରିଚାଳକ ସହ ଅନ୍ୟ ୩ ଜଣ ରୂପଜୀବୀ କୌଶଳକ୍ରମେ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ କେବଳ ଛେଳି ଚୋରୀ ଓ ଏହାର ମାଂସ ରଖିବା ଘଟଣାରେ ଏକ ମାମଲା (ନଂ. ୨୧/୨୨) ରୁଜୁ କରି ପ୍ରାଥମିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?