ଉଦୟପୁର-ତାଳସାରୀ ବେଳାଭୂମିରେ ଜମୁଛି ଆସର

ଭୋଗରାଇ,୨୬।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଉଦୟପୁର-ତାଳସାରୀ ବେଳାଭୂମି ଏବେ ନିଶାସେବନକାରୀ ଓ ଦେହଜୀବୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପ୍ରତିଦିନ ଏହି ବେଳାଭୂମିକୁ ଆକୃଷ୍ଟ ହୋଇ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଖୁଲମ୍‌ଖୋଲା ନିଶା କାରବାର ଓ ରୂପଜୀବୀଙ୍କ ଅନୈତିକ କାର୍ଯ୍ୟ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ବେଳାଭୂମିରେ ସ୍ଥାନୀୟ କେତେଜଣ ବ୍ୟବସାୟୀ ମଦର ଆସର ଜମାଇଛନ୍ତି। ମଦ ବୋତଲ ଓ ପଲିଥିନ୍‌ରେ ପରିବେଶ ପ୍ରଦୂଷିତ ହେଉଛି। ଭୋଗରାଇ ସୀମାନ୍ତକୁ ଲାଗିଥିବା ପଶ୍ଚିମବଙ୍ଗ ଦୀଘା ବେଳାଭୂମିରେ ମଦ, ମାଦକ ଦ୍ରବ୍ୟ ବିକ୍ରି ଓ ଖାଇବା ଉପରେ ପ୍ରଶାସନ କଡ଼ାକଡି କରିଥିବା ବେଳେ ମଦ ବେପାରୀ ଓ ଆନ୍ତଃରାଜ୍ୟ ରୂପଜୀବୀଙ୍କ ଦଲାଲ ଓଡ଼ିଶାର ଏହି ବେଳାଭୂମିକୁ ସୁରକ୍ଷିତ ମଣି ଅବାଧରେ ତାଙ୍କ ବେପାର ବଢ଼ାଇ ଚାଲିଛନ୍ତି। ତାଳସାରୀ ମେରାଇନ୍‌ ଥାନା ଉଦୟପୁର ବେଳାଭୂମିରେ ଥିବାବେଳେ ପୋଲିସ ଦୃଷ୍ଟି ଆଢୁଆଳରେ ଚୋରାମଦ କାରବାର ବ୍ୟାପକ ଭାବେ ଚାଲିଥିବା ବାରମ୍ବାର ଅଭିଯୋଗ ହେଉଛି। ଅପରପକ୍ଷରେ ଉଦୟପୁରଠାରୁ ତାଳସାରୀ ୨.୭ କିମି ଦୂର ବେଳାଭୂମିକୁ ବିରଳ ନାଲି କଙ୍କଡ଼ା ସୁରକ୍ଷା ନିମନ୍ତେ ବନବିଭାଗ ସାଇଲେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ହେଲେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଖୁସି କରିବା ପାଇଁ ବାଇକ୍‌ ଆରୋହୀମାନେ ଅବାଧରେ ଗାଡ଼ି ଚାଳନା କରିବାରୁ ନାଲି କଙ୍କଡ଼ା ମୃତ୍ୟୁମୁଖରେ ପଡୁଛନ୍ତି। ଦିନକୁ ଦିନ ଏହି ନାଲି କଙ୍କଡ଼ା ଲୋପ ପାଇବାକୁ ବସିଥିବା ବେଳେ ଏଥିପ୍ରତି ବନବିଭାଗ କିମ୍ବା ପୋଲିସର ନଜର ନାହଁି। ସମୁଦ୍ର ଜଳଜୀବ କ୍ରମେ ଲୋପ ପାଉଥିବାରୁ ପ୍ରକୃତି ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡୁଥିବା ଜଳଜୀବ ବୈଜ୍ଞାନିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ତାଳସାରୀ ବେଳାଭୂମି ନିକଟସ୍ଥ ଏକ ହୋଟେଲରେ ସ୍ଥାନୀୟ ଲୋକେ ଛେଳି ଚୋରି ଘଟଣାରେ ହୋଟେଲ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌କୁ ତାଲା ପକାଇ ଦେଇ ପୋଲିସକୁ ଖବର ଦେବା ପରେ ଉକ୍ତ ହୋଟେଲ୍‌ରୁ ୫ଜଣ ଦେହଜୀବୀ ଓ ୩ଜଣ ବଙ୍ଗୀୟ ଯୁବକଙ୍କୁ ପୋଲିସ ସେଠାରୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରିଛି। ଏହି ହୋଟେଲର ୩ଟି ରୁମ୍‌ରେ ସ୍ତ୍ରୀ-ସ୍ବାମୀ ବୁକିଂ କରି ରହିଥିବା ବେଳେ ଅନ୍ୟ ଦୁଇ ଯୁବତୀ ସାଙ୍ଗ ବୋଲି ତାଳସାରୀ ମେରାଇନ୍‌ ଥାନା ପକ୍ଷରୁ ସୂଚନା ମିଳିଛି। ବଙ୍ଗୀୟ ଯୁବତୀଯୁବକଙ୍କୁ ପୋଲିସ ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଯୁବତୀଯୁବକଙ୍କ ଘର ଠିକଣା ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ପୋଲିସ କହିଛି। ଏହି ହୋଟେଲରୁ ହୋଟେଲ ପରିଚାଳକ ସହ ଅନ୍ୟ ୩ ଜଣ ରୂପଜୀବୀ କୌଶଳକ୍ରମେ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପୋଲିସ କେବଳ ଛେଳି ଚୋରୀ ଓ ଏହାର ମାଂସ ରଖିବା ଘଟଣାରେ ଏକ ମାମଲା (ନଂ. ୨୧/୨୨) ରୁଜୁ କରି ପ୍ରାଥମିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲା ଖୁଣ୍ଟ ଚୋରି ଗ୍ୟାଙ୍ଗ୍‌

ରାସୋଳ, ୬।୪(ଡି.ଏନ୍‌.ଏ.) – ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା କମ୍ପାନୀ ଦିନବେଳା ଯେଉଁ ସବୁ ଖୁଣ୍ଟ ପୋତୁଥିଲା, ସେସବୁକୁ ରାତିରେ ଯୋଜନାବଦ୍ଧ ଭାବେ ଗ୍ୟାସ୍‌...

ବେଆଇନ ଖନନ ପ୍ରତିବାଦରେ କଂଗ୍ରେସର ଧାରଣା

ରସୁଲପୁର/ଧର୍ମଶାଳା,୧୫।୩(ଡିଏନଏ): ଯାଜପୁର ଜିଲାର ଲଘୁ ଖଣିଜ ହବ୍‌ଭାବେ ଜଣାଶୁଣା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବିଛାଖଣ୍ଡିରେ ବିରୋଧୀଙ୍କ ସ୍ବର ଶାଣିତ ହୋଇଛି । ଏହି ଅଞ୍ଚଳର ପାଣିଟାଙ୍କିଠାରେ...

ଲଗାଣବର୍ଷାରେ ବରଗଡ଼ – ଅମ୍ବାପାଲି ବିଚ୍ଛିନ୍ନ : ବଢୁଛି ଜିରାନଦୀ ଜଳସ୍ତର

ବରଗଡ଼ ଅଫିସ,୨୯।୭: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ରବିବାର ବିଳମ୍ବିତ ରାତିରୁ ତୁହାକୁ ତୁହା ବର୍ଷା ଲାଗିରହିଛି । ସେହିପରି ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି।...

ବଢୁଛି ହୀରାକୁଦ ଡ୍ୟାମର ଜଳସ୍ତର

ସମ୍ବଲପୁର,୧୬।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଜଳସ୍ତର ୬୨୫ ଫୁଟ୍‌ ଟପିଛି। ସକାଳ ୬ଟା ସୁଦ୍ଧା...

ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ

ଭଣ୍ଡାରିପୋଖରୀ, ୨୫।୭ (ସ୍ବ.ପ୍ର.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ନପଙ୍ଗ ପଞ୍ଚାୟତ ଜୋରାଗଡିଆ-ଭାଟଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ଉମାକାନ୍ତ ରାଉତଙ୍କୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ...

ବନ୍ୟାଜଳରେ ସାଇକେଲ ସହ ଭାସିଗଲେ ଯୁବକ

କେନ୍ଦ୍ରାପଡ଼ା ଅଫିସ, ୨୬।୮: ବ୍ରାହ୍ମଣୀରେ ଆସିଥିବା ବନ୍ୟାରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା...

ଦମ୍ପତିଙ୍କୁ ଯବାନଙ୍କ ମାଡ଼ ଅଭିଯୋଗ

ଫୁଲବାଣୀ ଅଫିସ, ୨୮ା୧୦-କୌଣସି କାରଣ ନ ଜଣାଇ ସିଆର୍‌ପିଏଫର ଯବାନ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ପଞ୍ଚାୟତ ବଣ୍ଡିଗୁଡା ଗ୍ରାମର ଏକ ଦମ୍ପତିଙ୍କୁ ମାଡ ମାରିଥିବା ଅଭିଯୋଗ...

ବଲାଙ୍ଗୀର ଜିଲାରେ ମରୁଡି ସ୍ଥିତି

ବଲାଙ୍ଗୀର ଅଫିସ, ୧୯ା୭-କ୍ରମାଗତ ମରୁଡି ବଲାଙ୍ଗୀର ଜିଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି ା ଚଳିତବର୍ଷ ପୁଣି ଥରେ ଜିଲାରେ ମରୁଡି ସ୍ଥିତି ଦେଖାଦେଲାଣି...

Advertisement
Archives

Model This Week