ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ତେଜିଲା

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): କଟକରେ ଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ରାଜଧାନୀକୁ ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ପୁଣି ଥରେ ଜୋର ଧରିଛି। ଏ ନେଇ ଭୁବନେଶ୍ୱର ଓକିଲ ସଂଘର ଶତାଧିକ ଆଇନଜୀବୀ ଶୁକ୍ରବାର ଜିଲାଜଜ୍‌ଙ୍କୁ ଘେରିବା ସହ କୋର୍ଟ ଫାଟକରେ ତାଲା ପକାଇ ଦୀର୍ଘ ସମୟ ଧାରଣାରେ ବସିଥିଲେ। ସକାଳ ୯ଟାରୁ ସା ୫ଟା ପର୍ଯ୍ୟନ୍ତ ଆଇନଜୀବୀମାନେ ଧାରଣାରେ ବସି ରହିଥିଲେ। ଅପରପକ୍ଷରେ କୋର୍ଟ ଖୋଲା ରହିଥିଲେ ମଧ୍ୟ ଫାଟକରେ ତାଲା ପଡ଼ିଥିବାରୁ ବିଚାରପତିମାନେ ଭିତରକୁ ଯାଇ ନ ପାରି ଆନ୍ଦୋଳନସ୍ଥଳରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ କୋର୍ଟ କାର୍ଯ୍ୟ ବ୍ୟାଘାତ ହେବା ସହ ବହୁ ମାମଲାର ଶୁଣାଣି ହୋଇପାରି ନ ଥିଲା । ଲୋକମାନେ ବହୁ ସମୟ ଅପେକ୍ଷା କରି ଘରକୁ ଫେରିଥିଲେ। ଅନ୍ୟପଟେ ଭୁବନେଶ୍ୱର ରାଜ୍ୟର ରାଜଧାନୀ ତଥା ୧ନଂ ସ୍ମାର୍ଟସିଟି ହୋଇ ମଧ୍ୟ ସବ୍‌ଡିଭିଜନ ହୋଇରହିଛି । ତେଣୁ ସରକାର ତୁରନ୍ତ ଭୁବନେଶ୍ୱରକୁ ଏକ ସ୍ବତନ୍ତ୍ର ଜିଲା ଘୋଷଣା କରନ୍ତୁ। ନହେଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରକାଶଯୋଗ୍ୟ, ୧୯୯୧ରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ରାଜଧାନୀକୁ ଉଚ୍ଚ ନ୍ୟାୟାଳୟ ସ୍ଥାନାନ୍ତର ଏବଂ ୧୯୯୬ରୁ ଭୁବନେଶ୍ୱରକୁ ଏକ ସ୍ବତନ୍ତ୍ର ଜିଲା ଦାବି କରାଯାଇ ଆସୁଅଛି । ଏନେଇ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଅତୀତରେ ରାଷ୍ଟ୍ରପତି ସ୍ବର୍ଗତ ଅବଦୁଲ କଲାମ, ଲୋକସଭା ବାଚସ୍ପତି ସୋମନାଥ ଚାଟ୍ଟାର୍ଜୀ, ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜଧାନୀରେ ହାଇକୋର୍ଟ ପ୍ରତିଷ୍ଠା ନିମନ୍ତେ ଚନ୍ଦ୍ରଶେଖରପୁରରେ ୧୫୦ଏକର ଜମି ଚିହ୍ନଟ କରିଥିଲେ। କିନ୍ତୁ ପରବର୍ତ୍ତୀ ସରକାର ଏବଂ ବର୍ତ୍ତମାନର ସରକାର ଏହାକୁ ଭୁଲି ଯାଇଛନ୍ତି। ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ଏଯାବତ ମିଳିପାରିନାହିଁ। ତେଣୁ ଏହାର ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ପ୍ରତ୍ୟେକ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି। ଏହି ଧାରଣାରେ ଓକିଲ ସଂଘ ପରିଚାଳନା କମିଟିର ମୁଖ୍ୟ ଶିବାନନ୍ଦ ରାୟ, ପୂର୍ବତନ ସଭାପତି, ସମ୍ପାଦକ ରାଜକିଶୋର ଦାସ, ସଭାପତି ରବି ନାରାୟଣ ସାମନ୍ତରାୟ, ମଧୁମାଧବ ଜେନା, ଆତ୍ମପ୍ରକାଶ ମହାନ୍ତି, ଜ୍ଞାନରଞ୍ଜନ ମହାନ୍ତି, ଅଶୋକ କୁମାର ପାତ୍ର, ବନବିହାରୀ ମହାନ୍ତି, ନିର୍ମଳ କିଶୋର ରଥ, ଚିତ୍ତରଞ୍ଜନ ଦାଶ, ସୀତାଂଶୁ ମୋହନ ଦ୍ୱିବେଦୀ, ଏସ.କେ ସୁବୁଦ୍ଧି ଓ ସୁରେଶ ବାରିକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri