ରାଜଧାନୀକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ତେଜିଲା

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): କଟକରେ ଥିବା ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ରାଜଧାନୀକୁ ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ସ୍ବତନ୍ତ୍ର ଜିଲା ମାନ୍ୟତା ଦାବି ପୁଣି ଥରେ ଜୋର ଧରିଛି। ଏ ନେଇ ଭୁବନେଶ୍ୱର ଓକିଲ ସଂଘର ଶତାଧିକ ଆଇନଜୀବୀ ଶୁକ୍ରବାର ଜିଲାଜଜ୍‌ଙ୍କୁ ଘେରିବା ସହ କୋର୍ଟ ଫାଟକରେ ତାଲା ପକାଇ ଦୀର୍ଘ ସମୟ ଧାରଣାରେ ବସିଥିଲେ। ସକାଳ ୯ଟାରୁ ସା ୫ଟା ପର୍ଯ୍ୟନ୍ତ ଆଇନଜୀବୀମାନେ ଧାରଣାରେ ବସି ରହିଥିଲେ। ଅପରପକ୍ଷରେ କୋର୍ଟ ଖୋଲା ରହିଥିଲେ ମଧ୍ୟ ଫାଟକରେ ତାଲା ପଡ଼ିଥିବାରୁ ବିଚାରପତିମାନେ ଭିତରକୁ ଯାଇ ନ ପାରି ଆନ୍ଦୋଳନସ୍ଥଳରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ କୋର୍ଟ କାର୍ଯ୍ୟ ବ୍ୟାଘାତ ହେବା ସହ ବହୁ ମାମଲାର ଶୁଣାଣି ହୋଇପାରି ନ ଥିଲା । ଲୋକମାନେ ବହୁ ସମୟ ଅପେକ୍ଷା କରି ଘରକୁ ଫେରିଥିଲେ। ଅନ୍ୟପଟେ ଭୁବନେଶ୍ୱର ରାଜ୍ୟର ରାଜଧାନୀ ତଥା ୧ନଂ ସ୍ମାର୍ଟସିଟି ହୋଇ ମଧ୍ୟ ସବ୍‌ଡିଭିଜନ ହୋଇରହିଛି । ତେଣୁ ସରକାର ତୁରନ୍ତ ଭୁବନେଶ୍ୱରକୁ ଏକ ସ୍ବତନ୍ତ୍ର ଜିଲା ଘୋଷଣା କରନ୍ତୁ। ନହେଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରକାଶଯୋଗ୍ୟ, ୧୯୯୧ରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ରାଜଧାନୀକୁ ଉଚ୍ଚ ନ୍ୟାୟାଳୟ ସ୍ଥାନାନ୍ତର ଏବଂ ୧୯୯୬ରୁ ଭୁବନେଶ୍ୱରକୁ ଏକ ସ୍ବତନ୍ତ୍ର ଜିଲା ଦାବି କରାଯାଇ ଆସୁଅଛି । ଏନେଇ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଅତୀତରେ ରାଷ୍ଟ୍ରପତି ସ୍ବର୍ଗତ ଅବଦୁଲ କଲାମ, ଲୋକସଭା ବାଚସ୍ପତି ସୋମନାଥ ଚାଟ୍ଟାର୍ଜୀ, ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜଧାନୀରେ ହାଇକୋର୍ଟ ପ୍ରତିଷ୍ଠା ନିମନ୍ତେ ଚନ୍ଦ୍ରଶେଖରପୁରରେ ୧୫୦ଏକର ଜମି ଚିହ୍ନଟ କରିଥିଲେ। କିନ୍ତୁ ପରବର୍ତ୍ତୀ ସରକାର ଏବଂ ବର୍ତ୍ତମାନର ସରକାର ଏହାକୁ ଭୁଲି ଯାଇଛନ୍ତି। ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ଏଯାବତ ମିଳିପାରିନାହିଁ। ତେଣୁ ଏହାର ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ପ୍ରତ୍ୟେକ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି। ଏହି ଧାରଣାରେ ଓକିଲ ସଂଘ ପରିଚାଳନା କମିଟିର ମୁଖ୍ୟ ଶିବାନନ୍ଦ ରାୟ, ପୂର୍ବତନ ସଭାପତି, ସମ୍ପାଦକ ରାଜକିଶୋର ଦାସ, ସଭାପତି ରବି ନାରାୟଣ ସାମନ୍ତରାୟ, ମଧୁମାଧବ ଜେନା, ଆତ୍ମପ୍ରକାଶ ମହାନ୍ତି, ଜ୍ଞାନରଞ୍ଜନ ମହାନ୍ତି, ଅଶୋକ କୁମାର ପାତ୍ର, ବନବିହାରୀ ମହାନ୍ତି, ନିର୍ମଳ କିଶୋର ରଥ, ଚିତ୍ତରଞ୍ଜନ ଦାଶ, ସୀତାଂଶୁ ମୋହନ ଦ୍ୱିବେଦୀ, ଏସ.କେ ସୁବୁଦ୍ଧି ଓ ସୁରେଶ ବାରିକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?