ଡିଏଚ୍‌ଏଚ୍‌ର ନାହିଁ ଭିତ୍ତିଭୂମି: କଟକରେ ରୋଗୀ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୬ା୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ମେଢ଼ ଭସାଣିରେ ବୁଧବାର ସନ୍ଧ୍ୟାରେ ବାଣ ବିସ୍ଫୋରଣ ଘଟିଥିଲା। ଏଥିରେ ଶତାଧିକ ଆହତ ହୋଇଥିବା ବେଳେ ଏବେ ସୁଦ୍ଧା ୪୦ ଜଣ କଟକ ଓ କେନ୍ଦ୍ରାପଡ଼ାରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଘଟଣା କେନ୍ଦ୍ରାପଡ଼ା ଜିଲାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପଦାରେ ପକାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ପ୍ରାଥମିକ ଚିକିତ୍ସା ନ ପାଇ କେତେକ ସାମାନ୍ୟ ଆହତ ଘରକୁ ଫେରିଛନ୍ତି। ଏପରି କି ଆମ୍ବୁଲାନ୍ସ ସେବା ଏଠାରେ ପର୍ଯ୍ୟାପ୍ତ ନ ଥିବା ଲୋକଲୋଚନକୁ ଆସିଛି। ଶାମଗୁଡିଆଠାରେ ନବନିର୍ମିତ ମାତୃ ଶିଶୁ ମଙ୍ଗଳ କେନ୍ଦ୍ର ସହିତ ଡିଏଚ୍‌ଏଚ୍‌ ଗୃହ ଦୁଇଥର ଉଦ୍‌ଘାଟିତ ହୋଇସାରିଛି। ହେଲେ ଡିଏଚ୍‌ଏଚ୍‌ର ଭିତ୍ତିଭୂମି ନ ଥିବାରୁ ବାଣ ବିସ୍ଫୋରଣରେ ଆହତମାନଙ୍କୁ କଟକକୁ ପଠାଯାଇଥିଲା।
ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ କୁମାର ନାୟକ, ବିଧୁଭୂଷଣ ମହାପାତ୍ର, ରମେଶ ଚନ୍ଦ୍ର ପ୍ରଧାନ, ଶିବାଶିଷ ମହାନ୍ତି, ନୀହାର ରଞ୍ଜନ ପ୍ରଧାନ ପ୍ରମୁଖ କହିଛନ୍ତି ଯେ, ୨୦୧୬ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାତୃ ଶିଶୁ ମଙ୍ଗଳ କେନ୍ଦ୍ର ନିର୍ମାଣ ପାଇଁ ଅନୁଦାନ ଆସି ସହର ନିକଟ ଶାମଗୁଡିଆଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ନିର୍ମାଣ ୨୦୧୮ ସୁଦ୍ଧା ସରିବାକୁ ଥିବାବେଳେ ୨୦୨୧ ଡିସେମ୍ବରରେ ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ମାତୃ ଶିଶୁ ଚିକିତ୍ସା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସେହିପରି ଗତ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏଠାରେ ଜିଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି ନୂତନ ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟରେ ଅତ୍ୟାଧୁନିକ ଓପିଡି ୟୁନିଟ୍‌, କାଜୁଆଲିଟି, ଟ୍ରମାକେୟାର ସୁବିଧା ସହ ୫ଟି ଟ୍ରମା ଆଇସିୟୁ, ରେଡିଓଲୋଜି, ଏମ୍‌ଆର୍‌ଆଇ, ସିଟି ସ୍କାନ୍‌, ଉନ୍ନତଧରଣର ଓଟି ବ୍ୟବସ୍ଥା ଅଛି ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଜିଲାବାସୀଙ୍କୁ ସୂଚନା ଦେଇଥିଲେ। ତେବେ ଅଦ୍ୟାବଧି ଏହି ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକାରୀ ହୋଇପାରିନାହିଁ। ପ୍ରାୟ ବର୍ଷେ ପୂର୍ବରୁ ମାତୃ ଶିଶୁ ଚିକିତ୍ସା କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ଏହା ୪ ଘଣ୍ଟିଆ ଓପିଡିରେ ସୀମିତ ହୋଇଛି। ସେହିପରି ଡିଏଚ୍‌ଏଚ୍‌ ସ୍ଥାନାନ୍ତର ନେଇ ଜିଲାବାସୀ ଏବେ ବି ଅନ୍ଧାରରେ ଅଛନ୍ତି। ବାଣ ବିସ୍ଫୋରଣ ଘଟଣା ଦିନ ଡିଏଚ୍‌ଏଚ୍‌ରେ ଆବଶ୍ୟକ କର୍ମଚାରୀ ନ ଥିଲେ। ଏପରି କି ଏତେବଡ଼ ଦୁର୍ଘଟଣାକୁ ପରିଚାଳନା କରିବାକୁ ପ୍ରଶାସନିକ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ଉପସ୍ଥିତି ବହୁ ବିଳମ୍ବରେ ଦେଖିବାକୁ ମିଳିଥିଲା। ଫଳରେ ଆହତ ଓ ଗୁରୁତରଙ୍କ ଚିକିତ୍ସା ଜିଲା ମୁଖ୍ୟ ଚିକିତ୍ସାଳୟରେ ହୋଇପାରି ନ ଥିଲା। ଏପରି କି ଆମ୍ବୁଲାନ୍ସ ନ ଥିବାରୁ ଘରୋଇ ଓ ଅଗ୍ନିଶମ ବାହିନୀ ଗାଡ଼ିରେ କଟକ ବଡ ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ପାଇଁ ସମସ୍ତ ରାଜନୈତିକ ଦଳ ଓ ସାମାଜିକ ଅନୁଷ୍ଠାନ ସହ ବୁଦ୍ଧିଜୀବୀ ସ୍ବର ଉଠାଉଥିବା ବେଳେ ଦୁର୍ଘଟଣା ସମୟରେ ଉପଯୁକ୍ତ ଚିକିତ୍ସା ନ ମିଳିବା ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନକୁ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେମାନେ କହିଛନ୍ତି। ପୂର୍ଣ୍ଣକ୍ଷମ ଭାବେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଚାଲିବା ଆରମ୍ଭ ପାଇଁ ତୃତୀୟ ଉଦ୍‌ଘାଟନକୁ ଅପେକ୍ଷା ବୋଲି ସେମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି। ସିଡିଏମ୍‌ଓ ଡା. ଅନୀତା ପଟ୍ଟନାୟକଙ୍କୁ ଏ ସମ୍ପର୍କରେ କହିଛନ୍ତି ଯେ, ନୂତନ ଡିଏଚ୍‌ଏଚ୍‌ରେ ଭିତ୍ତିଭୂମି ପ୍ରତିଷ୍ଠାରେ ଅଳ୍ପ କିଛି କାମ ବାକି ରହିଛି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?