ଜଣଙ୍କ ଘର ଉପରକୁ ଦୁଇଦୁଇ ଥର ବୋମା ମାଡ଼

ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲା ସଦର ଥାନା ଦଳେଇପୁଟସ୍ଥିତ ହୃଦାନନ୍ଦ ସ୍ବାଇଁଙ୍କ ଘର ଉପରକୁ ସୋମବାର ରାତିରେ ପୁଣି ବୋମାମାଡ ହୋଇଛି। ରାତିରେ କେତେଜଣ ଦୁର୍ବୃତ୍ତ ପାଚେରି ବାହର ପଟୁ ବୋମାମାଡ କରିଥିବା ଜଣାପଡ଼ିଛି। ମାତ୍ର ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଉପର ମହଲା ଝରକା କାଚ ଭାଙ୍ଗିଯାଇଛି। ବିସ୍ଫୋରଣ ଶବ୍ଦରେ ଅଞ୍ଚଳବାସୀ ଆତଙ୍କିତ ହୋଇଯାଇଛନ୍ତି। ଥାନା ନିକଟରେ ଏହି ଘଟଣା ଘଟିଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଏ ନେଇ ହୃଦାନନ୍ଦ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ତାଙ୍କ ଘରେ ବୋମାମାଡ ହୋଇଥିଲା। ଏହି ଘଟଣାରେ ସଦର ପୋଲିସ କାଳୁ ବେହେରାଙ୍କୁ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଫେରାର ଅଭିଯୁକ୍ତମାନେ ଏହି କାଣ୍ଡ ଘଟାଇବା ହୃଦାନନ୍ଦ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଗଞ୍ଜାମରେ କରୋନା ପଜିଟିଭ୍‌ ୨୧କୁ ବୃଦ୍ଧି, ସମସ୍ତେ ସୁରଟ ଫେରନ୍ତା; ଜିଲାପାଳ

ଛତ୍ରପୁର, ୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଗୁରୁବାର ପୁଣି ୧୭ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୪ଜଣଙ୍କଠାରେ କରୋନା ପଜିଟିଭ୍‌ ମିଳିଥିବା ବେଳେ ବର୍ତ୍ତମାନ ଏହି...

ବଜ୍ରପାତରେ ଜଣେ ମୃତ

ତିର୍ତ୍ତୋଲ, ୧୭।୩ (ଡି.ଏନ୍‌.ଏ.):ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ବଡ଼ସରୋଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ସେହି ଗ୍ରାମର ଦ୍ୱିଜବର ଭୋଇ(୬୨)ଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ପ୍ରବଳ...

ସାନିଟାଇଜର ପ୍ରସ୍ତୁତ କଲା ଖ୍ରୀଷ୍ଟ କଲେଜ

କଟକ ଅଫିସ,୧୭ା୪: ଖ୍ରୀଷ୍ଟ କଲେଜ ପକ୍ଷରୁ ପ୍ରସ୍ତୁତ ହୋଇଛି ୫୦୦ ବୋତଲ ସାନିଟାଇଜର। ଏସବୁକୁ ଗୁରୁବାର କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ପ୍ରଦାନ କରାଯାଇଛି। ଡିସିପିଙ୍କ...

ଲଘୁଚାପ ପ୍ରଭାବ: ଏସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୩।୨(ବ୍ୟୁରୋ): ଲଘୁଚାପ ପ୍ରଭାବରେ ୭ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ,...

ସାମାଜିକ ଦୂରତା, କୋଭିଡ -୧୯ ନିୟମ ଉଲ୍ଲଂଘନ: ଖୋର୍ଦ୍ଧାରେ ୩ ଦୋକାନ ସିଲ୍‌

ଖୋର୍ଦ୍ଧା ଅଫିସ,୧୫।୬ : ସାମାଜିକ ଦୂରତା ଓ କୋଭିଡ-୧୯ ନିୟମ ଉଲ୍ଲଂଘନ ନେଇ ଖୋର୍ଦ୍ଧା ପୌର ପ୍ରଶାସନ ପକ୍ଷରୁ ସୋମବାର ୩ଟି ଦୋକାନ ସିଲ୍‌ କରାଯାଇଛି...

ଅବକାରୀ ଚଢାଉ, ୧୨୦ଲିଟର ଦେଶୀମଦ ଜବତ

ଖଲ୍ଲିକୋଟ,୧ା୫(ଡି.ଏନ୍‌.ଏ.)- ଖଲ୍ଲିକୋଟ ଅବକାରୀ ବିଭାଗ ଶୁକ୍ରବାର ସକାଳେ ଚଢାଉ କରି ୧୨୦ଲିଟର ଦେଶୀମଦ ସହ ୪ ବାଇକ ଜବତ କରି ୪ଜଣଙ୍କୁ ଗିରଫ କରିଛି। ଖଲ୍ଲିକୋଟ...

କାଳ ସାଜିଲା ସେଲ୍‌ଫି ନିଶା

ପାରଳାଖେମୁଣ୍ଡିି,୧୬।୧୨: ସେଲ୍‌ଫି ନିଶା କେତେ ଯେ ଭୟଙ୍କର ଏଠାରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ୁଛି। ପାରଳାଖେମୁଣ୍ଡି ରେଳଷ୍ଟେସନରେ ଛିଡ଼ା ହୋଇଥିବା କୋଭିଡ୍‌ ସ୍ପେଶାଲ ଟ୍ରେନ ଉପରେ...

ଦେଢ଼ମାସରେ ୨୦.୩% କମିଛି ବର୍ଷା ପରିମାଣ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ରାଜ୍ୟରେ ଏପର୍ଯ୍ୟନ୍ତ ସ୍ବାଭାବିକ ବର୍ଷା ହୋଇନାହିଁ। ଚଳିତବର୍ଷ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ...

Play 250+ Trending Games
Archives

Model This Week

Why Dharitri