Advertisement
Posted inଜାତୀୟ

ଥାନା ବାବୁଙ୍କ ଦାଦାଗିରି: ନ ନାଚିଲେ ଦାଏର ହେବନି ମାମଲା

କାନପୁର, ୧୮।୮: ଆଇନର ରକ୍ଷକ ସାଜିଥିବା ପୋଲିସଙ୍କ ପାଖକୁ ଲୋକେ ସହାୟତା ମାଗିବାକୁ ଯାଇଥାନ୍ତି। ଏପରିସ୍ଥଳେ ପୋଲିସ ଯଦି ଲୋକଙ୍କୁ ହଇରାଣ କରେ ତେବେ ତାହା ଆଇନର ଉଲ୍ଲଂଘନ ବୋଲି କୁହାଯାଇଥାଏ। ଉତ୍ତରପ୍ରଦେଶର କାନପୁରରେ ଜଣେ ଥାନା ବାବୁ ପୀଡ଼ିତାଙ୍କୁ ହଇରାଣ କରିଥିବା ଅଭିଯୋଗ ହୋଇଛି। ଜଣେ କିଶୋରୀ ସ୍ଥାନୀୟ ଗୋବିନ୍ଦନଗର ଥାନାକୁ ତାଙ୍କ ଉପରେ ହୋଇଥିବା ନିର୍ଯାତନା ସମ୍ପର୍କରେ ଥାନାରେ ମାମଲା ଦାଏର କରିବାକୁ ଆସିଥିଲେ। ତେବେ ଥାନାବାବୁ ଜଣକ କିଶୋରୀଙ୍କୁ ନାଚି ବାକୁ କହିଥିଲେ। ନ ନାଚିଲେ ମାମଲା ଦାଏର ହେବନି ବୋଲି ଥାନାବାବୁ ରୋକଠୋକ୍‌ କହିଥିଲେ। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ମାନବାଧିକାର କମିଶନ ପକ୍ଷରୁ ଡିଜିପିଙ୍କଠାରୁ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଲୋଡ଼ାଯାଇଛି। କିଶୋରୀ ଜଣକ ଭଡ଼ାଘରେ ରହୁଥିବା କୁହାଯାଉଛି। ମାଲିକଙ୍କ ପୁତୁରା ବାରମ୍ବାର ତାଙ୍କ ପ୍ରତି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଥିବା କିଶୋରୀ ଜଣକ ଅଭିଯୋଗ କରିଛନ୍ତି। ତେବେ ଏନେଇ ଥାନାବାବୁ ମାମଲା ଦାଏର କରିବା ବଦଳରେ କିଶୋରୀଙ୍କୁ ନାଚିବାକୁ କହିଥିଲେ। l ତେବେ ଥାନା ପକ୍ଷରୁୁ କୁହାଯାଇଛି ଯେ, ପୋଲିସ ଉପରେ ଚାପ ପକାଇବା ପାଇଁ ଜାଣିଶୁଣି ଭିଡ଼ିଓ ଭାଇରାଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର...

ନବରାତ୍ରୀରେ ନୂଆ ପାର୍ଟିର ଘୋଷଣା କରିବେ ଆଜାଦ, ପଞ୍ଜିକରଣ ପାଇଁ ତିନି ସଦସ୍ୟ ବିଶିଷ୍ଟ ଟିମ କରୁଛନ୍ତି କାମ

ଜମ୍ମୁ,୨୨ ।୯: ପ୍ରାୟ ଏକ ମାସ ହେବ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବି ଆଜାଦ ତାଙ୍କ ନୂଆ ଦଳର ନାମର ଘୋଷଣା ନବରାତୀରେ...

କ୍ଷମା ମାଗିଲେ ତେଜସ୍ବୀ ଯାଦବ

ପାଟନା,୩।୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ କାର୍ଡ ଖେଳିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ।...

ବିରୋଧୀଙ୍କ ଅଭିଯୋଗ: ନିଆଁରେ ଘିଅ ଢାଳୁଛି କେନ୍ଦ୍ର, ଅଘୋଷିତ ଜରୁରୀ ପରିସ୍ଥିିତି

ନୂଆଦିଲ୍ଲୀ, ୨୦।୧୨(ପି.ଟି./ଆଇଏଏନ୍‌ଏସ୍‌):ନୂଆ ନାଗରିକତ୍ୱ ଆଇନ ବିରୋଧୀ ବିକ୍ଷୋଭ ଦେଶବ୍ୟାପୀ ଆନ୍ଦୋଳନର ରୂପ ନେଇସାରିଛି। ଉତ୍ତର-ପୂର୍ବାଞ୍ଚଳରେ ଉଠିଥିବା ନିଆଁ ପଶ୍ଚିମବଙ୍ଗ ପରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ...

ଦିଲ୍ଲୀରୁ ଚଣ୍ଡିଗଡ଼ ଆସୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ,୧୯।୧୧: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରୁ ଚଣ୍ଡିଗଡ଼ ଆସୁଥିବା ଲୋକଙ୍କ ପାଇଁ ସ୍ଥାନୀୟ...

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ: ଏଟିଏମ୍‌ ଖୋଲା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ତଥା ଘରୋଇ କରଣ ସମେତ ବିଭିନ୍ନ ଦାବି ନେଇ ଦେଶ ବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ...

ଖୁବ୍‌ଶୀଘ୍ର ବ୍ୟାପୁଛି ଡେଲ୍ଟା-୩

ନୂଆଦିଲ୍ଲୀ,୨୫ ।୭: କରୋନା ଭାଇରସକୁ ନେଇ ଏହାର ନୂଆ ମ୍ୟୁଟେଶନ ବିଶେଷଜ୍ଞଙ୍କୁ ପୁଣିଥରେ ଚିନ୍ତାରେ ପକାଇ ଦେଇଛି । ଗତ କିଛି ସପ୍ତାହ ହେବ ଆମେରିକାରେ...

୧୩ ଓକିଲ, ୬ ଡାକ୍ତର, ୫ ଇଞ୍ଜିନିୟର: ଏଭଳି ହେବ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା କ୍ୟାବିନେଟ ସମ୍ପ୍ରସାରଣ ବୁଧବାର ସନ୍ଧ୍ୟାରେ ହେବ। ଏଥିରେ ଅଧିକ ମହିଳା ଓ ପ୍ରଶାସନିକ ଅନୁଭୂତି ଥିବା ବ୍ୟକ୍ତିଙ୍କୁ ସ୍ଥାନ...

Advertisement
Archives

Model This Week